ଜାତିସଂଘର ଅନ୍ତଃରାଷ୍ଟ୍ରୀୟ ଭିନ୍ନକ୍ଷମ ଦିବସ

ଜାତିସଂଘର ଅନ୍ତଃରାଷ୍ଟ୍ରୀୟ ଭିନ୍ନକ୍ଷମ ଦିବସ ବା ଅନ୍ତଃରାଷ୍ଟ୍ରୀୟ ଭିନ୍ନକ୍ଷମ ଦିବସ (ଡିସେମ୍ବର ୩) ହେଉଛି ୧୯୯୨ ମସିହାରୁ ମିଳିତ ଜାତିସଂଘଦ୍ୱାରା ପ୍ରୋତ୍ସାହିତ ହୋଇଥିବା ଏକ ଆନ୍ତର୍ଜାତୀୟ ଉତ୍ସବ ।[୧] ଏହି ଦିବସ ପାଳନର ଲକ୍ଷ୍ୟ ହେଉଛି ବିକଳାଙ୍ଗଙ୍କ ସମସ୍ୟା ବିଷୟରେ ଆଲୋକପାତ କରି ସେମାନଙ୍କୁ ଭିନ୍ନକ୍ଷମ ଭାବେ ପ୍ରୋତ୍ସାହିତ କରିବା ଏବଂ ଭିନ୍ନକ୍ଷମଙ୍କ ସମ୍ମାନ, ଅଧିକାର ଏବଂ କଲ୍ୟାଣ ପାଇଁ ସମର୍ଥନ ସଂଗ୍ରହ କରିବା । ଏହା ସହିତ ରାଜନୈତିକ, ସାମାଜିକ, ଅର୍ଥନୈତିକ ଏବଂ ସାଂସ୍କୃତିକ ଜୀବନର ପ୍ରତ୍ୟେକ କ୍ଷେତ୍ରରେ ଭିନ୍ନକ୍ଷମଙ୍କ ସକାଶେ ପ୍ରାପ୍ତ ହେବାକୁ ଥିବା ଲାଭ ବିଷୟରେ ସଚେତନତା ସୃଷ୍ଟି କରିବା ।[୨] ଏହାକୁ ମୂଳତଃ ୨୦୦୭ ପର୍ଯ୍ୟନ୍ତ "ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ" କୁହାଯାଉଥିଲା । ପ୍ରତିବର୍ଷ ଏହି ଦିନରେ ଭିନ୍ନକ୍ଷମଙ୍କ ଏକ ଭିନ୍ନ ପ୍ରସଙ୍ଗ ଉପରେ ଧ୍ୟାନ ଦିଆଯାଇଥାଏ ।

ଇତିହାସ ସମ୍ପାଦନା

ସମଗ୍ର ବିଶ୍ୱରେ ଅନ୍ତଃରାଷ୍ଟ୍ରୀୟ ଭିନ୍ନକ୍ଷମ ଦିବସ ପାଳନ ପଛରେ ଏକ ଘଟଣା ଜଡ଼ିତ ଅଛି । ମାର୍ଚ୍ଚ ୧୯୫୬ରେ ବେଲଜିୟମରେ ଏକ ମର୍ମନ୍ତୁଦ ଖଣି ଦୁର୍ଘଟଣାରେ ଅନେକ ଲୋକଙ୍କର ମୃତ୍ୟୁ ହୋଇଥିଲା । ୫୦୦୦ରୁ ଅଧିକ ଆହତ ଅଥବା ସ୍ଥାୟୀ ଭାବରେ ଅକ୍ଷମ ହୋଇଗଲେ । ସେମାନଙ୍କର ଜୀବନ ଦୁଃଖଦାୟକ ହୋଇଗଲା । ସେମାନଙ୍କ ପ୍ରତି ସହାନୁଭୂତି ଏବଂ ଦୟାଭାବରୁ, ଅନେକ ସାମାଜିକ ସଂଗଠନ ସ୍ୱତଃସ୍ଫୁର୍ତ୍ତ ଭାବରେ ଚିକିତ୍ସା ଏବଂ ପୁନର୍ବାସ କାର୍ଯ୍ୟ ପାଇଁ ଆଗକୁ ଆସିଲେ । ପରବର୍ତ୍ତୀ ବର୍ଷ, ଜୁରିଚରେ, ବିଶ୍ୱର ଅନେକ ସଂଗଠନ ମିଳିତ ଭାବରେ ଏକ ବିଶାଳ ଆନ୍ତର୍ଜାତୀୟ ସମ୍ମିଳନୀ ଡକାଇଲେ । ସେଠାରୁ, ଅକ୍ଷମ ଲୋକଙ୍କ ବାଧାବିଘ୍ନଗୁଡ଼ିକ ବିଷୟରେ ସମସ୍ତ ବିବରଣୀଗୁଡିକର ସବିଶେଷ ତଥ୍ୟ ଉପରେ ଆଲୋଚନା ହୁଏ । ଭିନ୍ନକ୍ଷମଙ୍କ କଲ୍ୟାଣ ପାଇଁ ଅନେକ ପ୍ରସ୍ତାବ ଏବଂ କାର୍ଯ୍ୟକ୍ରମ ସେଠାରେ ସର୍ବସମ୍ମତି କ୍ରମେ ଗ୍ରହଣ କରାଯାଇଥିଲା । ସେହି ଦିନଠାରୁ, ସମଗ୍ର ବିଶ୍ୱରେ ଏହି ବିଶୈଷ ଦିନଟି ଭିନ୍ନକ୍ଷମଙ୍କ ପାଇଁ ଏକ ସାହାଯ୍ୟର ହାତ ବଢାଇବାର ଏକ ଦିନ ହୋଇଗଲା ।

ଆଧାର ସମ୍ପାଦନା

  1. "International Day of Persons with Disabilities – 3 December | United Nations Enable". www.un.org. Retrieved 13 February 2022.
  2. Nations, United. "International Day of Persons with Disabilities". United Nations (in ଇଂରାଜୀ). Retrieved 13 February 2022.