ଗୋବିନ୍ଦ ମାଥୁର (ଜନ୍ମ:୧୪ ଏପ୍ରିଲ ୧୯୫୯) ଆଲାହବାଦ ଉଚ୍ଚ ନ୍ୟାୟାଳୟର ୪୭ତମ ମୁଖ୍ୟ ନ୍ୟାୟାଧୀଶ ।[୧]

ଜଷ୍ଟିସ

ଗୋବିନ୍ଦ ମାଥୁର
ମୁଖ୍ୟ ବିଚାରପତି
Assumed office
୧୪ ନଭେମ୍ବର ୨୦୧୮
ପୂର୍ବ ଅଧିକାରୀଦିଲ୍ଲୀପ ବାବାସାହେବ ଭୋସଲେ
ବ୍ୟକ୍ତିଗତ ସବିଶେଷ
ଜନ୍ମ୧୪ ଏପ୍ରିଲ ୧୯୫୯
ରାଜସ୍ଥାନ
ଜାତୀୟତାଭାରତୀୟ

ବୃତ୍ତିଗତ ଜୀବନ ସମ୍ପାଦନା

ଗୋବିନ୍ଦ ମାଥୁରଙ୍କୁ ୨ ସେପ୍ଟେମ୍ବର ୨୦୦୪ ମସିହାରେ ରାଜସ୍ଥାନ ଉଚ୍ଚ ନ୍ୟାୟାଳୟର ଅତିରିକ୍ତ ବିଚାରପତି ଭାବରେ ନିଯୁକ୍ତ କରାଯାଇଥିଲା । ପରେ ୨୯ ମେ ୨୦୦୬ରେ ତାଙ୍କୁ ସ୍ଥାୟୀ ବିଚାରପତି ଭାବରେ ପଦୋନ୍ନତି ଦିଆଯାଇଥିଲା । ୨୧ ନଭେମ୍ବର ୨୦୧୭ରେ ତାଙ୍କୁ ଆହ୍ଲାବାଦ ଉଚ୍ଚ ନ୍ୟାୟାଲୟକୁ ବଦଳି କରାଯାଇଥିଲା ।

ବରିଷ୍ଠତା ଭିତ୍ତିରେ ସେ ୨୪ ଅକ୍ଟୋବର ୨୦୧୮ରେ ଆହ୍ଲାବାଦ ଉଚ୍ଚ ନ୍ୟାୟାଲୟର କାର୍ଯ୍ୟକାରୀ ପ୍ରଧାନ ବିଚାରପତି ଭାବରେ ଶପଥ ଗ୍ରହଣ କରିଥିଲେ ।[୨] ପରେ ୧୪ ନଭେମ୍ବର ୨୦୧୮ରେ ସେ ଆହ୍ଲାବାଦ ହାଇକୋର୍ଟର ପ୍ରଧାନ ବିଚାରପତି ଭାବରେ ନିଯୁକ୍ତ ହୋଇଥିଲେ ।

ନାଗରିକତା ସଂଶୋଧନ ଆଇନ ବିରୋଧୀଙ୍କଠାରୁ ସେମାନେ ନଷ୍ଟ କରିଥିବା ସରକାରୀ ସଂପତ୍ତି ଆଦାୟ କରାଯିବା ପୂର୍ବରୁ ଦୋଷୀଙ୍କ ଫୋଟୋଚିତ୍ର ବ୍ୟାନେର ମାଧ୍ୟମରେ ପ୍ରଦର୍ଶନ କରାଯିବା ନେଇ ଏକ ମାମଲାରେ ସେ ଏବଂ ଜଷ୍ଟିସ ରମେଶ ସିହ୍ନାଙ୍କୁ ନେଇ ଗଠିତ ଖଣ୍ଡପୀଠ ଉତ୍ତର ପ୍ରଦେଶ ସରକାରଙ୍କ ବିରୋଧରେ ରାୟ ଦେଇ ସେ ଚର୍ଚ୍ଚାର ପରିସରକୁ ଆସୈଥିଲେ ।[୩]

ଆଧାର ସମ୍ପାଦନା

  1. "NOTIFICATION" (PDF). www.doj.gov.in. Retrieved 12 March 2020.
  2. Emmanuel, Meera. "Justice Govind Mathur to take charge as Acting Chief Justice of Allahabad HC tomorrow [Read Notification]". Bar and Bench - Indian Legal news. Retrieved 12 March 2020.
  3. AllahabadMarch 8, Asian News International; March 8, Asian News International; Ist, Asian News International. "Allahabad HC observes hoardings of anti-CAA protesters by UP govt as violation of privacy: Lawyer". India Today (in ଇଂରାଜୀ). Retrieved 14 March 2020.{{cite web}}: CS1 maint: numeric names: authors list (link)