ଜାପାନର ଅଞ୍ଚଳ ସମୂହର ସୂଚୀ
ଜାପାନୀ ଉପଖଣ୍ଡ
ଜାପାନ ଆଠଟି ଅଞ୍ଚଳରେ ବିଭକ୍ତ । ଏଗୁଡ଼ିକ ଆନୁଷ୍ଠାନିକ ପ୍ରଶାସନିକ ବିଭାଜନ ନୁହଁନ୍ତି କିନ୍ତୁ ପ୍ରଶାସନଦ୍ୱାରା ଆନୁଷ୍ଠାନିକ ଭାବରେ ଏଗୁଡ଼ିକର ବ୍ଯବହାର କରାଯାଏ । ମାନଚିତ୍ର, ଭୌଗୋଳିକ ପୁସ୍ତକ, ପାଣିପାଗ ବିବରଣୀ, ଅନେକ ବ୍ଯବସାୟିକ ଅନୁଷ୍ଠାନଗୁଡ଼ିକ ନିଜ ନାମରେ ନିଜ ଅଞ୍ଚଳର ନାମ ଲେଖିଥାନ୍ତି ଉଦାହରଣ ସ୍ବରୂପ କିଙ୍କି ନିପ୍ପୋଁ ରେଳପଥ, ଚିଗୋକୁ ବ୍ଯାଙ୍କ, ଏବଂ ତୋହୋକୁ ବିଶ୍ୱବିଦ୍ୟାଳୟ ।
ପ୍ରତ୍ଯେକ ଅଞ୍ଚଳରେ ଅନେକ ରାଜ୍ଯ ଅବସ୍ଥିତ, କେବଳ ହୋକାଇଦୋ ଅଞ୍ଚଳରେ ଏକମାତ୍ର ହୋକାଇଦୋ ରାଜ୍ଯ ହିଁ ଅବସ୍ଥିତ । ଜାପାନର ଅନ୍ୟ ମୁଖ୍ଯ ଦ୍ୱୀପ ମଧ୍ଯରୁ, ଶିକୋକୁ ଏକ ଅଞ୍ଚଳ ଅଟେ, କ୍ଯୁଶୁ ଦ୍ୱୀପକୁ ଓକିନାୱା ସହ ମିଶାଇ କ୍ଯୁଶୁ ଅଞ୍ଚଳ ଗଠିତ, ଏବଂ ହୋଁଶୁ ଦ୍ୱୀପ ପାଞ୍ଚଟି ଅଞ୍ଚଳରେ ବିଭକ୍ତ ।
ସାରଣୀ
ସମ୍ପାଦନାଅଞ୍ଚଳ | ଜନସଂଖ୍ୟା | କ୍ଷେତ୍ରଫଳ ବର୍ଗକି.ମି. [୧] | ରାଜ୍ଯ ସଂଖ୍ଯା |
---|---|---|---|
ହୋକାଇଦୋ | ୫.୪ ନିୟୁତ[୨] | ୮୩,୦୦୦ | ହୋକାଇଦୋ |
ତୋହୋକୁ | ୮.୯୧ ନିୟୁତ[୩] | ୬୭,୦୦୦ | ଆକିତା, ଆମୋରି, ଫୁକୁଶିମା, ଇୱାତେ, ମିଆଗି, ୟାମାଗାତା |
କାଣ୍ଟୋ | ୪୩.୩ ନିୟୁତ[୪] | ୩୨,୦୦୦ | ଚିବା, ଗୁନ୍ମା, ଇବାରାକି, କାନାଗାୱା, ସାଇତାମା, ତୋଚିଗି, ଟୋକିଓ |
ଚୁବୁ | ୨୧.୪ ନିୟୁତ[୫] | ୬୭,୦୦୦ | ଆଇଚି, ଫୁକୁଇ, ଗିଫୁ, ଇଶିକାୱା, ନାଗାନୋ, ନିଇଗାତା, ଶିଜୁଓକା, ତୋୟାମା, ୟାମାନାଶି |
କାନସାଇ (କିଙ୍କି ବୋଲି ମଧ୍ଯ ଜଣାଶୁଣା) |
୨୨.୫ ନିୟୁତ [୬] | ୩୩,୦୦୦ | ହ୍ଯୁଗୋ, କ୍ଯୋଟୋ, ମିଏ, ନାରା, ଓସାକା, ଶିଗା, ୱାକାୟାମା |
ଚୁଗୋକୁ | ୭.୩ ନିୟୁତ[୭] | ୩୨,୦୦୦ | ହିରୋଶିମା, ଓକାୟାମା, ଶିମାନେ, ତୋତ୍ତୋରି, ୟାମାଗୁଚି |
ଶିକୋକୁ | ୩.୮ ନିୟୁତ[୮] | ୧୯,୦୦୦ | ଏହିମେ, କାଗାୱା, କୋଚି, ତୋକୁଶିମା |
କ୍ଯୁଶୁ | ୧୪.୫ ନିୟୁତ[୯] | ୪୪,୦୦୦ | ଫୁକୁଓକା, କାଗୋଶିମା, କୁମାମୋତୋ, ମିଆଜାକି, ନାଗାସାକି, ଓଇତା, ଓକିନାୱା, ସାଗା |
ଅଞ୍ଚଳ ଓ ଦ୍ୱୀପ
ସମ୍ପାଦନାନିମ୍ନରେ ଜାପାନର ମୁଖ୍ଯ ଦ୍ୱୀପ, ଅଞ୍ଚଳ ତଥା ଉପାଞ୍ଚଳର ନାମ ଦିଆଗଲା ।[୧୦][୧୧] ମୁଖ୍ଯ ଅଞ୍ଚଳଗୁଡ଼ିକୁ ଗାଢ଼ କରି ଲେଖାଯାଇଛି ।
- ହୋକାଇଦୋ (ମୁଖ୍ଯ ଦ୍ୱୀପ ସହ ନିକଟବର୍ତ୍ତୀ ଦ୍ୱୀପପୁଞ୍ଜ)
- ହୋଁଶୁ
- ତୋହୋକୁ ଅଞ୍ଚଳ (ଉତ୍ତର ଭାଗ)
- କାଣ୍ଟୋ ଅଞ୍ଚଳ (ପୂର୍ବ ଭାଗ)
- ନାମ୍ପୋ ଦ୍ୱୀପ ସମୂହ (ଟୋକିଓର ଭାଗ)
- ଚୁବୁ ଅଞ୍ଚଳ (ମଧ୍ଯ ଭାଗ)
- ହୋକୁରିକୁ ଉପାଞ୍ଚଳ (ବାୟବ୍ୟ ଚୁବୁ)
- କୋଶିଁଏତ୍ସୁ ଉପାଞ୍ଚଳ (ଐଶାନ୍ୟ ଚୁବୁ)
- ତୋକାଇ ଉପାଞ୍ଚଳ (ଦକ୍ଷିଣ ଚୁବୁ)
- କାନସାଇ (ବା କିଙ୍କି) ଅଞ୍ଚଳ (ମଧ୍ଯ-ପଶ୍ଚିମ ଭାଗ)
- ଚୁଗୋକୁ ଅଞ୍ଚଳ (ପଶ୍ଚିମ ଭାଗ)
- ସାନ୍ନଁ ଉପାଞ୍ଚଳ (ଉତ୍ତର ଚୁଗୋକୁ)
- ସାନ୍ଯୋ ଉପାଞ୍ଚଳ (ଦକ୍ଷିଣ ଚୁଗୋକୁ)
- ଶିକୋକୁ
- କ୍ଯୁଶୁ
ଆହୁରି ଦେଖନ୍ତୁ
ସମ୍ପାଦନାଆଧାର
ସମ୍ପାଦନା- ↑ Japan's Regional Megamarkets - Semantic Scholar (PDF)
- ↑ What special characteristics does Hokkaido have? from Kids Web Japan
- ↑ What special characteristics does the Tohoku region have? from Kids Web Japan
- ↑ What special characteristics does the Kanto region have? from Kids Web Japan
- ↑ What special characteristics does the Chubu region have? from Kids Web Japan
- ↑ What special characteristics does the Kinki region have? from Kids Web Japan
- ↑ What special characteristics does the Chugoku region have? from Kids Web Japan
- ↑ What special characteristics does the Shikoku region have? from Kids Web Japan
- ↑ What special characteristics does the Kyushu-Okinawa region have? from Kids Web Japan
- ↑ Regions of Japan on japan-guide.com
- ↑ Regions of Japan on web-japan.org