ଜର୍ଜ ଫ୍ଲଏଡ ଜନଆନ୍ଦୋଳନ

ଜର୍ଜ ଫ୍ଲଏଡ ଜନଆନ୍ଦୋଳନ ଏକ ବିକ୍ଷୋଭ ଶୃଙ୍ଖଳ ଯାହା ଆମେରିକୀୟ ବର୍ଣ୍ଣବୈଷମ୍ୟର ଶିକାର ହୋଇ ପ୍ରାଣ ହରାଇଥିବା କୃଷ୍ଣକାୟ ବ୍ୟକ୍ତି ଜର୍ଜ ଫ୍ଲଏଡଙ୍କୁ ନ୍ୟାୟ ଦେବା ପାଇଁ ସର୍ବପ୍ରଥମେ ଆରମ୍ଭ କରାଯାଇଥିଲା ।[୧] ଏହି ଆନ୍ଦୋଳନ ୨୦୨୦ ମସିହା ମଇ ୨୬ ତାରିଖରେ ଯୁକ୍ତରାଷ୍ଟ୍ର ଆମେରିକାର ମିନେଆପଲିସ ସହରରୁ ଆରମ୍ଭ ହୋଇଥିଲା ।[୨]

ପୃଷ୍ଠଭୂମି ସମ୍ପାଦନା

ମେ ୨୫ ତାରିଖରେ କୃଷ୍ଣକାୟ ଜର୍ଜ ଫ୍ଲଏଡଙ୍କୁ ସିଗାରେଟ କ୍ରୟ କରି ନକଲି ବିଲ୍‌ ଦେଇଥିବାର ଅଭିଯୋଗରେ ସ୍ଥାନୀୟ ପୋଲିସ ଗିରଫ କରିଥିଲେ । ଡେରେକ ଚୌଭିନ ନାମକ ପୋଲିସ ଅଫିସର ଫ୍ଲଏଡଙ୍କ ଗଳା ଉପରେ ଆଣ୍ଠୁପକାଇ ମାଡିବସି ନିର୍ଯ୍ୟାତିତ କରିଥିଲେ । ପ୍ରାୟ ୯ ମିନିଟ ବ୍ୟାପି ଗଳାରେ ଅତ୍ୟଧିକ ଚାପ ହେତୁ ସେ ପୋଲିସ୍ ହେପାଜତରେ ମୃତ୍ୟୁବରଣ କରିଥିଲେ ।[୩] କୃଷ୍ଣକାୟ ବ୍ୟକ୍ତିଙ୍କ ପ୍ରତି ନିର୍ମମ ବ୍ୟବହାରର ଭିଡ଼ିଓ ଭାଇରଲ ହେବାପରେ ବିଶ୍ୱବ୍ୟାପୀ ଜୋରଦାର ବିକ୍ଷୋଭ ପ୍ରଦର୍ଶନ କରାଯାଉଅଛି ।[୪]

ବିକ୍ଷୋଭ ସମ୍ପାଦନା

 

ଯୁକ୍ତରାଷ୍ଟ୍ର ଆମେରିକାର ପଚାଶଟିଯାକ ପ୍ରଦେଶରେ ବର୍ଣ୍ଣବୈଷମ୍ୟ ବିରୁଦ୍ଧରେ ଆନ୍ଦୋଳନ ମାତିଥିଲା । ସେମାନଙ୍କ ମଧ୍ୟରୁ କିଛି ବିରୋଧ ଶାନ୍ତିପୂର୍ଣ୍ଣ ହେବା ସ୍ଥଳେ କେତେକ ହିଂସାତ୍ମକ ବିରୋଧ କରିଥିଲେ ।

କେତେକ ଶାନ୍ତିପୂର୍ଣ୍ଣ ବିକ୍ଷୋଭ ପରବର୍ତ୍ତୀ କାଳରେ ହିଂସାତ୍ମକ ମୋଡ଼ ନେଇଥିଲା । ଦେଶରେ ହିଂସାକୁ ରୋକିବା ପାଇଁ ୨୫ଟି ରାଜ୍ୟରେ ନ୍ୟାସନାଲ ଗାର୍ଡଙ୍କୁ ନିୟୋଜିତ କରାଯାଇଛି ।[୫] କିଛି ଅଞ୍ଚଳରେ ପୋଲିସ ଶାନ୍ତ ରହି ଆନ୍ଦୋଳନକୁ ସମର୍ଥନ କରିଥିଲେ, କିନ୍ତୁ ଅନ୍ୟ ସ୍ଥାନମାନଙ୍କରେ ବଳପ୍ରୟୋଗ ସହିତ ଲୁହବୁହା ଗ୍ୟାସ ଏବଂ ରବର ବୁଲେଟର ବ୍ୟବହାର କରାଯାଇଥିଲା ।[୬]

ବିକ୍ଷୋଭକାରୀମାନେ ୱାସିଂଟନସ୍ଥିତ ରାଷ୍ଟ୍ରପତି ଟ୍ରମ୍ପଙ୍କ ବାସଭବନ ହ୍ୱାଇଟ ହାଉସଠାରେ ବିରୋଧ କରି ତାଙ୍କୁ ନିଜ ପଦରୁ ଇସ୍ତଫା ଦେବାକୁ ଆମନ୍ତ୍ରଣ କରିଥିଲେ ।[୭] ପରିସ୍ଥିତି ଅଣାୟତ ହେବାରୁ ରାଷ୍ଟ୍ରପତି ଟ୍ରମ୍ପଙ୍କୁ ହ୍ୱାଇଟ ହାଉସ ବଙ୍କର ମଧ୍ୟରେ ସ୍ଥାନାନ୍ତରଣ ହେବାକୁ ପଡ଼ିଥିଲା ।[୮] ଜୁନ ୧ ତାରିଖରେ ଶାନ୍ତିପୂର୍ଣ୍ଣ ବିକ୍ଷୋଭକାରୀମାନଙ୍କ ପାଇଁ ମଧ୍ୟ ଲୁହବୁହା ଗ୍ୟାସ ପ୍ରୟୋଗ କରାଗଲା ଯାହାଫଳରେ ଟ୍ରମ୍ପ ସେଣ୍ଟ ଜନ ଚର୍ଚ୍ଚ ଯାଇ ବାଇବେଲ ସହ ଫଟୋ ଉଠାଇପାରିଥିଲେ ।[୯]

ସାମ୍ବାଦିକ ସମ୍ପାଦନା

ଜୁନ ୪ ତାରିଖ ସୁଦ୍ଧା ସାମ୍ବାଦିକମାନଙ୍କୁ ପ୍ରାୟ ୩୦୦ ଥର ଆକ୍ରମଣ କରାଯାଇଥିଲା ସେଥିମଧ୍ୟରୁ ୧୯୨ ଥର ପୋଲିସଙ୍କଦ୍ୱାରା ହୋଇଥିଲା, ୬୯ ଥର ଶାରୀରିକ ଆକ୍ରମଣ ହୋଇଥିବା ସ୍ଥଳେ ୪୯ ସମ୍ବାଦିକଙ୍କୁ ଗିରଫ କରାଯାଇଥିଲା ।[୧୦][୧୧] କେତେକ ବିକ୍ଷୋଭକାରୀ ମଧ୍ୟ ସେମାନଙ୍କୁ ଆକ୍ରମଣ କରିଥିଲେ ୱାସିଂଟନ ପ୍ରଦେଶର ଆନ୍ଦୋଳନକାରୀମାନେ ଫକ୍ସ ନିଉସର ସାମ୍ବାଦିକମାନଙ୍କୁ ଜିନିଷ ଫିଙ୍ଗି ବିରୋଧ କରିଥିଲେ । ସି.ଏନ.ଏନ ନିଉସର ମୁଖ୍ୟ କାର୍ଯ୍ୟାଳୟକୁ ମଧ୍ୟ କେହି ଜଣେ ଆକ୍ରମଣ କରିଥିଲେ ।[୧୨]

ଅନ୍ତର୍ଜାତୀୟ ବିକ୍ଷୋଭ ସମ୍ପାଦନା

ଯୁକ୍ତରାଷ୍ଟ୍ର ଆମେରିକା ବ୍ୟତୀତ ଲଣ୍ଡନ, ଟୋରନଟୋ, ବେଞ୍ଜିଙ୍ଗ, ବର୍ଲିନ ଆଦି ସ୍ଥାନରେ ଆନ୍ଦୋଳନ ବ୍ୟାପିଥିଲା ।[୧୩] କେତେକ ଅନ୍ତର୍ଜାତୀୟ ବିକ୍ଷୋଭକାରୀମାନେ ପ୍ରକାଶ କରିଥିଲେ ଯେ ଯଦିଓ ପ୍ରାଥମିକ ପର୍ଯ୍ୟାୟରେ ସେମାଙ୍କର ଆନ୍ଦୋଳନ ଜର୍ଜ ଫ୍ଲଏଡଙ୍କ ଉଦ୍ଦେଶ୍ୟରେ ଥିଲା, ମାତ୍ର ସେମାନେ ମଧ୍ୟ ନିଜ ଦେଶରେ ପୋଲିସଙ୍କ ଅମାନବୀୟ ବ୍ୟବହାର ସମ୍ପର୍କରେ ଅବଗତ ହୋଇପାରିଲେ । କିଛି ବିକ୍ଷୋଭକାରୀମାନେ ବର୍ଣ୍ଣବୈଷମ୍ୟ ବିରୋଧରେ ନୂଆ ନିୟମ ଆଣିବା ସମ୍ପର୍କରେ ଯୁକ୍ତି ବାଢ଼ିଥିଲେ ।[୧୪]

ଦୁର୍ଘଟଣା ସମ୍ପାଦନା

ଜୁଲାଇ ପ୍ରଥମ ସପ୍ତାହ ସୁଦ୍ଧା କେବଳ ଯୁକ୍ତରାଷ୍ଟ୍ର ଆମେରିକାଠାରେ ୬୬ ଥର ବିକ୍ଷୋଭକାରୀମାନଙ୍କ ଉପରେ ଗାଡ଼ି ଚଳାଇ ଆହତ କରାଯାଇଛି । ଚାଳକମାନଙ୍କ ମଧ୍ୟରୁ ସାତ ଜଣ ପୋଲିସ ଥିଲେ । ପ୍ରାୟ ଦୁଇଜଣଙ୍କ ମୃତ୍ୟୁ ଘଟିଥିଲା ଏବଂ ୨୪ଜଣ ଚାଳକଙ୍କ ଉପରେ ମାମଲା ରୁଜୁ କରାଯାଇଥିଲା ।[୧୫]

ସ୍ମାରକ ଏବଂ ଦଳୀୟ ପ୍ରତୀକ ସମ୍ପାଦନା

ଆନ୍ଦୋଳନ ଅନ୍ତର୍ଗତ ୨୦୨୦ ମସିହା ମଇ ମାସରୁ ଅନେକ ସ୍ମାରକଙ୍କୁ ଧ୍ୱଂସ କରାଯାଇଥିଲା ଏବଂ ସ୍ଥାନାନ୍ତରିତ କରାଯାଇଥିଲା । ଏମାନଙ୍କର ମଧ୍ୟରୁ ଅଧିକାଂଶ ଯୁକ୍ତରାଷ୍ଟ୍ର ଆମେରିକାରେ ଥିବା ବେଳେ ଅନ୍ୟଗୁଡ଼ିକ ୟୁକେ, ବେଲଜିଅମ, ନିଉଜିଲ୍ୟାଣ୍ଡ, ଭାରତ ଏବଂ ଦକ୍ଷିଣ ଆଫ୍ରିକାରେ ଥିଲେ ।[୧୬]

ଆର୍ଥିକ ସହଯୋଗ ସମ୍ପାଦନା

ଲୋକମାନେ କୃଷ୍ଣକାୟ ବ୍ୟକ୍ତିଙ୍କ ପାଇଁ ଲଢୁଥିବା ରାଜନୈତିକ ଗୋଷ୍ଠୀମାନଙ୍କୁ ବେଲ ଫଣ୍ଡ ପାଇଁ ଆର୍ଥିକ ସାହାଯ୍ୟ ଯୋଗାଉଛନ୍ତି । ଏହି ଫଣ୍ଡ ଆନ୍ଦୋଳନ ସମୟରେ ଗିରଫ ହୋଇଥିବା ବ୍ୟକ୍ତିମାନଙ୍କ ପାଇଁ ଜମାନତ ରାଶି ଭାବେ ବ୍ୟବହୃତ ହେଉଛି । ଦ ନ୍ୟାସନାଲ ବେଲ ଫଣ୍ଡ ନେଟୱାର୍କ ଦୁଇ ସପ୍ତାହ ମଧ୍ୟରେ ୭୫ ମିଲିୟନ ଡ଼ଲାର, ମିନେସୋଟା ଫ୍ରିଡମ ଫଣ୍ଡ ଚାରି ଦିନ ମଧ୍ୟରେ ୨୦ ମିଲିୟନ ଡ଼ଲାର, ଦ ବେଲ ପ୍ରୋଜେକ୍ଟ ୧୫ ମିଲିୟନ ଡ଼ଲାରର ସହଯୋଗ ପାଇଥିଲା । ବ୍ଲାକ ଲାଇଭସ ମ୍ୟାଟର କେବଳ ଗୋଟିଏ ପିଟିସନରୁ ୫ ମିଲିୟନ ଡ଼ଲାର ଆର୍ଥିକ ସାହାଯ୍ୟ ପାଇଥିଲେ ।[୧୭]

ଲୋକମତ ସମ୍ପାଦନା

ସରକାରୀ ପ୍ରତିକ୍ରିୟା ସମ୍ପାଦନା

ଟିମ ୱାଲଜଙ୍କ ପ୍ରତିକ୍ରିୟା ସମ୍ପାଦନା

ଡୋନାଲଡ ଟ୍ରମ୍ପଙ୍କ ପ୍ରତିକ୍ରିୟା ସମ୍ପାଦନା

ଆଧାର ସମ୍ପାଦନା

  1. "Surgeon general: 'You understand the anger'". June 1, 2020.
  2. "Charges against former Minneapolis police officers involved in George Floyd's death". 4 June 2020.
  3. "What we know about George Floyd's death in Minneapolis police custody". May 29, 2020.
  4. "Video shows Minneapolis cop with knee on neck of motionless, moaning man who later died". May 27, 2020.
  5. "Five key numbers from the US protests against police brutality since George Floyd's death". June 5, 2020.
  6. "Washington man Rahul Dubey offers refuge and comfort to protesters caught in 'human tsunami' amid police crackdown". June 3, 2020.
  7. "White House Locked Down as Police Scuffle With Protesters Demanding Trump Resignation". 29 May 2020.
  8. "As Protests and Violence Spill Over, Trump Shrinks Back". May 31, 2020.
  9. "The Story Has Gotten Away from Us". 3 June 2020.
  10. U.S. Press Freedom Tracker (June 4, 2020). "U.S. Press Freedom Tracker". Twitter.
  11. "'Denigrated and discredited': how American journalists became targets during protests". June 8, 2020.
  12. "'Denigrated and discredited': how American journalists became targets during protests". June 8, 2020.
  13. "Protesters gather worldwide to show solidarity with George Floyd". May 31, 2020.
  14. "Global Anger Grows Over George Floyd Death, and Becomes an Anti-Trump Cudgel". June 2, 2020.
  15. "Drivers Are Hitting Protesters as Memes of Car Attacks Spread". July 7, 2020.
  16. "Trump signs executive order to protect monuments". June 27, 2020.
  17. "Racial Justice Groups Flooded With Millions in Donations in Wake of Floyd". June 14, 2020.