ଜନ୍ନାତୁଲ ଫିରଦୋସ୍ ପେୟା

ବଙ୍ଗଳାଦେଶର ଅଭିନେତ୍ରୀ

ଜନ୍ନାତୁଲ ଫିରଦୋସ୍ ପେୟା (ଜନ୍ମ: ୧୪ ଅକ୍ଟୋବର ୧୯୯୧), ଜଣେ ବଙ୍ଗଳାଦେଶୀ ଅଭିନେତ୍ରୀ ଏବଂ ମଡେଲ । ସେ ୨୦୦୭ ମସିହାରେ ମିସ୍ ବଙ୍ଗଳାଦେଶ ପ୍ରତିଯୋଗୀତାରେ ବିଜୟିନୀ ହୋଇଥିଲେ ।[୧][୨] ୨୦୧୨ରେ ସେ ବଙ୍ଗଳାଦେଶୀ ଚଳଚ୍ଚିତ୍ର ଚୋରାବାଲି ଜରିଆରେ ବଙ୍ଗଳାଦେଶ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ୨୦୧୩ରେ ସେ ମିସ୍ ଇଣ୍ଡିଆନ ପ୍ରିନ୍ସେସ୍ ଇଣ୍ଟରନ୍ୟାସନାଲ ପ୍ରତିଯୋଗୀତାରେ ବିଜୟିନୀ ହୋଇଥିଲେ ।

ଜନ୍ନାତୁଲ ଫିରଦୋସ୍ ପେୟା
জান্নাতুল ফেরদৌস পিয়া
୨୦୧୨ରେ ଜନ୍ନାତୁଲ ଫିରଦୋସ୍ ପେୟା
Born (1991-10-14) ୧୪ ଅକ୍ଟୋବର ୧୯୯୧ (ବୟସ ୩୨)
ଖୁଲ୍‌ନା, ବଙ୍ଗଳାଦେଶ
Other namesପେୟା
Occupation(s)ଅଭିନେତ୍ରୀ, ମଡେଲ, ଓକିଲ
Years active୨୦୦୭–ଏବେଯାଏଁ
Height5 ft 10 in (1.78 m)
Titleମିସ୍ ବଙ୍ଗଳାଦେଶ- ୨୦୦୭
Websitepeyajannatul.com

ପ୍ରାରମ୍ଭିକ ଜୀବନ ଏବଂ ଶିକ୍ଷା ସମ୍ପାଦନା

ଜନ୍ନାତୁଲ ଫିରଦୋସ୍ ପେୟା ୧୪ ଅକ୍ଟୋବର ୧୯୯୧ରେ ବଙ୍ଗଳାଦେଶର ଖୁଲ୍‌ନାଠାରେ ଜନ୍ମଗ୍ରହଣ କରିଥିଲେ । ସେ ଖୁଲ୍‌ନାର ସରକାରୀ ମହିଳା ଉଚ୍ଚ ବିଦ୍ୟାଳୟରୁ ତାଙ୍କର ସ୍କୁଲ ଶିକ୍ଷା ଶେଷ କରିଥିଲେ । ଏହାପରେ ସେ ତାଙ୍କ ପରିବାର ସ‌ହ ଢାକାକୁ ସ୍ଥାନାନ୍ତରିତ ହୋଇଯାଇଥିଲେ । ଜଣେ ଓକିଲ ହେବାର ଇଚ୍ଛା ତାଙ୍କର ଛୋଟବେଳୁଥିଲା । ତେଣୁ ସେ ଲଣ୍ଡନ ବିଶ୍ୱବିଦ୍ୟାଳୟରେ ସେ ଓକିଲାତି ପଢ଼ିଥିଲେ । ଏହାପରେ ସେ ବିଚାରପତି ଡଃ କମଳ ହୁସେନଙ୍କର ଅଧିନରେ କାର୍ଯ୍ୟ କରୁଥିଲେ ।

ଅଭିନୟ ଜୀବନ ସମ୍ପାଦନା

ଜନ୍ନାତୁଲ ଫିରଦୋସ୍ ପେୟା ୨୦୦୭ରେ ମିସ୍ ବଙ୍ଗଳାଦେଶ ପ୍ରତିଯୋଗୀତାରେ ଭାଗନେଇଥିଲେ । ସେହି ପ୍ରତିଯୋଗୀତାରେ ସେ ବିଜୟିନୀ ହୋଇଥିଲେ । ଏବେ ସେ ଭାରତୀୟ ମଡେଲିଂ ସଂସ୍ଥା ମସ୍କୋଟ୍ ମଡେଲ ମ୍ୟାନେଜ୍‌ମେଣ୍ଟରେ କାର୍ଯ୍ୟ କରୁଛନ୍ତି । ସେ କିଛି ହିନ୍ଦୀ ଭିଡ଼ିଓରେ ମଧ୍ୟ କାମ କରିଛନ୍ତି ।[୩] ୨୦୧୩ରେ ସେ ୧୯ଟି ଦେଶର ପ୍ରତିଯୋଗୀଙ୍କୁ ହରାଇ ମିସ୍ ଇଣ୍ଡିଆନ ପ୍ରିନ୍ସେସ୍ ଇଣ୍ଟରନ୍ୟାସନାଲ ପ୍ରତିଯୋଗୀତାରେ ବିଜୟିନୀ ହୋଇଥିଲେ ।[୪][୫] ସେ ଅନେକ କିଛି ନାଟକରେ ମଧ୍ୟ ଅଭିନୟ କରିଛନ୍ତି । ତାଙ୍କ ଅଭିନୀତ ନାଟକ ହେଲା, "ଟୁ ବି ଅର୍ ନଟ୍ ଟୁ ବି" ଏବଂ "ପ୍ରଜାପତିର ସୁଖ ଦୁଃଖ" ।

୨୦୧୨ରେ ସେ ତାଙ୍କର ଅଭିନୟ ଜୀବନର ଆରମ୍ଭ କରିଥିଲେ । ୨୦୧୨ରେ ରେଡ୍‌ୱାନ୍ ରୋନିଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର ଚୋରାବାଲି ଜରିଆରେ ସେ ଅଭିନୟ ଜଗତରେ ପ୍ରବେଶ କରିଥିଲେ । ଏହି କଥାଚିତ୍ରଟିରେ ସେ ଜୋୟା ଆହସାନ୍, ଇନ୍ଦ୍ରନେଲ ସେନ‌ଗୁପ୍ତା ଆଦି କଳାକାରମାନେ ଅଭିନୟ କରିଥିଏଲ । ଏହି ଚଳଚ୍ଚିତ୍ର ପାଇଁ ତାଙ୍କୁ ୨୦୧୨ର ମେର୍‌ଲି ପ୍ରଥମ ଆଲୋ ପୁରସ୍କାରରେ ସମୀକ୍ଷକ ପସନ୍ଦର ଶ୍ରେଷ୍ଠ ଅଭିନେତ୍ରୀ ଭାବରେ ମନୋନୀତ ହୋଇଥିଲେ । ଏହାପରେ ୨୦୧୫ରେ ତାଙ୍କର ୨ୟ ଚଳଚ୍ଚିତ୍ର ମୁକ୍ତିଲାଭ କରିଥିଲା । ନିର୍ଦ୍ଦେଶକ ରିକିଆ ମସୁଦୋଙ୍କ ନିର୍ଦ୍ଦେଶନାରେ ନିର୍ମତ ଚଳଚ୍ଚିତ୍ର ଦ ଷ୍ଟୋରୀ ଅଫ୍ ସମରରେ ସେ ଅଭିନୟ କରିଥିଲେ । ଏହି ଚଳଚ୍ଚିତ୍ରରେ ତାଙ୍କ ସ‌ହ ସଞ୍ଜ୍ ଜନ୍ ଅଭିନୟ କରିଥିଲେ । ଏହାପରେ ଗ୍ୟାଙ୍ଗ୍‌ଷ୍ଟାର ରିଟର୍ଣ୍ଣସ୍, ପ୍ରୋବାସିର୍ ପ୍ରେମ୍, ଚିତ୍ତମହଲ, ପ୍ରେମ୍ କି ବୁଝିନି ଆଦି କଥାଚିତ୍ରରେ ସେ ଅଭିନୟ କରିଥିଲେ ।

ଜନ୍ନାତୁଲ ଫିରଦୋସ୍ ପେୟା ଭାରତୀୟ ପତ୍ରିକା ଭୋଗୁଇ ଇଣ୍ଡିଆର ମୂଳ ପୃଷ୍ଠାରେ ପ୍ରଥମ ବଙ୍ଗଳାଦେଶୀ ଭାବରେ ସ୍ଥାନ ପାଇଥିଲେ । ସେ ଭାରତୀୟ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କୁ ତାଙ୍କର ପ୍ରେରଣା ଭାବରେ ମାନନ୍ତି ଏବଂ ତାଙ୍କ ଭଳି ଆନ୍ତର୍ଜାତୀୟ ସ୍ତରରେ ଅଭିନୟ କରିବାର ଇଚ୍ଛା ରଖିଛନ୍ତି ।[୬]

ଫେବୃଆରୀ ୨୦୧୭ରେ ପେୟା ଟିଆର୍‌ଇ ସେମ୍ମେର ମୁଖ୍ୟ ବିଜ୍ଞାପନ ପ୍ରଚାରିକା ଭାବରେ ନିଯୁକ୍ତ ହୋଇଥିଲେ । ଏହି ସଂସ୍ଥାଟି ନିୟୁ ୟର୍କର ପ୍ରସିଦ୍ଧ ହେୟାର କେୟାର୍ ଆଣ୍ଡ ଷ୍ଟାଇଲିଂ ସଂସ୍ଥା । ସେ ଏହି ସଂସ୍ଥାରଦ୍ୱାରା ନିୟ ୟର୍କ‌ରେ ଆୟୋଜିତ ଏକ ବଡ଼ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ସେ ପ୍ରଥମ ବଙ୍ଗଳାଦେଶୀ ଭାବରେ ଏହି ନିୟୁ ୟର୍କ ଫ୍ୟାସନ୍ ଉଇକ୍‌ରେ ଯୋଗ ଦେଇଥିଲେ ।[୭][୮]

ଆଧାର ସମ୍ପାଦନା

  1. "পিয়ার প্রিয় গ্রীষ্মকাল, মায়ের বসন্তকাল". Archived from the original on 2014-03-09. Retrieved 2017-11-30.
  2. "PEYA More than just a pretty face".
  3. http://www.dhakatribune.com/entertainment/2014/nov/21/peya-stars-indian-music-video
  4. http://www.ittefaq.com.bd/print-edition/anondo-binodon/2015/12/03/87189.html
  5. "ଆର୍କାଇଭ୍ କପି". Archived from the original on 2020-01-20. Retrieved 2017-11-30. {{cite web}}: Cite has empty unknown parameter: |1= (help)
  6. "These talented and driven women are perfect ambassador for diversity". Archived from the original on 2017-07-19. Retrieved 2017-11-30.
  7. http://www.thedailystar.net/arts-entertainment/peya-participating-new-york-fashion-week-1359106
  8. http://www.daily-sun.com/post/204963/Model-Peya-becomes-brand-ambassador-of-TRESemmé-Bangladesh

ବାହାର ଆଧାର ସମ୍ପାଦନା