ଗୋପାଳ ଚନ୍ଦ୍ର ଦାସ


ଗୋପାଳ ଚନ୍ଦ୍ର ଦାସ (ଜନ୍ମ ୧୯୦୨) ଜଣେ ଭାରତୀୟ ଆଇନଜୀବୀ ତଥା ଓଡ଼ିଶା ଉଚ୍ଚ ନ୍ୟାୟାଳୟର ପୂର୍ବତନ ବିଚାରପତି ।[]

ଶିକ୍ଷା ଓ ପେଶା

ସମ୍ପାଦନା

ଗୋପାଳ ଚନ୍ଦ୍ର ଦାସଙ୍କ ଜନ୍ମ ପୁରୀ ଜିଲ୍ଲାରେ ୧୯୦୨ ମସିହାରେ ହୋଇଥିଲା । କଳା ବିଷୟରେ ସ୍ନାତକୋତ୍ତର ପାଠ୍ୟକ୍ରମ ପରେ, ୧୯୨୭ ରେ ଆଇନରେ ସ୍ନାତକ ଡିଗ୍ରୀ ହାସଲ କଲେ । ଓକିଲାତି ଜୀବନ ଆରମ୍ଭରେ ସେ କୋଲକତା ଉଚ୍ଚ ନ୍ୟାୟାଳୟରେ କାର୍ଯ୍ୟରତ ଓକିଲ ଶ୍ରୀ ଆର.ସି. ମିତ୍ତର ସହ କାମ କରି, ୧୯୨୯ ରେ ନିଜର ଓକିଲାତି ପେଶା ପାଇଁ ପାଟନାକୁ ଆସିଥିଲେ । ୧୯୩୬ ରେ ଓଡିଶା ପ୍ରଦେଶ ଗଠିତ ହେବା ପରେ ସରକାରୀ କାଉଁସିଲର ଭୂମିକାରେ କାମ କରିଥିଲେ । ୧୯୪୮ ରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟ ସ୍ଥାପିତ ହେବା ପରେ କଟକକୁ ଆସିଥିଲେ । ୧୯୪୯ ରୁ ଆୟକର କମିଶନର ନିର୍ଦ୍ଦେଶକ ରୂପେ ଓ ୧୯୫୦-୫୨ ମଧ୍ୟରେ ସରକାରୀ ଅଧିବକ୍ତା ରୂପେ କାର୍ଯ୍ୟ ନିର୍ବାହ କରିଥିଲେ ।

ସେ ୯.୮.୧୯୫୬ ରୁ ୧୧.୧.୧୯୬୨ ପର୍ଯ୍ୟନ୍ତ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ବିଚାରପତି ପଦରେ ରହିଥିଲେ ।[]

  1. ୧.୦ ୧.୧ "Former Judge | Orissa High Court, Cuttack". www.orissahighcourt.nic.in. Retrieved 2025-01-04.