ଛାରପୋକ

ପରଜୀବୀ ପୋକ

ଛାରପୋକ (ଇଂରାଜୀ ଭାଷାରେ Bed bugs) ଏକ ପ୍ରକାର ପୋକର (insect) ନାମ ଯିଏ ମାନବ ରକ୍ତ) ପାନ କରି (ବିଶେଷତଃ ରାତିରେ) ବଞ୍ଚିରହେ ।[୭] ଏହା କାମୁଡ଼ିବା ଫଳରେ ଚର୍ମ ରାସ୍ (skin rash), ଆଲର୍ଜି (allergic) ଲକ୍ଷଣ ଓ ମାନସିକ ସମସ୍ୟା ଉତ୍ପନ୍ନ ହୋଇପାରେ ।[୫] ଚର୍ମରେ ସାମାନ୍ୟରୁ ଦୃଶ୍ୟମାନ ଫୋଟକା (en:blisters) ହୋଇପାରେ ।[୧] କିଛି ସମାୟ ବା କିଛି ଦିନ ମଧ୍ୟରେ ଲକ୍ଷଣ ବାହାରେ । [୨] ସାଧାରଣତଃ ଗଲୁ କରେ, ଥକ୍କା ଲାଗେ ବା ଜ୍ୱର ହୁଏ ।[୨] ଘୋଡ଼େଇ ନହୋଇଥିବା ସ୍ଥାନରେ ଛାରପୋକ ଧାଡ଼ି କରି ତିନି ଥର କାମୁଡ଼େ ।[୨] ଏହା କୌଣସି ସଂକ୍ରାମକ ରୋଗ (infectious disease) ଗତି କରେନି ।[୫][୭]

ଛାରପୋକ (Bed bugs)
Cimicosis, bed bug bites, bedbugs, bed bug infestation
ଯୁବାବସ୍ଥାରେ ଛାରପୋକ (Cimex lectularius) ଅଣ୍ଡାକୃତି ଓ ଚେପଟା ଆକାର
ବିଭାଗପାରିବାରିକ ଭେଷଜ ବିଜ୍ଞାନ (Family medicine), ଚର୍ମରୋଗ ବିଜ୍ଞାନ (dermatology)
ଲକ୍ଷଣସାମାନ୍ୟ ଫୋଟକା (blisters), ଗଲୁ[୧][୨]
ଆକ୍ରାନ୍ତ ସମୟକିଛି ମିନିଟରୁ କିଛି ଦିନ [୨]
କାରଣସାଇମେକ୍ସ (Cimex (primarily Cimex lectularius and Cimex hemipterus)[୩]
ବିପଦ କାରକଭ୍ରମଣ ଓ ଅନ୍ୟ ଲୋକର ଜିନିଷ ବ୍ୟବ‌ହାର [୪]
ରୋଗ ନିର୍ଣ୍ଣୟ ପଦ୍ଧତିଛାରପୋକ ପାଇଲେ ଓ ଲକ୍ଷଣ [୫]
ସଠିକ ରୋଗ ନିର୍ଣ୍ଣୟଆଲର୍ଜି ପ୍ରତିକ୍ରିୟା (Allergic reaction), କାଛୁ (scabies‌, ଡର୍ମାଟାଇଟିସ ହର୍ପେଟିଫର୍ମିସ (dermatitis herpetiformis)[୨]
ଔଷଧଆଣ୍ଟିହିସ୍ଟାମିନ (Antihistamines, କର୍ଟିକୋସ୍ଟିରଏଡ (corticosteroids)[୨]
ଚିକିତ୍ସାଲକ୍ଷଣ ଅନୁଯାୟୀ ଚିକିତ୍ସା (Symptomatic), ଛାରପୋକ ନିର୍ମୁଳ (bed bug eradication)[୨]
ପୁନଃପୌନିକଅପେକ୍ଷାକୃତ ସାଧାରଣ [୬]

ସାଧାରଣତଃ ଦୁଇ ପ୍ରଜାତିର species ଛାରପୋକ ଦେଖାଯାଆନ୍ତି ଯଥା:- ସାଇମେକ୍ସ ଲେକ୍ଟୁଲାରିଅସ Cimex lectularius ବା ସାଧାରଣ ଛାରପୋକ ଓ ସାଇମେକ୍ସ ହେମିପ୍ଟେରସ (Cimex hemipterus) ।[୩] ସେମାନଙ୍କ ଆକାର ୧-୭ ମିମି ହୋଇଥାଏ । [୭] ସେମାନେ ପାଖ ସ୍ଥାନ‌କୁ ଚାଲିଯାଆନ୍ତି ବା କୌଣସି ଜିନିଷ ସ‌ହିତ ସ୍ଥାନାନ୍ତର ହୁଅନ୍ତି । [୨] ପୋକ ଜନିତ ରୋଗକୁ ଇନଫେସ୍ଟେସନ (Infestation) କୁହାଯାଏ ଓ କ୍ୱଚିତ ଏହା ଖରାପ ସ୍ୱାସ୍ଥ୍ୟ ଯୋଗୁ ହୁଏ କିନ୍ତୁ ଏହା ଅଳ୍ପ ସ୍ଥାନରେ ଅଧିକ ଲୋକ ରହୁଥିବା ଜାଗାରେ ହୁଏ ।[୮][୨] ଲକ୍ଷଣ ଓ ଛାରପୋକ ଦେଖି ରୋଗ ନିର୍ଣ୍ଣୟ କରାଯାଏ ।[୫] ଏହି ପୋକ ଅନ୍ଧାରରେ ଯେପରିକି ଗଦି ସନ୍ଧି ଓ କାନ୍ତ ଫାଟ ଭଳି ଜାଗାରେ ରହନ୍ତି । [୨]

ରୋଗୀର ଲକ୍ଷଣ ଅନୁସାରେ ଚିକିତ୍ସା (symptomatic) କରାଯାଏ ।[୨] ଛାରପୋକ ବିନାଶ କରିବା କଷ୍ଟକର ବ୍ୟାପାର ଯେହେତୁ ସେଗୁଡ଼ିକ ଏକ ବର୍ଷ ପର୍ଯ୍ୟନ୍ତ ଖାଦ୍ୟ ବିନା ବଞ୍ଚିପାରନ୍ତି ।[୨] ତେଣୁ ବାରମ୍ବାର ଘରେ ପୋକମରା ଅଭିଯାନ ଆବଶ୍ୟକ ହୁଏ ।[୨] ଏଥି ନିମନ୍ତେ ରୁମକୁ 50 °C (122 °F) ଉତ୍ତାପକୁ ନିଆଯାଏ, ବାରମ୍ବାର ଭକ୍ୟୁମ (vacuuming) କରାଯାଏ, ଲୁଗାପଟା ଅତ୍ୟଧିକ ଉତ୍ତାପରେ ଗରମ କରାଯାଏ ଓ ପୋକମରା (pesticide) ଔଷଧ ବ୍ୟବ‌ହାର କରାଯାଏ ।[୨]

ପୃଥିବୀର ପ୍ରତ୍ୟେକ ସ୍ଥାନରେ ଛାରପୋକ ରହନ୍ତି ।[୭] ଏହି ରୋଗ ହାର ଅପେକ୍ଷାକୃତ ସାଧାରଣ ଓ ସନ ୧୯୯୦ ପରଠାରୁ ବଢିଛି । [୩][୪][୬] ଏହି ବୃଦ୍ଧିର କାରଣ ଅଜ୍ଞାତ ଅଛି; ଯାହା ଅଧିକ ଯିବାଆସିବା, ଜିନିଷ ଅନ୍ୟ ହାତକୁ ଯିବା, ଅନ୍ୟାନ୍ୟ ପୋକ ପ୍ରତି ଅଧିକ ନ‌ଜର ଦେବା ବା ପ୍ରତିରୋଧ ଶକ୍ତି (resistance to pesticides) ବୃଦ୍ଧି ଯୋଗୁ ହୋଇପାରେ ।[୪] ହଜାର ହଜାର ବର୍ଷ ଧରି ମାନବ ସାଥିରେ ଛାରପୋକ ରହିଆସୁଛନ୍ତି । [୨]

  • The Bedbug (Russian: Клоп, Klop) is a play by Vladimir Mayakovsky written in 1928-1929.

ଆଧାର ସମ୍ପାଦନା

  1. ୧.୦ ୧.୧ James, William D.; Berger, Timothy G.; et al. (2006). Andrews' Diseases of the Skin: clinical Dermatology. Saunders Elsevier. p. 446. ISBN 978-0-7216-2921-6.
  2. ୨.୦୦ ୨.୦୧ ୨.୦୨ ୨.୦୩ ୨.୦୪ ୨.୦୫ ୨.୦୬ ୨.୦୭ ୨.୦୮ ୨.୦୯ ୨.୧୦ ୨.୧୧ ୨.୧୨ ୨.୧୩ ୨.୧୪ ୨.୧୫ Ibrahim, O; Syed, UM; Tomecki, KJ (March 2017). "Bedbugs: Helping your patient through an infestation". Cleveland Clinic Journal of Medicine. 84 (3): 207–211. doi:10.3949/ccjm.84a.15024. PMID 28322676.
  3. ୩.୦ ୩.୧ ୩.୨ Jerome Goddard; Richard deShazo (2009). "Bed bugs (Cimex lectularius) and clinical consequences of their bites". Journal of the American Medical Association. 301 (13): 1358–1366. doi:10.1001/jama.2009.405. PMID 19336711.
  4. ୪.୦ ୪.୧ ୪.୨ Kolb A, Needham GR, Neyman KM, High WA (2009). "Bedbugs". Dermatol Ther. 22 (4): 347–52. doi:10.1111/j.1529-8019.2009.01246.x. PMID 19580578.
  5. ୫.୦ ୫.୧ ୫.୨ ୫.୩ Doggett SL, Russell R (November 2009). "Bed bugs – What the GP needs to know". Aust Fam Physician. 38 (11): 880–4. PMID 19893834.
  6. ୬.୦ ୬.୧ Doggett, SL; Dwyer, DE; Peñas, PF; Russell, RC (January 2012). "Bed bugs: clinical relevance and control options". Clinical Microbiology Reviews. 25 (1): 164–92. doi:10.1128/CMR.05015-11. PMC 3255965. PMID 22232375.
  7. ୭.୦ ୭.୧ ୭.୨ ୭.୩ "Bed Bugs FAQs". Centers for Disease Control and Prevention. 2 May 2017. Retrieved 2 October 2018. {{cite web}}: Cite has empty unknown parameter: |dead-url= (help)
  8. Hildreth CJ, Burke AE, Glass RM (April 2009). "JAMA patient page. Bed bugs". JAMA. 301 (13): 1398. doi:10.1001/jama.301.13.1398. PMID 19336718.

ବାହ୍ୟ ଲିଙ୍କ ସମ୍ପାଦନା

ଶ୍ରେଣୀବିଭାଗ
ବାହାର ଉତ୍ସ