ଚୈତନ୍ୟ

ଭାରତୀୟ ସନ୍ଥ
(ଚୈତନ୍ୟ ମହାପ୍ରଭୁରୁ ଲେଉଟି ଆସିଛି)

ଚୈତନ୍ୟଦେବ (୧୪୮୬-୧୫୩୪),[୧] ଭାରତରେ ଭକ୍ତିବାଦର ଜଣେ ଜଣାଶୁଣା ପ୍ରଚାରକ । ସେ ଗଙ୍ଗାକୂଳବର୍ତ୍ତୀ ନବଦ୍ୱୀପରେ ଏକ ବଙ୍ଗାଳୀ ହିନ୍ଦୁ ପରିବାରରେ ଶଚୀଦେବୀ ଓ ଜଗନ୍ନାଥ ମିଶ୍ରଙ୍କ ପୁତ୍ର ରୂପେ ଦୋଳପୂର୍ଣ୍ଣମୀ ସଂଧ୍ୟା ଚନ୍ଦ୍ରଗ୍ରହଣ ସମୟରେ ୧୪୮୬ ଖ୍ରୀଷ୍ଟାବ୍ଦ ଫେବୃଆରୀ ୧୮ ତାରିଖରେ ଜନ୍ମଗ୍ରହଣ କରିଥିଲେ ।[୨] ଇତିହାସ ଦୃଷ୍ଟିରୁ ତାଙ୍କ ପୂର୍ବ ପୁରୁଷ ଥିଲେ ଓଡ଼ିଆ ଓ ତାଙ୍କର ଅନେକ ପାର୍ଷଦ ମଧ୍ୟ ଥିଲେ ଓଡ଼ିଶାର । ତାଙ୍କ ନାମ ଥିଲା ବିଶ୍ୱମ୍ଭର ମିଶ୍ର, ଗୌରହରି, ନିମାଇଁ, ମହାପ୍ରଭୁ ଏବଂ ସନ୍ୟାସ ନାମ ଶ୍ରୀକୃଷ୍ଣ ଚୈତନ୍ୟ । ସେ ଅଳ୍ପ ବୟସରୁ ସେ କୃଷ୍ଣଙ୍କ ନାମ ଜପ କରିବା ସହ ଭଜନ ଗାଇବା ଆରମ୍ଭ କରିଥିଲେ ।[୩] ତାଙ୍କ ଦୀକ୍ଷାଗୁରୁ ଥିଲେ ଈଶ୍ୱର ପୁରୀ ଏବଂ ସନ୍ୟାସ ଗୁରୁଙ୍କ ନାମ କେଶବ ଭାରତୀ ।[୪]

ଶ୍ରୀ ଚୈତନ୍ୟ
ଚୈତନ୍ୟ ମହାପ୍ରଭୁ
ଜନ୍ମବିଶ୍ୱମ୍ଭର ମିଶ୍ର (ନିମାଇଁ)
(1486-02-18)୧୮ ଫେବୃଆରୀ ୧୪୮୬
ନବଦ୍ୱୀପ, ବର୍ତ୍ତମାନ ପଶ୍ଚିମବଙ୍ଗର ନଦିଆ,
ମୃତ୍ୟୁ୧୪ ଜୁନ ୧୫୩୪(1534-06-14) (ବୟସ ୪୮)
ପୁରୀ
ଉପାଧି/ ସମ୍ମାନଭଗବାନ ଶ୍ରୀକୃଷ୍ଣଙ୍କଠାରେ ଗଭୀର ଭକ୍ତି
ଦର୍ଶନଭକ୍ତି ଯୋଗ

ବଂଶାବଳୀ ସମ୍ପାଦନା

ଚୈତନ୍ୟ ନିଜେ ବଙ୍ଗରେ ଜନ୍ମଗ୍ରହଣ କରିଥିଲେ ମଧ୍ୟ ତାଙ୍କ ପୂର୍ବଜ ଉତ୍କଳୀୟ ଥିଲେ ବୋଲି ବହୁ ଗବେଷକଙ୍କ ମତ ରହିଛି । ତାଙ୍କ ପୂର୍ବପୁରୁଷ ଯାଜପୁର ନିବାସୀ ଓଡ଼ିଆ ବ୍ରାହ୍ମଣ ଥିଲେ । ତଦନ୍ତୀନ ଉତ୍କଳ ରାଜା କପିଳେନ୍ଦ୍ରଦେବଙ୍କ ରାଜତ୍ୱ ସମୟରେ ଜଗନ୍ନାଥ ମିଶ୍ରଙ୍କ ପୂର୍ବପୁରୁଷଙ୍କର ରାଜାଙ୍କ ସହିତ ମନୋମାଳିନ୍ୟ ଘଟିବାରୁ ରାଜା ତାଙ୍କୁ ଓଡ଼ିଶାରୁ ବାହାର କରିଦେଇଥିଲେ ଓ ସେ ସପରିବାର ଯାଇ ଶ୍ରୀହଟ୍ଟ ଜିଲ୍ଲାରେ ବାସ କଲେ । ଏଣୁ ଶ୍ରୀଚୈତନ୍ୟଦେବ ବଙ୍ଗବାସୀ ଓଡ଼ିଆ ଥିଲେ । ତଳେ ତାଙ୍କ ବଂଶାବଳୀ ଦିଆଯାଇଛି ।[୫]

ମଧୁକର ମିଶ୍ର
କୀର୍ତ୍ତିଦ ମିଶ୍ରରଙ୍ଗଦ ମିଶ୍ରଉପେନ୍ଦ୍ର ମିଶ୍ରକୃତ୍ତିବାସ ମିଶ୍ର
କଂସାରି ମିଶ୍ରପରମାନନ୍ଦ ମିଶ୍ରଜଗନ୍ନାଥ ମିଶ୍ର
ଗଙ୍ଗା ଦାସବିଷ୍ଣୁ ଦାସବିଶ୍ୱରୂପବିଶ୍ୱମ୍ଭର (ଚୈତନ୍ୟ)
ଗଙ୍ଗାଧରମଧୁରେଶ ଦାସ
ହରିନାଥ ବିଦ୍ୟାଭୂଷଣରୂପେଶ୍ୱର ପଞ୍ଚାନନ
ଶିବରାମ ସାର୍ବଭୌମ

ସନ୍ନ୍ୟାସ ଜୀବନ ସମ୍ପାଦନା

ତାଙ୍କ ବଡ଼ ଭାଇ ବିଶ୍ୱରୂପ ସନ୍ୟାସ ହୋଇ ଯାଇଥିଲେ, ନିମାଇଁ ପାଠ ପଢ଼ିବା ସମୟରେ ତାଙ୍କ ପିତୃ ବିୟୋଗ ହୁଏ । ସେ ସନ୍ନ୍ୟାସ ଧର୍ମ ଗ୍ରହଣ କରିବା ପରେ ଛଅ ବର୍ଷ କାଳ ଦକ୍ଷିଣ ଭାରତରେ ଅତିବାହିତ କରିଥିଲେ ଓ ଜୀବନର ଶେଷ ୨୪ବର୍ଷ ସେ ପୁରୀରେ ଅତିବାହିତ କରିଥିଲେ । [୬] ପୁରୀକୁ କେନ୍ଦ୍ର କରି ସେ ସମଗ୍ର ବିଶ୍ୱରେ ଜଗନ୍ନାଥ ସଂସ୍କୃତିର ପରିପ୍ରସାର କରିଥିଲେ । ରାକ୍ଷସ ସ୍ୱଭାବ ଜଗାଇ ମାଧାଇଙ୍କ ଚିତ୍ତ ପରିବର୍ତ୍ତନ କରି ଦେଇଥିଲେ । ତାଙ୍କୁ ସଂକୀର୍ତ୍ତନର ପିତା ବୋଲି କୁହାଯାଏ, ଓଡ଼ିଶାର ସଂକୀର୍ତ୍ତନ ଗାୟକମାନେ କୀର୍ତ୍ତନ ଆରମ୍ଭରେ "ମମ ପ୍ରାଣ ଗୌରାଙ୍ଗ ହେ' ବୋଲି ଉଚ୍ଚାରଣ କରନ୍ତି । ତାଙ୍କ ଧର୍ମ ପ୍ରଚାର ଫଳରେ ଓଡ଼ିଶା ଦୁର୍ବଳ ହୋଇଯିବା କେହି କେହି କହିଥାଆନ୍ତି, ଏହି ମତକୁ କିନ୍ତୁ ଐତିହାସିକ ପ୍ରଭାତ ମୁଖାର୍ଜୀ ଇତ୍ୟାଦି ଖଣ୍ଡନ କରିଛନ୍ତି । ଯୁବକ ସମୟରେ ସେ ସଂସ୍କୃତ ଅଧ୍ୟାପକ ଥାଇ ଦିଗବିଜୟୀ ପଣ୍ଡିତମାନଙ୍କୁ ପରାସ୍ତ କରିଥିଲେ ମଧ୍ୟ ତାଙ୍କର ସ୍ୱଭାବ ଥିଲା ନମ୍ର । ଭାରତବର୍ଷର ବିଶିଷ୍ଟ ପଣ୍ଡିତମାନେ ତାଙ୍କ ପ୍ରଭାବରେ କୃଷ୍ଣ ଭକ୍ତ ହୋଇଥିଲେ । ସେ ବହୁ ଭକ୍ତଙ୍କୁ ବିଷ୍ଣୁଙ୍କର ବିଭିନ୍ନ ଅବତାର ରୂପେ ଦର୍ଶନ ଦେଇଛନ୍ତି । ଓଡ଼ିଶାରେ ସେ ଦେଖାଇଥିବା ଷଡ଼ଭୂଜ ଗୌରାଙ୍ଗ ମୂର୍ତ୍ତିି ଓ ତାଙ୍କ ଶ୍ରୀପାଦପଦ୍ମ ପୁରୀ ଶ୍ରୀମନ୍ଦିର ବେଢ଼ାରେ ପୂଜା ପାଉଛନ୍ତି ।

ସେ ତାଙ୍କର ଶତ ଶତ ଗୌଡ଼ୀୟ ଓ ଉତ୍କଳୀୟ ଶିଷ୍ୟଙ୍କ ସାହାଯ୍ୟରେ ସ୍ୱ ଧର୍ମମତ ଉତ୍କଳ ଓ ବଙ୍ଗଦେଶରେ ପ୍ରଚାର କରିଥିଲେ । ଏହି ଧର୍ମର ମୂଳତତ୍ତ୍ୱ ହେଲା ପ୍ରେମ ଓ ଭଗବାନ କୃଷ୍ଣଙ୍କଠାରେ ଗଭୀର ଭକ୍ତି । ସେ ଜାତିଧର୍ମନିର୍ବିଶେଷରେ ଶିଷ୍ୟ ଗ୍ରହଣ କରୁଥିଲେ । ତାଙ୍କର ମୁସଲମାନ ଶିଷ୍ୟ ହରିଦାସ ଯବନ ହରିଦାସ ନାମରେ ପ୍ରସିଦ୍ଧ ଲାଭ କରିଥିଲେ । ଉତ୍କଳ ଓ ବଙ୍ଗର ହିନ୍ଦୁସମାଜ ତାଙ୍କ ଧର୍ମମତ ପ୍ରଚାରଦ୍ୱାରା ବିଶେଷ ଭାବରେ ପ୍ରଭାବିତ ହେଇଥିଲା ।[୭][୮]

ତତ୍କାଳୀନ ଶାସକଙ୍କ ବିରୋଧରେ ଆଇନ ଅମାନ୍ୟ କୃଷ୍ଣ ନାମ ସଂକୀର୍ତ୍ତନ ଆନ୍ଦୋଳନ କରି ଚାନ୍ଦକାଜୀଙ୍କୁ ସାଧୁ କରାଇ ଦେଇଥିଲେ । ଚୈତନ୍ୟ ଦେବ ବେଦ ଓ ଭାଗବତୋକ୍ତ ସାମ୍ୟବାଦର ପ୍ରବର୍ତ୍ତକ । ଜାତିଭେଦକୁ ସେ ଦୂର କରି ଯବନ ହରିଦାସ ଠାକୁରଙ୍କୁ ତାଙ୍କ ନାମ ଆନ୍ଦୋଳନର ଆଚାର୍ଯ୍ୟ କରାଇଥିଲେ । ରାମାନନ୍ଦ ରାୟଙ୍କଦ୍ୱାରା ଭକ୍ତି ତତ୍ତ୍ୱର ଶିକ୍ଷା ପ୍ରଚାର କରାଇଥିଲେ । ତାଙ୍କର ଅନୁଜ ଶ୍ରୀ ରୂପ ସନାତନାଦି ବ୍ରଜର ଗୋସ୍ୱାମୀମାନେ ସଂସ୍କୃତରେ ବହୁ ଉଚ୍ଚକୋଟୀର ଗ୍ରନ୍ଥ ପ୍ରଣୟକରିଛନ୍ତି । ତାଙ୍କ ଦାର୍ଶନିକ ମତବାଦର ନାମ ଅଚିନ୍ତ୍ୟ ଭେଦାଭେଦବାଦ, ବେଦାନ୍ତର ଏହି ପ୍ରାଚୀନ ମତବାଦ ଉପରେ ଶ୍ରୀଚେତନ୍ୟାନୁଜ ଓଡ଼ିଶାର ବଳଦେବ ବିଦ୍ୟାଭୂଷଣ ଗୋବିନ୍ଦ ଭାଷ୍ୟ ପ୍ରଣୟନ କରିଛନ୍ତି । ଠାକୁର ନିଗମାନନ୍ଦ ସରସ୍ୱତୀ ଚୈତନ୍ୟଙ୍କୁ ଶେଷ ଅବତାର ବୋଲି କହିଛନ୍ତି ।

ଆଧାର ସମ୍ପାଦନା

  1. "ଆର୍କାଇଭ୍ କପି". Archived from the original on 2014-10-18. Retrieved 2015-03-06. {{cite web}}: Cite has empty unknown parameter: |1= (help)
  2. "ଆର୍କାଇଭ୍ କପି". Archived from the original on 2014-05-17. Retrieved 2012-10-31. {{cite web}}: Cite has empty unknown parameter: |1= (help)
  3. "CC Adi lila 14.22". Archived from the original on 2012-03-06. Retrieved 2015-03-06.
  4. Teachings of Lord Chaitanya Archived 2015-05-15 at the Wayback Machine. "They were surprised to see Lord Chaitanya after He accepted his sannyasa order from Kesava Bharati"
  5. ଜଗବଂଧୁ ସିଂହ - ପ୍ରାଚୀନ ଉତ୍କଳ (ପ୍ରଥମ ଭାଗ), ତୃତୀୟ ସଂସ୍କରଣ, ୧୯୮୨ । ଓଡ଼ିଶା ସାହିତ୍ୟ ଏକାଡେମୀ, ଭୁବନେଶ୍ୱର-୧୪ ।
  6. History of Gaudiya Vaishnavism. The first 6 years, he traveled extensively from Rameshavara in South India to Vrindavan in North India, sharing the message of bhakti. "Chaitanya spent the remainder of His life, another 24 years, in Jagannäth Puri in the company of some of His intimate associates, such as Svarüpa Dämodara and Rämänanda Räya"
  7. http://www.britannica.com/EBchecked/topic/88600/Chaitanya-movement
  8. http://www.scsmath.com/docs/chaitanya_mahaprabhu.html

ଅଧିକ ତଥ୍ୟ ସମ୍ପାଦନା