ଗ୍ରଁ-ପ୍ରି ମୋଟରସାଇକେଲ୍ ଦୌଡ଼
ଗ୍ରଁ-ପ୍ରି ମୋଟରସାଇକେଲ୍ ଦୌଡ଼ (ଇଂରାଜୀରେ Grand Prix motorcycle racing) ହେଉଛି ବିଶ୍ୱର ସର୍ବୋତ୍ତମ ମୋଟରସାଇକେଲ୍ ବା ମୋଟର ବାଇକ୍ ଦୌଡ଼ ପ୍ରତିଯୋଗିତା । ଅନ୍ତର୍ଜାତୀୟ ମୋଟରସାଇକେଲ୍ ଦୌଡ଼ ମହାସଂଘ (ଏଫ୍. ଆଇ. ଏମ୍. - Fédération Internationale de Motocyclisme) ତତ୍ତ୍ୱାବଧାନରେ ଏହି ଦୌଡ଼ ପ୍ରତିଯୋଗିତାର ଆୟୋଜନ ଓ ସଞ୍ଚାଳନ କରାଯାଇଥାଏ । ବିଂଶ ଶତାବ୍ଦୀର ପ୍ରାରମ୍ଭରୁ ସ୍ୱତନ୍ତ୍ର ଭାବେ ବିଭିନ୍ନ ମୋଟରସାଇକେଲ୍ ଦୌଡ଼ର ଆୟୋଜନ କରାଯାଇ ଆସୁଥିଲା[୧] ଓ ସାମାନ୍ୟ ବଡ଼ ଧରଣର ଜାତୀୟ ସ୍ତରର ପ୍ରତିଯୋଗିତାମାନଙ୍କୁ ଗ୍ରଁ-ପ୍ରି ଭାବେ ଅଭିହିତ କରାଯାଉଥିଲା ।[୨] ୧୯୪୯ ମସିହାରେ ଅନ୍ତର୍ଜାତୀୟ ମୋଟରସାଇକେଲ୍ ଦୌଡ଼ ମହାସଂଘର ସ୍ଥାପନା ପରେ ନିୟମାବଳୀ ପ୍ରଣୟନ କରାଯାଇ ଅନ୍ତର୍ଜାତୀୟ ସ୍ତରରେ ମୋଟରସାଇକେଲ୍ ଦୌଡ଼ର ଆୟୋଜନ ହେଲା ଯାହାକୁ ଇଂରାଜୀରେ FIM Road Racing World Championship Grand Prix ବୋଲି କୁହାଯାଉଥିଲା । ମୋଟରସାଇକେଲ୍ ଦୌଡ଼ ବିଶ୍ୱର ସର୍ବ ପୁରାତନ ମୋଟର ଦୌଡ଼ ପ୍ରତିଯୋଗିତା ।[୩]
Highest governing body | ଏଫ୍. ଆଇ. ଏମ୍. (ଅନ୍ତର୍ଜାତୀୟ ମୋଟରସାଇକେଲ୍ ଦୌଡ଼ ମହାସଂଘ) |
---|---|
First played | ୧୯୪୯ |
Characteristics | |
Categorization | ଚାଳକମାନଙ୍କ ମଧ୍ୟରେ ପ୍ରତିଯୋଗିତା, ଇଞ୍ଜିନ୍ ନିର୍ମାତାମାନଙ୍କ ମଧ୍ୟରେ ପ୍ରତିଯୋଗିତା |
Venue | ପରିକ୍ରମଣ ସଡ଼କ (ରେସିଂ ସର୍କିଟ୍) |
ଗ୍ରଁ-ପ୍ରିରେ ବ୍ୟବହୃତ ମୋଟର ସାଇକେଲ୍ ବିଶେଷରୂପେ ଦୌଡ଼ ପାଇଁ ଉଦ୍ଦିଷ୍ଟ । ସାଧାରଣ ଲୋକଙ୍କ କ୍ରୟ, ବ୍ୟବହାର ବା ସହରର ସଡ଼କରେ ଏଗୁଡ଼ିକୁ ଚଳାଇବା ମନା । ସାଧାରଣ ଜନତାଙ୍କ ପାଇଁ ନିର୍ମିତ ମୋଟର ସାଇକେଲ୍ମାନଙ୍କୁ କିଛି ମାତ୍ରାରେ ପରିବୃଦ୍ଧ କରି “ସୁପର୍ବାଇକ୍ ବିଶ୍ୱ ଚାମ୍ପିୟନ୍ଶିପ୍” ଓ “ଆଇଲ୍ ଅଫ୍ ମ୍ୟାନ୍ ଟିଟି ରେସ୍” ପରି ପ୍ରତିଯୋଗିତାର ଆୟୋଜନ କରାଯାଏ ଯାହା ଗ୍ରଁ-ପ୍ରି ମୋଟରସାଇକେଲ୍ ଦୌଡ଼ଠାରୁ ଭିନ୍ନ ।
ଗ୍ରଁ-ପ୍ରି ମୋଟରସାଇକେଲ୍ ଦୌଡ଼ ପ୍ରତିଯୋଗିତା ଚାରିଟି ବର୍ଗରେ ବିଭକ୍ତ – ମୋଟୋ ଜେନେରାଲ୍ ପ୍ରାକ୍ଟିସନର୍ (ମୋଟୋ ଜିପି), ମୋଟୋ-୨, ମୋଟୋ-୩ ଓ ମୋଟୋ-ଇ । ୨୦୧୯ ମସିହାରେ ମୋଟୋ-ଇ ନୂତନ ଭାବେ ଆରମ୍ଭ କରାଗଲା । ପ୍ରଥମ ତିନୋଟି ବର୍ଗରେ ୪ ଷ୍ଟ୍ରୋକ୍ ଇଞ୍ଜିନ୍ବିଶିଷ୍ଟ ମୋଟରସାଇକେଲ୍ ବ୍ୟବହୃତ ହେବାବେଳେ ଚତୁର୍ଥ ବର୍ଗରେ ଇଲେକ୍ଟ୍ରିକ୍ ମୋଟରବାଇକ୍ ବ୍ୟବହୃତ ହୋଇଥାଏ । ୨୦୧୯ କ୍ରୀଡ଼ାବର୍ଷରେ ସର୍ବମୋଟ ୧୯ଟି ଦୌଡ଼ (ୟୁରୋପରେ ୧୨, ଏସିଆରେ ୩, ଆମେରିକାରେ ୨, ଅଷ୍ଟ୍ରେଲିଆରେ ୧ ଓ ମଧ୍ୟ-ପୂର୍ବ ଏସିଆରେ ୧) ପ୍ରତିଯୋଗିତା ଅନୁଷ୍ଠିତ ହେବ ।
ଇତିହାସ
ସମ୍ପାଦନା୧୯୪୯ ମସିହାରେ ଅନ୍ତର୍ଜାତୀୟ ମୋଟରସାଇକେଲ୍ ଦୌଡ଼ ମହାସଙ୍ଘଦ୍ୱାରା ପ୍ରଥମ ଏଫ୍. ଆଇ. ଏମ୍. ବିଶ୍ୱ ସଡ଼କ ଦୌଡ଼ ପ୍ରତିଯୋଗିତାର ଆୟୋଜନ ହୋଇଥିଲା । ମହାସଂଘ ପ୍ରତିଯୋଗିତାରେ ଖେଳର ନିୟନ୍ତ୍ରକ ହୋଇଥିବା ବେଳେ ଡୋର୍ଣ୍ଣା ସ୍ପୋର୍ଟ୍ସ (Dorna Sports) କମ୍ପାନୀ ବ୍ୟାବସାୟିକ ତତ୍ତ୍ୱାବଧାରକ । ସମସ୍ତ ପ୍ରତିଯୋଗୀ ଦଳ ଅନ୍ତର୍ଜାତୀୟ ସଡ଼କ ଦୌଡ଼ ଦଳ ସଂଘର (International Road Racing Teams Association - IRTA) ସଦସ୍ୟ । ମୋଟରସାଇକେଲ୍ ଦୌଡ଼ ବ୍ୟବସ୍ଥାରେ ଏହି ସଂଘ ସବୁ ଦଳଙ୍କ ପ୍ରତିନିଧିତ୍ୱ କରିଥାଏ । ମୋଟରସାଇକେଲ୍ ନିର୍ମାତାମାନଙ୍କର ମଧ୍ୟ ଆଉ ଏକ ସଂଘ ରହିଛି ଯାହାକୁ ମୋଟରସାଇକେଲ୍ କ୍ରୀଡ଼ା ନିର୍ମାତା ସଂଘ (Motorcycle Sport Manufacturers Association - MSMA) ବୋଲି କୁହାଯାଏ । ନିୟମାବଳୀ ନିର୍ଦ୍ଧାରଣ କରିବାରେ ଏହି ଚାରୋଟି ସଂସ୍ଥା ଓ ସଂଘ ଯୋଗଦାନ ଦେଇଥାନ୍ତି । କୌଣସି କାରଣରୁ ଅସହମତି ହେଲେ ଟାଇ-ବ୍ରେକର୍ ମତ ଦେବାର ଅଧିକାର କେବଳ ଡୋର୍ଣ୍ଣା ସ୍ପୋର୍ଟ୍ସ ପାଖରେ ରହିଥାଏ । ମୋଟରସାଇକେଲ୍ମାନଙ୍କର ବୈଷୟିକ ବା ଯାନ୍ତ୍ରିକ ପ୍ରସଙ୍ଗରେ ନିର୍ମାତା ସଂଘର ସବୁ ସଦସ୍ୟଙ୍କ ସହମତି ରହିଲେ ସେମାନେ ଏକଚାଟିଆ ରୂପେ ନିର୍ମାଣ ସମ୍ବନ୍ଧୀୟ ନିୟମ ପ୍ରଚଳିତ କରାନ୍ତି ।[୪] ଏହି ଚାରୋଟି ସଂସ୍ଥା ବା ସଂଘକୁ ନେଇ ଗ୍ରଁ-ପ୍ରି କମିଶନ୍ ଗଠିତ ।
ଗୁରୁତ୍ୱପୂର୍ଣ୍ଣ ଘଟଣାବଳୀ ଓ ସମୟକ୍ରମ
ସମ୍ପାଦନାପ୍ରତିଯୋଗିତା
ସମ୍ପାଦନାସ୍ଥାନ | ୧ | ୨ | ୩ | ୪ | ୫ | ୬ | ୭ | ୮ | ୯ | ୧୦ | ୧୧ | ୧୨ | ୧୩ | ୧୪ | ୧୫ |
---|---|---|---|---|---|---|---|---|---|---|---|---|---|---|---|
ପଏଣ୍ଟ୍ | ୨୫ | ୨୦ | ୧୬ | ୧୩ | ୧୧ | ୧୦ | ୯ | ୮ | ୭ | ୬ | ୫ | ୪ | ୩ | ୨ | ୧ |
ଦୌଡ଼ ପରିକ୍ରମା ସଡ଼କ (ରେସିଂ ସର୍କିଟ୍)
ସମ୍ପାଦନା୨୦୧୮ ଓ ୨୦୧୯ ମୋଟୋଜିପି କ୍ରୀଡ଼ାବର୍ଷରେ ୧୬ଟି ଭିନ୍ନ ଦେଶରେ ୧୯ଟି ଦୌଡ଼ ଆୟୋଜନ କରାଯିବାର ଯୋଜନା ହୋଇଥିଲା ।
- Qatar ଲୁସୈଲ୍ ଅନ୍ତର୍ଜାତୀୟ ସର୍କିଟ୍
- Argentina ଅଟୋଡ୍ରୋମୋ ଡି ରିଓ ହୋଣ୍ଡୋ
- USA ସର୍କିଟ୍ ଅଫ୍ ଦ ଆମେରିକାସ୍
- Spain ସର୍କିଟୋ ଡି ହେରେଜ୍
- France ସର୍କିଟ୍ ବୁଗାଟି
- Italy ମୁଗେଲୋ ସର୍କିଟ୍
- Spain ସର୍କିଟ୍ ଡି ବାର୍ସେଲୋନା
- Netherlands ଟିଟି ସର୍କିଟ୍ ଆସ୍ସେନ୍
- Germany ସାଖ୍ସେନ୍ରିଂଗ୍
- Czech Republic ମାସାରିକ୍ ସର୍କିଟ୍
- Austria ରେଡ୍ ବୁଲ୍ ରିଂଗ୍
- Great Britain ସିଲ୍ଭରଷ୍ଟୋନ୍
- San Marino ମିଜାନୋ ୱଲ୍ଡ୍ ସର୍କିଟ୍ ମାର୍କୋ ସିମୋଞ୍ଚେଲି
- Spain ମୋଟୋର୍ଲାଣ୍ଡ୍ ଆରାଗନ୍
- Thailand ବୁରିରାମ୍ ଅନ୍ତର୍ଜାତୀୟ ସର୍କିଟ୍
- Japan ଟ୍ୱିନ୍ ରିଂଗ୍ ମୋଟେଜି
- Australia ଫିଲିପ୍ ଆଇଲାଣ୍ଡ୍ ଗ୍ରଁ-ପ୍ରି ସର୍କିଟ୍
- Malaysia ସେପାଂଗ୍ ସର୍କିଟ୍
- Spain ସର୍କିଟ୍ ରିକାର୍ଡୋ ଟୋର୍ମୋ
ଇଞ୍ଜିନ୍ ଓଜନ ସମ୍ବନ୍ଧୀୟ ମାନକ
ସମ୍ପାଦନାସିଲିଣ୍ଡର୍ ସଂଖ୍ୟା |
୨୦୦୨ ସର୍ବନିମ୍ନ | ୨୦୦୭ ସର୍ବନିମ୍ନ | ୨୦୧୦ ସର୍ବନିମ୍ନ |
---|---|---|---|
୨ | ୧୩୫ କି.ଗ୍ରା. | ୧୩୭ କି.ଗ୍ରା. | ୧୩୫ କି.ଗ୍ରା. |
୩ | ୧୩୫ କି.ଗ୍ରା. | ୧୪୦.୫ କି.ଗ୍ରା. | ୧୪୨.୫ କି.ଗ୍ରା. |
୪ | ୧୪୫ କି.ଗ୍ରା. | ୧୪୮ କି.ଗ୍ରା. | ୧୫୦ କି.ଗ୍ରା. |
୫ | ୧୪୫ କି.ଗ୍ରା. | ୧୫୫.୫ କି.ଗ୍ରା. | ୧୫୭.୫ କି.ଗ୍ରା. |
୬ | ୧୫୫ କି.ଗ୍ରା. | ୧୬୩ କି.ଗ୍ରା. | ୧୬୫ କି.ଗ୍ରା. |
- ୨୦୦୫ ମସିହାରେ ଗାଡ଼ିର ତେଲ ଟାଙ୍କିର କ୍ଷମତା ୨୦ ଲିଟର୍ରୁ ୨୪ ଲିଟର୍ ପର୍ଯ୍ୟନ୍ତ ବଢ଼ାଇବାର ଅନୁମତି ଦିଆଗଲା ।
- ୨୦୦୬ ମସିହାରେ ତେଲ ଟାଙ୍କିର କ୍ଷମତା ୨୪ ଲିଟର୍ରୁ ପୁଣି କମାଇ ୨୨ ଲିଟର୍ କରିଦିଆଗଲା ।
- ୨୦୦୭ ମସିହା ପରଠାରୁ ୫ ବର୍ଷ ପର୍ଯ୍ୟନ୍ତ ମହାସଂଘ ମୋଟୋଜିପିର ନିୟନ୍ତ୍ରଣ କରିଆସିଥିଲା । ଏହି ସମୟରେ ମହାସଂଘ ମୋଟୋଜିପିରେ ଟୁ-ଷ୍ଟ୍ରୋକ୍ ଇଞ୍ଜିନ୍ର ବ୍ୟବହାର ବନ୍ଦ ଓ ତେଲ ଟାଙ୍କିର ସର୍ବାଧିକ କ୍ଷମତା ୨୧ ଲିଟର୍ କରିଦେଇଥିଲା ।
- ୨୦୦୭ରୁ ୨୦୧୧ ମସିହା ମଧ୍ୟରେ ଇଞ୍ଜିନ୍ଗୁଡ଼ିକ ୪-ଷ୍ଟ୍ରୋକ୍ ବିଶିଷ୍ଟ ଓ ୮୦୦ ଘନ ସେ.ମି. ଆୟତନବିଶିଷ୍ଟ ବୋଲି ନିୟମ ଲାଗୁ କରାଯାଇଥିଲା ।
- ୨୦୧୨ ମସିହାରେ ଇଞ୍ଜିନ୍ ୧୦୦୦ ଘନ ସେ.ମି. ବିଶିଷ୍ଟ ହେବାର ନିୟମ ପ୍ରଚଳନରେ ଆସିଲା ।[୬]
- ୨୦୧୩ କ୍ରୀଡ଼ାବର୍ଷ ପାଇଁ ସର୍ବନିମ୍ନ ଓଜନ ବଢ଼ାଇ ୧୬୦ କି.ଗ୍ରା. କରିଦିଆଗଲା ।
- ୨୦୧୫ କ୍ରୀଡ଼ାର୍ଷରେ ସର୍ବନିମ୍ନ ଓଜନକୁ କମାଇ ପୁଣି ୧୫୮ କି.ଗ୍ରା. କରିଦିଆଯାଇଥିଲା ।[୭]
ଗଣମାଧ୍ୟମରେ ମୋଟରସାଇକେଲ୍ ଦୌଡ଼
ସମ୍ପାଦନା- ମୋଟୋ ଜିପି ସମ୍ବନ୍ଧୀୟ ହିଟିଂ ଦ ଏପେକ୍ସ୍ ନାମକ ଏକ ବୃତ୍ତ ଚିତ୍ର ୨୦୧୫ ମସିହାରେ ପ୍ରକାଶ ପାଇଥିଲା ।
- ୨୦୦୩ ମସିହାରେ ପ୍ରକାଶିତ ବୃତ୍ତଚିତ୍ର ଫାଷ୍ଟର୍ ମଧ୍ୟ ମୋଟୋ ଜିପି ଉପରେ ପର୍ଯ୍ୟବସିତ ଥିଲା ।
- ୨୦୧୧ ମସିହାରେ ମୋଟୋ ଜିପି ଉପରେ ପର୍ଯ୍ୟବସିତ ଆଉ ଏକ ବୃତ୍ତଚିତ୍ର ଫାଷ୍ଟେଷ୍ଟ୍ ପ୍ରକାଶ ପାଇଥିଲା ।
ପ୍ରାରମ୍ଭିକ ସମୟରେ ନିର୍ମାଣ କରାଯାଇଥିବା ଅନେକ ଭିଡ଼ିଓ ଗେମ୍ ଯଥା – ୫୦୦ସିସି ଗ୍ରଁ-ପ୍ରି (୧୯୮୭), ଜିପି-୧ (୧୯୯୩), ଜିପି-୧: ଦ୍ୱିତୀୟ (୧୯୯୪) ଇତ୍ୟାଦି ମୋଟରସାଇକେଲ୍ ଦୌଡ଼ ଉପରେ ପର୍ଯ୍ୟବସିତ ଥିଲା । ୧୯୯୯ ମସିହାରେ ଜିପି ୫୦୦ ନାମକ ଏକ ସିମ୍ୟୁଲେଟର୍ ଖେଳ ଲୋକଲୋଚନକୁ ଆସିଥିଲା । ୨୦୦୦ ଦଶନ୍ଧିର ପ୍ରଥମାଂଶରେ ଟିଏଚ୍କ୍ୟୁ କମ୍ପାନୀ ଏକ୍ସ୍-ବକ୍ସ୍ ଓ ୱିଣ୍ଡୋସ୍ ପାଇଁ ୫ଟି ଏବଂ ନାମକୋ କମ୍ପାନୀ ପ୍ଲେଷ୍ଟେସନ୍ ପାଇଁ ୫ଟି ମୋଟୋ ଜିପି କମ୍ପ୍ୟୁଟର୍ ଖେଳର ନିର୍ମାଣ କରିଥିଲେ । ୨୦୦୮ ମସିହାରେ ଟିଏଚ୍କ୍ୟୁ କମ୍ପାନୀ ମୋଟୋ ଜିପିର ଖେଳ ନିର୍ମାଣ କରିବାର ଅନୁମତି ହରାଇବା ପରେ କ୍ୟାପ୍କମ୍ ନାମକ କମ୍ପାନୀ ବର୍ତ୍ତମାନ ଏହାର ତତ୍ତ୍ୱାବଧାରକ ହୋଇଛି ।
୨୦୧୦ ମସିହା ସେପ୍ଟେମ୍ବର୍ ୩ ତାରିଖରେ ମୋଟୋ ଜିପି ୨୦୧୦ ନାମକ ଏକ ଆଇଓଏସ୍ ଖେଳ ପ୍ରକାଶ ପାଇଥିଲା କିନ୍ତୁ ଏହା ସମାଲୋଚକଙ୍କ ପ୍ରିୟଭାଜନ ହୋଇପାରିନଥିଲା । ୨୦୧୧ ମସିହା ମାର୍ଚ୍ଚ ୧୫ ତାରିଖରେ ମୋଟୋ ଜିପି ୨୦୧୦/୨୦୧୧ ନିର୍ମିତ ହୋଇଥିଲା ଯାହାକୁ ପ୍ଲେଷ୍ଟେସନ୍ ୩ ଓ ଏକ୍ସ୍-ବକ୍ସ୍ ୩୬୦ରେ ଖେଳାଯାଇପାରିବ । ମେଟାକ୍ରିଟିକ୍ ଏହି ଖେଳକୁ ୭୨% ରେଟିଂ ପ୍ରଦାନ କରିଥିଲା ।[୮] ୨୦୧୩ ମସିହା ଜୁନ୍ ୨୧ ତାରିଖରେ ମୋଟୋ ଜିପି ୧୩ ପ୍ରକାଶିତ ହେଲା ଯାହାକୁ ପ୍ଲେଷ୍ଟେସନ୍ ଭିଟା, ପ୍ଲେଷ୍ଟେସନ୍ ୩ ଓ ଏକ୍ସ୍-ବକ୍ସ୍ ୩୬୦ରେ ଖେଳାଯାଇ ପାରିବ । ଏହି ଖେଳର ଲୋକପ୍ରିୟତା ବିଷୟରେ ମିଶ୍ରିତ ପ୍ରତିକ୍ରିୟା ଦେଖାଯାଇଥିଲା ଓ ଏହାକୁ ୭୩% ରେଟିଂ ମିଳିଥିଲା ।[୯]
୨୦୧୨ ମସିହାରେ ମାଇଲ୍ ଷ୍ଟୋନ୍ କମ୍ପାନୀ ମୋଟୋ ଜିପି ଖେଳ ନିର୍ମାଣର ଅନୁମତି ପାଇଥିଲା । ୨୦୧୮ ମସିହା ଜୁନ୍ ୭ରେ ମୋଟୋ ଜିପି ୧୮ ଓ ୨୦୧୯ ମସିହା ଜୁନ୍ ୬ରେ ମୋଟୋ ଜିପି ୧୯ ଖେଳ ପ୍ରକାଶ ପାଇଥିଲା ।[୧୦]
ଆହୁରି ଦେଖନ୍ତୁ
ସମ୍ପାଦନାଆଧାର
ସମ୍ପାଦନା- ↑ ୧.୦ ୧.୧ Maurice Büla, ed. (2001). Continental Circus 1949-2000. Jean-Claude Schertenleib. Chronosports S.A. p. 18. ISBN 2940125767.
- ↑ "Pioneer gun store and cyclery has greatly increased in size". The Bakersfield Californian. Heritage Microfilm, Inc.#NewspaperArchive. 26 April 1913.
The most notable Indian triumph of 1912 was the winning of the French classic motorcycle event, the Grand Prix.
- ↑ "Inside MotoGP. History". motogp.com. Archived from the original on 24 March 2016. Retrieved 10 September 2017.
- ↑ Noyes, Dennis (2007-12-21). "MOTOGP: Dorna CEO Advocates Limits on Electronics in MotoGP". SPEEDTV.com. Archived from the original on 2008-05-06. Retrieved 2008-03-04.
- ↑ "MotoGP Milestones". crash.net. Retrieved 29 January 2016.
- ↑ "MotoGP Basics". Archived from the original on 2013-02-02. Retrieved 2019-07-30.
- ↑ "MotoGP™ software development freeze for mid-2015".
- ↑ "MotoGP 10/11". Metacritic. Retrieved 13 March 2019.
- ↑ http://www.metacritic.com/game/playstation-3/motogp-13
- ↑ "MotoGP 19 - The Official Videogame". MotoGP Videogame. Retrieved 7 April 2019.