ଜମ୍ମୁ ତୱି ରେଳ ଷ୍ଟେସନ

ଜମ୍ମୁ ତୱି ଏକ ରେଳଷ୍ଟେସନ ଯାହା ଭାରତୀୟ ରାଜ୍ୟ ଜମ୍ମୁ ଓ କଶ୍ମୀରରେ ଅବସ୍ଥିତ । 

ଜମ୍ମୁ ତୱିରୁ ଯାତାୟତ କରୁଥିବା ହିମସାଗର ଏକ୍ସପ୍ରେସର ରୁଟ ମେପ

ପ୍ରଚ୍ଛଦ ସମ୍ପାଦନା

ଜମ୍ମୁ ତୱି , ଜମ୍ମୁ ଓ କାଶ୍ମୀର ରାଜ୍ୟର ବୃହତ୍ତମ ରେଳ ଷ୍ଟେସନ । କାଶ୍ମୀର ଉପତ୍ୟକାକୁ ପର୍ଯ୍ୟଟକ ମାନଙ୍କ ଗମନାଗମନ ପାଇଁ  ଏହି ଷ୍ଟେସନ ମୁଖ୍ୟ ସ୍ଥାନ । ଏହି ସ୍ଟେଶନ ଉତ୍ତର ରେଳ ବାଇ ଅନ୍ତର୍ଗତ ଫିରୋଜପୁର ଡିଭିଜନରେ ରହିଛି ।  

ଜମ୍ମୁ ତୱି ଭାରତର ବିଭିନ୍ନ ବଡ ସହର ସହ ରେଳପଥ ସହିତ ସଂଯୁକ୍ତ । ଏହି ଶ୍ରେତୀୟନର କୋଡ ହେଲା JAT । ଦେଶର ଦ୍ୱିତୀୟ  ସବୁଠାରୁ ଦୀର୍ଘତମ ପଥ ଅତିକ୍ରମ କରୁଥିବା ଟ୍ରେନ ହିମସାଗର ଏକ୍ସପ୍ରେସ ଏହି ସ୍ଟେଶନରୁ କନ୍ୟାକୁମାରୀ ଯାଏ ଦେଶର 12 ରହୟ ଦେଇ ଯାତାୟତ କରେ ଓ ଏହା ୭୩ ଘଣ୍ଟାରେ କନ୍ୟାକୁମାରୀ ପହଞ୍ଚେ । ଏତଦ୍ ବ୍ୟତୀତ ଦିଲ୍ଲୀ , ମୁମ୍ବାଇ , କଲିକତା ପରି ଦେଶର ସମସ୍ତ ପ୍ରାନ୍ତରୁ ଏହାକୁ ଟ୍ରେନ ସୁବିଧା ଉପଲବ୍ଧ ହୁଏ । 

ଇତିହାସ  ସମ୍ପାଦନା

ପୂର୍ବରୁ ସହରରେ ଏକ ପୁରାତନ ସ୍ତେତୀୟନ ଥିଲା । ଏହି ଷ୍ଟେସନ ଜମ୍ମୁ - ସିଆଲକୋଟ ରେଳ ଲାଇନରେ ଥିଲା ଏବଂ ଏହା ଦେଇ ୪୩ କିଲୋମିଟର ଦୂର ସିଆଲକୋଟ ଯାଏ ଟ୍ରେନ ଚଳା ଚଳ କରୁଥିଲା । ବର୍ତ୍ତମାନ ସିଆଲକୋଟ ପାକିସ୍ଥାନରେ ଅବସ୍ଥିତ ।ପୁରାତନ ଜମ୍ମୁ ଷ୍ଟେସନଟି ୧୮୯୭ରେ ସ୍ଥାପିତ ହେଇଥିଲା । କିନ୍ତୁ ଦେଶ ବିଭାଜନ ପରେ ଏହି ସ୍ତେତୀୟନ ପରିତ୍ୟକ୍ତ ଅବସ୍ଥାରେ ରହିଲା । ୧୯୭୧ ପର୍ଯ୍ୟନ୍ତ ଜମ୍ମୁ ଓ କାଶ୍ମୀର ରେଳ ସଂଯୋଗ ବିହୀନ ହେଇ ରହିଥିଲା । ସେହି ବର୍ଷ ପଠାଣକୋଟ - ଜମ୍ମୁ ତୱି ରେଳପଥ ନିର୍ମିତ ହୋଇ ୧୯୭୫ରେ ଜମ୍ମୁ ତୱି ରେଳ ସ୍ଟେଶନ କାର୍ଯକ୍ଷମ ହେଲା । ୨୦୦୦ ମସିହାରେ ପୁରାତନ ଷ୍ଟେସନକୁ ଭାଙ୍ଗି ଦିଆଯାଇ ସେ ସ୍ଥାନରେ ଏକ କଳା କେନ୍ଦ୍ର ନିର୍ମିତ ହେଲା ।   

ବିଦ୍ୟୁତିକରଣ  ସମ୍ପାଦନା

ଏହି ସ୍ଟେଶନକୁ ସଂଯୋଗ କରୁଥିବା ରେଳପଥର ବିଦ୍ୟୁତିକରଣ ସମ୍ପୂର୍ଣ ହେଇଛି । ତତ୍ ଫଳରେ ଏହି ସ୍ଟେଶନରୁ ଛାଡୁଥିବା ସ୍ୱରାଜ ଏକ୍ସପ୍ରେସ , ହିମସାଗର ଏକ୍ସପ୍ରେସ ଆଦି ଟ୍ରେନ ବୈଦ୍ୟୁତିକ ଇଞ୍ଜିନଦ୍ୱାରା ଚାଲି ପାରୁଛି । 

ପୁନଶ୍ଚ ଦେଖଣା  ସମ୍ପାଦନା

  • Kashmir Railway
  • Northern Railways
  • Srinagar railway station
  • List of railway stations in Jammu and Kashmir

Gallery ସମ୍ପାଦନା

ଆଧାର  ସମ୍ପାଦନା

ବାହାର ଲିଙ୍କ  ସମ୍ପାଦନା