ଜାଭିୟର ବିଶ୍ୱବିଦ୍ୟାଳୟ
ଜାଭିୟର ବିଶ୍ୱବିଦ୍ୟାଳୟ, ଭୁବନେଶ୍ୱରରେ ଥିବା ଏକ ମ୍ୟାନେଜମେଣ୍ଟ ବିଶ୍ୱବିଦ୍ୟାଳୟ । ଏହା ଜେସୁଇଟ କାଥୋଲିକ ସମୁଦାୟଦ୍ୱାରା ପରିଚାଳିତ ହୋଇଥାଏ । ଏହି ବିଶ୍ୱବିଦ୍ୟାଳୟ ଓଡ଼ିଶା ବିଧାନ ସଭାଦ୍ୱାରା ୨୦୧୩ ମସିହାରେ ଅନୁମୋଦନ ଲାଭ କରିଥିଲା ।[୧] ପୂର୍ବରୁ ଭୁବନେଶ୍ୱରଠାରେ ଥିବା ଜାଭିୟର ଇନଷ୍ଟିଟୁଟ ଅଫ ମ୍ୟାନେଜମେଣ୍ଟ ଏହି ବିଶ୍ୱବିଦ୍ୟାଳୟ ସହିତ ଅନୁବନ୍ଧିତ । ଭାରତରେ ଜେସୁଇଟମାନଙ୍କ ପ୍ରାୟ ୫୦ଟି କଲେଜ ଓ ଶିକ୍ଷା ପ୍ରତିଷ୍ଠାନ ଥିଲେ ମଧ୍ୟ ଜାଭିୟର ବିଶ୍ୱବିଦ୍ୟାଳୟ ଏହାର ପ୍ରଥମ ଭାରତୀୟ ବିଶ୍ୱବିଦ୍ୟାଳୟ ।
ଜାଭିୟର ବିଶ୍ୱବିଦ୍ୟାଳୟ | |
---|---|
ସ୍ଥାପିତ | 2013 |
ଅବସ୍ଥାନ | ଭୁବନେଶ୍ୱର, ଓଡ଼ିଶା, ଭାରତ |
ୱେବସାଇଟ | www |
ଏଚପି ଓ ଆଇବିଏମ କମ୍ପାନୀ ସହଯୋଗିତାରେ ଜାଭିୟର ବିଶ୍ୱବିଦ୍ୟାଳୟ ସମ୍ପୂର୍ଣ୍ଣ ଭାବରେ କମ୍ପ୍ୟୁଟରୀକୃତ ଭାବରେ ଚାଲୁଥିବା ଭରତର ପ୍ରଥମ ବିଶ୍ୱବିଦ୍ୟାଳୟ ।[୨]
ଏହି ଅନୁଷ୍ଠାନରେ ୫୦% ଆସନ ଓଡ଼ିଶାର ଛାତ୍ରମାନଙ୍କ ପାଇଁ ସୁରକ୍ଷିତ ରକ୍ଷା ଯାଇଛି । ଭିନ୍ନକ୍ଷମମାନଙ୍କୁ ଏଠାରେ ଅଗ୍ରାଧିକାର ଦିଅ ଯାଇଥାଏ ।[୩][୪]
ପାଠ୍ୟକ୍ରମ
ସମ୍ପାଦନାଏହି ବିଶ୍ୱବିଦ୍ୟାଳୟରେ ମାନବ ସମ୍ବଳ ପରିଚାଳନା, ଗ୍ରାମୀଣ ପରିଚାଳନା, ଯୋଗାଯୋଗ, ବାଣିଜ୍ୟ ପରି ବିଷୟ ଉପରେ ଶିକ୍ଷା ଦିଆଯାଉଥିବା ବେଳେ ୧୧ଟି ସ୍ନାତକୋତ୍ତର, ୨ଟି ପିଏଚଡି ଡିଗ୍ରୀର ବ୍ୟବସ୍ଥା ରହିଛି । ଏହା ସହିତ ଫିଲ୍ମ ଓ ଟିଭି ଏବଂ ପ୍ରସାରଣ ସମ୍ବାଦିକତା ମଧ୍ୟ ଶିକ୍ଷା ଦିଆଯାଇଥାଏ ।
ଜାଭିୟର ବିଶ୍ୱବିଦ୍ୟାଳୟଦ୍ୱାରା ୩ଟି ବାର୍ଷିକ ତଥା ଅନ୍ତର୍ଜାତିକ ପତ୍ରିକା ମଧ୍ୟ ପ୍ରକାଶିତ ହୁଏ । ସେଗୁଡିକ ହେଲା
- International Journal of Development and Social Research (IJDSR);
- Vilakshan;
- Journal of Case Research (JCR), (ଅନଲାଇନ ରେ ଉପଲବ୍ଧ ।)
Research World is an annual focused on research thinking and practice in management and related fields, intended primarily for doctoral students.[୫]
ଗ୍ୟାଲେରି
ସମ୍ପାଦନା-
Studio Apartment, XIMB Campus
-
X-Cafe at XIMB
-
New Academic Building, XIMB
-
XIMB Main
ଆଧାର ସମୂହ
ସମ୍ପାଦନା- ↑ "Xavier university".
- ↑ HP & IBM, Business Standard.
- ↑ Disadvantaged, India Times.
- ↑ Odisha favored, Business Standard.
- ↑ "XUB journals". Archived from the original on 2016-10-16. Retrieved 2016-10-27.
ବାହାର ଲିଙ୍କ
ସମ୍ପାଦନା- Official website Archived 2016-10-26 at the Wayback Machine.