ଚନ୍ଦ୍ରମଣି ଦାସ

ଭାରତୀୟ ଓଡ଼ିଆ-ଭାଷୀ ଲେଖକ

ଚନ୍ଦ୍ରମଣି ଦାସ ଓଡ଼ିଶାରେ ଜନ୍ମିତ ଜଣେ ଜଣାଶୁଣା ଓଡ଼ିଆ ଲେଖକ ଓ ଅନୁବାଦକ ଥିଲେ । ତାଙ୍କ ରଚିତ ଏକ ପୁସ୍ତକ ହାଇଫେନ୍ ଓଡିଆ ଭାଷାରେ ନିଷିଦ୍ଧ ହୋଇଥିବା ପ୍ରଥମ ସାହିତ୍ଯ ବହି ଥିଲା ।

ଚନ୍ଦ୍ରମଣି ଦାସ
ବୃତ୍ତିଲେଖକ
ଭାଷାଓଡ଼ିଆ
ଜାତୀୟତାଭାରତୀୟ
ନାଗରିକତାଭାରତୀୟ

ପ୍ରାରମ୍ଭିକ ଜୀବନ ଓ ଶିକ୍ଷା ସମ୍ପାଦନା

ଚନ୍ଦ୍ରମଣି ଦାସଙ୍କ ଜନ୍ମ ୧୯୧୮ ମସିହାରେ ଡେରାବିଶ ବ୍ଲକର ଠକେଇଦେଉଳି ଗ୍ରାମରେ ହୋଇଥିଲା । ତାଙ୍କ ପିତାଙ୍କ ନାମ ଥିଲା ମଧୁସୂଦନ ଦାସ ଓ ଚନ୍ଦ୍ରମଣି ବର୍ଷକର ହୋଇଥିବା ସମୟରେ ସେ ପିତାଙ୍କୁ ହରାଇ ଥିଲେ ।[୧]

ବୃତ୍ତିଗତ ଜୀବନ ସମ୍ପାଦନା

ସେ କଟକ ପ୍ରିଣ୍ଟିଂ କମ୍ପାନୀ ପ୍ରେସରେ ପ୍ରକାଶନ ଓ ପ୍ରେସ୍ ପରିଚାଳନା ଜରିଆରେ କାମ ଆରମ୍ଭ କରିଥିଲେ । ବ୍ୟକ୍ତିଗତ ଜୀବନରେ ମାଛ ଖାଇବାକୁ ସେ ଭଲ ପାଉଥିବାରୁ ନିଆଁଖୁଣ୍ଟାରେ ତାଙ୍କର ଏକ ବ୍ୟଙ୍ଗ ଚିତ୍ର ପ୍ରକାଶ ପାଇଥିଲା । ସେଥିରେ ସେ ବିରାଡ଼ି ହୋଇ ମାଛ ପଛେ ପଛେ ଯାଉଥିଲେ ସେ ଆଉ ବିରାଡ଼ି ମୁହଁ ଜାଗାରେ ତାଙ୍କ ମୁହଁ ଥିଲା ‌।[୧]

ପ୍ରଗତି ଓ ଗୀତାପ୍ରେସ୍ ସ୍ଥାପନ ସମ୍ପାଦନା

ସେ ପ୍ରଗତି ସାହିତ୍ୟ ମନ୍ଦିର ନାମକ ଏକ ପ୍ରକାଶନ ସଂସ୍ଥା ପ୍ରତିଷ୍ଠା କରିବା ସହ ୧୯୩୭ରେ ପ୍ରଗତି ନାମକ ଏକ ପାକ୍ଷିକ ପତ୍ରିକା ମଧ୍ୟ ପ୍ରକାଶ କରିବା ଆରମ୍ଭ କରିଥିଲେ ।[୧]

ସାହିତ୍ୟ ରଚନା ସମ୍ପାଦନା

ଚନ୍ଦ୍ରମଣି ଦାସ ଜଣେ ଗାଳ୍ପିକ ଓ ରହସ୍ୟ ରୋମାଞ୍ଚ ଲେଖକ ଥିଲେ । ତାଙ୍କ ରଚିତ ଏକ ପୁସ୍ତକ ହାଇଫେନ୍ ଓଡିଆ ଭାଷାରେ ନିଷିଦ୍ଧ ହୋଇଥିବା ପ୍ରଥମ ସାହିତ୍ଯ ବହି । ତାଙ୍କ ସମ୍ପାଦିତ ପ୍ରଗତି ପତ୍ରିକାର ପ୍ରଥମ ସଂଖ୍ୟାରେ ଏହି ବିବାଦୀୟ ପୁସ୍ତକ ହାଇଫେନ୍‌ ବିଜ୍ଞାପନ ପ୍ରକାଶ ପାଇଥିଲା ଓ ରଚନା ସମୟରେ ତାଙ୍କୁ ୧୯ ବର୍ଷ ବୟସ ହୋଇଥିଲା । ଲେଖକ ଜାକିର ଖାନ୍ ଏହାର ପୃଷ୍ଠଭୂମି ଚନ୍ଦ୍ରମଣିଙ୍କ ସହ ଲକ୍ଷ୍ମୀନାରାୟଣ ସାହୁଙ୍କ ସମଲିଙ୍ଗୀ ସମ୍ପର୍କ ବୋଲି ଉଲ୍ଲେଖ କରିଛନ୍ତି । ୧୯୩୭ ମସିହାରେ କଟକର ଶ୍ରୀ ପ୍ରେସ୍‌ରୁ ଏହା ମୁଦ୍ରିତ ହୋଇ ପ୍ରକାଶ ପାଇଥିଲା । ପରେ ଏହା ବିରୁଦ୍ଧରେ ଅଶ୍ଳୀଳତାର ଅଭିଯୋଗ ଅଣାଯିବା ପରେ କଟକ ଜିଲ୍ଲା କୋର୍ଟରେ ବିଚାର ହୋଇ ପରେ ଏହା ନିଷିଦ୍ଧ ହେଲା । ରାଜକିଶୋର ଦାସ ଏହି କେସରେ ଚନ୍ଦ୍ରମଣିଙ୍କ ସପକ୍ଷରୁ ଲଢ଼ିଥିଲେ । ଏଥିରେ ପୃଥିବୀର ବିଭିନ୍ନ ଦେଶରେ ସମକାମିତା ବର୍ଣ୍ଣିତ ହୋଇଥିଲା । ଏହା ଭାରତୀୟ ଭାଷାରେ ସମଲିଙ୍ଗୀ ବିଷୟବସ୍ତୁକୁ ନେଇ ଲିଖିତ ପ୍ରାରମ୍ଭିକ ରଚନା ମଧ୍ୟରୁ ଅନ୍ୟତମ ।[୧]

ରଚନାବଳୀ ସମ୍ପାଦନା

  • ହାଇଫେନ୍
  • ନରବଳି (ପ୍ରଥମ ଓଡ଼ିଆ ଡିଟେକଟିଭ ଉପନ୍ୟାସ)

ଅନୁବାଦ ସମ୍ପାଦନା

ସେ "ଗୋଲ୍ଡସ୍ମିଥ"ଙ୍କ ଲିଖିତ "The Deserted Village"ର ଓଡ଼ିଆରେ ରୂପାନ୍ତର କରିଥିଲେ ।[୨]

ସମ୍ମାନ ଓ ପୁରସ୍କାର ସମ୍ପାଦନା

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ ୧.୩ ଖାନ୍, ଜାକିର. "ହାଇଫେନ୍ ଓ ସମଲିଙ୍ଗୀ ଓଡ଼ିଆ ସାହିତ୍ୟ". www.shalandi.in. Retrieved 2024-02-21.
  2. Changing the Terms, Translating in the Postcolonial Era Archived 2011-08-27 at the Wayback Machine.. Sherry Simon and Paul St-Pierre. 272 pages . 6 x 9 ISBN 978-0-7766-0524-1 (November 2000). pp. 77