ଚନ୍ଦ୍ରଯାନ-୩ (ସଂସ୍କୃତ: चन्द्रयान-3) ହେଉଛି ଭାରତୀୟ ମହାକାଶ ଗବେଷଣା ସଂଗଠନ, ଇସ୍ରୋଦ୍ୱାରା ତୃତୀୟ ଚନ୍ଦ୍ର ଅନୁସନ୍ଧାନ ଅଭିଯାନ । ଏଥିରେ ଚନ୍ଦ୍ରଯାନ-୨ ଭଳି ଲ୍ୟାଣ୍ଡର ଓ ରୋଭର ରହିଥିଲେ ହେଁ ଏଥିରେ ପରିକ୍ରମଣକାରୀ (ଅର୍ବିଟର) ନାହିଁ । ଏହାର ପ୍ରୋପଲ୍ସନ୍ ମଡ୍ୟୁଲ୍ ଏକ ଯୋଗାଯୋଗ ରିଲେ ସାଟେଲାଇଟ୍ ଭଳି ଆଚରଣ କରେ । ମହାକାଶଯାନ ୧୦୦ କିଲୋମିଟର ଚନ୍ଦ୍ର କକ୍ଷପଥରେ ରହିବା ପର୍ଯ୍ୟନ୍ତ ପ୍ରୋପଲସନ ମଡ୍ୟୁଲ ଲ୍ୟାଣ୍ଡର ଏବଂ ରୋଭର ବହନ କରିଥାଏ ।[୧]

ଚନ୍ଦ୍ରଯାନ-୩
ଚନ୍ଦ୍ରଯାନ-୩ର ସଂଯୁକ୍ତ ଉପକରଣ
ମିସନ ପ୍ରକାରଲ୍ୟାଣ୍ଡର, ରୋଭର
ପରିଚାଳକଇସ୍ରୋ
ୱେବସାଇଟwww.isro.gov.in
ମହାକାଶ ଯାନର ବିଶେଷତ୍ୱ
ଉତ୍ପାଦକଇସ୍ରୋ: ଲ୍ୟାଣ୍ଡର, ଲଞ୍ଚର ଏବଂ ରୋଭର
ମିସନ ପ୍ରାରମ୍ଭ
ଉତକ୍ଷେପଣ ତାରିଖ୧୪ ଜୁଲାଇ ୨୦୨୩
ରକେଟ୍ଏଲଭିଏମ୩ ଏମ୪
ଉତକ୍ଷେପଣ ସ୍ଥଳଶ୍ରୀହରିକୋଟା

ଚନ୍ଦ୍ରଯାନ ଲୋଗୋ
ଚନ୍ଦ୍ରଯାନ ପ୍ରକଳ୍ପ
← ଚନ୍ଦ୍ରଯାନ-୨

ଚନ୍ଦ୍ରଯାନ-୨ ପରେ ସଫ୍ଟ ଲ୍ୟାଣ୍ଡିଂ ଗାଇଡେନ୍ସ ସଫ୍ଟୱେୟାରରେ ଶେଷ ମୁହୂର୍ତ୍ତରେ ସଫ୍ଟ ଲ୍ୟାଣ୍ଡିଂ ଗାଇଡେନ୍ସ ସଫ୍ଟୱେୟାରରେ ତ୍ରୁଟି ଯୋଗୁଁ ସଫଳ କକ୍ଷପଥ ପ୍ରବେଶ ପରେ ଲ୍ୟାଣ୍ଡରର ସଫ୍ଟ ଲ୍ୟାଣ୍ଡିଂ ପ୍ରୟାସ ବିଫଳ ହେବା ପରେ ଆଉ ଏକ ଚନ୍ଦ୍ର ଅଭିଯାନ ପ୍ରସ୍ତାବ ଦିଆଯାଇଥିଲା।[୨] ଏହି ଅଭିଯାନକ୍ରମେ ୨୦୨୪ ମସିହାରେ ଜହ୍ନର ଦକ୍ଷିଣ ମେରୁରେ ରୋଭର (ଚନ୍ଦ୍ର ଉପରେ ବୁଲାବୁଲି କରି ତାହାର ମାଟିର ନମୁନା ସଂଗ୍ରହ କରିବା) ଏବଂ ଏକ ଲ୍ୟାଣ୍ଡର (ଚନ୍ଦ୍ର ଉପରେ ଓଲ୍ହାଇବା) ପଠାଯାଇ ନିରୀକ୍ଷଣ କରାଯିବ ।[୩][୪]

ଏହି ଅଭିଯାନଟି ନୂତନ ଭୂମି ଅନୁଧ୍ୟାନ ସହିତ ଜଡ଼ିତ କଳାକୌଶଳ ଯଥା ଯାନ ପରିବହନ ଏବଂ କିଛି ଶହ କିଲୋଗ୍ରାମ ଓଜନର ଆସବାବପତ୍ର ସହିତ ମେରୁ ସ୍ଥାନରେ କିପରି ଦୀର୍ଘସ୍ଥାୟୀ ରାତ୍ରଯାପନ ହୋଇପାରିବ ତାହା ଉପରେ ଅଧିକ ଅନୁଧ୍ୟାନ କରିବ । ସମ୍ଭାବିତ ପାଣିର ଖୋଜା, ନମୁନା ସଂଗ୍ରହ ଏବଂ ତଦନ୍ତ ମୁଖ୍ୟତଃ ଏହି ଅଭିଯାନର ଲକ୍ଷ୍ୟ ହୋଇପାରେ । ଅନ୍ୟାନ୍ୟ ଅନ୍ତରୀକ୍ଷ ସଂସ୍ଥାଗୁଡ଼ିକରୁ ପେଲୋଡ ବା ଆସବାବପତ୍ର ନେବାକୁ ପ୍ରସ୍ତାବ ଦିଆଯିବ ।[୫]

୧୪ ଜୁଲାଇ ୨୦୨୩ ତାରିଖରେ ଚନ୍ଦ୍ରଯାନ-୩କୁ ସଫଳତାର ସହିତ ଏଲଭିଏମ୩ ଏମ୪ ରକେଟଦ୍ୱାରା କକ୍ଷପଥରେ ସ୍ଥାପନ କରାଯାଇଥିଲା ।[୬] ଲ୍ୟାଣ୍ଡର ଓ ରୋଭର ୨୩ ଅଗଷ୍ଟ ୨୦୨୩ରେ ଚନ୍ଦ୍ରର ଦକ୍ଷିଣ ମେରୁ ଅଞ୍ଚଳ ନିକଟରେ ଅବତରଣ କରିଥିଲେ। ୨୩ ଅଗଷ୍ଟ ୨୦୨୩, ଭାରତୀୟ ସମୟ ଅନୁଯାୟୀ ଅପରାହ୍ନ ପ୍ରାୟ ୫ଟା ୪୫ ମିନିଟ‌ରେ ଏହି ଅବତରଣ ଘଟିଥିଲା ଏବଂ ସେହି ଦିନ ସନ୍ଧ୍ୟା ପ୍ରାୟ ୬.୦୨ ମିନିଟ‌ରେ ଚନ୍ଦ୍ରପୃଷ୍ଠକୁ ସ୍ପର୍ଶ କରିଥିଲା, ଯାହା ଚନ୍ଦ୍ରର ଦକ୍ଷିଣ ମେରୁ ଅଞ୍ଚଳରେ ସଫଳତାର ସହ ମହାକାଶଯାନ ଅବତରଣ କରିବାରେ ପ୍ରଥମ ଦେଶ ଏବଂ ଚନ୍ଦ୍ରରେ ଧୀର ଅବତରଣ (soft landing) କରିଥିବା ଚତୁର୍ଥ ଦେଶ ଥିଲା।[୭][୮]

ଲକ୍ଷ୍ୟ

ସମ୍ପାଦନା

ଚନ୍ଦ୍ରଯାନ-୩ ମିଶନର ଉଦ୍ଦେଶ୍ୟ ଗୁଡ଼ିକ ହେଲା:[୯]

  1. ଚନ୍ଦ୍ର ପୃଷ୍ଠରେ ସୁରକ୍ଷିତ ଏବଂ ଧୀର ଅବତରଣ ପ୍ରଦର୍ଶନ କରିବା
  2. ଚନ୍ଦ୍ରରେ ରୋଭର ଚଲାଇବାର ପ୍ରଦର୍ଶନ କରିବା ଏବଂ
  3. ନିୟନ୍ତ୍ରିତ ବ୍ୟବସ୍ଥାରେ(In situ) ବୈଜ୍ଞାନିକ ପରୀକ୍ଷଣ କରିବା ।
ଚନ୍ଦ୍ରଯାନ-୩ର ପରିକ୍ରମଣର ଗତିଶୀଳ ଚିତ୍ର
ପୃଥିବୀ ଚାରିପଟରେ ଚନ୍ଦ୍ରଯାନ-୩ର ପରିକ୍ରମଣ
ଚନ୍ଦ୍ର ଚାରିପଟରେ ଚନ୍ଦ୍ରଯାନ-୩ର ପରିକ୍ରମଣ
   ଚନ୍ଦ୍ରଯାନ-୩ ·    ପୃଥିବୀ ·    ଚନ୍ଦ୍ର

ନିୟନ୍ତ୍ରିତ ବ୍ୟବସ୍ଥାରେ(In situ) ବୈଜ୍ଞାନିକ ପରୀକ୍ଷଣ

ସମ୍ପାଦନା
  • ନିୟନ୍ତ୍ରିତ ବ୍ୟବସ୍ଥାରେ(In situ) ବୈଜ୍ଞାନିକ ପରୀକ୍ଷଣରୁ ଚନ୍ଦ୍ରପୃଷ୍ଠରେ ନିମ୍ନୋକ୍ତ ରାସାୟନିକ ଥିବା ଜଣାପଡ଼ିଥିଲା: ଆଲୁମିନିୟମ (Al), ସଲଫର (S), କ୍ୟାଲସିୟମ (Ca), ଲୁହା (Fe), କ୍ରୋମିୟମ (Cr), ଏବଂ ଟିଟାନିୟମ (Ti) । ଆହୁରି ମାପରୁ ମାଙ୍ଗାନିଜ (Mn), ସିଲିକନ (Si) ଏବଂ ଅମ୍ଳଜାନ (O)ର ଉପସ୍ଥିତି ଜଣାପଡ଼ିଥିଲା ।[୧୦]

ଚନ୍ଦ୍ରର ତାପମାତ୍ରା ମାପିବା

ସମ୍ପାଦନା
  • ଏଠାରେ ବିକ୍ରମ ଲ୍ୟାଣ୍ଡରରେ ଥିବା ChaSTE (Chandra's Surface Thermophysical Experiment) ଚନ୍ଦ୍ର ପୃଷ୍ଠର ତାପମାତ୍ରା ଆଚରଣ ବୁଝିବା ପାଇଁ ମେରୁ ଚାରିପଟେ ଚନ୍ଦ୍ରର ଶୀର୍ଷ ମାଟିର ତାପମାତ୍ରା ପ୍ରୋଫାଇଲ୍ ମାପିଥିଲା । ଭୂପୃଷ୍ଠ ତଳେ ୧୦ ସେଣ୍ଟିମିଟର ଗଭୀରତାରେ ପହଞ୍ଚିବାର ସହିତ ତାପମାତ୍ରା ମାପ କରିଥିଲା । ଚନ୍ଦ୍ରର ଦିନ ସମୟରେ ଭୁପୃଷ୍ଠରେ ପାଖାପାଖି ୫୦ ଡିଗ୍ରୀ ସେଣ୍ଟିଗ୍ରେଡ଼ ଥିବାବେଳେ ଭୁପୃଷ୍ଠର ୮ ସେଣ୍ଟିମିଟର ତଳେ ତାପମାତ୍ରା -୧୦ ଡିଗ୍ରୀ ସେଣ୍ଟିଗ୍ରେଡ଼ ରହିଥିଲା ।[୧୧]


ଓଡ଼ିଶାର ଅବଦାନ

ସମ୍ପାଦନା

ଭୁବନେଶ୍ୱରରେସ୍ଥିତ ସିଟିଟିସି (Central Tool Room and Training Centre) ଚନ୍ଦ୍ରଯାନ-୩ ପାଇଁ ୧୭,୦୦୦ରୁ ଉର୍ଦ୍ଧ ଉପକରଣ ପ୍ରଦାନ କରିଥିଲା, ଯାହାର ମୂଲ୍ୟ ପାଖାପାଖି ୧୦ କୋଟି ଭାରତୀୟ ମୁଦ୍ରା ଥିଲା ।[୧୨][୧୩][୧୪]

ଆହୁରି ଦେଖନ୍ତୁ

ସମ୍ପାଦନା
  1. "Press Meet - Briefing by Dr. K Sivan, Chairman, ISRO - ISRO". web.archive.org. 2021-10-05. Archived from the original on 2021-10-05. Retrieved 2023-07-14.
  2. "How did Chandrayaan 2 fail? ISRO finally has the answer". The Week (in ଇଂରାଜୀ). Retrieved 2023-07-14.
  3. "Chandrayaan-3 to cost Rs 615 crore, launch could stretch to 2021". The Times of India. 2020-01-02. ISSN 0971-8257. Retrieved 2023-07-14.
  4. "NASA - NSSDCA - Spacecraft - Details". nssdc.gsfc.nasa.gov. Retrieved 2023-07-14.
  5. NASA Exploration Science Forum 2019 - Masaki Fujimoto (in ଇଂରାଜୀ), retrieved 2019-07-30
  6. "twitter.com/isro/status/1679783216230858754?s=20". Twitter (in ଇଂରାଜୀ). Retrieved 2023-07-14.
  7. "Chandrayaan-3 launch on July 14, lunar landing on August 23 or 24". The Hindu (in Indian English). 2023-07-06. ISSN 0971-751X. Retrieved 2023-08-23.
  8. Jones, Andrew (2023-08-23). "Chandrayaan-3: India becomes fourth country to land on the moon". SpaceNews (in ଆମେରିକୀୟ ଇଂରାଜୀ). Retrieved 2023-08-23.
  9. "Chandrayaan-3 Details". www.isro.gov.in. Retrieved 2023-07-14.
  10. "LIBS confirms the presence of Sulphur (S) on the lunar surface through unambiguous in-situ measurements". web.archive.org. 2023-08-29. Archived from the original on 2023-08-29. Retrieved 2023-08-29.{{cite web}}: CS1 maint: bot: original URL status unknown (link)
  11. "twitter.com/isro/status/1695725102166671448". X (formerly Twitter) (in ଇଂରାଜୀ). Retrieved 2023-08-29.
  12. "Bhubaneswar-based CTTC looks up to Chandrayaan-3 launch with hope". The New Indian Express. Retrieved 2023-08-13.
  13. "CTTC Bhubaneswar Plays Vital Role in Manufacturing Components for Chandrayaan-3 - Odisha Bhaskar English" (in ଆମେରିକୀୟ ଇଂରାଜୀ). 2023-07-13. Retrieved 2023-08-13.
  14. Mohapatra, Rajendra Prasad. "Chandrayaan-3: All you need to know about Odisha's major role in moon mission". Chandrayaan-3: All you need to know about Odisha’s major role in moon mission (in ଇଂରାଜୀ). Retrieved 2023-08-13.