ଜାହାଁଆରା ବେଗମ
ଜାହାଁଆରା ବେଗମ (୨୩ ମାର୍ଚ୍ଚ ୧୬୧୪ - ୧୬ ସେପ୍ଟେମ୍ବର ୧୬୮୧) ଜଣେ ମୋଗଲ ରାଜକୁମାରୀ ଥିଲେ ଏବଂ ପରେ ୧୬୩୧ରୁ ୧୬୫୮ ମସିହା ପର୍ଯ୍ୟନ୍ତ ଏବଂ ପୁନର୍ବାର ୧୬୬୮ରୁ ମୃତ୍ୟୁ ପର୍ଯ୍ୟନ୍ତ ମୋଗଲ ସାମ୍ରାଜ୍ୟର ପାଦଶାହ ବେଗମ ହୋଇଥିଲେ । ସେ ସମ୍ରାଟ ଶାହଜାହାନ ଏବଂ ମୁମତାଜ ମହଲଙ୍କ ଦ୍ୱିତୀୟ ତଥା ଜ୍ୟେଷ୍ଠ ସନ୍ତାନ ଥିଲେ । ୧୬୩୧ ମସିହାରେ ମୁମତାଜ ମହଲଙ୍କ ଅକାଳ ମୃତ୍ୟୁ ପରେ, ୧୭ ବର୍ଷୀୟ ଜାହାଁଆରାଙ୍କୁ ରାଜକୀୟ ମୋହରର ଦାଇତ୍ୱଭାର ପ୍ରଦାନ କରାଯାଇଥିଲା ଏବଂ ତାଙ୍କ ପିତାଙ୍କର ତିନିଜଣ ଜୀବିତ ପତ୍ନୀ ଥିବା ସତ୍ତ୍ୱେ ମୋଗଲ ସାମ୍ରାଜ୍ୟର ପାଦଶାହ ବେଗମ (ପ୍ରଥମ ମହିଳା)ର ଆଖ୍ୟା ମଧ୍ୟ ପ୍ରଦାନ କରାଯାଇଥିଲା । ସେ ଶାହଜାହାନଙ୍କ ପ୍ରିୟ ଝିଅ ଥିଲେ । ତାଙ୍କ ପିତାଙ୍କ ଶାସନ କାଳରେ ସେ ପ୍ରମୁଖ ରାଜନୈତିକ ପ୍ରଭାବ ପ୍ରଦର୍ଶନ କରିଥିଲେ ଏବଂ ସେହି ସମୟରେ ତାଙ୍କୁ "ସାମ୍ରାଜ୍ୟର ସବୁଠାରୁ ଶକ୍ତିଶାଳୀ ମହିଳା" ଭାବରେ ବିବେଚନା କରାଯାଇଥିଲା ।[୨]
ଜାହାଁଆରା ବେଗମ | |
---|---|
ମୋଗଲ ସାମ୍ରାଜ୍ୟର ରାଜକୁମାରୀ
| |
୧୮ ବର୍ଷ ବୟସରେ ବେଗମଙ୍କ ଚିତ୍ର, ଚିତ୍ରକଳା ୧୬୩୨ | |
ପ୍ରଥମ ଶାସନ | ୧୭ ଜୁନ ୧୬୩୧ – ୩୧ ଜୁନ ୧୬୫୮ |
ପୂର୍ବାଧିକାରୀ | ମୁମତାଜ ମହଲ |
ଉତ୍ତରାଧିକାରୀ | ରୋଶନାରା ବେଗମ |
Reign | ୧୬୬୯ – ୧୬ ସେପ୍ଟେମ୍ବର ୧୬୮୧ |
Predecessor | ରୋଶନାରା ବେଗମ |
Successor | ଜିନତ-ଉନ-ନିସା |
Posthumous name | |
ସାହିବତ-ଉଜ-ଜମାନି | |
[[Royal house|]] | ତିମୁରିଦ ରାଜବଂଶ |
ବାପା | ଶାହଜାହାନ |
ମାଆ | ମୁମତାଜ ମହଲ |
ଜନ୍ମ | ୨୩ ମାର୍ଚ୍ଚ ୧୬୧୪[୧] ଅଜମେର, ମୋଗଲ ସାମ୍ରାଜ୍ୟ |
ମୃତ୍ୟ | ୧୬ ସେପ୍ଟେମ୍ବର ୧୬୮୧ ଦିଲ୍ଲୀ, ମୋଗଲ ସାମ୍ରାଜ୍ୟ | (ବୟସ ୬୭)
ସମାଧି | ନିଜାମୁଦ୍ଦିନ ଦର୍ଗା, ଦିଲ୍ଲୀ |
ଧର୍ମ | ସୁନ୍ନୀ ଇସ୍ଲାମ |
ଜାହାଁଆରା ତାଙ୍କ ଭାଇ ଦାରା ଶିଖୋଙ୍କର ଜଣେ ଦୃଢ ସମର୍ଥକ ଥିଲେ ଏବଂ ତାଙ୍କୁ ପିତାଙ୍କ ମନୋନୀତ ଉତ୍ତରାଧିକାରୀ ଭାବରେ ସମର୍ଥନ କରିଥିଲେ । ୧୬୫୭ ମସିହାରେ ଶାହଜାହାନଙ୍କ ଅସୁସ୍ଥତା ପରେ ଉତ୍ତରାଧିକାରୀ ନିମନ୍ତେ ହେଉଥିବା ଯୁଦ୍ଧ ସମୟରେ ଜାହାଁଆରା ଉତ୍ତରାଧିକାରୀ ଦାରାଙ୍କ ପକ୍ଷ ନେଇ ଆଗ୍ରା ଦୁର୍ଗରେ ତାଙ୍କ ପିତାଙ୍କ ସହ ଯୋଗ ଦେଇଥିଲେ, ଯେଉଁଠାରେ ଆଉରଙ୍ଗଜେବ ତାଙ୍କୁ ବନ୍ଦୀଗୃହକୁ ନେଇଗଲେ । ଜଣେ ନିଷ୍ଠାପର ଝିଅ ଭାବେ ସେ ୧୬୬୬ ମସିହାରେ ମୃତ୍ୟୁ ପର୍ଯ୍ୟନ୍ତ ଶାହଜାହାନଙ୍କ ଯତ୍ନ ନେଇଥିଲେ । ଆଉରଙ୍ଗଜେବଙ୍କ ଶାସନ କାଳରେ ଜାହାଁଆରାଙ୍କର ମୃତ୍ୟୁ ହୋଇଥିଲା । ଜାହାଁଆରା 'ମୁନିସ୍ ଅଲ ଅରୱା' (ଆତ୍ମାର ବିଶ୍ୱାସୀ) ଲେଖିଥିଲେ ଯାହା ଶେଖ ମୁଇନୁଦ୍ଦିନ ଚିସ୍ତିଙ୍କ ଜୀବନୀ ଥିଲା ।
ପ୍ରାଥମିକ ଜୀବନ ଏବଂ ଶିକ୍ଷା
ସମ୍ପାଦନାଜାହାଁଆରାଙ୍କ ପ୍ରାଥମିକ ଶିକ୍ଷାର ଦାଇତ୍ୱ ସତୀ ଅଲ-ନିସା ଖାନମଙ୍କୁ ଦିଆଯାଇଥିଲା । ସେ ଜାହାଙ୍ଗୀର କବି ପୁରସ୍କାର ବିଜେତା ତାଲିବ ଅମୁଲିଙ୍କ ଭଉଣୀ ଥିଲେ । ସତୀ ଅଲ-ନିସାଙ୍କୁ କୁରାନ ଏବଂ ପାରସ୍ୟ ସାହିତ୍ୟ ବିଷୟରେ ଜ୍ଞାନ ରହିବା ସହିତ ଶିଷ୍ଠାଚାର, ପରିବାର ପରିଚାଳନା କାର୍ଯ୍ୟ ସମେତ ଔଷଧ ବିଷୟରେ ବେଶ ଜଣାଥିଲା ।
ମୋଗଲ ସାମ୍ରାଜ୍ୟ ପରିବାରର ଅନେକ ମହିଳା ପଢିବା, କବିତା ଲେଖିବା ଏବଂ ଚିତ୍ର ଆଙ୍କିବାରେ ସଫଳତା ଲାଭ କରିଥିଲେ । ସେମାନେ ଚେସ, ପୋଲୋ ଖେଳିବା ସହିତ ବାହାରେ ଶିକାର କରୁଥିଲେ ।
୧୬୩୧ ମସିହାରେ ମୁମତାଜ ମହଲଙ୍କ ଦେହାନ୍ତ ପରେ ଜାହାଁଆରା ୧୭ ବର୍ଷ ବୟସରେ ତାଙ୍କ ପିତାଙ୍କ ଅନ୍ୟ ତିନି ପତ୍ନୀ ଥାଇ ମଧ୍ୟ ସାମ୍ରାଜ୍ୟର ପ୍ରଥମ ମହିଳା ଭାବରେ ତାଙ୍କ ମାତାଙ୍କ ସ୍ଥାନ ନେଇଥିଲେ ।[୩] ସାନ ଭାଇ ଓ ଭଉଣୀମାନଙ୍କର ଯତ୍ନ ନେବା ବ୍ୟତୀତ ସେ ତାଙ୍କ ପିତାଙ୍କ ଜଣେ ଭଲ ରକ୍ଷଣାବେକ୍ଷଣକାରୀ ମଧ୍ୟ ଥିଲେ ।
ତାଙ୍କର ଏପରି ଶକ୍ତି ଥିଲା ଯେ, ଅନ୍ୟ ରାଜକୁମାରୀଙ୍କ ବିପରିତ, ତାଙ୍କୁ ଆଗ୍ରା ଦୁର୍ଗର ସୀମା ବାହାରେ ନିଜ ପ୍ରାସାଦରେ ରହିବାକୁ ଅନୁମତି ଦିଆଯାଇଥିଲା ଏବଂ ସେ ସେଠାରେ ନିଜର ଦରବାର ତିଆରି କରିଥିଲେ ଯେଉଁଠାରେ ସେ ସମ୍ଭ୍ରାନ୍ତ, ମନ୍ତ୍ରୀ, ଅଧିକାରୀ, ଧର୍ମଗୁରୁ ଏବଂ ରାଷ୍ଟ୍ରଦୂତଙ୍କ ମନୋରଞ୍ଜନ କରିଥିଲେ ଏବଂ ସରକାରୀ ପ୍ରସଙ୍ଗରେ ଆଲୋଚନା କରିଥିଲେ ।
ମାର୍ଚ୍ଚ ୧୬୪୪ ମସିହାରେ[୪] ତାଙ୍କର ତିରିଶତମ ଜନ୍ମଦିନର କିଛି ଦିନ ପରେ, ଜାହାଁଆରାଙ୍କ ଶରୀର ଗୁରୁତର ଭାବରେ ଜଳି ଯାଇଥିଲା । ଗରିବ ଲୋକଙ୍କୁ ବିପୁଳ ପରିମାଣର ଭିକ୍ଷା ଦିଆଯିବା, ବନ୍ଦୀମାନଙ୍କୁ ମୁକ୍ତ କରାଯିବା ଏବଂ ରାଜକୁମାରୀଙ୍କ ପୁନରୁଦ୍ଧାର ପାଇଁ ପ୍ରାର୍ଥନା କରିବାକୁ ଶାହଜାହାନ ନିର୍ଦ୍ଦେଶ ଦେଇଥିଲେ । ଆଉରଙ୍ଗଜେବ, ମୁରାଦ ଏବଂ ଶାଇସ୍ତା ଖାନ ତାଙ୍କୁ ଦେଖିବା ପାଇଁ ଦିଲ୍ଲୀ ଯାଇଥିଲେ ।[୫][୬]
ଅସୁସ୍ଥତା ସମୟରେ ଶାହଜାହାନ ତାଙ୍କ ପ୍ରିୟ ଝିଅର କଲ୍ୟାଣ ପାଇଁ ଏତେ ଚିନ୍ତିତ ଥିଲେ ଯେ ସେ କେବଳ ଦିବାନ-ଆଇ-ଆମରେ ଥିବା ନିଜ ଦୈନିକ ଦରବାରରେ ହାଜର ହୋଇଥିଲେ ।[୭] ଜାହାଁଆରାଙ୍କର ଜଳିଯାଇଥିବା ସ୍ଥାନକୁ ଭଲ କରିବାରେ ରାଜକୀୟ ଚିକିତ୍ସକମାନେ ବିଫଳ ହୋଇଥିଲେ । ଜଣେ ପାର୍ସୀ ଡାକ୍ତର ତାଙ୍କୁ ଚିକିତ୍ସା କରିବାକୁ ଆସିଥିଲେ ଏବଂ ତାଙ୍କ ଅବସ୍ଥା ଅନେକ ମାସ ପରେ ଭଲ ହୋଇଯାଇଥିଲା । ଦୁର୍ଘଟଣାର ଗୋଟିଏ ବର୍ଷ ପରେ ଜାହାଁଆରା ସମ୍ପୂର୍ଣ୍ଣ ସୁସ୍ଥ ହୋଇଗଲେ ।[୮] ସୁସ୍ଥ ହେବା ପରେ ଶାହଜାହାନ ଜାହାଁଆରାଙ୍କୁ ରତ୍ନ ଓ ଅଳଙ୍କାର ଦେଇଥିଲେ ଏବଂ ତାଙ୍କୁ ସୁରତ ବନ୍ଦରର ରାଜସ୍ୱ ପ୍ରଦାନ କରିଥିଲେ । ପରେ ସେ ତାଙ୍କ ଜେଜେବାପା ଆକବରଙ୍କଦ୍ୱାରା ନିର୍ମିତ ଉଦାହରଣକୁ ଅନୁସରଣ କରି ଆଜମେରକୁ ଭ୍ରମଣ କରିଥିଲେ ।[୯]
ସମାଧି
ସମ୍ପାଦନାଜାହାଁଆରା ବଞ୍ଚିଥିବା ସମୟରେ ହିଁ ନିଜ ସମାଧି ନିର୍ମାଣ କରିଥିଲେ । ଏହା ସମ୍ପୁର୍ଣ୍ଣ ଧଳା ମାର୍ବଲରେ ନିର୍ମିତ କରାଯାଇଥିଲା, ଯେଉଁଥିଲେ ଜାଲି ସଦୃଶ କାମ କରାଯିବା ସହିତ ଏହା ଆକାଶ ଆଡକୁ ଖୋଲାହୋଇ ରହିଛି ।[୧୦]
ଜାହାଁଆରାଙ୍କ ମୃତ୍ୟୁ ପରେ, ଆଉରଙ୍ଗଜେବ ତାଙ୍କୁ ମରୋଣତ୍ତର ଉପାଧି, ସାହିବତ-ଉଜ-ଜମାନି (ଯୁଗର ମାଲିକାଣୀ) ଦେଇଥିଲେ ।[୧୧] ଜାହାଁଆରାଙ୍କୁ ନୂଆଦିଲ୍ଲୀର ନିଜାମୁଦ୍ଦିନ ଦରଗାହ କମ୍ପ୍ଲେକ୍ସରେ ଏକ ସମାଧିରେ ସମାଧି ଦିଆଯାଇଛି, ଯାହା ଏହାର ସରଳତା ପାଇଁ ଉଲ୍ଲେଖନୀୟ ବୋଲି ବିବେଚନା କରାଯାଏ ।
ସମାଧି ଉପରେ ଲେଖା ନିମ୍ନଲିଖିତ ଭାବରେ ଲେଖା ଅଛି:
بغیر سبزہ نہ پو شد کسے مزار مرا
کہ قبر پوش غریباں ہمیں گیاہ و بس است
ଆଲ୍ଲା ଜୀବନ୍ତ, ସ୍ଥାୟୀ
ସବୁଜତା ବ୍ୟତୀତ ମୋ କବରକୁ କେହି ଆଚ୍ଛାଦନ କରନ୍ତୁ ନାହିଁ,
ଏହି ଘାସ ଗରିବଙ୍କ ପାଇଁ କବର ଆବରଣ ପରି ଯଥେଷ୍ଟ ।
ନଶ୍ୱର ସରଳ ରାଜକୁମାରୀ ଜାହାଁଆରା,
ଖ୍ୱାଜା ମୋଇନ-ଉଦ-ଦିନ ଚିସ୍ତିର ଶିଷ୍ୟ,
ଶାହ ଜାହାନଙ୍କ କନ୍ୟା
ଆଲ୍ଲା ତାଙ୍କ ପ୍ରମାଣକୁ ଆଲୋକିତ କରନ୍ତୁ ।
୧୦୯୨ [୧୬୮୧ ଖ୍ରୀଷ୍ଟାବ୍ଦ]
ସ୍ଥାପତ୍ୟ ଉତ୍ତରାଧିକାରୀ
ସମ୍ପାଦନାଆଗ୍ରା ରେ, ଜାହାଁଆରା ବେଗମ ୧୬୪୮ ମସିହାରେ ପୁରାତନ ସହରର ମଧ୍ୟଭାଗରେ ଜାମି ମସଜିଦ କିମ୍ବା ଶୁକ୍ରବାର ମସଜିଦ ନିର୍ମାଣ ପାଇଁ ପ୍ରାୟୋଜିତ ହୋଇଥିବା ଜଣା ପଡିଛି ।[୧୨] ସେ ଶିକ୍ଷାର ପ୍ରୋତ୍ସାହନ ପାଇଁ ଜାମା ମସଜିଦ ସହିତ ସଂଲଗ୍ନ ହୋଇଥିବା ଏକ ମଦ୍ରାସା ପ୍ରତିଷ୍ଠା କରିଥିଲେ ।[୧୩]
ସେ ରାଜଧାନୀ ଶାହାଜାହାନବାଦର ଦୃଶ୍ୟ ଉପରେ ମଧ୍ୟ ମହତ୍ତ୍ୱପୂର୍ଣ୍ଣ ପ୍ରଭାବ ପକାଇଥିଲେ । ଶାହାଜାହାନବାଦ ସହରର ଅଷ୍ଟାଦଶ କୋଠା ମଧ୍ୟରୁ ମହିଳାମାନଙ୍କଦ୍ୱାରା ମାନ୍ୟତାପ୍ରାପ୍ତ ହୋଇଥିବା ବେଳେ ଜାହାଁଆରା ପାଞ୍ଚଟି କୋଠାକୁ ମାନ୍ୟତାପ୍ରାପ୍ତ ଦେଇଥିଲେ । ଜାହାଁଆରାଙ୍କର ସମସ୍ତ ନିର୍ମାଣ ପ୍ରକଳ୍ପ ପ୍ରାୟ ୧୬୫୦ ମସିହାରେ ଶାହାଜାହାନବାଦ ସହର ଭିତରେ ସମାପ୍ତ ହୋଇଥିଲା । ତାଙ୍କର ସବୁଠାରୁ ପ୍ରସିଦ୍ଧ ପ୍ରକଳ୍ପ ପୁରୁଣା ଦିଲ୍ଲୀର ପାଚେରୀ ସହରର ମୁଖ୍ୟ ଗଳି ଚାନ୍ଦନୀ ଚୌକ ଥିଲା ।
ଆଧାର
ସମ୍ପାଦନା- ↑ Lal, K.S. (1988). The Mughal harem. New Delhi: Aditya Prakashan. p. 90. ISBN 9788185179032.
- ↑ ASHER, CATHERINE; Asher, Catherine Ella Blanshard; Asher, Catherine Blanshard; Asher, Catherine B. (1992). Architecture of Mughal India (in ଇଂରାଜୀ). Cambridge University Press. p. 265. ISBN 9780521267281.
- ↑ Preston, page 176.
- ↑ "The Biographical Dictionary of Delhi – Jahanara Begum, b. Ajmer, 1614–1681". Thedelhiwalla.com. 14 July 2011. Retrieved 11 January 2016.
- ↑ Nath, Renuka (1990). Notable Mughal and Hindu Women in the 16th and 17th Centuries A.D. New Delhi: Inter-India Publications. pp. 120–121. ISBN 81-210-0241-9.
- ↑ Gascoigne, Bamber (1971). The Great Moghuls. New Delhi: Time Books International. p. 201.
- ↑ Gascoigne, Bamber (1971). The Great Moghuls. New Delhi: Time Books International. p. 202.
- ↑ Eraly, Abraham (2004). The Mughal throne: the saga of India's great emperors. London: Phoenix. p. 308. ISBN 978-0-7538-1758-2.
- ↑ Schimmel, Annemarie (1997). My Soul Is a Woman: The Feminine in Islam. New York: Continuum. p. 50. ISBN 0-8264-1014-6.
- ↑ Nath, Renuka (1990). Notable Mughal and Hindu Women in the 16th and 17th Centuries A.D. New Delhi: Inter-India Publications. p. 137. ISBN 81-210-0241-9.
- ↑ Preston, page 286.
- ↑ "Jami Masjid Agra – Jami Masjid at Agra – Jami Masjid of Agra India". Agraindia.org.uk. Retrieved 11 January 2016.
- ↑ Nath, Renuki (1990). Notable Mughal and Hindu Women in the 16th and 17th Centuries A.D. New Delhi: Inter-India Publications. p. 136. ISBN 81-210-0241-9.