ଛତି
ଛତା ବଡ଼ ଅର୍ଥରେ ଛତି । ଏହା ଦେବତା, ସମ୍ରାଟ ବା ପ୍ରଭୁଙ୍କ ଅଧିକାରଜ୍ଞାପକ ।[୧] ଏହା ଉପରପୃଷ୍ଠ କନା ଚାନ୍ଦୁଆରେ ସୁସଜ୍ଜିତ ହୋଇଥାଏ ।
ଶ୍ରୀମନ୍ଦିରରେ ଛତି
ସମ୍ପାଦନାପ୍ରତି ବାହାର ଓ ଭିତର ବିଜେ, ବେଢ଼ା, ସର୍ବାଙ୍ଗ, ଚନ୍ଦନ ବିଜେ, ସ୍ନାନପୂର୍ଣ୍ଣିିମା ନିମନ୍ତେ ଜଳ ଘେନାଣ ଘରକୁ ଜଳ ବିଜେ ସମୟରେ ଓ ଅନ୍ୟ ଯେଉଁ ସମୟରେ କାହାଳୀ ବାଜେ ସେ ସମୟରେ ଛତି ବ୍ୟବହାର ହୁଏ ।
ଛତାର ସେବକ
ସମ୍ପାଦନାଛତାର ସେବକ ପ୍ରତିଦିନ ବଡ଼ସିଂହାର ପହୁଡ଼ ଅାଳତି ବେଳେ ଶୟନଠାକୁରଙ୍କ ପାଖରେ ଛତି ଧରି କଳାହାଟ ଦ୍ୱାରରେ ଠିଅା ହୁଅନ୍ତି । ପହୁଡ଼ ଅାଳତି ପରେ ଶୟନଠାକୁରଙ୍କ ସହ ଡମ୍ବରୁଠାକୁ ଅାସନ୍ତି । ଅାଳତି ସରିଲେ ଭିତରକୁ ବିଜେକରି ଛତି ଭଣ୍ଡାର ଦ୍ୱାରରେ ରଖନ୍ତି । ଏମାନେ ଛତି, ଓଲାର, ତରାସ ଓ କଳାକନାଟି ଏପରି ଚାରିପ୍ରକାର ଛତ୍ର ସେବା କରନ୍ତି ।[୨]
ଅମୋଣିହା ଛତାର
ସମ୍ପାଦନାଯେତେ ଘଣ୍ଟ, ଛତା, କାହାଳୀ ଭୋଗ ହୁଏ, ଏ ସେବକ ଛତା ଧରି ଭୋଗବାଟଠାରୁ ଜୟ ବିଜୟ ଦ୍ୱାର ଯାଏଁ ଭୋଗ ଅାଗରେ ଚାଲନ୍ତି । ସ୍ନାନ ପୂଣ୍ଣର୍ମୀ, ପୁଷ୍ୟାଭିଷେକ ଓ ନୀଳାଦ୍ରି ମହୋଦୟରେ ଜଳ ଛେକ ଅାସିଲା ବେଳେ ଛତା ଧରି ଅାଗରେ ଚାଲନ୍ତି ଯେଉଁ ଯେଉଁ ବେଢ଼ରେ ଛତି ଯାଏ (ଯାମକର), ସେ ବେଢ଼ରେ ଛତି ଧରନ୍ତି । ଏ ସେବକ ଅଖଣ୍ଡମେକାପ ଶ୍ରେଣୀର । ସେବା ବଂଶାନୁକମିକ ।[୩]