ଚକରା ବିଷୋୟୀ

ଭାରତୀୟ ସ୍ୱାଧୀନତା ସଂଗ୍ରାମୀ

ଚକରା ବିଷୋୟୀ, ଓଡ଼ିଶା ଇତିହାସରେ ଜଣେ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଭାବରେ ଖ୍ୟାତ ।[୧] ସେ ଓଡ଼ିଶାର ଗଞ୍ଜାମଠାରେ ଥିବା ଘୁମୁସୁରରେ ୧୮୨୩ ମସିହାରେ ଜନ୍ମଗ୍ରହଣ କରିଥିଲେ ।[୨] ଜଣେ ମହାନ ସ୍ୱାଧୀନତା ସଂଗ୍ରାମୀ, ବୀର ଯୋଦ୍ଧା ଓ ଫିରିଙ୍ଗି ବିରୋଧରେ ଦେଶପାଇଁ ଲଢ଼ି ଜୀବନ ଦେଇଥିବା ଜଣେ କନ୍ଧ ବରପୁତ୍ର ।[୩]

ଚକରା ବିଷୋୟୀ
ଜନ୍ମ
ଘୁମୁସୁର, ଗଞ୍ଜାମ
ଜାତୀୟତାଭାରତୀୟ
ବୃତ୍ତିସ୍ୱାଧୀନତା ସଂଗ୍ରାମୀ
ବୈବାହିକ-ସାଥୀତାରକା
ପିତାମାତାରାମ ସିଂହ ବିଷୋୟୀ (ବାପା)

୧୮୨୩ ମସିହା, ପୌଷ ମାସ ଶାମ୍ବ ଦଶମୀ ଦିନ ଘୁମୁସର ଗାଁର ରାମ ସିଂହଙ୍କର ପୁଅଟିଏ ଜନ୍ମ ହୋଇଥିଲା ।[୩] ରାମ ସିଂହ ବିଷୋୟୀ ଗାଁ ଲୋକମାନଙ୍କୁ ଓ ଆଖ ପାଖ ଗାଁର ମୁଖିଆମାନଙ୍କୁ ଡାକି ଭୋଜିଭାତ କରି ଖାଇବାକୁ ଦେଇଥିଲେ । ସେଦିନ ପିଲାଟିର ନାଁ ଚକରା ଦିଆଯାଇଥିଲା ।

ଚକରାଙ୍କର ପିତାଙ୍କ ବିଷୟରେ ବିଭିନ୍ନ ଗବେଶକମାନେ ବିଭିନ୍ନ ମତ ଦେଇଛନ୍ତି । ଗବେଶକ ଅନନ୍ତ ପଦ୍ମନାଭ ପଟ୍ଟନାୟକ ଦୋହରା ବିଷୋୟୀଙ୍କୁ ଚକରାଙ୍କର ପିତା ବୋଲି କ‌ହିଥିଲା ।[୩]

ପିଲାଦିନ

ସମ୍ପାଦନା

ସେ ପିଲାଟି ଦିନରୁ ସ୍ୱାଧୀନତା ସଂଗ୍ରାମ ପ୍ରତି ଆକୃଷ୍ଟ ହୋଇଥିଲେ ।[୩] ଚକରାଙ୍କ ବାଲ୍ୟ ଜୀବନ ନିଘଞ୍ଚ ଅରଣ୍ୟ ଭିତରେ କେତେ ଆଦିବାସୀ ସମ୍ପ୍ରଦାୟର ପିଲାଙ୍କ ମଧ୍ୟରେ କଟିଥିଲା । ତାରକା ନାମ୍ନୀ ବାଳିକା ଥିଲା ସେମାନଙ୍କ ମଧ୍ୟରେ ଅନ୍ୟତମ । ପରବର୍ତ୍ତୀ ସମୟରେ କୈଶୋର ପ୍ରାପ୍ତି ପରେ ସେ ତାରକାଙ୍କୁ ବିବାହ କରିଥିଲେ ।[୩]

ସ୍ୱାଧୀନତାରେ ଭୂମିକା

ସମ୍ପାଦନା

କନ୍ଧମାନଙ୍କ ଭିତରେ ନାନାଦି ଉପଜାତି ମାନ ରହିଥାନ୍ତି । ସେମାନଙ୍କ ଭିତରେ "କୁଇ" ଓ "କୁବି" ପ୍ରଧାନ । ଏହି ଆଦିବାସୀମାନେ ଓଡ଼ିଶାରେ ଭାରତୀୟ ସ୍ୱାଧୀନତା ଆନ୍ଦୋଳନରେ ଏକ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ । ଓଡ଼ିଶା ଇତିହାସରେ ଯେଉଁ କେତେଜଣ ଆଦିବାସୀ ନେତା ଦେଶ ପାଇଁ ବଳିଦାନ ଦେଇଛନ୍ତି ସେମାନଙ୍କ ଭିତରୁ ଚକରା ବିଷୋୟୀଦୋହରା ବିଷୋୟୀ ଅନ୍ୟତମ ।[୪]

କଳାହାଣ୍ଡି ମେରିଆ ବଳିର ସୁଯୋଗ ନେଇ "କନ୍ଧ ମେଳି" ଜରିଆରେ ସେ ଲୋକଙ୍କୁ ଫିରିଙ୍ଗିମାନଙ୍କ ବିରୋଧରେ ମତାଇ ଆନ୍ଦୋଳନ କରିଥିଲେ ଓ ବିଦେଶୀମାନଙ୍କ ହାତରେ ଧରାପଡ଼ି ପ୍ରାଣ ଦେଇଥିଲେ ।[୫]

ଚକରା ବିଷୋୟୀ ବ୍ରିଟିଶ ସରକାରଙ୍କ ବିରୋଧରେ ୧୮୪୨ରୁ ୧୮୫୬ ପର୍ଯ୍ୟନ୍ତ ଦୀର୍ଘ ଦଶବର୍ଷ ଧରି ସଂଗ୍ରାମ କରିଥିଲେ ।[୬] ତାଙ୍କର ଏହି ସଂଗ୍ରାମ ସମଗ୍ର ଭାରତ ବର୍ଷରେ ବିପ୍ଳବର ବ‌ହ୍ନି ଜଳାଇଥିଲା । ଫଳରେ ୧୮୫୭ର ସିପାହୀ ବିଦ୍ରୋହର ସୂତ୍ରପାତ ହେଲା ।[୩] ଚକରାଙ୍କର ଗରିଲା ଯୁଦ୍ଧରେ ବ୍ରିଟିଶସେନା ସମ୍ମୁଖୀନ ହୋଇନପାରି ତାଙ୍କୁ ସନ୍ଧି କରିବାକୁ ଅନେକ ପ୍ରଲୋଭନ ଦେଖାଇଥିଲା, ମାତ୍ର ସେତେବେଳେ ଚକରା ପ୍ରତ୍ୟୁତ୍ତର ରଖିଥିଲେ, "ମୁଁ ଆଉ କିଛି ଚାହେଁନା, ମୁଁ ଚାହେଁ ମୋର ଜନ୍ମମାଟିର ମୁକ୍ତି ।"[୩]

ଚକରାଙ୍କୁ ଧରିବା ପାଇଁ ୧୮୮୪ ମସିହାରେ ଭାରତର ତ‌ତ୍କାଳୀନ ବଡ଼ଲାଟ୍ ଡ଼େଲହାଉସୀ ମାନ୍ଦ୍ରାଜ ପ୍ରେସିଡ଼େନ୍‌ସିକୁ କଡ଼ା ନିର୍ଦ୍ଦେଶ ଦେଇଥିଲେ । ଏହାର ପ୍ରତ୍ୟୁତ୍ତରରେ ଇଷ୍ଟଇଣ୍ଡିଆ କମ୍ପାନୀର ବୋର୍ଡ଼ ଅଫ୍‌ କଣ୍ଟ୍ରୋଲର ପ୍ରେସିଡ଼େଣ୍ଟଙ୍କ ନିକଟକୁ ଏକ ପତ୍ରରେ ଲେଖିଥିଲେ, "ଚକରା ବିଷୋୟୀ ହେଉଛନ୍ତି ଜଣେ ଦୁଃସାହସୀ ବିଦ୍ରୋହୀ । ତାଙ୍କୁ ଧରିବା ପାଇଁ ପର୍ବତ କନ୍ଦରରୁ ଉପତ୍ୟକା ପର୍ଯ୍ୟନ୍ତ ଖୋଜା ଚାଲିଛି । ହେଲେ ତାଙ୍କର ସନ୍ଧାନ ପାଇବା କଷ୍ଟକର ହୋଇପଡ଼ିଛି । ତଥାପି ତାଙ୍କୁ ଓ ତାଙ୍କର ଅନୁଗାମୀମାନଙ୍କୁ ଦିନେ ନା ଦିନେ ଧରାଯିବ ।"[୩]

ଶେଷ ଜୀବନ

ସମ୍ପାଦନା

ଚକରା ବିଷୋୟୀଙ୍କ ଶେଷ ଜୀବନ ବିଷୟରେ ସେତେଟା ସତ୍ୟାସତ୍ୟ ଖବର ନାହିଁ । କେତେକ ଗବେଷକଙ୍କ ମତାନୁସାରେ ସେ ୧୮୫୭ ବିପ୍ଳବ ପୂର୍ବରୁ ମୃତ୍ୟୁବରଣ କରିସାରିଥିଲେ ।[୩]

  1. "ଆଦିବାସୀ ସ୍ୱାଧୀନତା ସଂଗ୍ରାମୀ ସଂଗ୍ରହାଳୟ ଓଡ଼ିଶାରେ ହେବ". ଓଡ଼ିଶା ଟାଇମ୍. 30 April 2017. Retrieved 13 August 2018.
  2. "ଜିଲ୍ଲା ସମ୍ବନ୍ଧରେ". ganjam.nic.in. Retrieved 13 August 2018.
  3. ୩.୦ ୩.୧ ୩.୨ ୩.୩ ୩.୪ ୩.୫ ୩.୬ ୩.୭ ୩.୮ ପଣ୍ଡା, ସୁରେନ୍ଦ୍ର ଚନ୍ଦ୍ର (1 August 2014). "ଘୁମୁସର ବିଦ୍ରୋହରେ ଦୋରା ଓ ଚକରା ବିଷୋୟୀଙ୍କ ଭୂମିକା" (PDF). ଉତ୍କଳ ପ୍ରସଙ୍ଗ: 19. Retrieved 13 August 2018. {{cite journal}}: More than one of |pages= and |page= specified (help)
  4. "CHAKRA BISOI". Archived from the original on 2011-10-26. Retrieved 2011-05-27.
  5. Orissa Review, August, 2007
  6. "ଚକରା ବିଷୋୟୀଙ୍କ ଅସାଧାରଣ ବ୍ୟକ୍ତିତ୍ୱର ପଟାନ୍ତର ନାହିଁ - Dharitri.Com". Dharitri.com (in ଇଂରାଜୀ). 28 December 2017. Retrieved 13 August 2018.