ଚନ୍ଦ୍ରଯାନ-୧

ଭାରତୀୟ ଶଶି ଅଭିଯାନ
(ଚନ୍ଦ୍ରଯାନରୁ ଲେଉଟି ଆସିଛି)

ଚନ୍ଦ୍ରଯାନ-୧, ଚନ୍ଦ୍ର ଅଭିମୁଖେ ଭାରତର ପ୍ରଥମ ଅଭିଯାନ । ୨୦୦୮ ମସିହା ଅକ୍ଟୋବର ୨୨ ତାରିଖ ସକାଳ ୬ଟା ୨୨ ମିନିଟରେ ଶ୍ରୀହରିକୋଟାର ସତୀଶ ଧୱନ ମହାକାଶ କେନ୍ଦ୍ରରୁ ପିଏସଏଲଭି-ସି୧୧ଦ୍ୱାରା ଏହି ଯାନର ପ୍ରକ୍ଷେପଣ କରାଯାଇଥିଲା । ନଭେମ୍ବର ୮ରେ ଏହି ଯାନ ଚନ୍ଦ୍ରର କକ୍ଷପଥରେ ପ୍ରବେଶ କରିଥିଲା ଏବଂ ଅଗଷ୍ଟ ୨୦୦୯ ପର୍ଯ୍ୟନ୍ତ ଏହା କାର୍ଯ୍ୟକ୍ଷମ ଥିଲା ।

ଚନ୍ଦ୍ରଯାନ-୧
ଚନ୍ଦ୍ରଯାନ-୧ର ନମୁନାଚିତ୍ର
ପରିଚାଳକIndia ଭାରତୀୟ ମହାକାଶ ଗବେଷଣା ସଂସ୍ଥା
COSPAR ID2008-052A
SATCAT №33405
ୱେବସାଇଟwww.isro.gov.in/Chandrayaan/htmls/home.htm
ମିସନ ଅବଧିଯୋଜନା: ୨ ବର୍ଷ
ପ୍ରାପ୍ତି: ୩୧୨ ଦିନ
ମହାକାଶ ଯାନର ବିଶେଷତ୍ୱ
ସମୁଦାୟ ଉତକ୍ଷେପଣ ବସ୍ତୁତ୍ୱ1,380 kg (3,040 lb)
ମିସନ ପ୍ରାରମ୍ଭ
ଉତକ୍ଷେପଣ ତାରିଖ୨୨ ଅକ୍ଟୋବର ୨୦୦୮
ରକେଟ୍ପିଏସଏଲଭି-ସି୧୧
ଉତକ୍ଷେପଣ ସ୍ଥଳ[ସତୀଶ ଧବନ ମହାକାଶ କେନ୍ଦ୍ର] Launch pad = SHAR (Sriharikota high altitude range)
କଣ୍ଟ୍ରାକଟରଈସ୍ରୋ
ମିସନ ସମାପ୍ତି
ଅଂତିମ ସମ୍ପର୍କ୨୮ ଅଗଷ୍ଟ ୨୦୦୯
କକ୍ଷପଥ ମାପଦଣ୍ଡ
ପରିକ୍ରମା ନିର୍ଦ୍ଦେଶ ପ୍ରଣାଳୀଚନ୍ଦ୍ର କକ୍ଷପଥ
Periselene200 km (120 mi)
Aposelene200 km (120 mi)
ଚନ୍ଦ୍ର orbiter
Orbital insertion୮ ନଭେମ୍ବର ୨୦୦୮
Orbits୩,୪୦୦ at EOM
----
ଚନ୍ଦ୍ରଯାନ ଅଭିଯାନ
ଚନ୍ଦ୍ରଯାନ-୨

ଇତିହାସ ସମ୍ପାଦନା

୨୦୦୩ ମସିହା ଅଗଷ୍ଟ ୧୫ ତାରିଖରେ ସ୍ୱାଧୀନତା ଦିବସ ଅଭିଭାଷଣରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଚନ୍ଦ୍ରଯାନ ଅଭିଯାନ ସମ୍ବନ୍ଧରେ ଘୋଷଣା କରିଥିଲେ । ଚନ୍ଦ୍ରପୃଷ୍ଠକୁ ଭାରତର ଏକ ବୈଜ୍ଞାନିକ ଅଭିଯାନର ପରିକଳ୍ପନା ୧୯୯୯ ମସିହାରେ ପ୍ରଥମେ ଭାରତୀୟ ବିଜ୍ଞାନ ଏକାଡେମୀର ଏକ ସଭାରେ ହୋଇଥିଲା । ପରେ ଭାରତୀୟ ମହାକାଶ ଗବେଷଣା ସଂସ୍ଥା ତରଫରୁ ଚନ୍ଦ୍ର ଅଭିଯାନ ପାଇଁ ବିଶଦ ବିଶ୍ଳେଷଣ ଏବଂ ଅଧ୍ୟୟନରୁ ଜଣାପଡିଥିଲା ଯେ ଇସ୍ରୋର ବୈଷୟିକ ଜ୍ଞାନ ଏଭଳି ଅଭିଯାନ ପାଇଁ ସମର୍ଥ ଅଟେ । ୨୦୦୩ ମସିହାରେ ପଦାର୍ଥ, ରସାୟନ, ମହାକାଶ ଭଳି ବିଭିନ୍ନ ବିଭାଗର ପାଖାପାଖି ୧୦୦ ଜଣ ବୈଜ୍ଞାନିକ ଚନ୍ଦ୍ର ଅଭିଯାନ ପାଇଁ ସହମତି ପ୍ରକାଶ କରିଥିଲେ ଏବଂ ସେଇ ବର୍ଷ ନଭେମ୍ବରରେ ଭାରତ ସରକାର ଏହି ଅଭିଯାନ ପାଇଁ ସ୍ୱୀକୃତି ପ୍ରଦାନ କରିଥିଲେ ।

ଅଭିଯାନ କାଳକ୍ରମ ସମ୍ପାଦନା

  • ୨୨ ଅକ୍ଟୋବର ୨୦୦୮: ସକାଳ ୬ଟା ୨୨ ମିନିଟରେ ଶ୍ରୀହରିକୋଟାର ସତୀଶ ଧୱନ ମହାକାଶ କେନ୍ଦ୍ରରୁ ପିଏସଏଲଭି-ସି୧୧ଦ୍ୱାରା ଚନ୍ଦ୍ରଯାନର ପ୍ରକ୍ଷେପଣ କରାଯାଇଥିଲା ।
  • ୨୩ ଅକ୍ଟୋବରରୁ ୪ ନଭେମ୍ବର ୨୦୦୮: ଏହି ସମୟ ମଧ୍ୟରେ ଚନ୍ଦ୍ରଯାନ ପୃଥିବୀ ଚାରିପଟେ ଘୁରୁଥିବା ସମୟରେ ଏହାର ପରିକ୍ରମଣ କକ୍ଷପଥକୁ ୫ଥର ବଦଳାଯାଇ ଊର୍ଦ୍ଧକୁ ନିଆଯାଇଥିଲା ।
  • ୮ ନଭେମ୍ବର ୨୦୦୮: ଅପରାହ୍ନ ୪ଟା ୫୧ମିନିଟରେ ଚନ୍ଦ୍ରଯାନକୁ ସଫଳତାର ସହ ଚନ୍ଦ୍ରର କକ୍ଷପଥରେ ଅବସ୍ଥାପିତ କରାଯାଇଥିଲା ।
  • ୯ ନଭେମ୍ବରରୁ ୧୨ ନଭେମ୍ବର ୨୦୦୮: ଏହି ସମୟ ମଧ୍ୟରେ ଚନ୍ଦ୍ର ଚାରିପଟେ ଘୁରୁଥିବା ଚନ୍ଦ୍ରଯାନର ପରିକ୍ରମଣ କକ୍ଷପଥକୁ ୪ଥର ବଦଳାଯାଇ ଚନ୍ଦ୍ରର ନିକଟତର କରାଯାଇଥିଲା ।
  • ୧୪ ନଭେମ୍ବର ୨୦୦୮: ସନ୍ଧ୍ୟା ୮ଟା ୩୧ ମିନିଟରେ ଚନ୍ଦ୍ରଯାନରୁ ଅଲଗା ହେଇ ଚନ୍ଦ୍ରପୃଷ୍ଠରେ ଅବତରଣ କରିଥିଲା "ମୁନ୍ ଇମ୍ପାକ୍ଟ ପ୍ରୋବ"( ଚନ୍ଦ୍ରର ପୃଷ୍ଠଭୂମି ଏବଂ ବାୟୁମଣ୍ଡଳର ତଥ୍ୟ ସଂଗ୍ରହ ପାଇଁ ଇସ୍ରୋଦ୍ୱାରା ନିର୍ମିତ ସ୍ୱୟଂଚାଳିତ ଉପକରଣ) ।
  • ୨୯ ଅଗଷ୍ଟ ୨୦୦୯: କୌଣସି କାରଣ ଯୋଗୁଁ ଚନ୍ଦ୍ରଯାନ ସହ ସମ୍ପର୍କ ହେଇପାରିଲା ନାହିଁ, ତେଣୁ ଆନୁଷ୍ଠାନିକ ଭାବେ ଏହି ଅଭିଯାନର ସମାପ୍ତି ଘୋଷଣା କରାଯାଇଥିଲା ।

ଅଭିଯାନର ଲକ୍ଷ୍ୟ ସମ୍ପାଦନା

  • ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ଏକ ଯାନକୁ ଚନ୍ଦ୍ର କକ୍ଷପଥରେ ପହଞ୍ଚାଇ ପରିକ୍ରମଣ କରାଇବା ।
  • ଚନ୍ଦ୍ରରେ ଜଳର ସନ୍ଧାନ ।
  • ଚନ୍ଦ୍ରପୃଷ୍ଠର ଅନୁଧ୍ୟାନ, ବିଶେଷ କରି ରସାୟନ ପଦାର୍ଥର ଅଧ୍ୟୟନ ।

ଯଦିଓ ଅଭିଯାନଟି ଶୀଘ୍ର ସମାପ୍ତ ହୋଇଯାଇଥିଲା, ଏହି ସମୟ ସୁଦ୍ଧା ଏହା ୯୫% ଲକ୍ଷ୍ୟ ହାସଲ କରିସାରିଥିଲା ।[୧]

ଅର୍ଥବ୍ୟୟ ସମ୍ପାଦନା

ସମ୍ପୂର୍ଣ୍ଣ ଚନ୍ଦ୍ରଯାନ ମିସନରେ ପାଖାପାଖି ୩୫୦ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା

ଅଭିଯାନର ଦଳର ସଦସ୍ୟଗଣ ସମ୍ପାଦନା

ଚନ୍ଦ୍ରଯାନ-୧ ଅଭିଯାନରେ କାମ କରିଥିବା ଦଳର ପ୍ରମୁଖ ସଦସ୍ୟଗଣ ହେଲେ:[୨]

ଭବିଷ୍ୟତ ଅଭିଯାନ ସମ୍ପାଦନା

ଚନ୍ଦ୍ରଯାନ-୧ର ପରବର୍ତ୍ତୀ ଅଭିଯାନ ଚନ୍ଦ୍ରଯାନ-୨ ୨୨ ଜୁଲାଇ ୨୦୧୯ ତାରିଖରେ ପ୍ରକ୍ଷେପଣ କରାଯାଇଥିଲା ।[୩] ଏହାର ପରବର୍ତ୍ତୀ ଅଭିଯାନ, ଚନ୍ଦ୍ରଯାନ-୩ ୨୦୨୩ ମସିହାରେ ପ୍ରକ୍ଷେପଣ କରାଯାଇଥିଲା ।[୪][୫]

ବାହାର ଆଧାର ସମ୍ପାଦନା

ଆଧାର ସମ୍ପାଦନା


  1. "India Moon mission is 'mixed success'" (in ବ୍ରିଟିଶ୍‌ ଇଂରାଜୀ). 31 ଅଗଷ୍ଟ 2009. Retrieved 23 ଜୁଲାଇ 2019.
  2. "NDTV.com: India's moon dreamers: Men behind the mission". web.archive.org. 26 ଅକ୍ଟୋବର 2008. Archived from the original on 26 ଅକ୍ଟୋବର 2008. Retrieved 23 ଜୁଲାଇ 2019.{{cite web}}: CS1 maint: bot: original URL status unknown (link)
  3. "India's Moon Lander Damaged During Test, Chandrayaan 2 Launch Put on Hold". The Wire. Retrieved 23 ଜୁଲାଇ 2019.
  4. "After Mars, ISRO to Set a Date with Venus, Sun; 7 InterPlanetary Missions Planned". Trak.in - Indian Business of Tech, Mobile & Startups (in ଆମେରିକୀୟ ଇଂରାଜୀ). 20 ମଇ 2019. Retrieved 23 ଜୁଲାଇ 2019.
  5. "After Reaching Mars, India's Date With Venus In 2023 Confirmed, Says ISRO". indiatimes.com (in ଇଂରାଜୀ). 18 ମଇ 2019. Retrieved 23 ଜୁଲାଇ 2019.