ଚିନ୍ତାମଣି ବେହେରା
ଚିନ୍ତାମଣି ବେହେରା (୭ ନଭେମ୍ବର ୧୯୨୭ - ୭ ମାର୍ଚ୍ଚ ୨୦୦୫)[୧] ଜଣେ ଆଧୁନିକ ଓଡ଼ିଆ କବି ଓ ସମାଲୋଚକ । [୨] ସେ ଶିଶୁଲେଖାର ସମ୍ପାଦନା[୩] କରିବା ସହ ୧୯୮୩ରୁ ୧୯୮୫ ପର୍ଯ୍ୟନ୍ତ ଓଡ଼ିଶା ସାହିତ୍ୟ ଏକାଡେମୀର ସମ୍ପାଦକ ଦାୟିତ୍ୱ ତୁଲାଇଥିଲେ ।[୪]
ଚିନ୍ତାମଣି ବେହେରା | |
---|---|
ଜନ୍ମ | ଜମାଡିହ, ମୟୂରଭଞ୍ଜ ଜିଲ୍ଲା | ୭ ନଭେମ୍ବର ୧୯୨୭
ମୃତ୍ୟୁ | ୭ ମାର୍ଚ୍ଚ ୨୦୦୫ | (ବୟସ ୭୭)
ଜାତୀୟତା | ଭାରତୀୟ |
ଜୀବନୀ
ସମ୍ପାଦନାଚିନ୍ତାମଣି, ୧୯୨୭ମସିହାରେ ବାଲେଶ୍ୱର ଜିଲ୍ଲାର ଉଦଳା ଅନ୍ତର୍ଗତ ଜମାଡିହ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ସେ ଜଣେ ମେଧାବୀ ଛାତ୍ର ଥିଲେ । ପିତାଙ୍କର ଇଛା ଥିଲା, ଚିନ୍ତାମଣି ଡାକ୍ତର କିମ୍ବା ଆଇନଜୀବୀ ହୁଅନ୍ତୁ । ସେଥି ନିମନ୍ତେ ପୁଅକୁ ରେଭେନ୍ସା ମହାବିଦ୍ୟାଳୟରେ ପାଠ ପଢ଼ିବା ପାଇଁ କଟକ ପଠେଇଥିଲେ । ଚିନ୍ତାମଣି କିନ୍ତୁ, ସାଙ୍ଗମାନଙ୍କ ସହ ମିଶି ବାଲେଶ୍ୱର ଚାଲି ଯାଇଥିଲେ ଓ ସେଠାର ଫକୀର ମୋହନ ମହାବିଦ୍ୟାଳୟରେ କଳା ଶ୍ରେଣୀରେ ନାମ ଲେଖାଇଥିଲେ । ସେ ଉତ୍କଳ ବିଶ୍ୱବିଦ୍ୟାଳୟରୁ କଳାରେ ସ୍ନାତକ ଓ କଲିକତା ବିଶ୍ୱବିଦ୍ୟାଳୟରୁ ସ୍ନାତକତ୍ତୋର ଶିକ୍ଷାଲାଭ କରିଥିଲେ । ସ୍ନାତକୋତ୍ତର ଶ୍ରେଣୀରେ ପ୍ରଥମ ହୋଇ ସେ ସ୍ୱର୍ଣ୍ଣପଦକ ଲାଭ କରିଥିଲେ । ଶିକ୍ଷାସମାପ୍ତି ପରେ, ସେ ଭଦ୍ରକ ମହାବିଦ୍ୟାଳୟ ଓ ଶାନ୍ତିନିକେତନରେ ଶିକ୍ଷାଦାନ କରିଥିଲେ । ୧୯୫୨ମସିହାରେ ସେ ଓଡ଼ିଶା ସରକାରଙ୍କ ଶିକ୍ଷାବିଭାଗରେ ଯୋଗଦେଇଥିଲେ ଓ ୧୯୮୭ରେ ସେବାନିବୃତ ହୋଇଥିଲେ ।
ରଚନାବଳୀ
ସମ୍ପାଦନାକବିତା ସଙ୍କଳନ
ସମ୍ପାଦନା- ଶ୍ୱେତପଦ୍ମ
- ସ୍ୱସ୍ତିକା
- ନୂତନ ସ୍ୱାକ୍ଷର
- ହେ ବୈଦେହୀ ଭୁଲିଯାଅ
- ନୀଳଲୋହିତ
- ତୃତୀୟ ଚକ୍ଷୁ
- ନିଜେ ନିଜର ସାକ୍ଷୀ
- ଉଦୟାସ୍ତର କାବ୍ୟ
ସମାଲୋଚନା ଗ୍ରନ୍ଥ
ସମ୍ପାଦନା- କାବ୍ୟ ଓ କଳାକାର
- ଆଧୁନିକତାର କ ଖ ଗ
- ବିଦଗ୍ଧ ପାଠକ
- କଳାଦୃଷ୍ଟି
- ସାହିତ୍ୟ ଚିନ୍ତା
- ଚିତ୍ର ଓ ଚରିତ୍ର
- ଅନ୍ୟାନ୍ୟ ଆଲୋଚନା
ସମ୍ମାନ ଓ ପୁରସ୍କାର
ସମ୍ପାଦନାଆଧାର
ସମ୍ପାଦନା- ↑ "CHINTAMANI BEHERA". orissadiary.com. Archived from the original on 8 December 2016. Retrieved 24 November 2016.
- ↑ ଓଡ଼ିଆ ସାହିତ୍ୟର ସଂକ୍ଷିପ୍ତ ପରିଚୟ, ଡ. ବୃନ୍ଦାବନଚନ୍ଦ୍ର ଆଚାର୍ଯ୍ୟ, ପୃଷ୍ଠା:୩୨୦-୨୧
- ↑ Kartik Chandra Dutt (1999). Who's who of Indian Writers, 1999: A-M. Sahitya Akademi. pp. 125–. ISBN 978-81-260-0873-5.
- ↑ "ଓଡ଼ିଶା ସାହିତ୍ୟ ଏକାଡେମୀର ସମ୍ପାଦକମାନଙ୍କ ନାମ ତାଲିକା". ଓଡ଼ିଶା ସାହିତ୍ୟ ଏକାଡେମୀ. Retrieved 24 November 2016.
- ↑ "Sarala Samman". Sarala Sahitya Sansad. Archived from the original on 20 December 2016. Retrieved 24 November 2016.
- ↑ "ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କୃତ ପୁସ୍ତକ ଓ ଲେଖକ". ଓଡ଼ିଶା ସାହିତ୍ୟ ଏକାଡେମୀ. Retrieved 24 November 2016.