ଜାପାନିଜ ଏନସେଫାଲାଇଟିସ ଟିକା

ଟିକା

ଜାପାନିଜ ଏନସେଫାଲାଇଟିସ ଟିକା ଏକ ଟିକା ଯାହା ଜାପାନିଜ ଏନସେଫାଲାଇଟିସ ରୋଗରୁ ସୁରକ୍ଷା ପ୍ରଦାନ କରେ ।[୧]ଏହି ଟିକା ୯୦%ରୁ ଅଧିକ କାର୍ଯ୍ୟକାରୀ ହୁଏ । ଏହାର ପ୍ରଭାବ ସମୟକ୍ରମେ କମିଯାଏ ଓ ଏହି ସୀମା ନିର୍ଦ୍ଧାରିତ ହୋଇପାରି ନାହିଁ । ଏହା ଇଞ୍ଜେକସନ୍ ଆକାରରେ ଚର୍ମ ତଳେ ବା ମାଂସପେଶୀରେ ଦିଆଯାଏ ।[୧]

ଜାପାନିଜ ଏନସେଫାଲାଇଟିସ ଟିକା
Vaccine description
Target diseaseଜାପାନୀ ଏନ‌କେଫାଲାଇଟିସ୍
TypeKilled/Inactivated
Clinical data
MedlinePlusa607019
ATC code
Identifiers
ChemSpider
  • none
 ☒NcheckY (what is this?)  (verify)

ଜାପାନୀ ଏନ‌କେଫାଲାଇଟିସ୍ ରୋଗ ସମସ୍ୟା ପ୍ରବଣ ଇଲାକାରେ ଏହା ରୁଟିନ ଟିକା ହିସାବରେ ଦିଆଯାଏ । ଟିକା ସଂସ୍କରଣ ଅନୁସାରେ ଗୋଟିଏ ବା ଦୁଇଟି ଟିକା ଡୋଜ ଦିଆଯାଏ । ଅଧିକ ଡୋଜ ସାଧାରଣତଃ ଆବଶ୍ୟକ ହୁଏ ନାହିଁ । ଏଚଆଇଭି/ଏଡସ ରୋଗୀ ଓ ଗର୍ଭିଣୀମାନଙ୍କୁ ନିଷ୍କ୍ରିୟ ଟିକା ଦିଆଯାଏ । ଏହି ରୋଗ ହେଉଥିବା ଇଲାକାକୁ ଭ୍ରମଣ କରିବାକୁ ଯାଉଥିବା ପର୍ଯ୍ୟଟକମାନଙ୍କୁ ଟିକା ନେବାକୁ ଉପଦେଶ ଦିଆଯାଏ ।[୧]

ଏହି ଟିକା ଆପାତ‌ତଃ ନିରାପଦ । ଇଞ୍ଜେକସନ ଦିଆଯାଇଥିବା ସ୍ଥାନରେ କଷ୍ଟ ଓ ଲାଲ ଦେଖାଯାଇପାରେ । ୨୦୧୫ ସୁଦ୍ଧା ୧୫ ପ୍ରକାର ଟିକା ମିଳୁଛି । କେତେକ ଟିକା ରିକମ୍ବିନାଣ୍ଟ ଡିଏନଏ ଟେକ୍‌ନିକ୍‌ରେ, କେତେକ ଦୁର୍ବଳ ଭୁତାଣୁ ଓ ଅନ୍ୟ କେତେକ ନିଷ୍କ୍ରିୟ ଭୁତାଣୁ ସାହାଯ୍ୟରେ ପ୍ରସ୍ତୁତ କରାଯାଉଛି ।[୧]

ସନ ୧୯୩୦ରେ ପ୍ରଥମେ ଜାପାନୀ ଜାପାନିଜ ଏନସେଫାଲାଇଟିସ ଟିକା ଉପଲବ୍‌ଧ ହେଲା । [୨] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୩] ଆମେରିକାରେ ଗୋଟିଏ ଟିକା କୋର୍ସର ମୂଲ୍ୟ ୧୦୦ରୁ ୨୦୦ ଡଲାର ।[୪]

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ ୧.୩ "Japanese Encephalitis Vaccines: WHO position paper – February 2015" (PDF). Wkly Epidemiol Rec. 90 (9): 69–87. Feb 27, 2015. PMID 25726573. Archived (PDF) from the original on 2015-10-19.
  2. Paulke-Korinek, M; Kollaritsch, H (2008). "Japanese encephalitis and vaccines: past and future prospects". Wiener klinische Wochenschrift. 120 (19-20 Suppl 4): 15–9. PMID 19066766.
  3. "19th WHO Model List of Essential Medicines (April 2015)" (PDF). WHO. April 2015. Retrieved May 10, 2015.
  4. Hamilton, Richart (2015). Tarascon Pocket Pharmacopoeia 2015 Deluxe Lab-Coat Edition. Jones & Bartlett Learning. p. 315. ISBN 9781284057560.