ଜାପାନର ମୁନିସିପାଲିଟି ସମୂହ

ଜାପାନରେ ପ୍ରଶାସନର ତିନୋଟି ସ୍ତର ରହିଛି: ଜାତୀୟ, ରାଜ୍ଯସ୍ତରୀୟ ଏବଂ ମୁନିସିପାଲୀୟ ପ୍ରଶାସନ ।[୧] ଜାପାନକୁ ରାଷ୍ଟ୍ରୀୟ ସ୍ତରରେ ୪୭ଟି ରାଜ୍ଯରେ ବିଭାଗ କରାଯାଇଛି । ପ୍ରତ୍ଯେକ ରାଜ୍ଯକୁ ଅନେକ ମୁନିସିପାଲିଟିରେ ବିଭକ୍ତ କରାଯାଇଛି । ଜାପାନର ସର୍ବମୋଟ ମୁନିସିପାଲିଟି ସଂଖ୍ଯା ୧,୭୧୯ (୨୦୧୩ ଜାନୁଆରୀରେ) ।[୧]. ଜାପାନରେ ଚାରି ପ୍ରକାରର ମୁନିସିପାଲିଟି ଅଛି: ସହର, ନଗର, ଗ୍ରାମ ଏବଂ ବିଶେଷ ସାହି । ଜାପାନୀ ଭାଷାରେ ଏହି ତନ୍ତ୍ରକୁ ଶିକୁଚୋସୋଁ (市区町村) କୁହଯାଏ । ଏଥିରେ ପ୍ରତ୍ଯେକ କାଞ୍ଜି ଏକ ମୁନିସିପାଲିଟିକୁ ସୂଚାଉଛି । କେତେକ ନିର୍ଦ୍ଦେଶିତ ସହରଗୁଡ଼ିକୁ ବିଶେଷ ସାହିରେ ବିଭକ୍ତ କରାଯାଇ ଥାଏ ସତ କିନ୍ତୁ ଟୋକିଓର ବିଶେଷ ସାହି ପରି ଏଗୁଡିକ ମୁନିସିପାଲିଟି ନୁହଁନ୍ତି ।

ଜାପାନର ସମସ୍ତ ମୁନିସିପାଲିଟିର ମାନଚିତ୍ର; ବିବାଦିତ ଭୂମି ଅନ୍ତର୍ଭୁକ୍ତ ।

ସ୍ଥିତି ସମ୍ପାଦନା

କୌଣସି ମୁନିସିପାଲିଟିକୁ ଗ୍ରାମ, ନଗର ବା ସହର କୁହାଯିବ ଏହା ଏକ ରାଜ୍ଯସ୍ତରୀୟ ପ୍ରଶାସନଦ୍ୱାରା ନିର୍ଦ୍ଧାରିତ କରାଯାଇ ଥାଏ । ସାଧାରଣତଃ ଯେତେବେଳେ ଏକ ଗ୍ରାମ କିମ୍ବା ନଗରର ଜନସଂଖ୍ୟା ୫୦,୦୦୦ରୁ ଅଧିକ ହୋଇଯାଏ, ଏହାର ପଦୋନ୍ନତି କରାଯାଇ ଏହାକୁ ସହର ବୋଲି କୁହାଯାଏ । ଏକ ସହରର ଜନସଂଖ୍ୟା ୫୦,୦୦୦ରୁ କମିଗଲେ ତାହାକୁ ଗ୍ରାମ କିମ୍ବା ନଗର ବୋଲି ପୁନଃ ନାମିତ କରାଯାଏ ଅବଶ୍ଯ ଏପରି କରିବା ଆବଶ୍ୟକ ନୁହେଁ । ଏଥିରେ ବ୍ଯତିକ୍ରମ ରହିଛି, ସବୁସ୍ଥାନରେ ଏହି ପ୍ରଣାଳୀର ଅନୁସରଣ କରାଯାଇ ନ ଥାଏ । ଉଦାହରଣ ସ୍ବରୂପ; ସବୁଠାରୁ କମ ଜନସଂଖ୍ୟା ବିଶିଷ୍ଟ ସହର ହେଉଛି ହୋକାଇଦୋର ଉତାଶୀନାଇ-ଶୀ ସହର ଯେଉଁଠାରେ ମାତ୍ର ୪,୦୦୦ ଲୋକ ନିବାସ କରନ୍ତି, ଅପରପକ୍ଷେ ସେହି ରାଜ୍ଯର ଅନ୍ୟ ଏକ ନଗର, ଓତୋଫୁକେ-ଚୋରେ ପାଖାପାଖି ୪୦,୦୦୦ରୁ ଅଧିକ ଲୋକ ବସବାସ କରନ୍ତି । ଜାପାନ ରାଷ୍ଟ୍ରର ସବୁଠାରୁ ବଡ଼ ଗ୍ରାମ ଓକିନାୱାର ୟୋମିତାନ୍ମୁରାରେ ୪୦,୫୧୭ ଲୋକ ବାସ କରନ୍ତି ।

ରାଜଧାନୀ ସହର, ଟୋକିଓକୁ ଆଉ ସହର କୁହାଯାଇ ପାରିବ ନାହିଁ । ଟୋକିଓ ରାଜ୍ଯକୁ ବର୍ତ୍ତମାନ ୨୩ଟି ବିଶେଷ ସାହିରେ ବିଭକ୍ତ କରାଯାଇଛି ଯେଉଁଗୁଡିକ ସହର ସମତୁଲ୍ୟ ଅଟନ୍ତି । ତା ଛଡା ଜାପାନୀ ମୁଖ୍ଯଦ୍ୱୀପ ଏବଂ ନିକଟବର୍ତ୍ତୀ ଦ୍ୱୀପମାନଙ୍କରେ ଅନେକ ସହର, ନଗର ତଥା ଗ୍ରାମ ମଧ୍ଯ ଏହି ରାଜ୍ଯର ଅନ୍ତର୍ଭୁକ୍ତ । ଟୋକିଓର ସମସ୍ତ ବିଶେଷ ସାହି, ନିୟମାନୁସାରେ ସହର ସମତୁଲ୍ୟ କିନ୍ତୁ ବେଳେବେଳେ ସମସ୍ତ ସାହିଗୁଡ଼ିକୁ ଏକାଥରରେ ସହର ବୋଲି ମଧ୍ଯ କୁହାଯାଏ ।

ଉଦାହରଣ ସମ୍ପାଦନା

ଦେଖନ୍ତୁ : ଜାପାନର ସହରଗୁଡ଼ିକର ସୂଚୀ

ଆହୁରି ଦେଖନ୍ତୁ : ଜାପାନର ମୁଖ୍ଯ ସହର ସମୂହ

ନିମ୍ନରେ ୨୦ଟି ନିର୍ଦ୍ଦେଶିତ ସହରର ନାମ ସେଗୁଡ଼ିକର ବିଶେଷତା ସହ ଦିଆଗଲା:

ଅଣମୁନିସିପାଲିଟି ସମ୍ପାଦନା

ବେଳେବେଳେ କାଞ୍ଜି-町କୁ ହିଁ ଏକ ଶିଳ୍ପାଞ୍ଚଳର ବିଭାଗ ପାଇଁ ବ୍ଯବହାର କରାଯାଏ । ଖୁବ୍ କମ୍ ପରିସ୍ଥିତିରେ ଏକ ଗ୍ରାମର ବିଭାଗକୁ ସମାନ କାଞ୍ଜିଦ୍ୱାରା ଚିହ୍ନିତ କରାଯାଇ ଥାଏ । କାଞ୍ଜି ସମାନ ଥିଲେ ମଧ୍ଯ ଏହି ବିଭାଗଗୁଡ଼ିକ ମୁନିସିପାଲିଟି ନୁହଁନ୍ତି । କେତେକ ସମୟରେ ବିଭାଗୀୟ ନାମଟି ଗାପ୍ପେଇର ଅବଶେଷ ରୂପ । ଗାପ୍ପେଇ ହେଉଛି ଏକ ପ୍ରଣାଳୀ, ଯେଉଁଥିରେ ପାଖାପାଖି ବସତିଗୁଡ଼ିକୁ ଏକାଠି କରି ଏକ ବଡ଼ ମୁନିସିପାଲିଟି ଗଠନ କରାଯାଏ । ଏପରି କରିବାଦ୍ୱାରା ପୁରୁଣା ନଗରୀୟ ନାମଗୁଡିକୁ ନୂଆ ସହରର ଏକ ବିଭାଗର ନାମ ପାଇଁ ବ୍ଯବହାର କରାଯାଏ ।

  • ଉପରାଜ୍ଯଗୁଡ଼ିକ ରାଜ୍ଯମାନଙ୍କର ଶାଖା କାର୍ଯ୍ୟାଳୟ କିନ୍ତୁ ମୁନିସିପାଲିଟି ନୁହଁନ୍ତି ।
  • ଜିଲ୍ଲାଗୁଡ଼ିକ ବର୍ତ୍ତମାନ ମୁନିସିପାଲିଟି ନୁହଁନ୍ତି କିନ୍ତୁ କେତେକ ନଗର ଓ ଗ୍ରାମଗୁଡ଼ିକର ସାମୂହିକ ନାମ ।
  • ପ୍ରାନ୍ତଗୁଡ଼ିକ ବର୍ତ୍ତମାନ ମୁନିସିପାଲିଟି ନୁହଁନ୍ତି କିନ୍ତୁ ରାଜ୍ଯସମ ଭୌଗଳିକ ଅଞ୍ଚଳଗୁଡ଼ିକର (ପ୍ରାୟଃ ବିଲୁପ୍ତ) ନାମ ।

ଆହୁରି ଦେଖନ୍ତୁ ସମ୍ପାଦନା

ଆଧାର ସମ୍ପାଦନା

  1. Shao, Zisheng (2015), "New Educational Urban Area, University Town", The New Urban Area Development, Springer Berlin Heidelberg, pp. 351–354, ISBN 978-3-662-44957-8, retrieved 2020-11-14