ଜାହାଙ୍ଗୀର ଖାନ (କ୍ରିକେଟର )
ଡାଃ ମହମ୍ମଦ ଜାହାଙ୍ଗୀର ଖାନ pronunciation (help·info) (1 ଫେବ୍ରୁଆରି 1910 ପଞ୍ଜାବ -23 ଜୁଲାଇ ଲାହୋର ) ବ୍ରିଟିଶ ଭାତଇୟା ସମୟର ପୂର୍ବତନ କ୍ରିକେଟ ଖେଳାଳି । ସେ ସ୍ୱାଧୀନତା ପରେ ପାକିସ୍ତାନର କ୍ରିକେଟ ପପ୍ରଶାଶକ ରହିଥିଲେ । ସେ ଲାହୋରେ ସ୍ଥିତ ଇସଲାମିଆ କଲେଜରୁ ଶିକ୍ଷୟା ଲାଭ କରିଥିଲେ ।
ଖେଳାଳିଙ୍କ ତଥ୍ୟ | ||||
---|---|---|---|---|
ପୁରା ନାଆଁ | Mohammad Jahangir Khan | |||
ବ୍ୟାଟିଂ ପ୍ରକାର | Right-hand batsman | |||
ବୋଲିଂ ପ୍ରକାର | Right-arm fast medium | |||
ସମ୍ପର୍କ | Majid Khan (son) Asad Jahangir Khan (son) Bazid Khan (grandson) | |||
ବିଶ୍ଵ ତଥ୍ୟ | ||||
ନିଜ ଦେଶ ପଟ | India କ୍ରିକେଟ ଦଳ | |||
ପ୍ରଥମ ଟେଷ୍ଟ (cap 3) | 25 June 1932 v England | |||
ଶେଷ ଟେଷ୍ଟ | 15 August 1936 v England | |||
କ୍ୟାରିଅର ତଥ୍ୟ | ||||
ପ୍ରତିଯୋଗିତା | Tests | First-class | ||
ମ୍ୟାଚ | 4 | 111 | ||
ରନ | 39 | 3,327 | ||
ବ୍ୟାଟିଂ ଆଭରେଜ | 5.57 | 22.32 | ||
ଶତକ/ଅର୍ଦ୍ଧଶତକ | 0/0 | 4/7 | ||
ସବୁଠୁ ବେଶି ସ୍କୋର | 13 | 133 | ||
ଡେଲିଭରି ବଲ | 606 | 8,314 | ||
ଉଇକେଟ | 4 | 328 | ||
Bowling average | 63.75 | 25.34 | ||
5 wickets in innings | – | 12 | ||
10 wickets in match | – | 2 | ||
Best bowling | 4/60 | 8/33 | ||
Catches/stumpings | 4 | 82 | ||
Source: CricketArchive, 10 March |
ସେ 6 ଫୁଟରୁ ଉର୍ଦ୍ଧ ଏକ ବିଶାଳ କାୟ ଦ୍ରୁତ ଗତି ବୋଲର ଥିଲେ । ସେ ଏକ କ୍ରିକେଟିଙ୍ଗ ପରିବାରରୁ ଆସିଥିଲେ । ଏହି ପରିବାରରେ ପାକିସ୍ଥାନର ପୂର୍ବତନ ଅଧିନାଯକ ବକ୍ୱା ଗିଲାନି , ଇମରାନ ଖାନ , ଜାଭେଦ ବୁର୍କି , ମାଜିଦ ଖାନ , ଓ ବାଜିଦ ଖାନ ପାକିସ୍ଥାନ ପାଇଁ କ୍ରିକେଟ ଖେଳିଥିଲେ । ଜାଭେଦ ଓ ମାଜିତ ତାଙ୍କର ପୁତ୍ର । ବାଜିଦ ଖାନ 2005 ମସିହାରେ ପାକିସ୍ଥାନ ଜାତୀୟ ଦଳରେ ଖେଳିବା ପରେ ଜାହାଙ୍ଗୀରଙ୍କ ପରିବାର ବିଶ୍ୱ କ୍ରିକେଟରେ 3 ପିଢୀ ଜାତୀୟ ଦଳରେ ଖେଳିବାର ଦ୍ୱିତୀୟ ପରିବାର ହେଇଥିଲେ । ପୂର୍ବରୁ କେବଳ ଦାଡଲେ ପରିବାର ଏହି ସମ୍ମାନର ଅଧିକାରୀ ଥିଲେ ।
ଘରେଇ କ୍ରିକେଟରେ ତାଙ୍କର ପଦାର୍ପଣ ମେଚରେ ଜାହାଙ୍ଗୀର 108 ରନ କରିବା ସହ ଦ୍ୱିତୀୟ ଇନନିଙ୍ଗରେ 7ଟି ୱିକେଟ ନେଇଥିଲେ । ଭରତ ଖେଳିଥିବା ପ୍ରଥମ ଟେଷ୍ଟ 1932 ମସିହାରେ ଇଂଲଣ୍ଡ ବିରୂଢରେ ଥିଲା । ଜାହାଙ୍ଗୀର ଖାନ ଏଥିରେ ଭରତ ତରଫରୁ ଖେଳିଥିଲେ । ତାହାପରେ ସେ ଇଂଲଣ୍ଡରେ ରାହିଜାଇ କାମ୍ବ୍ରିଜ ବିଶ୍ୱବିଦ୍ୟାଳୟରୁ ଡାକ୍ଟରରେଟ ଡିଗ୍ରୀ କରିଥିଲେ । ସେ ସେଠାରେ ମଧ୍ୟ ବିଶ୍ୱବିଦ୍ୟାଳୟ ଦଳ ତରଫରୁ ଖେଳି ସେଠାରୁ ଫେରିଲା ପରେ ଭାରତୀୟ ଜିମଖାନା ତରଫରୁ ଖେଳିଥିଲେ । ସେଠାରେ ସେ 2 ମାସରେ 70 ହାରରେ 1380 ରନ କରିଥିଲେ ।
1936ରେ ଭାରତର ଇଂଲଣ୍ଡ ଗସ୍ତ ଯାଇ ସେଠାରେ ସେ 3ଟି ଟେଷ୍ଟ ଖେଳିଥିଲେ । ଇଂଲଣ୍ଡର ଚାମିଆନ ଦଳ ୟର୍କ ଶୟର ଦଳ ବିରୁଦ୍ଧରେ ଅଭ୍ଯାସ ମେଚରେ ସେ 7/58 ନେଇଥିଲେ ।
ଇଂଲଦର ମେରିଲାବୌର୍ଣ କ୍ରିକେଟ ପଡିଆରେ ସେ ବୋଲିଂ କଳା ବେଳେ ତାଙ୍କ ବଲଦ୍ୱାରା ଏକ ପକ୍ଷୀକୁ ବାଜିଥିଲା । ସେହି ପକ୍ଷୀ ଏବେ MCCର ଲର୍ଡ୍ସ ପଡିଆର ମିଉଜିଆମରେ ସଂରକ୍ଷିତ ରଖା ଯାଇଛି ।[୧] ଜାହାଙ୍ଗୀର 1941 ଶ୍ରୀଲଙ୍କା ଗସ୍ତରେ ଅଧିନାଯକ ହେଇ ଯିବାର ସ୍ଥିର ହେଇଥିଲା , କିନ୍ତୁ ବିଶ୍ୱ ଯୁଦ୍ଧ ପାଇଁ ତାହା ବାତିଲ ହେଇଯାଇଥିଲା । [୨]
ଜହଙ୍ଗିର 1939ରୁ 42 ମସିହା ମଧ୍ୟରେ ଚୟନ କର୍ତା ଥିଲେ । ବିଭାଜନ ପରେ ସେ ପାକିସ୍ଥାନରେ ବସବାସ କରି ସେହି ଦଳର ମନେଜର ଭାବେ 1960-61ରେ ଭାରତକୁ ଆସିଥିଲେ । ସେ ପାକିସ୍ଥାନରେ କଲେଜର ଅଧ୍ୟକ୍ଷ ଓ ପରେ ଶିକ୍ଷୟା ବିଭାଗର ନିର୍ଦେଶକ ହେଇଥିଲେ । ଯୁବା ବସ୍ତାରେ ଜାହାଙ୍ଗୀର ଜାଭେଲିନ ଥ୍ରୋରେ ମଧ୍ୟ ଭରତକୁ ପ୍ରତିନିଧିତ୍ୱ କରି ଥିଲେ ।
ପୁନଶ୍ଚ ଦେଖଣା ସମ୍ପାଦନ କରନ୍ତୁ
ଆଧାର ସମୂହ ସମ୍ପାଦନ କରନ୍ତୁ
- ↑ Match scorecard
- ↑ Indian Express, 25 July 1988
ବାହ୍ୟ ସଂଯୋଗ ସବୁ ସମ୍ପାଦନ କରନ୍ତୁ
- Indian Cricket 1988 obituary
- Richard Cashman, Patrons, players and the crowd
- Cricinfo Profile
- Cricketarchive Profile
- Photo of the stuffed sparrow