[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

Chaukhutia
Town
Country India
StateUttarakhand
DivisionKumaun
DistrictAlmora
Languages
Time zoneUTC+5:30 (IST)
ଯାନବାହାନ ପଞ୍ଚୀକରଣUK 01
Websiteuk.gov.in

ଚଉଖୁଟିଆ , ଭାରତୀୟ ରାଜ୍ୟ ଉତ୍ତରଖଣ୍ଡର ଅଲମୋରା ଜିଲ୍ଲାରେ ଥିବା ଏକ ସହର । ରାମଗଙ୍ଗା ନଦୀ ତୀରରେ ଏହା ଅବସ୍ଥିତ , ଏହି ଚିତ୍ରସଦୃଶ ସୁନ୍ଦର ସ୍ଥଳ କୁମାୟନ ଭାଷାର " ଛଉ- ଖୁତ" ବା ଚାରିଟି ଗୋଡରୁ ସୃଷ୍ଟି ହୋଇଛି । ତାହା ପ୍ରକୃତରେ ଚାରିଟି ଦିଗକୁ ସୁଚେଇ ଥାଏ । ପ୍ରଥମ ଦିଗଟି ରାମନଗର , ଦ୍ୱିତୀୟ କରଣପ୍ରୟାଗ , ତୃତୀୟ ରାନୀଖେଟ ଓ ଚତୁର୍ଥଟି ତଦଗତାଳ ଖଇରା ନାମକ ଅଞ୍ଚଳକୁ ଦେଖାଏ । ଏହି ସ୍ଥାନରୁ ଅଞ୍ଚଳର ସବୁ ଆଡକୁ ଗମନାଗମନର ସୁବିଧା ରହିଛି । 

ମନ୍ଦିର ଓ ଇତିହାସ  ସମ୍ପାଦନା

 ହିନ୍ଦୁ ଦେବୀ କାଲୀଙ୍କୁ ଆରାଧ୍ୟା ଦେବୀ ହିସାବରେ ଆରାଧନା କରାଯାଉଥିବା କାଲୀ ମନ୍ଦିରକୁ ଏଠାରେ ଅଙ୍ଗେରୀ ଦେବୀ ମନ୍ଦିର ନାମରେ କୁହାଯାଇଥାଏ । ରାମଗଙ୍ଗା ନଦୀ କୁଳରେ ଥିବା ଏହି ମନ୍ଦିର ସ୍ଥଳରେ ପ୍ରତିବର୍ଷ ଅଷ୍ଟମୀ ମେଳା ହେଇଥାଏ । ଏଠାକୁ ସମଗ୍ର ଅଞ୍ଚଳରୁ ବହୁ ସଂଖ୍ୟକ ଭକ୍ତ ଆସି ପଶୁବଳି ଦେଇଥାନ୍ତି । ଏଠାରୁ 6 କିଲୋମିଟର ଦୂରରେ ପ୍ରାଚୀନ ଲଖଣପୁର ମନ୍ଦିର ରହିଛି । ଏହାକୁ କଟୟୁରୀ ରାଜା ନିର୍ମାଣ କରିଥିଲେ । ଏହା ନିକଟରେ ପ୍ରାଚୀନ କଟୟୁରୀ  ରାଜ୍ୟର ରାଜମହଳ ଓ ଦୁର୍ଗର ଭଗ୍ନାବଶେଷ ମଧ୍ୟ ଏକ ଦର୍ଶନୀୟ ସ୍ଥଳ ହିସାବରେ ରହିଛି । ଏହି ସ୍ଥାନକୁ " ଭାଇରାତ " ନାମରେ ମଧ୍ୟ କୁହାଯାଉଥିଲା ଓ ପ୍ରବାଦ ଅନୁସାରେ ଏହା ମହାଭାରତର ରାଟ ରାଜାଙ୍କ ରାଜଧାନୀ ଥିଲା । ଏଠାରେ ପାଣ୍ଡବମାନେ କିଛି କାଳ ରହିଥିଲେ ନୋଳି ଓକ କଥାରୁ ଜଣାପଡେ । 

ଗ୍ୟାଲେରି  ସମ୍ପାଦନା

ଆଧାର  ସମ୍ପାଦନା