ଚଣା ମସଲା
ଚଣା ମସଲା ଭାରତୀୟ ଖାଦ୍ୟର ଏକ ପ୍ରସିଦ୍ଧ ଜିନିଷ ଅଟେ ।[୧] ଏଥିରେ ମୁଖ୍ୟ ସାମଗ୍ରୀ କାବୁଲି ଚଣା ଅଟେ । ଏହା ସତେଜ ମସଲା ଯୁକ୍ତ ଚଟପଟି ଖାଦ୍ୟ ଅଟେ । ଏହା ଦକ୍ଷିଣ ଏସିଆ ପର୍ଯ୍ୟନ୍ତ ମିଳିଥାଏ, ଯେଉଁଥିରେ ଏହା ଉତ୍ତର ଭାରତରେ ସବୁଠାରୁ ବେଶୀ ପ୍ରଚଳିତ ।
ଅନ୍ୟ ନାମ | ଛୋଲା ମସଲା |
---|---|
ମୂଳ ସ୍ଥାନ | ଭାରତ, ପାକିସ୍ତାନ |
ଅଞ୍ଚଳ ବା ରାଜ୍ୟ | Northern region of the Indian Subcontinent |
ମୁଖ୍ୟ ଉପାଦାନ | ନଡ଼ିଆ କୋରା, ଭୃସଙ୍ଗ ପତ୍ର, ପିଆଜ, ଟମାଟୋ, ଅଦା, ରସୁଣ, ଧନିଆ, ହଳଦୀ, ଧନିଆ ପାଉଡର, ଗରମ ମସଲା, ତେଲ, ଲୁଣ ଏବଂ ଲଙ୍କା । |
ପ୍ରକାର ଭେଦ | Aloo chole, murgh cholay, chole bhature |
|
ସାମଗ୍ରୀ
ସମ୍ପାଦନାକାବୁଲି ଚଣା ସହିତ ଏଥିରେ ପିଆଜ, ଟମାଟୋ, ଅଦା, ରସୁଣ, ଧନିଆ, ହଳଦୀ, ଧନିଆ ପାଉଡର, ଗରମ ମସଲା, ତେଲ, ଲୁଣ ଏବଂ ଲଙ୍କା ପଡିଥାଏ । ଏହା ସହିତ ନଡ଼ିଆ କୋରା ଏବଂ ଭୃସଙ୍ଗ ପତ୍ରର ବ୍ୟବହାର ହୋଇପାରେ । ଏହା ଏକ ଶାକାହାରୀ ବ୍ୟଞ୍ଜନ ଅଟେ । ଏହା ପ୍ରସ୍ତୁତ ସମୟରେ ଶୁଖିଲା ଚଣା ମସଲା ପକାଗଲେ ମଧ୍ୟ ଅଦ୍ଭୁତ ସ୍ୱାଦ ଆସିଥାଏ ।[୨]
କ୍ଷେତ୍ର
ସମ୍ପାଦନାଭାରତରେ ଏହା ମୁଖ୍ୟତଃ ଉତ୍ତର ଭାରତର ପଞ୍ଜାବ ଛଡା ପଶ୍ଚିମ ଭାରତରେ ସିନ୍ଧୁ କ୍ଷେତ୍ର, ଗୁଜରାଟ ଏବଂ ରାଜସ୍ଥାନରେ ପ୍ରଚଳିତ । ଗୁଜରାଟ ଏବଂ ରାଜସ୍ଥାନରେ ଏହା ପ୍ରାୟତଃ ସୁଖିଲା ରାନ୍ଧଣା ରୂପେ ପ୍ରସ୍ତୁତ ହୋଇଥାଏ । ଉତ୍ତର ପ୍ରଦେଶରେ ଏହା ତରକାରୀ ପରି ପ୍ରସ୍ତୁତ ହୋଇଥାଏ । ମସଲା ଏହାର ସର୍ବଦା ଚଟପଟା ହୋଇଥାଏ । କୁଲ୍ଚା କିମ୍ବା ଭଟୁରେ ସହ ଏହା ବଢାଯାଏ । ପ୍ରାୟତଃ ଉତ୍ସବରେ ଏହା ମୁଖ୍ୟ ବ୍ୟଞ୍ଜନ ରୂପେ ବ୍ୟବହୃତ ହୋଇଥାଏ ।
ପାକିସ୍ତାନରେ ଆଳୁ ଚଣା ବହୁତ ଲୋକପ୍ରିୟ । ଏହା କରାଚୀ ଏବଂ ଲାହୋର ସଡକରେ ପ୍ରାୟତଃ ମିଳିଥାଏ ।
ଗ୍ୟାଲେରି
ସମ୍ପାଦନା-
ଛୋଲେ କୁଲ୍ଚେ , ଉତ୍ତର ଭାରତର ପ୍ରସିଦ୍ଧ ବ୍ୟଞ୍ଜନ
-
ଚଣା ମସଲାରେ ବ୍ୟବହୃତ ସାମଗ୍ରୀ
ଆଧାର
ସମ୍ପାଦନାବାହାର ଲିଙ୍କ
ସମ୍ପାଦନା- ଚଣା ମସଲା ପ୍ରସ୍ତୁତି ବିଧି
- ଚଣା ମସଲା ପ୍ରସ୍ତୁତି ବିଧି ବ୍ୟଞ୍ଜନ.କମ
- ଚଣା ମସଲା ପ୍ରସ୍ତୁତି ବିଧି ୟାହୁ ଜାଗରଣ ରେ