ଚଣ୍ଡୀ

ହିନ୍ଦୁ ଦେବୀ

ଚଣ୍ଡୀ (ଇଂରାଜୀ ଭାଷାରେChandi), (Sanskrit: Caṇḍī) or Chandika (Caṇḍika) ଜଣେ ହିନ୍ଦୁ ଦେବୀ ବା ଠାକୁରାଣୀ । ସେ ପାର୍ବତୀଙ୍କର ଏକ ଅବତାର । [୧] ବ୍ରହ୍ମଙ୍କର ସମସ୍ତ ଶକ୍ତିର ସେ ପରିଚାୟକ । ଚଣ୍ଡୀ ଅତି ଭୟାନ‌କ ଓ ତାଙ୍କ କ୍ରୋଧ ନିମନ୍ତେ ଅପ‌ହଞ୍ଚ । ସେ ଦୁଷ୍ଟ ଆତ୍ମାଙ୍କୁ ସ‌ହି ପାରନ୍ତିନି । ଓ ତାଙ୍କୁ ଦେଖିବା ମାତ୍ରେ କ୍ରୋଧାନ୍ୱିତ ହୁଅନ୍ତି । ଶକ୍ତିଶାଳୀ, ପାର୍ବତୀଙ୍କର ସେ ଏକ ଭୟାନ‌କ ଆକାର ଯାହା ଦୁଷ୍ଟ ଆତ୍ମାଙ୍କୁ ନଷ୍ଟ କରିବା ଉଦ୍ଦେଶ୍ୟରେ ସୃଷ୍ଟି ହୋଇଛି । କୌଣସି ଦୟା ମାୟା ନ କରି ସେମାନଙ୍କୁ ହତ୍ୟା କରନ୍ତି । ଦେବୀ ମହାତ୍ମ୍ୟରେ (Devi Mahatmya) ତାଙ୍କର କ୍ରୋଧ ବିଷୟ ବର୍ଣ୍ଣନା କରାଯାଇଛି । ସଂସ୍କୃତ ଭାଷାରେ ଜଣେ ସାତ ବର୍ଷ ବୟସ୍କା ଝିଅକୁ ଚଣ୍ଡୀ ଭାବରେ ବର୍ଣ୍ଣନା କରାଯାଇଛି । [୨][୩][୪]

ଚଣ୍ଡୀ
ଚାନ୍ଦି ଦେବୀଙ୍କ ପାରମ୍ପାରିକ ନେବରି ଚିତ୍ର |
Devanagariचण्डी
Sanskrit TransliterationCaṇḍī
Affiliationପାର୍ବତୀ, ଆଦି ପରାଶକ୍ତି, ଶକ୍ତି (Shakti), ଦୁର୍ଗା
Mantraॐ ऐं ह्रीं क्लीं चामुण्डायै विच्चे
oṁ aiṁ hrīṁ klīṁ cāmuṇḍāyai vicce
ସ୍ୱାମୀ/ସ୍ତ୍ରୀଶିବ
Mountସିଂହ

ଉମା, ଗୌରୀ, ପାର୍ବତୀ, ହୈମ‌‌ବତୀ, ଶତାକ୍ଷୀ, ଶାକମ୍ବରୀ ଦେବୀ, ଜଗନ୍ମାତା, ଅନ୍ନପୁର୍ଣ୍ଣା ଓ ଭବାନୀ ଇତ୍ୟାଦି ତାଙ୍କର ଦୟାଳୁ ରୂପ; ଦୁର୍ଗା, କାଳୀ, ଶ୍ୟାମା, ଚଣ୍ଡି ଚଣ୍ଡିକା, ଭୈରବୀ, ଛିନ୍ନମସ୍ତା ଓ ଚାମୁଣ୍ଡା ଇତ୍ୟାଦି ତାଙ୍କର ଭୟାନ‌କ ରୂପ ।

କିମ୍ବଦନ୍ତୀ ସମ୍ପାଦନା

ଦୁର୍ଗାଙ୍କର ମହାଗୌରୀ, ଚଣ୍ଡିକା ଓ ଅପରାଜିତା ନାମକ ତିନି ଅବତାର ମଧ୍ୟରୁ ଏକ ଅବତାରର ନାମ ଚଣ୍ଡିକା । ଏମାନଙ୍କ ମଧ୍ୟରୁ କେବଳ ଚଣ୍ଡିକାଙ୍କର ଚଣ୍ଡୀ ଓ ଚାମୁଣ୍ଡା ନାମରେ ଦୁଇଟି ଆକାର ଅଛି ଓ ଚଣ୍ଡ ଓ ମୁଣ୍ଡ ନାମକ ଦୁଇଟି ଅସୁରଙ୍କୁ ନିପାତ କରିଥିବାରୁ ଠାକୁରାଣୀ କୌଶିକି ଏହି ନାମକରଣ କରିଥିଲେ ।[୫][୬]

ରାକ୍ଷସ ମହିଷାସୁରକୁ ହତ୍ୟା କରିଥିବାରୁ ସର୍ବଶକ୍ତିମୟୀ ଭାବରେ ଦୁର୍ଗାଙ୍କର ମହିଷାସୁରମର୍ଦ୍ଦିନି ନାମକରଣ କରାଯାଇଥିଲା । ଶମ୍ଭୁ ନିଶମ୍ଭୁ ଓ ଅନ୍ୟାନ୍ୟ ଅସୁରଙ୍କୁ ମାରିଥିବାରୁ ତାଙ୍କର କାତ୍ୟାୟନୀ, କୌଶିକୀ ବା ଅମ୍ବିକା ନାମକରଣ ମଧ୍ୟ ହୋଇଛି । [୧] Archived 2012-09-03 at the Wayback Machine. ଅସୁରଙ୍କ ସାଥିରେ ଦୀର୍ଘକାଳ ଧରି ଯୁଦ୍ଧରେ ରତ ହେବା ଯୋଗୁ ଦେବତାମାନେ ନପୁଂସକ ହୋଇଗଲେ । ସବୁ ଦେବତାଙ୍କର ଶକ୍ତି ଏକତ୍ରିତ ହୋଇ ଏକ ବିରାଟ ଆକାର ଧାରଣ କଲାପରେ ଏକ ମହିଳା ଆକାରରେ ପରିଣତ ହୋଇଗଲା ଓ ଚତୁର୍ଦ୍ଦିଗରେ ଏହାର ଅଗ୍ନିଶିଖା ଖେଳିଯାଇଥିଲା । [୭]

ପାର୍ବତୀ ଜଣେ ସର୍ବଶକ୍ତିମୟୀ ଆକାର ଧାରଣ କରିଥିଲେ । ଏହି ତ୍ରିଚକ୍ଷୁ ବିଶିଷ୍ଟ ଦେବୀଙ୍କୁ ଏକ ଅର୍ଦ୍ଧ ଚନ୍ଦ୍ରରେ ମଣ୍ଡିତ କରାଯାଇଥିଲା । ତାଙ୍କର ହାତମାନଙ୍କରେ ସେ ସମସ୍ତ ଦେବତାଙ୍କର ଅର୍ପିତ ପବିତ୍ର ଅସ୍ତ୍ର, ଶସ୍ତ୍ର, ଗ‌ହଣା, ପୋଷାକ, ଫୁଲମାଳା ଧରି ଦେବୀ ସଜ୍ଜିତ ହୋଇଥିଲେ । ତାଙ୍କର ସ୍ୱର୍ଣ୍ଣିମ ଶରୀର ହଜାର ହଜାର ସୂର୍ଯ୍ୟର ଶୋଭା ଧାରଣ କରିଥିଲା । [୮]

ଅନ୍ୟ ପୁରାଣ ଅନୁସାରେ ରକ୍ତବୀଜ ଅସୁର ସ‌ହିତ ଯୁଦ୍ଧରେ ଚଣ୍ଡୀ ତାଙ୍କୁ ସାହାଯ୍ୟ କରୁଥିଲେ । ରକ୍ତବୀଜର ଟୋପାଏ ରକ୍ତ ଭୂମିରେ ପଡ଼ିବା ସଙ୍ଗେ ସଙ୍ଗେ ଏକ ନୂଆ ରକ୍ତବୀଜର ସୃଷ୍ଟି ହେଉଥିବାରୁ ମା କାଳୀ ତାଙ୍କର ରକ୍ତ ପାନ କରିଦେଲେ ଓ ରକ୍ତରୁ ଜାତ ହୋଇଥିବା ଅସୁର ତ‌ଥା ଅନ୍ୟାନ୍ୟ ଅସୁର ସୈନ୍ୟମାନଙ୍କୁ ଚଣ୍ଡୀ ହତ୍ୟା କରିବା ପରେ ରକ୍ତଜୀଜକୁ ନିଜେ ଚଣ୍ଡୀ ହତ୍ୟା କରିଦେଲେ । [୯] ସ୍କନ୍ଧ ପୁରାଣରେ ଏହି କାହାଣୀ ସାଥିରେ ଚଣ୍ଡ ଓ ମୁଣ୍ଡଙ୍କୁ ମହାକାଳୀ (ପାର୍ବତୀ) ହତ୍ୟା କରିଥିବା ଲିଖତ ଅଛି । [୧୦]

ଆଧାର ସମ୍ପାଦନା

  1. "ଆର୍କାଇଭ୍ କପି". Archived from the original on 2019-08-21. Retrieved 2020-02-27. {{cite web}}: Cite has empty unknown parameter: |1= (help)
  2. Preston, James J. Cult of the Goddess: Social and Religious Change in a Hindu Temple. Prospect Heights, IL: Waveland, 1985
  3. Bagchi, Jasodhara. “Representing Nationalism: Ideology of Motherhood in Colonial Bengal.”Economic and Political Weekly 25.42–43 (1990): 65–71
  4. Visuvalingam, Elizabeth Chalier (2013). "Bhairava". Oxford Reference. Oxford: Oxford University Press. doi:10.1093/OBO/9780195399318-0019. ଛାଞ୍ଚ:ODNBsub
  5. "ଆର୍କାଇଭ୍ କପି". Archived from the original on 2019-08-21. Retrieved 2020-02-27. {{cite web}}: Cite has empty unknown parameter: |1= (help)
  6. http://www.kamakotimandali.com/blog/index.php?p=1154&more=1&c=1&tb=1&pb=1
  7. Beane, Wendell Charles (1977). Myth, Cult and Symbols in Sakta Hinduism. Leiden: Brill.
  8. Mookerjee, Ajit, Kali, The Feminine Force, p 49
  9. Wilkins p.255-7
  10. Wilkins p.260