ଛିନ୍ନମସ୍ତା ମନ୍ଦିର
ଛିନ୍ନମସ୍ତା ଭାରତର ଝାଡଖଣ୍ଡର ରାମଗଡ଼ ଜିଲ୍ଲାରେ ଥିବା ରାଜରପ୍ପା ସ୍ଥାନରେ ଏକ ହିନ୍ଦୁ ତୀର୍ଥ ଯାତ୍ରା କେନ୍ଦ୍ର ଯାହା ଦେବୀ ଛିନ୍ନମସ୍ତାଙ୍କୁ ସମର୍ପିତ ହୋଇଛି ।[୧][୨]ପଶ୍ଚିମ ବଙ୍ଗ ଓ ବିହାରରୁ ଭକ୍ତମାନେ ପ୍ରତିବର୍ଷ ଏଠାକୁ ଆକର୍ଷିତ ହୋଇ ଆସନ୍ତି ।[୩]
ଛିନ୍ନମସ୍ତା ମନ୍ଦିର | |
---|---|
Religion | |
ଅନୁବନ୍ଧଗୁଡ଼ିକ | ହିନ୍ଦୁ ଧର୍ମ |
District | Ramgarh district |
ଦେବାଦେବୀ | Chhinnamasta |
Festivals | Makar Sankranti, Maha Shivaratri, Vijayadashami |
Location | |
ସ୍ଥାନ | Rajrappa |
State | Jharkhand |
Country | India |
ଭୌଗଳିକ ଅବସ୍ଥିତି | 23°37′56″N 85°42′38″E / 23.63222°N 85.71056°E |
ଛିନ୍ନମସ୍ତିକା ମନ୍ଦିର ମନ୍ଦିରର ମୂଖ୍ୟ ଆକର୍ଷଣ ହେଉଛି ପଦ୍ମ ଉପରେ ଶାୟିତ କାମଦେବ ଓ ରତି ଉପରେ ଦଣ୍ଡାୟମାନ ଛିନ୍ନମସ୍ତାଙ୍କ ମୁଣ୍ଡବିହୀନ ପ୍ରତିମୂର୍ତ୍ତି । ତାନ୍ତ୍ରିକ ପଦ୍ଧତି ସ୍ଥାପତ୍ୟରେ ତିଆରି ହୋଇଥିବା ଯୋଗୁ ଏହି ମନ୍ଦିର ଲୋକପ୍ରିୟ ହୋଇଛି । ମୂଖ୍ୟ ମନ୍ଦିର ବ୍ୟତୀତ ଆଉ ଦଶଟି ମନ୍ଦିର ଏହି ବେଢା ମଧ୍ୟରେ ଅଛି ଯେଉଁଥିରେ ସୂର୍ଯ୍ୟ ଦେବତା, ହନୁମାନ ଓ ଭଗବାନ ଶିବ ପୂଜା ପାଉଛନ୍ତି ।[୩]
ରାଜରପ୍ପାର ଇତିହାସ
ସମ୍ପାଦନାଆଚାର୍ଯ୍ୟ ବିନୋବା ଭାବେ (Acharya Vinoba Bhave) ଆରମ୍ଭ କରିଥିବା ଭୂଦାନ ଆନ୍ଦୋଳନରେ (Bhudhan Movement) ଏହି ରାଜରପ୍ପାରେ ରାଜା ରାମଗଡ଼ ରାଜ ଲୋକମାନଙ୍କୁ ୩ ଏକର ଜାଗା ପ୍ରଦାନ କରିଥିଲେ ।
ଶବ୍ଦ ଇତିହାସ
ସମ୍ପାଦନାଛିନ୍ନମସ୍ତା ((ସଂସ୍କୃତ: छिन्नमस्ता, Chinnamastā), ବେଳେ ବେଳେ ଚିନ୍ନମସ୍ତା, ଛିନ୍ନମସ୍ତିକା ଓ ପ୍ରଚଣ୍ଡ ଚଣ୍ଡିକା ନାମରେ ଡକାଯାଏ, ହିନ୍ଦୁ ଶାସ୍ତ୍ର ମତରେ ଦେବୀ ମାଆଙ୍କର ଏକ ଭୟାନକ ଚେହେରା ଯାହା ମହାବିଦ୍ୟାଙ୍କର (Mahavidya) ଦଶ ତାନ୍ତ୍ରିକ ଦେବୀଙ୍କ ମଧ୍ୟରୁ ଗୋଟିଏ । ଭୟାନକ ଚେହେରା ଦେଖି ଛିନ୍ନମସ୍ତାନକୁ ସହଜରେ ଚିହ୍ନି ହୁଏ । ସ୍ୱୟଂକୃତ ମୁଣ୍ଡବିହୀନ ଦେବୀ ଗୋଟିଏ ହାତରେ ମୁଣ୍ଡ ଓ ଅନ୍ୟ ହାତରେ ଖର୍ପର ଧରିଥାଆନ୍ତି । ବେକରୁ ବାହାରୁଥିବା ରକ୍ତ ଉକ୍ତ ମୁଣ୍ଡ ଓ ଦୁଇ ପରିଚାରିକା ପାନ କରନ୍ତି । ମୈଥୁନରତ ଏକ ଯୋଡ଼ି ଉପରେ ଠିଆ ହୋଇଥିବା ବର୍ଣ୍ଣନା କରାଯାଇଥାଏ ।[୪]
ଭୂଗୋଳ
ସମ୍ପାଦନାଛିନ୍ନମସ୍ତା ମନ୍ଦିର ଭାରତର ଝାଡ଼ଖଣ୍ଡ ପ୍ରଦେଶର ରାମଗଡ଼ ଜିଲ୍ଲା କୋଡିଏ ନମ୍ବର ଜାତୀୟ ରାଜପଠାରୁ ୨୮ କିମି ଦୂରରେ ଥିବା ରାଜରପ୍ପା (Rajrappa) ସ୍ଥାନରେ ଅବସ୍ଥିତ । ଦାମୋଦର ଓ ଭେରା (ଭୈରବୀ ନଦୀ) ନଦୀର ମିଳନ ସ୍ଥଳରେ ଥିବା ଏକ ପାହାଡ଼ ଉପରେ ଏହି ମନ୍ଦିର ଅବସ୍ଥିତ । ଏହି ସ୍ଥାନର ଏକ ସ୍ୱତନ୍ତ୍ର ମହତ୍ୱ ଅଛି । ଏଠାରେ ଉପରୁ ଭୈରବୀ ନଦୀ (ସ୍ତ୍ରୀ) ଆସି ଦାମୋଦର ନଦ (ପୁରୁଷ) ସାଥିରେ ମିଳିତ ହୋଇ ବିପରୀତ ରତି ଦର୍ଶାଉଛି ।
ବର୍ଣ୍ଣନା
ସମ୍ପାଦନାଦେବୀ ଦୁର୍ଗାଙ୍କର ଦଶ ସ୍ୱରୂପରୁ ଉକ୍ତ ଛିନ୍ନମସ୍ତା ଗୋଟିଏ । ଏହି ମନ୍ଦିର ପରିସରରେ ଅନେକ ଛୋଟ ଛୋଟ ମନ୍ଦିର ଅଛି ଯେପରିକି ଅଷ୍ଟମାତୃକା, ଦକ୍ଷିଣ କାଳୀ । ମହାବିଦ୍ୟାଙ୍କର ତାରା, ଭୁବନେଶ୍ୱରୀ, ଭୈରବୀ, ବଗଳାମୁଖୀ, କମଳା, ମାତଙ୍ଗୀ ଓ ଧୂମାବତୀ ମନ୍ଦିର ମାନ ପାଖରେ ଅଛି ।
ରାଜରପ୍ପାର ଇତିହାସ
ସମ୍ପାଦନାଆଚାର୍ଯ୍ୟ ବିନୋବା ଭାବେ (Acharya Vinoba Bhave) ଆରମ୍ଭ କରିଥିବା ଭୂଦାନ ଆନ୍ଦୋଳନରେ (Bhudhan Movement) ଏହି ରାଜରପ୍ପାରେ ରାଜା ରାମଗଡ଼ ରାଜ ଲୋକମାନଙ୍କୁ ୩ ଏକର ଜାଗା ପ୍ରଦାନ କରିଥିଲେ ।
ଶବ୍ଦ ଇତିହାସ
ସମ୍ପାଦନାଛିନ୍ନମସ୍ତା ((ସଂସ୍କୃତ: छिन्नमस्ता, Chinnamastā), ବେଳେ ବେଳେ ଚିନ୍ନମସ୍ତା, ଛିନ୍ନମସ୍ତିକା ଓ ପ୍ରଚଣ୍ଡ ଚଣ୍ଡିକା ନାମରେ ଡକାଯାଏ, ହିନ୍ଦୁ ଶାସ୍ତ୍ର ମତରେ ଦେବୀ ମାଆଙ୍କର ଏକ ଭୟାନକ ଚେହେରା ଯାହା ମହାବିଦ୍ୟାଙ୍କର (Mahavidya) ଦଶ ତାନ୍ତ୍ରିକ ଦେବୀଙ୍କ ମଧ୍ୟରୁ ଗୋଟିଏ । ଭୟାନକ ଚେହେରା ଦେଖି ଛିନ୍ନମସ୍ତାନକୁ ସହଜରେ ଚିହ୍ନି ହୁଏ । ସ୍ୱୟଂକୃତ ମୁଣ୍ଡବିହୀନ ଦେବୀ ଗୋଟିଏ ହାତରେ ମୁଣ୍ଡ ଓ ଅନ୍ୟ ହାତରେ ଖର୍ପର ଧରିଥାଆନ୍ତି । ବେକରୁ ବାହାରୁଥିବା ରକ୍ତ ଉକ୍ତ ମୁଣ୍ଡ ଓ ଦୁଇ ପରିଚାରିକା ପାନ କରନ୍ତି । ମୈଥୁନରତ ଏକ ଯୋଡ଼ି ଉପରେ ଠିଆ ହୋଇଥିବା ବର୍ଣ୍ଣନା କରାଯାଇଥାଏ ।[୪]
ଏହା ମଧ୍ୟ ଦେଖନ୍ତୁ
ସମ୍ପାଦନାଆଧାର
ସମ୍ପାଦନା- ↑ "2009 - SAARC disaster Management Report" (PDF). SAARC DISASTER MANAGEMENT CENTRE. Archived from the original (PDF) on 12 January 2012. Retrieved 20 April 2012.
- ↑ Prasad, Basudeo (1 January 2009). "Sustainable eco-tourism development: A case study of Jharkhand state". Spectrum. 1 (1): 62. Archived from the original on 23 May 2022. Retrieved 6 April 2012.
- ↑ ୩.୦ ୩.୧ "Rajrappa Temple". Official Website of Ramgarh district. Archived from the original on 27 ଅକ୍ଟୋବର 2010. Retrieved 20 ଅପ୍ରେଲ 2010.
- ↑ ୪.୦ ୪.୧ "Burglary committed in Chhinnamastika temple". The Times of India. 3 Jul 2010. Archived from the original on 3 January 2013. Retrieved 20 April 2012.