ଏନଜୀସୀ ୪୪୧୪ ଏକ ୫୫,୦୦୦ ପ୍ରକାଶ ବର୍ଷ ବ୍ୟାସର ଛାୟାପଥ ଅଟେ

ଛାୟାପଥ (English: Galaxy), ମହାକର୍ଷଣ ଶକ୍ତିଦ୍ୱାରା ବନ୍ଧିତ ଅସଂଖ୍ୟ ତାରାପୁଞ୍ଜ, ତାରାଗୁଡ଼ିକର ଅବଶେଷ, ଅନ୍ତଷ୍ଟିଲାର ବାୟୁ (Interstellar gas), ଧୂଳି, ଅନ୍ଧାରୁଆ ପଦାର୍ଥ (Dark matter) ଗୁଡ଼ିକର ଏକ ସମୂହ ଅଟେ । ଆମେ ଅବସ୍ଥାନ କରୁଥିବା ଛାୟାପଥ, ଆକାଶଗଙ୍ଗା ସ୍ୱଚ୍ଛ ଓ ଅନ୍ଧାର ରାତିରେ ଆକାଶ ମଝିରେ ଗତିକରୁଥିବା ଅର୍ଦ୍ଧଚକ୍ର ଋପେ ଏବଂ ଝିଲମିଲ କମରବନ୍ଧ ବା ବେଲ୍ଟ ସମାନ ଦେଖାଯାଇଥାଏ । ଏହି ବେଲ୍ଟ ଏକ ପୂର୍ଣ୍ଣଚକ୍ରର ଅଙ୍ଗ ଅଟେ, ଯାହାର ଦିଗବଳୟ ତଳ ଭାଗ ଦେଖାଯାଏ ନାହିଁ । ଭାରତରେ ଏହି ଛାୟାପଥକୁ ମନ୍ଦାକିନୀ, ସ୍ୱର୍ଣ୍ଣଗଙ୍ଗା, ସ୍ୱର୍ନଦୀ, ସୁରନଦୀ, ଆକାଶନଦୀ, ଦେବନଦୀ, ନାଗବୀଥୀ, ହରିତାଳୀ ଇତ୍ୟାଦି ମଧ୍ୟ କୁହାଯାଏ । ବ୍ରହ୍ମାଣ୍ଡର ଗୁରୁତ୍ୱାକର୍ଷଣ ବିରୋଧରେ, ଆକାଶଗଙ୍ଗା ସୌରଜଗତ ଏବଂ ଅନ୍ୟମାନଙ୍କୁ ଏକାସଙ୍ଗେ ରଖିଥାଏ ।[୧]

ପୃଥିବୀସୂର୍ଯ୍ୟ ଯେପରି ଛାୟାପଥରେ ଅବସ୍ଥିତ ଅଛନ୍ତି, ରାତିରେ ଆମ୍ଭେମାନେ ଖାଲି ଆଖିରେ ସେହି ଛାୟାପଥର ତାରା ମାନଙ୍କୁ ଦେଖିପାରୁ । ଏବେ ପର୍ଯ୍ୟନ୍ତ ବ୍ରହ୍ମାଣ୍ଡର ଯେତିକି ଭାଗ ଜଣା ପଡ଼ିଛି ସେଥିମଧ୍ୟରୁ ପାଖାପାଖି ଏହିପରି ୧୯ ଆରବ ଛାୟାପଥ ରହିବାର ଅନୁମାନ ରହିଛି । ବ୍ରହ୍ମାଣ୍ଡର ବିସ୍ଫୋଟ ସିଦ୍ଧାନ୍ତ (ବିଗ ବଙ୍ଗ ଥିୟୋରୀ ଅଫ ୟୁନିଭର୍ସ) ଅନୁସାରେ ସମସ୍ତ ଛାୟାପଥ ନିଜ ନିଜ ଠାରୁ ତିବ୍ର ଭାବେ ଦୂରକୁ ନିଜ ସ୍ଥାନ ବଦଳାଇ ଦେଉଛି ।

ବ୍ରହ୍ମାଣ୍ଡରେ ଶହେ ଆରବ ଛାୟାପଥର ଅସ୍ତିତ୍ତ୍ୱ ରହିଛି , ଯାହା ବଡ଼ମାତ୍ରାରେ ତାରା, ଗ୍ୟାସ ଓ ଖଗୋଳୀୟ ଧୂଳିକୁ ସାଉଣ୍ଟି ରଖିଛି । [୨][୩][୧] ଛାୟାପଥଗୁଡ଼ିକ ନିଜ ଜୀବନ ଲକ୍ଷ ଲକ୍ଷ ବର୍ଷ ପୂର୍ବେ ପ୍ରାରମ୍ଭ କରିଥିଲେ ଏବଂ ଧିରେ ଧିରେ ନିଜର ବର୍ତ୍ତମାନ ସ୍ୱରୂପକୁ ପ୍ରାପ୍ତ କରିଥିଲା । ପ୍ରତ୍ୟେକ ଛାୟାପଥ ତାରା ମାନଙ୍କୁ ସାଉଣ୍ଟି ରଖିଛି । ଏହା ମୁଖ୍ୟତଃ ଗୁରୁତ୍ୱାକର୍ଷଣ ତାରାମାନଙ୍କୁ ଏକା ସହିତ ବାନ୍ଧି ରଖିଥାଏ ଏବଂ ଏହିପ୍ରକାରେ ସେମାନଙ୍କ ଛାୟାପଥ ଏକାସହିତ ମିଶି ତାରା ଗୁଚ୍ଛରେ ରହିଥାଏ ।

ପ୍ରାରମ୍ଭରେ ଖାଗୋଳିୟ ଶାସ୍ତ୍ରୀମାନଙ୍କ ଧାରଣା ଥିଲା ଯେ, ବ୍ରହ୍ମାଣ୍ଡରେ ନୂତନ ଛାୟାପଥର ଜନ୍ମ ସମ୍ଭବତଃ ପୁରୂଣା ଛାୟାପଥର ବିସ୍ଫୋଟର ଫଳସ୍ୱରୂପ ହୋଇଥାଏ । କିନ୍ତୁ ୟାର୍କ ବିଶ୍ୱବିଦ୍ୟାଳୟର ଖାଗୋଳିୟ ଶାସ୍ତ୍ରୀ- ଡଃ॰ସୀ.ଆର. ପ୍ୟୁଟର୍ନ ଏବଂ ଡଃ॰ଏ.ଈ ରାଇଟ, ଛାୟାପଥର ଚାରୋଟି ସମୂହକୁ ଅନ୍ତରକ୍ରୀୟାର ଅଧ୍ୟୟନ କରି ଏହି ଧାରଣାର ଖଣ୍ଡନ କରିଛନ୍ତି । ସେମାନେ ମତ ଦେଇଥିଲେ ଯେ, ଛାୟାପଥ ମଝିରେ ଏହି ପ୍ରକାର ବିସ୍ଫୋଟକ ଅନ୍ତର କ୍ରୀଆ ରହି ନଥାଏ ଯାହା ନୂତନ ଛାୟାପଥକୁ ଜନ୍ମ ଦେଇପାରେ ।

ଗୁରୁତ୍ୱାକର୍ଷଣ ଶକ୍ତିଦ୍ୱାରା ମୁଖ୍ୟତଃ ଛାୟାପଥଗୁଡ଼ିକ ବିଭିନ୍ନ ଗ୍ରୁପ, କ୍ଲଷ୍ଟର ଏବଂ ସୁପର କ୍ଲଷ୍ଟରରେ ବିଭାଜିତ ହୋଇଥାଏ । ଆମର ଆକାଶଗଙ୍ଗା ଏବଂ ନିକଟରେ ଥିବା ଆଣ୍ଡ୍ରୋମେଡା ଛାୟାପଥକୁ ନେଇ ଏକ ସ୍ଥାନୀୟ ଗ୍ରୁପ ଗଠିତ । ଏହି ସ୍ଥାନୀୟ ଗ୍ରୁପ ଏବଂ ଆମର ଛାୟାପଥ, ଲାନିଆକିଆ ସୁପରକ୍ଲଷ୍ଟରର ଅନ୍ତର୍ଭୁକ୍ତ । ଲାନିଆକିଆ ସୁପରକ୍ଲଷ୍ଟରରେ ଆମର ଆକାଶଗଙ୍ଗା ଛଡ଼ା ପାଖାପାଖି ୧୦୦,୦୦୦ ଆହୁରି ଛାୟାପଥ ରହିଛି ।[୪]

ଛାୟାପଥର ପ୍ରକାରସମ୍ପାଦନ କରନ୍ତୁ

ଅଧିକାଂଶ ଛାୟାପଥର କେନ୍ଦ୍ର ତାରାମାନଙ୍କଦ୍ୱାରା ଘେରି ହୋଇଥିବା ଗୋଲାକାର ଭାଗ ଅଟେ ଯାହାକୁ ନାଭି କୁହାଯାଏ ଏବଂ ଏହି ନାଭି ନିଜ ଚାରିପଟେ ଏକ ତଳିୟ ଗୋଲାକାର ଡିସ୍କଦ୍ୱାରା ଯୋଡ଼ିହୋଇ ରହିଥାଏ । ଖଗୋଳ ବିଜ୍ଞାନୀ ମାନେ ଛାୟାପଥକୁ ନିଜ ଆକାରର ଆଧାରରେ ମୁଖ୍ୟରୂପେ ତିନୋଟି ଭାଗରେ ବିଭାଜିତ କରିଥାନ୍ତି ଯଥା: ସର୍ପିଲ ଛାୟାପଥ, ଦୀର୍ଘବୃତ୍ତୀୟ ଛାୟାପଥ ତଥା ଅନିୟମିତତା ଛାୟାପଥ । ସମସ୍ତ ଆକାଶଗଙ୍ଗା ବ୍ରହ୍ମାଣ୍ଡ ଭିତରେ ଉପସ୍ଥିତ ରହିଛନ୍ତି । ଅବଲୋକନିୟ ବ୍ରହ୍ମାଣ୍ଡରେ ୨ ଟ୍ରିଲିୟନ (1012) ଆକାଶଗଙ୍ଗା ରହିଛନ୍ତି [୫] ଏବଂ ଅନୁମାନିତ (1 × 1024) ତାରା ରହିଛନ୍ତି ।[୬][୭] "ସର୍ପିଲ ଛାୟାପଥ" ଡିସ୍କ ଆକାରର ହୋଇଥାଏ, ଯାହାର ମଝିଭାଗ ଦୃଶ୍ୟମାନ ହୋଇଥାଏ । ଏହାର ମଝିଭାଗରୁ ଚମକ ଯୁକ୍ତ ସର୍ପିଲ ବାହାରି ରହିଥାଏ । ଏହି ଛାୟାପଥରେ ସ୍ଥିତ ତାରାମାନେ ଅପେକ୍ଷାକୃତ କମ ଆୟୁଷ ବିଶିଷ୍ଟ ହୋଇଥାନ୍ତି । ଆମର "ଆକାଶ ଗଙ୍ଗା" (ଆକାଶଗଙ୍ଗା ) ଏହାର ଅନ୍ତର୍ଗତରେ ଆସିଥାଏ । "ଦୀର୍ଘ ବୃତ୍ତୀୟ ଛାୟାପଥ" ମୁଖ୍ୟତଃ ଚକ୍ରାକାର କିମ୍ବା ଗୋଲାକାର ହୋଇଥାଏ । ଏହି ଛାୟାପଥ ଗୁଡିକର କେନ୍ଦ୍ର ସର୍ବାଧିକ ଚମକ ଯୁକ୍ତ ହୋଇଥାଏ ଓ ପରିଧି ଆଡ଼କୁ ଚମକ କମ ହୋଇଥାଏ । ଏହି ଛାୟାପଥରେ ସ୍ଥିତ ତାରାମାନ ଅପେକ୍ଷାକୃତ ଅଧିକ ଆୟୁଷ ବିଶିଷ୍ଟ ହୋଇଥାଏ । "ଅନିୟମିତ ଛାୟାପଥ"ର କୌଣସି ନିଶ୍ଚିତ ଆକାର ରହିନଥାଏ । ଏମାନଙ୍କ ଆକାରରେ ପରିବର୍ତ୍ତନ ହୋଇଥାଏ । କମ ଗୁରୁତ୍ତ୍ୱ ଶକ୍ତି କାରଣରୁ ଏମାନଙ୍କ ମଧ୍ୟରେ ଏହିପରି ହୋଇଥାଏ ।

ଖାଗୋଳିୟ ସାହିତ୍ୟରେ କ୍ୟାପିଟାଲ G ସହିତ ଛାୟାପଥ ଶବ୍ଦର ବ୍ୟବହାର ଆକାଶ ଗଙ୍ଗା, ଆକାଶଗଙ୍ଗା ପାଇଁ କରାଯାଏ । ଆକାଶଗଙ୍ଗା ଶବ୍ଦ ପ୍ରଥମ ଥର ଇଂରାଜୀ ଭାଷାରେ (Chaucer)ର ଏକ କବିତାରେ ସାମ୍ନାକୁ ଆସିଥିଲା ।

"See yonder, lo, the Galaxyë
 Which men clepeth the Milky Wey,
 For hit is whyt".[୮]
 
ଚିଲିଠାରେ ଆକାଶଗଙ୍ଗାର ନିଆଯାଇଥିବା ଏକ ମାଛ ଆଖି ସଦୃଶ ଛବି

ଆଧାରସମ୍ପାଦନ କରନ୍ତୁ

  1. ୧.୦ ୧.୧ Cox, Brian & Cohen, Andrew 2011. Wonders of the Universe. HarperCollins. p. 24. ISBN 9780007395828.CS1 maint: multiple names: authors list (link)
  2. Sparke L.S. & Gallagher III J.S. 2000. Galaxies in the Universe: an introduction. Cambridge: Cambridge University Press. ISBN 0521671868.
  3. Hupp E; Roy S. & Watzke M. 2006.[୧]
  4. https://www.sciencedaily.com/releases/2014/09/140903133319.htm
  5. Fountain, Henry (17 October 2016). "Two Trillion Galaxies, at the Very Least". The New York Times. Retrieved 17 October 2016.
  6. Staff (2019). "How Many Stars Are There In The Universe?". European Space Agency. Retrieved 21 September 2019.
  7. "The Structure of the Universe". doi:10.1007/978-1-4614-8730-2_10. Cite journal requires |journal= (help)
  8. Geoffrey Chaucer. The House of Fame, ~1380."Online Etymology Dictionary". Retrieved 2007-01-03.