ଜାନକୀ ସବେଶ
ଜାନକୀ ସବେଶ ଜଣେ ଭାରତୀୟ କଥାଚିତ୍ର ଅଭିନେତ୍ରୀ । ସେ ମୁଖ୍ୟତଃ ତେଲୁଗୁ ଏବଂ ତାମିଲ କଥାଚିତ୍ରରେ ଅଭିନୟ କରନ୍ତି । ସେ ତାଙ୍କ ଚଳଚ୍ଚିତ୍ରମାନଙ୍କରେ ମୁଖ୍ୟତଃ ମାଆ ଭୂମିକାରେ ଅଭିନୟ କରିନ୍ତି ।[୧]
ଜାନକୀ ସବେଶ | |
---|---|
ଜନ୍ମ | |
ବୃତ୍ତି | ଅଭିନେତ୍ରୀ |
ସକ୍ରିୟ ବର୍ଷ | ୧୯୯୧– ଏବେଯାଏଁ |
ପ୍ରାରମ୍ଭିକ ଜୀବନ
ସମ୍ପାଦନାଜାନକୀ କର୍ଣ୍ଣାଟକର ବାଙ୍ଗାଲୋରଠାରେ ଜନ୍ମଗ୍ରହଣ କରିଥିଲେ । ସେ ତାଙ୍କର ବିଦ୍ୟାଳୟ ଶିକ୍ଷା ନୂଆ ଦିଲ୍ଲୀରୁ ଶେଷ କରିଥିଲେ । ପରେ ପରେ ସେ ଦିଲ୍ଲୀର ଜମିଆ ମିଲ୍ଲିଆରୁ ରାଜନୈତିକ ବିଜ୍ଞାନରେ ସ୍ନାତକ ଏବଂ ମାସ୍ କମୁନିକେସନ୍ରେ ମାଷ୍ଟର ଡିଗ୍ରୀ ହାସଲ କରିଥିଲେ । [୨]
ଅଭିନୟ ଜୀବନ
ସମ୍ପାଦନା୧୯୯୧ ମସିହାରେ ଜାନକୀ ଏକ ଡକୁମେଣ୍ଟାରୀ ଚଳଚ୍ଚିତ୍ରରେ ସହକାରୀ ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରିଥିଲେ । ରାଜୀବ ଗାନ୍ଧୀଙ୍କ ଉପରେ ନିର୍ମିତ ହୋଇଥିବା ଏହି ଡକୁମେଣ୍ଟରୀ ଚଳଚ୍ଚିତ୍ରର ନାମ ହେଉଛି India's Rajiv ।[୨] ଏହାପରେ ୧୯୯୭ରେ ପ୍ରଭୁ ଦେବା, ଅରବିନ୍ଦ ସ୍ୱାମୀ ଏବଂ ହିନ୍ଦୀ କଥାଚିତ୍ର ଅଭିନେତ୍ରୀ କାଜଲଙ୍କ ଅଭିନୀତ ତାମିଲ ଚଳଚ୍ଚିତ୍ର ମିନ୍ସର କନୁଭାରେ ପ୍ରଥମ ଅଭିନୟ ଆରମ୍ଭ କରିଥିଲେ । ଏହି ଚଳଚ୍ଚିତ୍ରରେ ସେ ଜଣେ ନନ୍ ଭୂମିକାରେ ଅଭିନୟ କରିଥିଲେ । ଏହା ପରେ ପରେ ସେ ଐଶ୍ୱର୍ଯ୍ୟା ରାୟଙ୍କ ମାଆ ଭୂମିକାରେ ଅନ୍ୟ ଏକ ତାମିଲ ଚଳଚ୍ଚିତ୍ର ଜିନ୍ସରେ ଅଭିନୟ କରିଥିଲେ । ତା ପରଠାରୁ ସେ ପ୍ରାୟତଃ ନାୟକ ନାୟିକାମାନଙ୍କର ମାଆ ଭୂମିକାରେ ଅଭିନୟ କରିଛନ୍ତି । ଜାନକୀ ପାଖାପାଖି ୨୫ରୁ ଅଧିକ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି । ସୂର୍ଯ୍ୟ ଶିବକୁମାରଙ୍କର ଅଭିନୀତ ଚଳଚ୍ଚିତ୍ର ସିଙ୍ଘମର ତିନୋଟିଯାକ ସଂସ୍କରଣରେ ସେ ନାୟିକାଙ୍କର ମାଆ ଭାବରେ ଏକ ବିଶେଷ ପରିଚୟ ପାଇଥିଲେ । ସେ ୟୁଟ୍ୟୁବ୍ରେ "Black Sheep" ନାମକ ଏକ ଧାରାବାହିକରେ ମଧ୍ୟ ଅଭିନୟ କରିଛନ୍ତି ।
ଜାନକୀ ମଧ୍ୟ ଫେସବୁକରେ "Golpo - Tales Unlimited" ନାମକ ଗୋଟିଏ ପୃଷ୍ଠାରେ କିଛି ଗପ ଲେଖି ଅପଲୋଡ଼ କରନ୍ତି । ଏହି ପୃଷ୍ଠାଟିର ଶୀର୍ଷକର ଅର୍ଥ ଓଡ଼ିଆରେ ହେଉଛି ଗଳ୍ପ । ଏହା ହେଉଛ ଏକ ବଙ୍ଗାଳୀ ଶବ୍ଦ । ତାଙ୍କର ଏହି ଲେଖାଗୁଡ଼ିକ ମଧ୍ୟରେ ଗୀତ, କାହାଣୀ ଏବଂ କିଛି ସାମାଜିକ କଥାକୁ ନେଇ ବର୍ଣ୍ଣିତ ହୋଇଥାଏ ।
ଅଭିନୀତ କଥାଚିତ୍ର
ସମ୍ପାଦନାବର୍ଷ | ଚଳଚ୍ଚିତ୍ର | ଭୂମିକା | ଭାଷା |
---|---|---|---|
୧୯୯୭ | Minsaara Kanavu | ନନ୍ | ତାମିଲ |
୧୯୯୮ | Jeans | ମଧୁମିତାର ମାଆ | ତାମିଲ |
୧୯୯୯ | Jodi | ଅତିଥି କଳାକାର | ତାମିଲ |
୨୦୦୧ | Kushi | ଜେନିଫରର ମାଆ | ତାମିଲ |
୨୦୦୧ | Kushi | ସିଦ୍ଧାର୍ଥର ମାଆ | ତେଲୁଗୁ |
Minnale | ରାଜିବ ସାମୁଏଲର ମାଆ | ତାମିଲ | |
Poovellam Un Vasam | ଚିନ୍ନାର ମାଆ | ତାମିଲ | |
୨୦୦୨ | Run | ଶିବାର ମାଆ | ତାମିଲ |
୨୦୦୩ | Boys | ରେଣୁକା | ତାମିଲ |
Enakku 20 Unakku 18 | ଅତିଥି କଳାକାର | ତାମିଲ | |
Nee Manasu Naaku Telusu | ଅତିଥି କଳାକାର | ତେଲୁଗୁ | |
୨୦୦୪ | Ghilli | ଶ୍ରବଣର ମାଆ | ତାମିଲ |
Vaanam Vasappadum | ପୁଙ୍ଗକୋଥାଇର ମାଆ | ତାମିଲ | |
୨୦୦୬ | Vettaiyaadu Vilaiyaadu | ଜାନକୀ | ତାମିଲ |
୨୦୦୭ | Shankar Dada Zindabad | ସାଦାର ମାଆ | ତେଲୁଗୁ |
୨୦୦୮ | Dhaam Dhoom | ତାମିଲ | |
୨୦୦୯ | Ayan | ତାମିଲ | |
୨୦୧୦ | Singam | କାବ୍ୟାର ମାଆ | ତାମିଲ |
Maro Charitra | ତେଲୁଗୁ | ||
୨୦୧୧ | Nootrenbadhu | ଆନ୍ନାଲକ୍ଷ୍ମୀ | ତାମିଲ |
180 Rules | ଅର୍ଣ୍ଣପୂର୍ଣ୍ଣା | ତେଲୁଗୁ | |
୨୦୧୨ | Billa 2 | ଡେଭିଡ୍ର ଭଉଣୀ | ତାମିଲ |
୨୦୧୩ | Singam 2 | କାବ୍ୟାର ମାଆ | ତାମିଲ |
୨୦୧୪ | Poojai | ଦିବ୍ୟାର ମାଆ | ତାମିଲ |
୨୦୧୭ | Si3 | କାବ୍ୟାର ମାଆ | ତାମିଲ |
ଆଧାର
ସମ୍ପାଦନା- ↑ Deepa Venkatraman (2013-06-15). "It's all in the mind". The Hindu. Retrieved 2013-06-24.
- ↑ ୨.୦ ୨.୧ Y. Sunita Chowdhary (2010-05-24). "Exuding positivity". The Hindu. Retrieved 2013-06-24.