ଚନ୍ଦ୍ରଶେଖର ରାଓ

ଭାରତୀୟ ଓଡ଼ିଆ ଚିତ୍ରଶିଳ୍ପୀ

ଚନ୍ଦ୍ରଶେଖର ରାଓ, ଜଣେ ଓଡ଼ିଆ ଚିତ୍ରଶିଳ୍ପୀ ଅଟନ୍ତି ।[୧]

ଚନ୍ଦ୍ରଶେଖର ରାଓ
ଜନ୍ମ
ପୂର୍ଣ୍ଣଚନ୍ଦ୍ର

(1940-09-16)୧୬ ସେପ୍ଟେମ୍ବର ୧୯୪୦
ମଥୁରା, ଗଞ୍ଜାମ
ଜାତୀୟତାଭାରତୀୟ
ପିତାମାତା(s)ରାଜା ରାଓ, ବୁଚାମ୍ମା

ବାଲ୍ୟଜୀବନ ସମ୍ପାଦନା

ଚନ୍ଦ୍ରଶେଖର ୧୯୪୦ ମସିହା ସେପ୍ଟେମ୍ବର ୧୬ତାରିଖରେ ଗଞ୍ଜାମ ଜିଲ୍ଲାର ମଥୁରା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ପିତାଙ୍କ ନାମ ଥିଲା ରାଜା ରାଓ ଓ ମାତାଙ୍କ ନାମ ବୁଚାମ୍ମା । ପୂର୍ଣ୍ଣିମା ତିଥିରେ ଜନ୍ମଗ୍ରହଣ କରିଥିବାରୁ ନାଁ ଦିଆଗଲା ପୂର୍ଣ୍ଣଚନ୍ଦ୍ର । ପରେ ତାହା ବଦଳାଯାଇ ଚନ୍ଦ୍ରଶେଖର ହୋଇଥିଲା । ପିଲାଦିନରୁ କଳାନୁରାଗୀ ଥିଲେ । ମଥୁରା ଗ୍ରାମର ଗୋବର କଣ୍ଢେଇ ନିର୍ମାଣ ଶୈଳୀ ଓ ଲାଳିତ୍ୟର ପ୍ରଭାବ ବାଳକ ଚନ୍ଦ୍ରଶେଖରଙ୍କ ଉପରେ ପଡିଥିଲା । ମାଆ ସୁନ୍ଦ୍ର ଝୋଟି ଚିତା ପକେଇ ପାରୁଥିଲେ ଓ ଚୁଲି ଗଢ଼ି ପାରୁଥିଲେ । ତାଙ୍କଠୁ ଦେଖି ଶିଖି, ଚନ୍ଦ୍ରଶେଖର ସୁନ୍ଦର ଝୋଟି ଚିତା ଆଦି ଆଙ୍କି ପାରୁଥିଲେ । ମାଟି ହାଣ୍ଡି, ମାଠିଆ ଓ ମୂର୍ତ୍ତୀ ଗଢ଼ି ପାରୁଥିଲେ । ସ୍କୁଲ ଗଲା ପରେ କାଳି କାଗଜରେ ଚିତ୍ର ଆଙ୍କିବା ଆରମ୍ଭ କରିଥିଲେ । ଦଶମ ଶ୍ରେଣୀରେ ପଢ଼ିବା ବେଳୁ, ସେ ନିଜ ଚିତ୍ରକଳା ଯୋଗୁଁ ଅର୍ଥ ଉପାର୍ଜନ କରିବା ଆରମ୍ଭ କରିଥିଲେ । ବିଧାନ ସଭା ନିର୍ବାଚନ ଲଢୁଥିବା ଖଲ୍ଲିକୋଟ ରାଜା ରାମଚନ୍ଦ୍ର ମର୍ଦରାଜ ଦେଓଙ୍କ ପ୍ରଚାର ପାଇଁ ଗାଁ ଗାଁ ବୁଲି କାନ୍ଥରେ ମର୍ଦରାଜଙ୍କ ନିର୍ବାଚନ ଚିହ୍ନ ଯୋଡ଼ା ବଳଦ ଆଙ୍କୁଥିଲେ । ଏ ବାବଦକୁ ସେ ଦୁଇ ଶହ ଟଙ୍କା ପାରିଶ୍ରମିକ ପାଇଥିଲେ । ଆର୍ଥିକ ପ୍ରତିବନ୍ଧକ ସତ୍ତ୍ୱେ, ଚିତ୍ରକଳାରେ, ସେ ଉଚ୍ଚଶିକ୍ଷା ଲାଭ କରିଥିଲେ ।

ବୃତ୍ତିଗତ ଜୀବନ ସମ୍ପାଦନା

ବିଭିନ୍ନ ଚାକିରି କରି ଛାଡିବା ପରେ, ଚନ୍ଦ୍ରଶେଖର ୧୯୭୯ମସିହାରେ ରାଜ୍ୟ ହସ୍ତଶିଳ୍ପ ବିଭାଗରେ ଡିଜାଇନର ଭାବରେ କାର୍ଯ୍ୟାରମ୍ଭ କରିଥିଲେ । ସେଠାରେ ଏଗାର ବର୍ଷ ଚାକିରି ମଧ୍ୟରେ ତାଙ୍କ ଚିତ୍ରକଳା ବହୁଳ ଭାବରେ ଉନ୍ନତ ହୋଇପାରିଥିଲା ।

ଚିତ୍ରାବଳୀ ସମ୍ପାଦନା

  • ଗୀତ ଗୋବିନ୍ଦ
  • ଅନନ୍ତ ଶୟନ
  • ବିଷ ପୀୟୁଷ
  • ଚିତା
  • ବସ୍ତ୍ର ହରଣ
  • ଯୁଗଳ
  • କ୍ଷୁଧା
  • ମମତା
  • ବୃକ୍ଷ ପୂଜା
  • ଗାଁ ପୋଖରୀ[୨]
  • ବିରହ
  • ସଂଯମୀ
  • ଐକ୍ୟ
  • ଶିଙ୍ଗାର[୩]
  • ବିଶ୍ରାମ
  • ମିଳନ
  • ଗୋଠ ସମନ୍ୱୟ
  • ଅନ୍ତରଜ୍ଞ ମୁହୂର୍ତ୍ତ

ସାହିତ୍ୟ କୃତି ସମ୍ପାଦନା

  • ଚନ୍ଦ୍ରାୟନ(ଆତ୍ମଚରିତ)[୪]

ସମ୍ମାନ ଓ ପୁରସ୍କାର ସମ୍ପାଦନା

  • ଓଡ଼ିଶା ଲଳିତକଳା ଏକାଡେମୀ ସମ୍ମାନ - ୧୯୭୯[୫]

ଆଧାର ସମ୍ପାଦନା

  1. http://www.odisha.gov.in/samachar/2013/Nov/data/29-11-2013/culture_291113E.pdf
  2. "ଅନନ୍ୟ ଚିତ୍ରଶିଳ୍ପୀ ଚନ୍ଦ୍ରଶେଖର". ସମ୍ବାଦ ୧୬/୦୯/୨୦୧୬ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୬. Retrieved 16 September 2016.[permanent dead link]
  3. http://www.odishaartgallery.org/artistwork.php?name=Chandrasekhar%20Rao
  4. "ଅନନ୍ୟ ଚିତ୍ରଶିଳ୍ପୀ ଚନ୍ଦ୍ରଶେଖର". ସମ୍ବାଦ ୧୬/୦୯/୨୦୧୫ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୪. Retrieved 16 September 2015.[permanent dead link]
  5. http://www.orissa.gov.in/e-magazine/orissaannualreference/or-annual-2009/pdf/107-110.pdf