ଜିଲ୍ଲା ଆଇନସେବା ପ୍ରାଧିକରଣ, ରାୟଗଡ଼ା

ଜିଲ୍ଲା ଆଇନସେବା ପ୍ରାଧିକରଣ, ରାୟଗଡା (DLSA)[୧] ରାଜ୍ୟ ସ୍ତରରେ "ରାଜ୍ୟ ଆଇନ ସେବା ପ୍ରାଧିକରଣ" ଏବଂ ଜାତୀୟ ସ୍ତରରେ "ଜାତୀୟ ଆଇନ ସେବା ପ୍ରାଧିକରଣ"ଙ୍କ ଅଧୀନରେ ପରିଚାଳିତ ଏକ ନ୍ୟାୟୀକ ସଂସ୍ଥା[୨] । ଏହାର ମୁଖ୍ୟ ଦପ୍ତର ରାୟଗଡ଼ା ଜିଲ୍ଲା ଅଦାଲତ ପରିସରରେ । ଆଇନ ସେବା ପ୍ରାଧିକରଣ ଆଇନ-୧୯୮୭ ଆଧାରରେ ମାଗଣା ଆଇନ ସହାୟତା ଯୋଗାଇବା ନିମନ୍ତେ ଏହା ପ୍ରତିଷ୍ଠିତ[୩][୪]

ଜିଲ୍ଲା ଆଇନସେବା ପ୍ରାଧିକରଣ, ରାୟଗଡ଼ା
ମୁଖ୍ୟାଳୟରାୟଗଡ଼ା, ଓଡ଼ିଶା, ଭାରତ.
ଅଧ୍ୟକ୍ଷଜନାବ୍ ମହମ୍ମଦ୍ ଅଜମଲ୍, ଜିଲ୍ଲା ଜଜ୍, ରାୟଗଡ଼ା
ସଚିବଡଃ ପ୍ରସନ୍ନ କୁମାର ପଣ୍ଡା, ରେଜିଷ୍ଟ୍ରାର୍, ଜିଲ୍ଲା ଅଦାଲତ, ରାୟଗଡ଼ା
ସଭ୍ୟ-୧ଜିଲ୍ଲା କଲେକ୍ଟର୍
ସଭ୍ୟ-୨ପୋଲିସ୍ ଅଧୀକ୍ଷକ
ମୂଳ ସଙ୍ଗଠନନାଲ୍‌ସା(NALSA), ନୂଆ ଦିଲ୍ଲୀ

ଗଠନ ସମ୍ପାଦନା

ଆଇନ ସେବା ପ୍ରାଧିକରଣ ଆଇନ-୧୯୮୭ର ପ୍ରାବଧାନ ଅନୁଯାୟୀ, ଜିଲ୍ଲା ଆଇନସେବା ପ୍ରାଧିକରଣ, ରାୟଗଡାର ଗଠନ ନିମ୍ନ ପ୍ରକାରେ ।

1) ମାନ୍ୟବର ଜିଲ୍ଲା ଜଜ୍‌, ରାୟଗଡା ଏହାର ଅଧ୍ୟକ୍ଷ ଏବଂ ରେଜିଷ୍ଟ୍ରାର୍‌, ଜିଲ୍ଲା ଅଦାଲତ, ରାୟଗଡା ଏହାର ସଚିବ ଅଟନ୍ତି ।

2) ଏହା ବାଦ୍‌ ଆଉ ସାତଜଣ ସଦସ୍ୟଙ୍କୁ ନେଇ ଏହି ପ୍ରାଧିକରଣ ଗଠିତ ।

ଲକ୍ଷ୍ୟ ସମ୍ପାଦନା

ଏହି ପ୍ରାଧିକରଣର ଲକ୍ଷ୍ୟ ହେଲା:-

୧) ଯୋଗ୍ୟ ବ୍ୟକ୍ତି ବିଶେଷଙ୍କୁ ମାଗଣା ଆଇନ ପରାମର୍ଶ ତଥା ଆଇନ ସେବା ଯୋଗାଇଦେବା । ଏତଦ୍ୱାରା ସେମାନଙ୍କୁ ଓକିଲ ଫି, କୋର୍ଟ ଫି ତଥା ଆନୁଷଙ୍ଗିକ ଖର୍ଚ୍ଚ ଯୋଗାଇ ଦିଆଯାଏ ।

୨) ଲୋକ ଅଦାଲତ ଜରିଆରେ ଆପୋଷ ବୁଝାମଣାଦ୍ୱାରା ଅଧିକରୁ ଅଧିକ ମାମଲାର ଫଇସଲା କରାଇବା ।

୩) ଜିଲ୍ଲାରେ ଆଇନ ସଚେତନତା ଶିବିର ମାଧ୍ୟମରେ ଜନସଚେତନତା ସୃଷ୍ଟି କରାଇବା ।

ଏତଦ୍ ବ୍ୟତୀତ ସମ୍ମୂଖ କାର୍ଯ୍ୟାଳୟ ଏବଂ ଆଇନ ସହାୟତା କ୍ଳିନିକ୍ ମାଧ୍ୟମରେ ଯୋଗ୍ୟ ଲୋକଙ୍କୁ ଆଇନ ସହାୟତା ଯୋଗାଇବା[୫][୬]

ଗ୍ୟାଲେରି ସମ୍ପାଦନା

ଆଧାର ସମ୍ପାଦନା

  1. "DLSA,Rayagada" orissa.gov.in
  2. SLSA Archived 2014-11-02 at the Wayback Machine. oslsa.in
  3. "LSA Act-1987" lawmin.nic.in
  4. legalserviceindia.com
  5. "DLSA" ecourts.gov.in
  6. "Legal Aid Clinics" chdslsa.gov.in

ଆହୁରି ପଢ଼ନ୍ତୁ ସମ୍ପାଦନା