ଘଡ଼ି ଚଳନ (ଇଂରାଜୀ: Clock drive) ଦୂରବୀକ୍ଷଣ ଯନ୍ତ୍ରକୁ ବୁଲାଇବାପାଇଁ ଏକ ସ୍ୱୟଂକ୍ରିୟ ପଦ୍ଧତି । ଏହା ସାହାଯ୍ୟରେ ମହାକାଶର କୌଣସି ଏକ ନିର୍ଦ୍ଧିଷ୍ଟ ବସ୍ତୁ ଆଡ଼କୁ ଦୂରବୀକ୍ଷଣକୁ ମୁହାଁଇ ରଖାଯାଇପାରେ । ଏହାକୁ ଯଦି ସଦାସର୍ବଦା କାର୍ଯ୍ୟଶୀଳ ରଖାଯାଏ, ତେବେ ଏହା ଦୂରବୀକ୍ଷଣ ଯନ୍ତ୍ରକୁ ଏକ ପୂର୍ଣ୍ଣ ବୃତ୍ତାକାର ପଥରେ ୨୩ ଘଣ୍ଟା ୫୬ ମିନିଟରେ ଘୁରାଇ ଆଣେ । ଏହା ମୁଖ୍ୟତଃ ଦୂରବୀକ୍ଷଣ ଯନ୍ତ୍ରର ଗୋଟିଏ ଲମ୍ବକୁ ଗ୍ରହନକ୍ଷତ୍ରାଦିଙ୍କର ଆପେକ୍ଷିକ ଗତି ସହ ସାମଞ୍ଜସ୍ୟ ରଖିବା ନିମନ୍ତେ ବ୍ୟବହୃତ ହୋଇଥାଏ ।[୧]

ଅଲଡେରସଟ୍ ସଂଗ୍ରହାଳୟରେ ଥିବା ଏକ ୮ଇଞ୍ଚ ପ୍ରତିସରଣବିଶିଷ୍ଟ ଏକ ଜର୍ମାନୀ ଭୂଲମ୍ବ-ସମାନ୍ତର ଦୂରବୀକ୍ଷଣ ଯନ୍ତ୍ରରେ ଘଡ଼ି ଚଳନ ଯନ୍ତ୍ରପାତି

ଇତିହାସ ସମ୍ପାଦନା

ଘଡ଼ି ଚଳନର ପ୍ରକୃତ ଉଦ୍ଭାବକଙ୍କ ସମ୍ପର୍କରେ ବିଶେଷ ଧାରଣା ନାହିଁ ।[୨] ୧୦୯୪ ମସିହାରେ ଚୀନର ସୁ ସଙ୍ଗ ପ୍ରଥମେ ଏକ ହସ୍ତଚାଳିତ ଘଡ଼ି ଚଳନ ନିର୍ମାଣ କରିଥିଲେ, ଯେଉଁଥିରେ ଅନେକ ବୈଶିଷ୍ଟ୍ୟ ଥିଲା ।[୩]
ସପ୍ତଦଶ ଏବଂ ଅଷ୍ଟାଦଶ ଶତାବ୍ଦୀରେ ଭୁସମାନ୍ତରାଳ ଦୂରବୀକ୍ଷଣ ଯନ୍ତ୍ର ସହ ଘଡ଼ି ଚଳନ ଯନ୍ତ୍ରପାତି ସଂଯୁକ୍ତ ହୋଇ ତିଆରି ହେବା ଆରମ୍ଭ ହେଲା । ଏପରିକି ଇଂରାଜୀ ମହାକାଶବିଜ୍ଞାନୀ ରବର୍ଟ ହୁକେଙ୍କର ୧୬୭୪ ମସିହାର ଗବେଷଣାପତ୍ରରେ ସୂକ୍ଷ୍ମମାପକ ପ୍ରକ୍ରିୟାରେ ଏହାର ଉପଯୋଗିତା ବିଷୟରେ ବିଶଦ ବର୍ଣ୍ଣନା କରିଛନ୍ତି ।[୪] ପ୍ରଥମ ବ୍ୟବହାର-ଉପଯୋଗୀ ଘଡ଼ିଚାଳିତ ଦୂରବୀକ୍ଷଣ ଯନ୍ତ୍ର ୧୮୨୪ ମସିହାରେ ନିର୍ମିତ ହୋଇଥିଲା । ତାହା ଥିଲା ଯୋଶେଫ୍ ଭନ୍ ଫ୍ରାଉନହୋଫେରଙ୍କର 'ଗ୍ରେଟ ଡରପାଟ' ପ୍ରତିସରଣକ, ଯେଉଁଥିରୁ ଧୀରେ ଧୀରେ ଅନ୍ୟ ଉନ୍ନତ ଦୂରବୀକ୍ଷଣ ଯନ୍ତ୍ର ତିଆରି ହେବାର ଧାରା ସୃଷ୍ଟି ହୋଇଥିଲା ।[୫][୬][୭]

ଆଧାର ସମ୍ପାଦନା

  1. Definition
  2. Henry C. King, The History of the Telescope, page viii
  3. Joseph Needham, Clerks and Craftsmen in China and the West, page 130
  4. Allan Chapman, England's Leonardo: Robert Hooke and the Seventeenth-Century, page 169
  5. artdeciel.com - Dorpat 9.6-inch Refractor Archived 2010-09-24 at the Wayback Machine.
  6. Sam Brown, All about telescopes, 1976, 192 pages
  7. Bryan H. Bunch, Alexander Hellemans, The History of Science and Technology: A Browser's Guide, page 324