ଛତରପୁର ରାଜ୍ୟ
ଛତରପୁର, ଏକ ପୂର୍ବତନ ବ୍ରିଟିଶ ଅଧୀନ ଭାରତୀୟ ଏକ ରାଜ୍ୟ ଥିଲା । ଏହା ସ୍ୱାଧୀନତା ପରେ ମଧ୍ୟପ୍ରଦେଶର ଏକ ଜିଲ୍ଲା ଓ ଛତରପୁର ସହର ଏହାର ସଦର ମହକୁମା ତଥା ଏକ ମୁନିସିପାଲିଟି ଅଞ୍ଚଳ.।
ଛତରପୁର
छतरपुर | |
---|---|
ସହର | |
Country | India |
State | Madhya Pradesh |
District | Chhatarpur |
Named for | Chhatrasal |
Area | |
• ସମୁଦାୟ | 50 km2 (20 sq mi) |
Elevation | 305 m (1,001 ft) |
Population (2011) | |
• Total | ୧୪୭ ୬୬୯ |
• Density | 2,554/km2 (6,610/sq mi) |
Languages | |
• Official | Hindi[Bundeli] |
Time zone | UTC+5:30 (IST) |
PIN | 471001 |
Telephone code | 07682 |
ଯାନବାହାନ ପଞ୍ଚୀକରଣ | MP-16 |
Sex ratio | 920 ♂/♀ |
Website | chhatarpur |
History
ସମ୍ପାଦନା1785 ମସିହାରେ ସ୍ଥାପିତ ହେଇଥିବା ଛତରପୁର , ବୁନ୍ଦେଲାର ରାଜପୁତ ମୁଖ୍ୟ ଛତ୍ରସାଲଙ୍କ ନାମାନୁସାରେ ନମିତା ହେଇଥିଲା । ଏହି ରାଜ୍ୟ ଛତ୍ରସାଲଙ୍କ ବଂଶଜମାନଙ୍କଦ୍ୱାରା ଶାସିତ ହେଲା ପରେ ପୋଂବର ବଂଶ ଏହାର ଅଧିକାର କଲେ । କଂୱାର ସୋନ ସିଂହ ପୋଂବର ଏହାକୁ ବୃତିଉଶମାନେ ପ୍ରଦାନ କରିଥିଲେ । ଏହି ରାଜ୍ୟ ଉତ୍ତରାଧିକାରୀ ନ ଥିବାରୁ ବ୍ରିଟିଶ ମାନଙ୍କ ଅଧୀନକୁ ସମ୍ପୂର୍ଣ୍ଣ ଭାବେ ଯିବା କଥା ହେଇଥିଲେ ମଧ୍ୟ ବ୍ୟତିକ୍ରମ କରି ଏହାକୁ ବ୍ରିଟିଶମାନେ ଜଗତ ରାଜଙ୍କୁ ଦିଆ ଯାଇଥିଲା । ଏହି ରାଜ୍ୟର ଆୟତନ 1,118 ବର୍ଗ କିଲୋମିଟର ହେଇଥିଲା ବେଳେ 1901ରେ ଏହାର ଜଣ ସଂଖ୍ୟା 156,139 ଥିଲା ।
1901 ମସିହାରେ ଛତରପୁର ସହରର ଲୋକ ସଂଖ୍ୟା 10,029 ଥିଲା । ଏହା ପୂର୍ବରୁ ବ୍ରିଟିଶ ସେନା ମାନଙ୍କ ଅବାସ ସ୍ଥଳୀ ମଧ୍ୟ ଥିଲା । [୧]
ରାଜା
ସମ୍ପାଦନା- 1785 -1816 Kunwar Sone Shah(d. 1816)
- 1816 -1854 Partab Singh(d. 1854)
- 1854 -1867 Jaghat Singh(b. 1846 - d. 1867)
- 1867 -1895 Vishvanath Singh(b. 1866 - d. 1932)
ମହାରାଜା
ସମ୍ପାଦନା- (4 May 1649 – 20 December 1731) Maharaja Chhatrasal
- 1895-1932 Vishvanath Singh(b. 1866 - d. 1932)
- 1932-1947 Bhawani Singh(b. 1921 - d. 2006)
ଛତରପୁର ଦେଶ ସ୍ୱାଧୀନ ହେବାର ପରେ ବିନ୍ଦ୍ୟ ପ୍ରଦେଶ ସହ ମିଶି ପରେ 1956 ମସିହାରେ ମଧ୍ୟ ପ୍ରଦେଶ ସହ ଭାରତୀୟ ରାଜ୍ୟ ସମୂହରେ ସମ୍ମିଳିତ ହେଇଥିଲା ।
ଭୌଗୋଳିକ ସ୍ଥିତି
ସମ୍ପାଦନାଛତରପୁରର ଭୋଗୋଳିକ ସ୍ଥିତି 24°54′N 79°36′E / 24.9°N 79.6°E. ଏହାର ପତ୍ତନ 1000 ଫୁଟ । ଏହା ମଧ୍ୟ ପ୍ରଦେଶର ଉତ୍ତର ପୂର୍ବ ଦିଗରେ ଅବସ୍ଥିତ । ଏହାକୁ ଲାଗି ଝାଁସୀ , ବାନ୍ଦା ଓ ଗ୍ୱାଲିଆର ଜିଲ୍ଲା ରହିଛି ।
ଜନସଂଖ୍ୟା
ସମ୍ପାଦନା2011 ଜନଗଣନା ଅନୁସାରେ ଛତରପୁରର ଜଣ ସଂଖ୍ୟା 147,669 ଥିଲା ଯାହା ମଧ୍ୟରୁ 53 % ପୁରୁଷ ଓ 47% ମହିଳା ଥିଲେ । 6 ବର୍ଷରୁ କମ ସଂଖ୍ୟା 15 % ଥିଲା । ସାକ୍ଷ୍ୟରତା ହାର 69% , ଯାହା ଜାତୀୟ ହାର 59.5%ଠାରୁ ଅଧିକ ଥିଲା ।
ଆର୍ଥିକ ସ୍ଥିତି
ସମ୍ପାଦନାTଏଠାରେ କୌଣସି ବୃହତ ଶିଳ୍ପ ନାହିଁ ।କୃଷି ଉପରେ ମୁଖ୍ଯତଃ ନିର୍ଭରଶୀଳ ଏହି ଅଞ୍ଚଳ ଗ୍ରାନାଇଟ ଖଣିଜ ଦ୍ରବ୍ୟ ମିଳିଥାଏ । ମରୁଡି ପ୍ରବଣ ଏହି ଅଞ୍ଚଳ ଆର୍ଥିକ ଦ୍ରୁଷ୍ଟିରୁ ଦୁର୍ବଳ ରହେ ।
ପର୍ଯ୍ୟଟନ
ସମ୍ପାଦନା- ଖାଜୁରାହୋ
- ଧୁବଳା ସଂଗ୍ରହାଳୟ
- ଜଟାଶଙ୍କର ଧର୍ମସ୍ଥଳୀ
- ଭୀମକୁଣ୍ଡ , ପ୍ରକୃତିକ ଜଳ କୁଣ୍ଡ ଓ ଧମସ୍ଥଳୀ
- ଖାଜୁରାହୋ ନିକଟସ୍ଥ ରେନାହ ଜଳପ୍ରପାତ
- ହନୁମାନ ଟଉରିଆ
- ବାମର ଅବିଆଣୀ , ପ୍ରାଚୀନ ମାଁ ଦୂର୍ଗା ମନ୍ଦିର
- ପାନ୍ନା ଜାତୀୟ ପାର୍କ
- ପାଣ୍ଡବ ପ୍ରପାତ
- ଲବକୁଶନଗର ହନୁମାନ ମନ୍ଦିର
ଆଧାର
ସମ୍ପାଦନା- ↑ Chisholm, Hugh, ed. (1911). . Encyclopædia Britannica Eleventh Edition. Vol. 6 (11th ed.). Cambridge University Press. p. 116.
ଜୀବନୀ
ସମ୍ପାଦନା- J. R. Ackerley, Hindoo Holiday, NYRB Classics, ISBN 978-0-940322-25-7