ଶକ୍ତିହୀନ ଗର୍ଭାଶୟ ବା ଜରାୟୁ ଆଟୋନି (Uterine atony) ଅବସ୍ଥା ଥିଲେ ପ୍ରସବ ପରେ ଯରାୟୁର ଯଥେଷ୍ଟ ସଙ୍କୋଚନ ହୋଇନ‌ପାରିବା ଯୋଗୁ ରକ୍ତନଳୀ ଗୁଡ଼ିକର ମଧ୍ୟ ସଙ୍କୋଚନ ହୋଇପାରେ ନାହିଁ ଓ ଫଳରେ ରକ୍ତସ୍ରାବ ଚାଲୁ ରହେ ।[୨] ଲକ୍ଷଣଗୁଡ଼ିକରେ ପ୍ରସବପର ରକ୍ତସ୍ରାବ ମାମଲାରେ ୭୫%ରୁ ଅଧିକ କ୍ଷେତ୍ରରେ ଜରାୟୁ ଆଟୋନି ହୋଇଥାଏ । ରୋଗ ଜଟିଳ ହେଲେ ରକ୍ତହୀନତା ଏବଂ ଲୌହ ଅଭାବ ହୋଇପାରେ |

Uterine atony
Video explanation of postpartum bleeding
ବିଭାଗObstetrics
ଲକ୍ଷଣPostpartum bleeding[୧]
ଆକ୍ରାନ୍ତ ସମୟPost delivery[୧]
ବିପଦ କାରକProlonged labor, precipitous labor, uterine distension (twins, polyhydramnios, large for gestational age), fibroids, BMI > 40, chorioamnionitis[୧]
ରୋଗ ନିର୍ଣ୍ଣୟ ପଦ୍ଧତିExamination[୧]
ସଠିକ ରୋଗ ନିର୍ଣ୍ଣୟRetained placenta, lacerations, uterine inversion[୧]
ପ୍ରତିକାରOxytocin[୧]
ଔଷଧOxytocin, methylergometrine, carboprost, misoprostol, prostaglandin E2[୧]
ଚିକିତ୍ସାUterine massage, medications, packing, surgery[୧]
ପୁନଃପୌନିକ2.5% of deliveries[୧]

ବିପଦ କାରକଗୁଡ଼ିକ ମଧ୍ୟରେ ଦୀର୍ଘକାଳୀନ ପ୍ରସବ, ଗର୍ଭାଶୟ ବିସ୍ତାର (ଯାଆଁଳା ଶିଶୁ, ପଲିହାଇଡ୍ରାମନିଅନ, ଗର୍ଭ ସମୟ ପାଇଁ ବଡ଼ ଆକାର) ଫାଇବ୍ରଏଡ, ବିଏମଆଇ > 40, ଏବଂ କୋରିଓଆମ୍ନିଓନାଇଟିସ ଅନ୍ତର୍ଭୁକ୍ତ | [୨] ରକ୍ତ ନଳୀକୁ ବନ୍ଦ କରିବା ପାଇଁ ଗର୍ଭାଶୟର ମାଂସପେଶୀର ସଂକୋଚନ ଆବଶ୍ୟକ ହୁଏ, ଯାହା ପ୍ରସବ ପରେ ପ୍ଲାସେଣ୍ଟା ସଂଲଗ୍ନ ଥାଏ ।[୧] ପ୍ରସବ ପରେ ଗର୍ଭାଶୟକୁ ଅନୁଭବ କରି ରୋଗ ନିର୍ଣ୍ଣୟ କରାଯାଏ |[୧] ସମାନ ଭାବରେ ଉପସ୍ଥାପିତ ଅନ୍ୟାନ୍ୟ ରୋଗମାନଙ୍କର ନାମ ରିଟେନ୍‌ଡ ପ୍ରାସେଣ୍ଟା, ଓଲଟ ଜରାୟୁ, ଏବଂ ପ୍ରସବ ସହିତ ଜଡିତ କ୍ଷତ |[୧]

ଅଧିକ ବିପଦ ଥିବା ଲୋକଙ୍କ ପାଇଁ ରକ୍ତ ଓ ଅନ୍ୟାନ୍ୟ ଆବଶ୍ୟକୀୟ ଦ୍ରବ୍ୟ ପ୍ରସ୍ତୁତ କରି ରଖିବା ଉଚିତ୍ | [୨] ଏହାର ଘଟଣାକୁ ରୋକିବା ପାଇଁ ଅକ୍ରିଟୋସିନ ଦିଆଯାଇପାରେ | [୧] ଚିକିତ୍ସାରେ ଗର୍ଭାଶୟ ମାଲିସ, ଔଷଧ, ଗର୍ଭାଶୟ ପ୍ୟାକିଂ କିମ୍ବା ଅସ୍ତ୍ରୋପଚାର ଆବଶ୍ୟକ ହୋଇପାରେ।[୧] ବ୍ୟବହାର ଯୋଗ୍ୟ ଔଷଧ ମଧ୍ୟରେ ଅକ୍ସିଟୋସିନ୍, ମିଥାଇଲ‌ଏର୍ଗୋମେଟ୍ରିନ, କାର୍ବୋପ୍ରୋଷ୍ଟ, ମିସୋପ୍ରୋଷ୍ଟୋଲ କିମ୍ବା ପ୍ରୋଷ୍ଟାଗ୍ଲାଣ୍ଡିନ ଇ2 ଅନ୍ତର୍ଭୁକ୍ତ |[୧] ଯୁକ୍ତରାଷ୍ଟ୍ରରେ ୨.୫% ପ୍ରସବ ସମୟରେ ଗର୍ଭାଶୟ ଆଟୋନି ହୁଏ |[୧] ସର୍ବଭାରତୀୟ ସ୍ତରରେ ପ୍ରସବ ପରେ ରକ୍ତସ୍ରାବ ହେଉଛି ମାତୃ ମୃତ୍ୟୁର ଏକ ପ୍ରମୁଖ କାରଣ |

ଆଧାର ସମ୍ପାଦନା

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ ୧.୧୩ ୧.୧୪ ୧.୧୫ Gill P, Patel A, Van Hook JW (2020). "Uterine Atony". StatPearls. Treasure Island (FL): StatPearls Publishing. PMID 29630290. Archived from the original on 2021-08-27. Retrieved 2020-10-19.   Text was copied from this source, which is available under a Creative Commons Attribution 4.0 International License Archived 2017-10-16 at the Wayback Machine..
  2. ୨.୦ ୨.୧ ୨.୨ Gill P, Patel A, Van Hook JW (2020). "Uterine Atony". StatPearls. StatPearls Publishing. PMID 29630290. Archived from the original on 2021-08-27. Retrieved 2020-10-19.   Text was copied from this source, which is available under a Creative Commons Attribution 4.0 International License Archived 2017-10-16 at the Wayback Machine..