ଜନ୍ମଗତ ହାଇପୋଥାଇରଏଡିଜ୍ମ

ଏହି ରୋଗରେ ଜନ୍ମରୁ ଥାଇରଏଡ ହରମୋନ ଅଭାବ ଥିବା ଦେଖାଯାଏ ।

ଜନ୍ମଗତ ହାଇପୋଥାଇରଏଡିଜ୍ମ ( CH ) ରୋଗରେ ଜନ୍ମରୁ ଥାଇରଏଡ ହରମୋନ ଅଭାବ ଥିବା ଦେଖାଯାଏ ।[୨] ପ୍ରାରମ୍ଭରେ ଶିଶୁଟି ସାଧାରଣ ଦେଖାଯାଏ ।[୨] ଚିକିତ୍ସା ବିନା, ପରବର୍ତ୍ତୀ କିଛି ସପ୍ତାହରୁ କିଛି ମାସ ମଧ୍ୟରେ ନବଜାତ କାମଳଜ, ସ୍ତନ୍ୟପାନ ଠିକ୍‌ରେ ହୁଏ ନାହିଁ, କୋଷ୍ଠକାଠିନ୍ୟ, ଖରାପ କିମ୍ବା କର୍କଟ କାନ୍ଦଣା, ଅଳ୍ପତାପ ଏବଂ ମାଂସପେଶୀ ଟୋନ କମିଯାଏ ।[୨] ତ‌ଥାପି ଚିକିତ୍ସା ଆରମ୍ଭ ନ ହୋଇଥିଲେ ଫୁଲା ଆଖି, ବଡ଼ ଜିଭ, ପେଟ ଫୁଲିଯିବା, ଶ୍ୱାସକ୍ରିୟାରେ ସମସ୍ୟା ଏବଂ ବ ବୌଦ୍ଧିକ ଅକ୍ଷମତା ହୋଇପାରେ ।[୨] [୪]

Congenital hypothyroidism
Hypothyroidism in the newborn, cretinism[୧]
6 week old female with jaundice due to hypothyroidism
ବିଭାଗEndocrinology
ଲକ୍ଷଣInitially: Often none[୨]
Over weeks: Jaundice, poor feeding, constipation, poor cry, low body temperature, poor muscle tone[୨]
ଆକ୍ରାନ୍ତ ସମୟAt birth[୨]
କାରଣLack of a thyroid gland, iodine deficiency, genetic mutations[୩][୪]
ବିପଦ କାରକPrematurity[୨]
ରୋଗ ନିର୍ଣ୍ଣୟ ପଦ୍ଧତିNewborn screening[୨]
ଚିକିତ୍ସାLevothyroxine[୨]
PrognosisExcellent with early treatment[୨]
ପୁନଃପୌନିକ1 in 2,000 newborns[୨]

ଥାଇରଏଡ ଗ୍ରନ୍ଥିର ଅଭାବ, ଆୟୋଡିନର ଅଭାବ ଏବଂ ଜେନେଟିକ ମ୍ୟୁଟେସନ ହୋଇ ଥାଇରୋଗ୍ଲୋବୁଲିନ ଜିନ, ଥାଇରଏଡ ପେରକ୍ସିଡେଜ ଜିନ୍ କିମ୍ବା ଥାଇରଏଡ-ଉତ୍ତେଜକ ହରମୋନ୍ (TSH) ରିସେପ୍ଟରର ଅସୁବିଧା ଥାଇପାରେ ।[୩] [୫] ବିପଦ କାରଣଗୁଡ଼ିକ ଅପରିପକ୍ୱ ଅନ୍ତର୍ଭୁକ୍ତ ହୋଇପାରେ ।[୨] ଜନ୍ମ ପରେ ମା’ର ଥାଇରଏଡ ହରମୋନର ଆଉ କୌଣସି ସଂସ୍ପର୍ଶ ଲକ୍ଷଣ ଆସିନଥାଏ । [୬] ଅଧିକାଂଶ ଦେଶରେ ଜନ୍ମ ସମୟରେ ଟିଏସଏଚ କିମ୍ବା ଟି୪ ସ୍ତର ମାପ କରି ଏହି ଅବସ୍ଥାର ସ୍କ୍ରିନ କରାଯାଇଥାଏ ।[୨]

ରୋଗ ନିର୍ଣ୍ଣୟ ହେବା ମାତ୍ରେ ଲିଭୋଥାଇରକ୍ସିନ୍ ସହିତ ଚିକିତ୍ସା ଆରମ୍ଭ କରାଯାଏ ।[୨] ବଟିକାକୁ ଚୂର୍ଣ୍ଣ କରି ଅଳ୍ପ ପରିମାଣର ସ୍ତନ୍ୟ କ୍ଷୀରରେ ମିଶାଇ ଦିଆଯାଇପାରେ ।[୨] ଏହା ପରେ ଥାଇରଏଡ ପରୀକ୍ଷା ପ୍ରତି ଦୁଇ ସପ୍ତାହରେ ବା ଟିଏସଏଚ ସାଧାରଣ ହେବା ପର୍ଯ୍ୟନ୍ତ କରାଯାଏ ଏବଂ ପିଲାଟିର ଅବସ୍ଥା ଠିକ ହେବା ପରେ ପ୍ରତି ୧ରୁ ୩ ମାସ ପର୍ଯ୍ୟନ୍ତ ଏକ ବର୍ଷ ବୟସ ହେବା ପର୍ଯ୍ୟନ୍ତ ପରୀକ୍ଷା କରାଯାଏ। [୨] ଉପଯୁକ୍ତ ଚିକିତ୍ସା ଥିବା ଅଧିକାଂଶ ପିଲା ସାଧାରଣ ବିକାଶପ୍ରାପ୍ତ କରନ୍ତି ।[୭]

ଜନ୍ମଗତ ହାଇପୋଥାଇରଏଡିଜିମ ପ୍ରାୟ ୨,୦୦୦ ନବଜାତ ଶିଶୁଙ୍କ ମଧ୍ୟରୁ ଜଣକଠାରେ ଦେଖାଯାଏ ।[୨] ପୁରୁଷଙ୍କ ଅପେକ୍ଷା ମହିଳାମାନେ ଅଧିକ ପ୍ରଭାବିତ ହୁଅନ୍ତି। [୨] ନବଜାତ ଶିଶୁ ସ୍କ୍ରିନିଂ ପ୍ରୋଗ୍ରାମ ପୂର୍ବରୁ ଏହା ବୌଦ୍ଧିକ ଅକ୍ଷମତାର ଏକ ସାଧାରଣ ପ୍ରତିରୋଧକ କାରଣ ଥିଲା।[୨] ୧୫୦୦ ଦଶକରେ ପାରାସେଲସସଦ୍ୱାରା ଗଇଟର ଏବଂ ଜନ୍ମଗତ ଆୟୋଡିନ୍ ଅଭାବ ସିଣ୍ଡ୍ରୋମ ମଧ୍ୟରେ ଯୋଗସୁତ୍ର ନିର୍ଣ୍ଣୟ କରାଯାଇଥିଲା ।[୮] ୧୯୮୧ ମସିହାରେ ଥାଇରଏଡ୍ ଏକ୍ସଟ୍ରାକ୍ଟ ଆକାରରେ ମୁରେ ଏହାର ପ୍ରଭାବଶାଳୀ ଚିକିତ୍ସା କରିଥିଲେ ।[୯]

ଆଧାର ସମ୍ପାଦନା

  1. "Hypothyroidism - Endocrine and Metabolic Disorders". Merck Manuals Professional Edition (in କାନାଡିୟ ଇଂରାଜୀ). Archived from the original on 27 June 2022. Retrieved 22 June 2022.
  2. ୨.୦୦ ୨.୦୧ ୨.୦୨ ୨.୦୩ ୨.୦୪ ୨.୦୫ ୨.୦୬ ୨.୦୭ ୨.୦୮ ୨.୦୯ ୨.୧୦ ୨.୧୧ ୨.୧୨ ୨.୧୩ ୨.୧୪ ୨.୧୫ ୨.୧୬ ୨.୧୭ ୨.୧୮ ୨.୧୯ Bowden, SA; Goldis, M (January 2022). "Congenital Hypothyroidism". PMID 32644339. {{cite journal}}: Cite journal requires |journal= (help)
  3. ୩.୦ ୩.୧ James, William D.; Elston, Dirk; Treat, James R.; Rosenbach, Misha A.; Neuhaus, Isaac (2020). "24. Endocrine diseases". Andrews' Diseases of the Skin: Clinical Dermatology (in ଇଂରାଜୀ) (13th ed.). Edinburgh: Elsevier. p. 499. ISBN 978-0-323-54753-6. Archived from the original on 2022-06-14. Retrieved 2022-06-07.
  4. ୪.୦ ୪.୧ "Hypothyroidism in the Newborn - Children's Health Issues". MSD Manual Consumer Version (in ଇଂରାଜୀ). Archived from the original on 12 August 2020. Retrieved 22 June 2022.
  5. "Hypothyroidism in Infants and Children - Children's Health Issues". MSD Manual Consumer Version (in ଇଂରାଜୀ). Archived from the original on 27 June 2022. Retrieved 22 June 2022.
  6. Kaye, Celia I. (1 September 2006). "Newborn Screening Fact Sheets" (PDF). Pediatrics. 118 (3): e934–e963. doi:10.1542/peds.2006-1783. Archived from the original (PDF) on 6 September 2021. Retrieved 23 June 2022.
  7. Cherella, CE; Wassner, AJ (February 2020). "Update on congenital hypothyroidism". Current opinion in endocrinology, diabetes, and obesity. 27 (1): 63–69. doi:10.1097/MED.0000000000000520. PMID 31789720.
  8. Wass, John; Arlt, Wiebke; Semple, Robert (10 March 2022). Oxford Textbook of Endocrinology and Diabetes 3e (in ଇଂରାଜୀ). Oxford University Press. p. 974. ISBN 978-0-19-252328-0. Archived from the original on 23 June 2022. Retrieved 22 June 2022.
  9. Brown, Rosalind S.; Demmer, Laurie A. (September 2002). "The Etiology of Thyroid Dysgenesis—Still an Enigma after All These Years". The Journal of Clinical Endocrinology & Metabolism. 87 (9): 4069–4071. doi:10.1210/jc.2002-021092.