[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

Chitrakoot Dham
akash mishra
Karwi
city
CountryIndia
StateUttar Pradesh
DistrictChitrakoot
Government
 • ChairmanNeelam Karwaria
Population
 (2001)
 • Total୪୮,୮୫୩
Languages
Time zoneUTC+5:30 (IST)
PIN
210205
Telephone code05198
ଯାନବାହାନ ପଞ୍ଚୀକରଣUP-96
Websitewww.chitrakoot.nic.in

ଚିତ୍ରାକୁଟ ଧାମ ଭାରତୀୟ ରାଜ୍ୟ ଉତ୍ତରପ୍ରଦେଶର ଚିତ୍ରାକୁଟ ଜିଲ୍ଲାର ଏକ ସହର ଓ ପ୍ରସିଦ୍ଧ ହିନ୍ଦୁ ତୀର୍ଥ ସ୍ଥଳ । 

ଇତିହାସ  ସମ୍ପାଦନା

ଅତୀତରେ କେରବି ସହର ବାନ୍ଦା ଜିଲ୍ଲାରେ ରହିଥିଲା । ପରେ ଚିତ୍ରାକୁଟକୁ 1997 ମସିହାରେ ସ୍ୱତନ୍ତ୍ର ଜିଲ୍ଲାର ମାନ୍ୟତା ଦିଆଗଲା ।ଏହି ସହର ସମ ନାମରେ ଥିବା ଜିଲ୍ଲାର ମୁଖ୍ୟାଳୟ ।  

ଭୌଗୋଳିକ ଅବସ୍ଥିତି  ସମ୍ପାଦନା

ଚିତ୍ରାକୁଟ ସହରର ଭୌଗୋଳିକ ଅବସ୍ଥିତିଠାରେ । ଏହାର ଉତ୍ତରରେ କୌଶମ୍ବି , ଦକ୍ଷିଣରେ ସତନା , ଓ ରେୱା ପୂର୍ବରେ ଆଲାହାବାଦ , ପଶ୍ଚିମରେ ବାନ୍ଦା ରହିଛି । ଚିତ୍ରାକୁଟ ମନ୍ଦାକିନ ନଦୀ ତୀରରେ ରହିଛି । 

ଜନସଂଖ୍ୟା  ସମ୍ପାଦନା

2001 ଜନଗଣନା ଅନୁସାରେ ଏଠାରେ ଜନସଂଖ୍ୟା  48,853 ଥିଲା । ଏହା ମଧ୍ୟରୁ ପୁରୁଷ ସଂଖ୍ୟା54 % ଥିବା ବେଳେ ମହିଳା ସଂଖ୍ୟା 46% ଥିଲା । ଏଠାରେ ସାକ୍ଷ୍ୟରତା ହାର67 %  ଥିଲା । 6 ବର୍ଷରୁ କମ ସଂଖ୍ୟା 16 %  ରହିଥିଲା । 

ଶିକ୍ଷା ସମ୍ପାଦନା

  • ଏଠାରେ ମହାତ୍ମା ଗାନ୍ଧୀ ଗ୍ରାମୋଦୟ ବିଶ୍ୱବିଦ୍ୟାଳୟ ସହ ଜଗଦ୍ଗୁରୁ ରାମଭଦ୍ରାଚାର୍ଜ୍ୟ ଶାରୀରିକ ଅକ୍ଷମ ବିଶ୍ୱବିଦ୍ୟାଳୟ , ଯାହା ଭାରତରେ ଅନନ୍ୟ , ସହ ଅନେକ ମହାବିଦ୍ୟାଳୟ ଓ ବିଦ୍ୟାଳୟ ରହିଛି । 

ଯାତାୟତ  ସମ୍ପାଦନା

ଏହା ଦେଇ ଜାତୀୟ ରାଜପଥ 76 ଯାଇଛି । ଏଠାରେ ମାନିକପୁର - ଝାଁସୀ ମୁଖ୍ୟ ରେଳପଥ ଯାଇ ଚିତ୍ରାକୁଟ ଷ୍ଟେସନ ରହିଛି । ଏଠାରୁ ଭାରତର ସମସ୍ତ ମୁଖ୍ୟ ସହରକୁ ରେଳ ଯୋଗାଯୋଗ ରହିଛି । ଏହାର ନିକଟସ୍ଥ ବିମାନ ବନ୍ଦର ଆଲାହାବାଦ 120 କିଲୋମିଟର ଦୂରରେ । 

ପର୍ଯ୍ୟଟନ ସ୍ଥଳୀ  ସମ୍ପାଦନା

ରାମଘାଟ: ଏହା ଏଠାରେ ମୁଖ୍ୟ ଘାଟ । ନଉକା ଯୋଗେ ଏଠାରୁ ଭ୍ରମଣ କରାଯାଇଥାଏ । ଏଠାରୁ କଦମଗିରି ପରିକ୍ରମା କରିହୁଏ । ନିକଟସ୍ଥ ହନୁମାନ ଧାରା ପର୍ବତରେ ତ୍ରିମୂଖୀ ହନୁମାନ ମନ୍ଦିର , ପଞ୍ଚମୁଖୀ ହନୁମାନ ମନ୍ଦିର ଓ ସୀତା ରସୋଇ ପର୍ଯ୍ୟଟକ ଓ ଧାର୍ମିକ ସ୍ଥଳୀ ଭାବରେ ରହିଛି । ସେଠାରେ ଗୁପ୍ତ ଗୋଦାବରୀ ଗୁମ୍ଫା ମଧ୍ୟ ଏକ ପ୍ରାଚୀନ ଦର୍ଶନୀୟ ସ୍ଥାନ । 

ଆଧାର  ସମ୍ପାଦନା

ବାହାର ଲିଙ୍କ  ସମ୍ପାଦନା