ଜନନୀ ସୁରକ୍ଷା ଯୋଜନା
ଜନନୀ ସୁରକ୍ଷା ଯୋଜନା (JSY) ଭାରତ ସରକାରଙ୍କର ଏକ ଯୋଜନା ଯାହା ୨୦୦୫ ଅପ୍ରେଲ ୧୨ରେ ଭାରତର ପ୍ରଧାନମନ୍ତ୍ରୀଙ୍କଦ୍ୱାରା ଉଦ୍ଘାଟନ କରାଯାଇଥିଲା ।[୧] ଏକ ନିରାପଦ ପ୍ରସବ ଯୋଜନା, ରାଷ୍ଟ୍ରୀୟ ଗ୍ରାମ୍ୟ ସ୍ୱାସ୍ଥ୍ୟ ମିଶନ (NRHM) ଅଧିନରେ କାର୍ଯ୍ୟକାରୀ ହେଉଛି । ଏହା ୧୦୦ ପ୍ରତିଶତ କେନ୍ଦ୍ରୀୟ ଅନୁଦାନ ପ୍ରାପ୍ତ ଯୋଜନା । ଏହି ଯୋଜନାରେ ସରକାରୀ ଡାକ୍ତରଖାନାରେ ବିନା ଖର୍ଚ୍ଚରେ ପ୍ରସବ, ଜନ୍ମ ପରବର୍ତ୍ତୀ ଯତ୍ନ ସହିତ ଆର୍ଥିକ ସହାୟତା ସୁବିଧା ମଧ୍ୟ ମିଳିଥାଏ ।[୨]
ଉଦ୍ଦେଶ୍ୟ ସମ୍ପାଦନ କରନ୍ତୁ
ଡାକ୍ତରଖାନାରେ ପ୍ରସବ ସହିତ ନବଜାତ ଶିଶୁ ଏବଂ ପ୍ରସବ ଜନିତ ମାତୃ ମୃତ୍ୟୁହାର କମାଇବା । [୩]
ସହଯୋଗୀ ସମ୍ପାଦନ କରନ୍ତୁ
ଜନନୀ ସୁରକ୍ଷା ଯୋଜନାରେଭାବେ ଆଶା(ଜଣେ ସମାଜିକ ସ୍ୱାସ୍ଥ୍ୟକର୍ମୀ)ଙ୍କଦ୍ୱାରା ଚିହ୍ନଟ କରାଯାଇଥାଏ । ସେ ଏକ ସଂଯୋଜକର ଦାୟିତ୍ୱ ତୁଲାଇ ଗରିବ ଗର୍ଭବତୀ ମହିଳାମାନଙ୍କୁ ସରକାରଙ୍କଠୁ ମିଳୁଥିବା ସ୍ୱାସ୍ଥ୍ୟ ସେବାଗୁଡ଼ିକ ସହ ଯୋଡ଼ିବାରେ କାର୍ଯ୍ୟ କରନ୍ତି ଏବଂ ସେମାନଙ୍କୁ ଡାକ୍ତରଖାନାରେ ଡାକ୍ଟରଙ୍କଦ୍ୱାରା ପ୍ରସବ କରାଇବାକୁ ପ୍ରବର୍ତ୍ତାଇ ଥାଆନ୍ତି [୨]
- ଏଏନଏମକର୍ମୀ
- ଆମ୍ବୁଲାନ୍ସସେବା
- ପ୍ରସବ ଦାୟିତ୍ୱରେ ଥିବା ଡାକ୍ଟର
ଯୋଜନାର ବୈଶିଷ୍ଟ୍ୟ ସମ୍ପାଦନ କରନ୍ତୁ
ଏହି ଯୋଜନା ଅନ୍ତର୍ଗତ ରାଜ୍ୟମାନେ ଯେଉଁମାନଙ୍କର ନିମ୍ନ ଅଭିବୃଦ୍ଧି ହାର (LPS)ଅଟେ ସେମାନେ ହେଲେ : ଉତ୍ତରପ୍ରଦେଶ, ରାଜସ୍ଥାନ , ଉତ୍ତରାଞ୍ଚଳ, ବିହାର, ଝାରଖଣ୍ଡ, ଓଡ଼ିଶା, ମଧ୍ୟ ପ୍ରଦେଶ, ଛତିଶଗଡ଼, ଆସାମ,ଏବଂ ଜାମ୍ମୁ ଏବଂ କାଶ୍ମୀର ଏବଂ ବାକି ସବୁ ରାଜ୍ୟମାନେ ଉଚ୍ଚ ଅଭିବୃଦ୍ଧି ହାର (HPS) ଅନ୍ତର୍ଭୁକ୍ତ ଅଟନ୍ତି । ସେହି ରାଜ୍ୟମାନଙ୍କରେ ଜନନୀଙ୍କୁ ମିଳୁଥିବା ଆର୍ଥିକ ସହାୟତା ନିମ୍ନରେ ଦିଆଗଲା:
- ଗ୍ରାମାଞ୍ଚଳ ପାଇଁ:[୪] -
ପ୍ରକାର | ଜନନୀଙ୍କର ଭତ୍ତା | ଆଶାଙ୍କର ଭତ୍ତା | ସମୁଦାୟ ଭତ୍ତା(ଟଙ୍କାରେ) |
---|---|---|---|
ଓଡ଼ିଶା ସମେତ ନିମ୍ନ ଅଭିବୃଦ୍ଧି ହାର ଥିବା ରାଜ୍ୟ | ୧୪୦୦ | ୬୦୦ | ୨୦୦୦ |
ଉଚ୍ଚ ଅଭିବୃଦ୍ଧି ହାର ଥିବା ରାଜ୍ୟ | ୭୦୦ | - | ୭୦୦ |
- ସହରାଂଚଳ ପାଇଁ: -
ପ୍ରକାର | ଜନନୀଙ୍କର ଭତ୍ତା | ଆଶାଙ୍କର ଭତ୍ତା | ସମୁଦାୟ ଭତ୍ତା(ଟଙ୍କାରେ) |
---|---|---|---|
ଓଡ଼ିଶା ସମେତ ନିମ୍ନ ଅଭିବୃଦ୍ଧି ହାର ଥିବା ରାଜ୍ୟ | ୧୦୦୦ | ୨୦୦ | ୧୨୦୦ |
ଉଚ୍ଚ ଅଭିବୃଦ୍ଧି ହାର ଥିବା ରାଜ୍ୟ | ୬୦୦ | - | ୬୦୦ |
ଯୋଜନା ରୂପାୟନ ସମ୍ପାଦନ କରନ୍ତୁ
ଏହି ଯୋଜନାର ସଫଳ ରୂପାୟନ ପାଇଁ ପ୍ରତିମାସରେ ସମସ୍ତ ଆଶାକର୍ମୀ, ଏଏନଏମ ଅଧିନରେ କାର୍ଯ୍ୟକରୁଥିବା ସମସ୍ତ କର୍ମୀ ଏଏନଏମଙ୍କ ଅଧିନରେ ସମୀକ୍ଷା କରନ୍ତି ଏବଂ ପ୍ରତିମାସରେ କୌଣସି ଏକ ଦିନ ନିଜ ଏଏନଏମ ପରିଚାଳନା କ୍ଷେତ୍ରରେ ଥିବା ଅଙ୍ଗନବାଡିକେନ୍ଦ୍ରରେ ସଭା ଆୟୋଜନ କରନ୍ତି । ସରକାରୀ ସ୍ତରରେ ପର୍ଯ୍ୟବେକ୍ଷଣ ପାଇଁ ସରକାର ପ୍ରଦତ୍ତ ଏକ ଫର୍ମାଟରେ ମାସିକ ରିପୋର୍ଟ ଏବଂ ବାର୍ଷିକ ରିପୋର୍ଟ ମଧ୍ୟ ବିଭାଗରେ ପୈଠ କରିବାକୁ ହୋଇଥାଏ ।
ବାହାର ଲିଙ୍କ ସମ୍ପାଦନ କରନ୍ତୁ
ଆଧାର ସମ୍ପାଦନ କରନ୍ତୁ
- ↑ Janani Suraksha Yojana - NRHM | Government of Maharashtra
- ↑ ୨.୦ ୨.୧ "MoFHW FAQs" (PDF). Retrieved 11 March 2015.
- ↑ "National Health Mission, Government of India". Retrieved 11 March 2015.
- ↑ Janani Suraksha Yojana - NRHM
- ↑ nrhm.gov.in/nrhm.../rmnch.../janani-suraksha-yojana/background.html