ଚିନ୍ତାମଣି ଆଚାର୍ଯ୍ୟ

ଆଇନଜୀବୀ ଓ ସାହିତ୍ୟିକ

ଚିନ୍ତାମଣି ଆଚାର୍ଯ୍ୟ (୧୯ ଡିସେମ୍ବର ୧୮୯୧ - ୧୦ ମାର୍ଚ୍ଚ 1957[୧]) ପ୍ରାକସ୍ୱାଧୀନତା କାଳର ଜଣେ ଆଇନଜୀବୀ[୨] ଓ ସାହିତ୍ୟିକ ଥିଲେ ।[୩] ସେ ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତି ଏବଂ ଉତ୍କଳ ସାହିତ୍ୟ ସମାଜର ସଭାପତି ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ ।

ଚିନ୍ତାମଣି ଆଚାର୍ଯ୍ୟ
ଜନ୍ମ(1891-12-19)୧୯ ଡିସେମ୍ବର ୧୮୯୧
କାଳିକାପୁର, ପୁରୁଣାହାଟଶାସନ କଟକ
ମୃତ୍ୟୁ୧୦ ମାର୍ଚ୍ଚ ୧୯୫୭(1957-03-10) (ବୟସ ୬୫)
ବୃତ୍ତି(ସମୂହ)ସାହିତ୍ୟିକ, ଆଇନଜୀବୀ

ଜୀବନୀ ସମ୍ପାଦନା

ଚିନ୍ତାମଣି ଆଚାର୍ଯ୍ୟ ୧୮୯୧ମସିହାରେ କଟକ ଜିଲ୍ଲାର କାଳିକାପୁରଠାରେ ଜନ୍ମଗ୍ରହଣ କରିଥିଲେ । ଆଇନରେ ଡିଗ୍ରୀ ହାସଲ ପରେ,ସେ ତତ୍କାଳୀନ ବିହାର-ଓଡ଼ିଶା ପାଟଣା ଉଚ୍ଚନ୍ୟାୟାଳୟରେ ଓକିଲାତି କରୁଥିଲେ । ଫଉଜଦାରୀ ମାମଲା ପରିଚାଳନା କରିବା ପାଇଁ ସେ ପ୍ରସିଦ୍ଧ ଥିଲେ । ଅର୍ଥଲାଳସା ନରଖି, ସେ ସ୍ୱାଧୀନତା ସଂଗ୍ରାମୀମାନଙ୍କ ପାଇଁ ନିଜ ଖର୍ଚ୍ଚରେ ମଧ୍ୟ ମାମଲା ଲଢି ତାଙ୍କର ଡିଗ୍ରୀ କରାଉଥିଲେ । ମଧୁସୂଦନ ଆଇନ ମହାବିଦ୍ୟାଳୟରେ ସେ ଅଧ୍ୟାପନା କରୁଥିଲେ । ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତିଭାବରେ ସେ ୧୯୪୮-୧୯୫୧ପର୍ଯ୍ୟନ୍ତ କାମ କରିଥିଲେ । ୧୯୫୫ ମସିହା ମାର୍ଚ୍ଚ ୧୦ତାରିଖରେ ତାଙ୍କର ତିରୋଧାନ ଘଟିଥିଲା ।[୪]

ସାରସ୍ୱତ ସାଧନା ସମ୍ପାଦନା

ଜଣେ ସାହିତ୍ୟିକ ଭାବରେ ଚିନ୍ତାମଣି ଆଚାର୍ଯ୍ୟଙ୍କର ପରିଚିତି ଥିଲା । ମାସିକ ପତ୍ରିକା ଝଙ୍କାର ଏବଂ ଶିଶୁ ପତ୍ରିକା ପଞ୍ଚାମୃତ ସମ୍ପାଦନା କରୁଥିଲେ । ତାଙ୍କ ଲେଖା ଓଡ଼ିଶାର ପ୍ରମୁଖ ପତ୍ରପତ୍ରିକାରେ ପ୍ରକାଶ ପାଉଥିଲା ।

ରଚନାବଳୀ ସମ୍ପାଦନା

  • ଇତିହାସ ପ୍ରସଙ୍ଗ
  • ଜଗନ୍ନାଥ ଦାସ
  • କଟକ
  • ଭୁବନେଶ୍ୱର
  • ଶ୍ରୀକୃଷ୍ଣ
  • ବିକ୍ରମାଦିତ୍ୟ
  • ମଙ୍ଗଳ ସ୍ୱପ୍ନ
  • ଗୋପାଳନ

ଉପାଧୀ ଓ ସମ୍ମାନ ସମ୍ପାଦନା

  • ରାୟବାହାଦୂର[୫]

ଆଧାର ସମ୍ପାଦନା

  1. "SCIENCE WRITING IN ORIYA, 1850 - 1950". ସୃଜନୀକା, ଭୁବନେଶ୍ୱର. Retrieved 19 December 2016.
  2. Justice Harihar Mahapatra (15 February 2011). My Life, My Work. Allied Publishers. pp. 207–. ISBN 978-81-8424-640-7.
  3. Himadri Banerjee (2003). The Other Sikhs: A View from Eastern India. Manohar. ISBN 978-81-7304-495-3.
  4. "ଆଜି ଶ୍ରାଦ୍ଧବାର୍ଷିକୀ". ସମ୍ବାଦ ୧୦/୦୩/୨୦୧୭ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୨. Archived from the original on 13 March 2017. Retrieved 10 March 2017.
  5. "ଆଜି ଜନ୍ମଦିନ". ସମ୍ବାଦ ୧୯/୧୨/୨୦୧୬ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୨. Archived from the original on 22 December 2016. Retrieved 19 December 2016.