ଗୋବିନ୍ଦ ଚନ୍ଦ୍ର ମାଝୀ
ଗୋବିନ୍ଦ ଚନ୍ଦ୍ର ମାଝୀ(ଜନ୍ମ : ୧୭ ମଇ ୧୯୫୬) ଜଣେ ସାନ୍ତାଳୀ ସାହିତ୍ୟିକ ।[୧] ସାନ୍ତାଳୀ କବିତା ସଂଗ୍ରହ "ନାଳହା" ପାଇଁ ୨୦୧୬ମସିହାର କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଁ ମନୋନୀତ କରାଯାଇଛି ।[୨] ବ୍ୟାଙ୍କିଙ୍ଗ ଚାକିରିରୁ ଅବସର ନେବା ପରେ, ମାଝୀ ଏବେ ଅଖୀଳ ଭାରତୀୟ ସାନ୍ତାଳୀ ଲେଖକ ସଂଗଠନର ଓଡ଼ିଶା ପ୍ରଦେଶ ଅଧ୍ୟକ୍ଷ ଭାବରେ କାର୍ଯ୍ୟ କରୁଛନ୍ତି ଓ ସାହିତ୍ୟ ସାଧନାରେ ଲିପ୍ତ ଅଛନ୍ତି ।[୩]
ଗୋବିନ୍ଦ ଚନ୍ଦ୍ର ମାଝୀ | |
---|---|
ଜନ୍ମ | ବହଳଦା, ମୟୂରଭଞ୍ଜ | ୧୭ ମଇ ୧୯୫୬
ଶିକ୍ଷା | ସ୍ନାତକ(ଆଇନ) |
ଶିକ୍ଷାନୁଷ୍ଠାନ | ବି.ଜେ.ବି କଲେଜ |
ବୃତ୍ତି | ସାହିତ୍ୟିକ |
ପିତାମାତା(s) | ଭୀଳୁ ସୋରେନ, ଆରସୁ ସୋରେନ |
ପୁରସ୍କାର | କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର |
ଜୀବନୀ
ସମ୍ପାଦନାଗୋବିନ୍ଦ ଚନ୍ଦ୍ର ୧୯୫୬ ମସିହାରେ ମୟୂରଭଞ୍ଜ ଜିଲ୍ଲାର ବହଳଦାଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ଥିଲା ଭୀଳୁ ସୋରେନ ଓ ମାତାଙ୍କ ନାମ ଆରସୁ ସୋରେନ । ବହଳଦା ସରକାରୀ ଉଚ୍ଚ ବିଦ୍ୟାଳୟରୁ ଗୋବିନ୍ଦ ମାଟ୍ରିକ ପାସ କରି, ଭୁବନେଶ୍ୱରସ୍ଥ ବକ୍ସୀ ଜଗବନ୍ଧୁ ବିଦ୍ୟାଧର ମହାବିଦ୍ୟାଳୟରୁ କଳାରରେ ଓ କଟକର ମଧୁସୂଦନ ଆଇନ ମହାବିଦ୍ୟାଳୟରୁ ଆଇନରେ ସ୍ନାତକ ହାସଲ କରିଛନ୍ତି । ସିଣ୍ଡିକେଟ ବ୍ୟାଙ୍କରେ କାର୍ଯ୍ୟ କରି, ସେ ସିନିୟର ମ୍ୟାନେଜର ପଦବୀରୁ ସେବା ନିବୃତ ହୋଇ ସାରିଛନ୍ତି ।[୪]
ରଚନାବଳୀ
ସମ୍ପାଦନାସାହିତ୍ୟ ରଚନା ସହିତ ସଂଗଠକ ଭାବରେ ଗୋବିନ୍ଦ ଚନ୍ଦ୍ର କାର୍ଯ୍ୟ କରିଆସୁଛନ୍ତି । ସାନ୍ତାଳୀ ସିନେମାରେ ସଂଳାପ ଲେଖନ ସହିତ, ସେ ଅଭିନୟ ମଧ୍ୟ କରିଛନ୍ତି । "ବାପଲା" ଓ "ଜୋଲୋନ" ଭଳି ସାନ୍ତାଳୀ ଚଳଚ୍ଚିତ୍ର ସହିତ ଗୋବିନ୍ଦ ଚନ୍ଦ୍ର ଜଡ଼ିତ ଥିଲେ ।
ରଚନାବଳି
ସମ୍ପାଦନା- ନାଳହା - ୨୦୧୪
- ମିଦ ଟିଡାଗ ସିନ୍ଦୁର
- ହଂସ ହଂସଲୀ
- ସାଗେନ ସାକାମ
- ନାବା ସାଗେନ ସାକାମ
- ସୋବୋନାଖା
- ଜାହେରଗାଢ଼
- କାରାମ ସିରମ
- ସରୀ ସାରଜୋମ
- ମାଂତାର
- ସୋନ୍ଧ୍ୟାନୀ
- ସାବତା ଆଡାଙ୍ଗ ସରୀଖେ
ପୁରସ୍କାର ଓ ସମ୍ମାନ
ସମ୍ପାଦନାଆଧାର
ସମ୍ପାଦନା- ↑ http://www.firstpost.com/living/vannadasan-jerry-pinto-nasira-sharma-among-24-authors-named-for-sahitya-akademi-award-3167448.html
- ↑ "ଆର୍କାଇଭ୍ କପି". Archived from the original on 2017-01-08. Retrieved 2017-01-07.
{{cite web}}
: Cite has empty unknown parameter:|1=
(help) - ↑ "ଅପରିମିତା ପାରମିତା ଓ ଅର୍ପିତ ଗୋବିନ୍ଦ". ସମାଜ ୦୬/୦୧/୨୦୧୭ କଲିକତା ସଂସ୍କରଣ.
{{cite news}}
:|access-date=
requires|url=
(help) - ↑ "ଆର୍କାଇଭ୍ କପି". Archived from the original on 2017-01-08. Retrieved 2017-01-07.
{{cite web}}
: Cite has empty unknown parameter:|1=
(help) - ↑ http://www.news18.com/news/india/vannadasan-jerry-pinto-among-24-authors-named-for-sahitya-akademi-award-1326247.html
- ↑ http://www.jagran.com/jharkhand/jamshedpur-santali-sahitya-academi-award-to-govind-chandra-majhi-15248351.html