ଗୌହର ଆରା ବେଗମ
ଗୌହର ଆରା ବେଗମ (ପାର୍ସୀ:گوہر آرا بیگم, ୧୭ ଜୁନ ୧୬୩୧ - ପ୍ରାୟ ୧୭୦୬) ଜଣେ ମୋଗଲ ରାଜକୁମାରୀ ଏବଂ ମୋଗଲ ସମ୍ରାଟ ଶାହଜାହାନ ଏବଂ ତାଙ୍କ ପତ୍ନୀ ମୁମତାଜ ମହଲଙ୍କ ଚଉଦ ତମ ତଥା ସବୁଠାରୁ ସାନ ସନ୍ତାନ ଥିଲେ ।[୧]
ଗୌହର ଆରା ବେଗମ | |
---|---|
ମୋଗଲ ସାମ୍ରାଜ୍ୟର ରାଜକୁମାରୀ
| |
ବଂଶ | ତିମୁରିଦ ରାଜବଂଶ |
ବାପା | ଶାହଜାହାନ |
ମାଆ | ମୁମତାଜ ମହଲ |
ଜନ୍ମ | ୧୭ ଜୁନ ୧୬୩୧ ବୁରହାନପୁର, ମୋଗଲ ସାମ୍ରାଜ୍ୟ |
ମୃତ୍ୟ | ୧୭୦୬ ଦିଲ୍ଲୀ, ମୋଗଲ ସାମ୍ରାଜ୍ୟ |
ଧର୍ମ | ସୁନ୍ନୀ ଇସ୍ଲାମ |
ଗୌହରଙ୍କ ମାତା, ପ୍ରସିଦ୍ଧ ମୋଗଲ ସମ୍ରାଟ ମୁମତାଜ ମହଲ ୧୬୩୧ ମସିହାରେ ତାଙ୍କୁ ଜନ୍ମ ଦେଇ ମୃତ୍ୟୁ ବରଣ କରିଥିଲେ । ମୁମତାଜ ମହଲଙ୍କ ମୃତ୍ୟୁରେ ସମ୍ରାଟ ଶାହଜାହାନ ବହୁତ ଦୁଃଖିତ ହୋଇଥିଲେ । ପରେ ସେ ପ୍ରସିଦ୍ଧ ସ୍ମାରକୀ ତାଜମହଲ ମୁମତାଜଙ୍କ ନାମରେ ନାମିତ ହୋଇଥିଲା । ସମ୍ରାଟ ଶାହଜାହାନଙ୍କ ଚାରି ପୁତ୍ର ପରସ୍ପର ସହ କ୍ରମାଗତ ଯୁଦ୍ଧରେ ଜଡିତ ଥିଲେ । ଗୌହର ଆରା ବେଗମ ଏହି ଯୁଦ୍ଧରେ ଜଡିତ ଥିଲେ କି ନାହିଁ ସେ ବିଷୟରେ ଅଧିକ ଜଣା ନାହିଁ ।
ଜୀବନୀ
ସମ୍ପାଦନାଯେଉଁ ଦିନ ତାଙ୍କ ମାତା ମୁମତାଜ ମହଲଙ୍କ ଦେହାନ୍ତ ହୋଇଥିଲା, ସେହିଦିନ ଗୌହର ୧୭ ଜୁନ ୧୬୩୧ ମସିହାରେ ଜନ୍ମ ଗ୍ରହଣ କରିଥିଲେ । ଗୌହର ଆରା ବେଗମ ତାଙ୍କ ପିତା ଏବଂ ଭାଇଙ୍କ ଶାସନ କାଳରେ ରାଜନୈତିକ କ୍ଷେତ୍ରରେ ଅଧିକ ସକ୍ରିୟ ନଥିଲେ ।[୨] ପ୍ରମାଣ ଅସ୍ପଷ୍ଟ ଭାବରେ ସୂଚିତ କରେ ଯେ ଉତ୍ତରାଧିକାରୀ ନିମନ୍ତେ ହେଉଥିବା ଯୁଦ୍ଧ ସମୟରେ ସେ ସିଂହାସନ ପାଇଁ ତାଙ୍କର ଚତୁର୍ଥ ଭାଇ ମୁରାଦ ବକ୍ଷଙ୍କ ସମର୍ଥନକୁ ସମର୍ଥନ କରିଥିବେ । ଯଦି ଏହା ସତ ହୋଇଥାନ୍ତା, ତେବେ ଏହି ଭୂମିକା ଏକ ବିଶେଷ ସକ୍ରିୟ ହେବାର ସମ୍ଭାବନା ନଥିଲା, ଯେହେତୁ ତାଙ୍କ ପିତା ଏବଂ ଭଉଣୀ ଜାହାଁଆରା ବେଗମଙ୍କ ପରି, ସେ ପରବର୍ତ୍ତୀ ସମୟରେ ତାଙ୍କ ବିଜୟୀ ଭାଇ ଆଉରଙ୍ଗଜେବଙ୍କଦ୍ୱାରା କାରାଗାରରେ ନଥିଲେ ।[୩]
ନିଜ ପିତାଙ୍କ ଦେହାନ୍ତ ପରେ ସେ ନିଜ ସମ୍ପର୍କୀୟଙ୍କ ବିବାହ ଆୟୋଜନରେ ଜଡିତ ହୋଇଥିଲେ । ଯେତେବେଳେ ତାଙ୍କର ବଡ଼ ଭାଇ ଦାରାଙ୍କ ପୁଅ ସିପିହାର ଶିଖୋ ୧୬୭୩ ମସିହାରେ ଆଉରଙ୍ଗଜେବଙ୍କ ଝିଅ ଜୁବଦତ-ଉନ-ନିସା ବେଗମଙ୍କୁ ବିବାହ କରିଥିଲେ, ସେତେବେଳେ ଗୌହର ଆରା ଏବଂ ତାଙ୍କ ସମ୍ପର୍କୀୟ ହମିଦା ବାନୁ ବେଗମ ବିବାହ ଉତ୍ସବ ଆୟୋଜନ କରିଥିଲେ ।
ମୃତ୍ୟୁ
ସମ୍ପାଦନାଗୌହର ଆରା ବେଗମ ୧୭୦୬ ମସିହାରେ ମାତ୍ର ୭୫ ବର୍ଷ ବୟସରେ ଦିଲ୍ଲୀରେ ମୃତ୍ୟୁ ବରଣ କରିଥିଲେ ।
ଆଧାର
ସମ୍ପାଦନା- ↑ Tillotson, Giles (2010). Taj Mahal. Profile Books. p. 31. ISBN 978-1-84765-247-8.
- ↑ Sarker, Kobita (2007). Shah Jahan and his paradise on earth: the story of Shah Jahan's creations in Agra and Shahjahanabad in the golden days of the Mughals. K.P. Bagchi & Co. p. 191. ISBN 978-81-7074-300-2.
- ↑ Waldemar Hansen (1986). The Peacock Throne: The Drama of Mogul India. Motilal Banarsidass Publ. p. 394. ISBN 978-81-208-0225-4.