ବ୍ୟବହାରକାରୀ:Raj K. Mohapatra (Puri)/ଜଳଧର ସ୍ୱାଇଁ

(ଜଳଧର ସ୍ୱାଇଁରୁ ଲେଉଟି ଆସିଛି)

ଜଳଧର ସ୍ୱାଇଁ (୩୦ ନଭେମ୍ବର ୧୯୫୦) ଜଣେ ଓଡ଼ିଆ କବି ଓ ସମାଲୋଚକ । ସେ ଓଡ଼ିଆ ସାହିତ୍ୟରେ 'ଜହ୍ନ ଓ ଅରଣ୍ୟର କବି' ଭାବେ ଜଣାଶୁଣା । ସେ କୋରାପୁଟ ଜିଲ୍ଲାର ବିଭିନ୍ନ ବିଭବ ସଂପର୍କରେ ଏକାଧିକ ପୁସ୍ତକ ପ୍ରଣୟନ କରିଛନ୍ତି ।

ସଂକ୍ଷିପ୍ତ ଜୀବନୀ

ସ୍ନାତକ, ଶିକ୍ଷକ ପ୍ରଶିକ୍ଷଣ ପ୍ରାପ୍ତ ଜଳଧରଙ୍କ ଜନ୍ମ ଜଗତସିଂହପୁର ଜିଲ୍ଲାର ବାଲିକୁଦା ବ୍ଲକ୍ ଅନ୍ତର୍ଗତ ବଡ଼କଣ ଗ୍ରାମରେ । ତାଙ୍କ ପିତାଙ୍କ ନାମ ହେଲା ରତ୍ନାକର ସ୍ୱାଇଁ ଓ ମାତା ହେଲେ ସୁଭଦ୍ରା ଦେବୀ । କବି, ଗାଳ୍ପିକ, ସମାଲୋଚକ ଓ ସାହିତ୍ୟ ସଂଗଠକ ଭାବେ ସୁପରିଚିତ ଜଳଧର ଉପାନ୍ତ ଅଞ୍ଚଳ କୋରାପୁଟ ଜିଲ୍ଲାରେ ଓଡ଼ିଆ ଭାଷା ସାହିତ୍ୟର ଜଣେ ଜାଗ୍ରତ ପ୍ରହରୀ । ବିଗତ ଅର୍ଦ୍ଧ ଶତାବ୍ଦୀରୁ ଅଧିକ ସମୟ ଧରି ଓଡ଼ିଆ କବିତା, ଗଳ୍ପ, ପ୍ରବନ୍ଧ, ଆଲୋଚନା ଓ ଶିଶୁ ସାହିତ୍ୟ କ୍ଷେତ୍ରରେ ଅବାରିତ ଲେଖନୀ ଚାଳନା କରି ଆସୁଥିବା ଶ୍ରୀ ସ୍ୱାଇଁ କୋରାପୁଟରେ ସ୍ଥାପନ କରିଛନ୍ତି 'ସତ୍ତା ସାହିତ୍ୟ ସଂସଦ' । ୧୯୭୧ରୁ କୋରାପୁଟକୁ ନିଜ କର୍ମଭୂମି ଭାବେ ବାଛି ନେଇଥିବା କବି ଜଳଧର ଅଶି ପରବର୍ତ୍ତୀ ଓଡ଼ିଆ କବିତାର ଜଣେ ପ୍ରମୁଖ ସ୍ୱର । ୧୯୮୩ରୁ 'ବାର୍ତ୍ତାଊର୍ମୀ' ସାହିତ୍ୟ ପତ୍ରିକାର ସହ-ସଂପାଦକ ରହିବା ସହ 'ତ୍ରିବେଣୀ ସାହିତ୍ୟ ସଂସ୍କୃତି ପରିଷଦ'ର ପ୍ରତିଷ୍ଠାତା ଥିଲେ ।

ପ୍ରକାଶିତ କୃତି:

କ୍ରମିକ ନଂ କବିତା ସଙ୍କଳନର ନାମ ପ୍ରକାଶନ ମସିହା ପ୍ରକାଶକ
ଜହ୍ନର ସହର ୧୯୮୫ ସତ୍ତା ସାହିତ୍ୟ ସଂସଦ, କୋରାପୁଟ
ପ୍ରଶ୍ନର ବୃତ୍ତରେ ମତ୍ସ୍ୟଗନ୍ଧା ୧୯୮୮ ସଂପର୍କ ପରିବାର, ଜୟପୁର
ଉଜୁଡ଼ା ପ୍ରୀତିର ସଜଡ଼ା ଗୀତ ୧୯୯୩ କମ୍ୟୁନିକେଶନ ପବ୍ଲିକେଶନ, ଜୟପୁର
ବିଷକନ୍ୟାର ବାର୍ତ୍ତାରେ ଋତୁ ଅଋତୁର ଗୀତ ୧୯୯୪ ମେସର୍ସ ଚାଣକ୍ୟ ପୁରୀ ପ୍ରକାଶନୀ, କଟକ
ଏକଲା ମଣିଷର ଗୀତ ୧୯୯୬ କମ୍ୟୁନିକେଶନ ପବ୍ଲିକେଶନ, ଜୟପୁର
ପ୍ରୀତିପର୍ଣ୍ଣା ୨୦୧୧ ଲିପିକା, ନିଜିଗଡ଼ କୁରୁଖି, ହରିରାଜପୁର, ଜଟଣି, ପୁରୀ
ବିଭୋର ଶ୍ରାବଣ ଭିନ୍ନ ଉତ୍ତରଣ ୨୦୧୨ ଏଥେନା ବୁକ୍ସ
ଇପସିତ ପୃଥିବୀ ୨୦୧୮ ସାହିତ୍ୟ ଶ୍ୱେତପଦ୍ମା
ନିଜ ଗୀତ ୨୦୧୯ ଇଭେଣ୍ଟସ ପବ୍ଲିକେଶନ
୧୦ ଶବ୍ଦ ଶର୍ବରୀ ୨୦୨୦ ସାହିତ୍ୟ ଶ୍ୱେତପଦ୍ମା
୧୧ ନୀଳ ନିର୍ମାଲ୍ୟ ୨୦୨୧ ଏଥେନା ବୁକ୍ସ
୧୨ ଭିନ୍ନ ଭଗ୍ନାଂଶ ୨୦୨୪ କାବ୍ୟଲୋକ, ଭୁବନେଶ୍ୱର
୧୩ ନିଃସଙ୍ଗ ସକାଳ ୨୦୧୯
କ୍ରମିକ ନଂ ଗବେଷଣାଧର୍ମୀ ପ୍ରବନ୍ଧ ଓ ଆଲୋଚନା ପ୍ରକାଶନ ମସିହା ପ୍ରକାଶକ
କିମ୍ବଦନ୍ତୀରେ ଅବିଭକ୍ତ କୋରାପୁଟ ଜିଲ୍ଲା ନଦୀନାଳ ଓ ତାର ପ୍ରାଚୀନତା ୧୯୯୫ ସର୍ବେଶ୍ୱର ସ୍ୱାଇଁ, ଲିଙ୍କ୍ ରୋଡ୍, କଟକ
ଇତିହାସର ପଟ୍ଟଭୂମିରେ କିମ୍ବଦନ୍ତୀର କୋରାପୁଟ (୧ମ ଭାଗ) ୧୯୯୬ ବନଫୁଲ ସାହିତ୍ୟ ପରିଷଦ, ସୁନାବେଡା
ଇତିହାସର ପଟ୍ଟଭୂମିରେ କିମ୍ବଦନ୍ତୀର କୋରାପୁଟ (୨ୟ ଭାଗ) ୨୦୦୪ ସୃଷ୍ଟି ଓ ଗବେଷଣା, ଦାମନଯୋଡ଼ି
କୋରାପୁଟର ଲୋକଗୀତ ଓ ଲୋକଜୀବନ ୨୦୦୯ ଅଗ୍ରଣୀ ପବ୍ଲିକେଶନ, ସୁନାବେଡା
କୋରାପୁଟର ସାଂସ୍କୃତିକ ଧାରା ୨୦୧୨ ସୁବର୍ଣ୍ଣଶ୍ରୀ ପ୍ରକାଶନୀ, ଶ୍ରୀକଣ୍ଠପୁର, ବାଲେଶ୍ୱର
କୋରାପୁଟର ଗାନ୍ଧୀ ରାଧାକୃଷ୍ଣ ବିଶ୍ୱାସରାୟ ୨୦୦୬ ପୂର୍ଣ୍ଣିମା ଅଫସେଟ୍, ସେମିଳିଗୁଡ଼ା
ଓଡିଆ ଜାତିର ସ୍ମୃତିରେ ଓ କୃତିରେ ଓଡ଼ିଆ ସାହିତ୍ୟ ୨୦୧୭ ସାହିତ୍ୟ ଶ୍ୱେତପଦ୍ମା
କୋରାପୁଟର ଲୋକ କଥାରେ ସୃଷ୍ଟି, ସ୍ଥିତି, ପ୍ରଳୟ ୨୦୦୬
କୋରାପୁଟର ଲୋକବୋଲି ୨୦୦୬

ଶିଶୁ ସାହିତ୍ୟ:

  • ଶିଶୁ ସୁମନ, କବିତା ସଂକଳନ, ପ୍ରକାଶକ: ସୁଧାରାଣି ସ୍ୱାଇଁ, ୧୯୮୦
  • ପରୀ ଓ ପରିବେଶ କଥା, ଗଳ୍ପ ସଂକଳନ, ପ୍ରକାଶକ: ପ୍ରତୀଚୀ ପ୍ରକାଶନ, ଗଞ୍ଜାମ, ୧୯୯୯
  • କୋରାପୁଟ ପରିଚୟ, ସାଧାରଣ ଜ୍ଞାନ, ଜିଲ୍ଲା ସଂସ୍କୃତି ପରିଷଦ, କୋରାପୁଟ, ୨୦୦୦

ଗଳ୍ପ ଗ୍ରନ୍ଥ:

  • ନିଃସଙ୍ଗ ସକାଳ, ଏଥେନା ବୁକ୍ସ, ୨୦୧୯

ସମ୍ମାନ ଓ ପୁରସ୍କାର:

  • ଆଦିବାସୀ ଭଷା ସଂସ୍କୃତି ଏକାଡେମୀ ସମ୍ମାନ - ୨୦୦୪ (ଓଡ଼ିଶା ସରକାରଙ୍କ ଆଦିବାସୀ ହରିଜନ ଉନ୍ନୟନ ବିଭାଗ)
  • ସୁଭଦ୍ରା କୁମାରୀ ଚୌହାନ ଜନ୍ମ ଶତାବ୍ଦୀ ସମ୍ମାନ - ୨୦୦୪ (ପାନିପଥ, ହରିୟାନା)
  • ଭାରତ ପ୍ରତିଭା ଜାତୀୟ ସମ୍ମାନ - ୨୦୦୭(ପେଙ୍ଗୁଇନ ପବ୍ଲିକେଶନ, ନୂଆଦିଲ୍ଲୀ, ଭାରତ)
  • ଜାତୀୟ ପ୍ରଗତି ଅଭିଯାନ ସମ୍ମାନ - ୨୦୧୦(କଲିକତା, ପଶ୍ଚିମବଙ୍ଗ, ଭାରତ)
  • ଜିଲ୍ଲା ପ୍ରଶାସନ ଉତ୍କଳ ଦିବସ ସମ୍ମାନ - ୨୦୧୨ (କୋରାପୁଟ, ଓଡ଼ିଶା)
  • ରାଷ୍ଟ୍ରୀୟ ଜୁଏଲ ସମ୍ମାନ - ୨୦୦୭ (ଫ୍ରେଣ୍ଡସିପ ଫୋରମ୍ ଅଫ୍ ଇଣ୍ଡିଆ, ନୂଆଦିଲ୍ଲୀ)
  • ରାଜ୍ୟ ସଂସ୍କୃତି କଳା ଗବେଷଣା ପରିଷଦ ସମ୍ମାନ - ୨୦୦୭ (କଟକ)
  • ସୁଲେଖା ରଜତ ଜୟନ୍ତୀ ସମ୍ମାନ - ୨୦୦୫ (ସୁଲେଖା ସାହିତ୍ୟ ସଂସ୍କୃତି ପରିଷଦ, ପୁରୀ)
  • ଶରଧା ସମ୍ମାନ - ୨୦୦୫ (ଭକ୍ତକବି ସ୍ମୃତି ସଂସଦ, ଭୁବନେଶ୍ୱର)
  • ଫଲଗୁ ସମ୍ମାନ - ୧୯୯୦ (ଫଲଗୁ ସାହିତ୍ୟ ସଂସଦ, ବ୍ରହ୍ମ୍ପୁର, ଗଞ୍ଜାମ)
  • ବିଶେଷ ଖବର ସମ୍ମାନ - ୧୯୯୨ (ଭଦ୍ରକ)
  • ମୟୂରୀ ସମ୍ମାନ - ୧୯୯୩ (ମୟୂରୀ ପ୍ରକାଶନ, ବଲାଙ୍ଗୀର)
  • ବନଜ୍ୟୋତ୍ସ୍ନା ସମ୍ମାନ - ୧୯୯୪ (ଫୁଲବାଣୀ)
  • ସାହିତ୍ୟ ଶ୍ୱେତପଦ୍ମା ସମ୍ମାନ - ୧୯୯୫ (ପାରଳାଖେମଣ୍ଡି, ଗଜପତି)
  • ପ୍ରଗତି ସାହିତ୍ୟ ସମ୍ମାନ - ୧୯୯୬ (ପ୍ରଗତି ସାହିତ୍ୟ ସଂସଦ, ଜଗତସିଂହପୁର)
  • ଗଦାଧର ସାହିତ୍ୟ ସମ୍ମାନ - ୧୯୯୭ (କୋମନା, ନୂଆପଡ଼ା)
  • ଯାଜପୁର ଏକ୍ସପ୍ରେସ ସମ୍ମାନ - ୨୦୦୪ (ବରୀ, ଯାଜପୁର)
  • ଦକ୍ଷିଣ ଓଡ଼ିଶା ସାହିତ୍ୟ ସମ୍ମାନ - ୨୦୦୪ (ପୁରୁଷୋତ୍ତମପୁର, ଗଞ୍ଜାମ)
  • ସୃଷ୍ଟି ଓ ସ୍ରଷ୍ଟା ସମ୍ମାନ - ୧୯୯୬ (ଉମରକୋଟ, ନବରଙ୍ଗପୁର)
  • ସାହିତ୍ୟ ଗୌରବ ଉପାଧି - ୧୯୯୭ (ସାହିତ୍ୟ କୋଠୀ, ଭଞ୍ଜନଗର, ଗଞ୍ଜାମ)
  • ବନପ୍ରଭା ସାହିତ୍ୟ ସମ୍ମାନ - ୨୦୦୭ (ସୁନାବେଡା, କୋରାପୁଟ)
  • ବର୍ଷା ସମ୍ମାନ - ୨୦୦୬ (ଦାମନଯୋଡ଼ି, କୋରାପୁଟ)
  • କ୍ୟାପଟେନ ଉପେନ୍ଦ୍ର କୁମାର ସ୍ମୃତି ସମ୍ମାନ - ୨୦୦୬ (ଝାରପଡ଼ା, ରଣପୁର, ନୟାଗଡ଼)
  • ଗଣେଶ ପ୍ରସାଦ ସ୍ମୃତି ସମ୍ମାନ - ୨୦୧୧ (ନିର୍ବାଣ ସାହିତ୍ୟ ପରିଷଦ, ଜୟପୁର, କୋରାପୁଟ)
  • ସୁବର୍ଣ୍ଣ ଜୟନ୍ତୀ ସମ୍ମାନ - ୨୦୧୩ (ନବ ଜାଗରଣ ସାହିତ୍ୟ ସଂସଦ, ନବରଙ୍ଗପୁର)
  • ଅଳକା ପୁରସ୍କାର - ୨୦୧୪ (ଜଗତସିଂହପୁର ସାହିତ୍ୟ ପରିଷଦ, ଜଗତସିଂହପୁର)
  • ପରବ ସମ୍ମାନ - ୨୦୧୫ (ଜିଲ୍ଲା ମହୋତ୍ସବ ପରବ, କୋରାପୁଟ)
  • ସୁନ୍ଦରଗଡ଼ ଜିଲ୍ଲା ଲେଖକ ସାମ୍ମୁଖ୍ୟ ସମ୍ମାନ - ୨୦୧୭ (ରାଉରକେଲା)
  • ୨ୟ କୋରାପୁଟ ସାହିତ୍ୟ ଉତ୍ସବ ସମ୍ମାନ - ୨୦୧୯ (କୋରାପୁଟ)
  • ଜୟପୁର ସାହିତ୍ୟ ସମ୍ମାନ - ୨୦୧୬ (ଜୟପୁର, କୋରାପୁଟ)
  • ପ୍ରିୟପତ୍ର ସମ୍ମାନ - ୨୦୧୩ (ପ୍ରିୟପତ୍ର ପରିବାର, ପୁରୀ)