ଗୋପାଳ କୃଷ୍ଣ ଗାନ୍ଧୀ
ଏହି ପ୍ରସଙ୍ଗଟିରେ ଥିବା ଅଦରକାରୀ ଲେଖାସବୁ ହଟାଇ ଭଲକରି ଲେଖିବାକୁ ହେବ । ଏହାର ମାନ ଅଧୁନା ଉଇକିପିଡ଼ିଆର ମାନଦଣ୍ଡ ଅନୁସାରେ ଅନୁପଯୁକ୍ତ । କାରଣ: ନିମ୍ନମାନର ଲିଖନଶୈଳୀ । ଅତ୍ୟାବଶ୍ୟକୀୟ ତଥ୍ୟ ଓ ଆଧାର ନାହିଁ । ଦୟାକରି ଏହି ଲେଖାଟିକୁ ସୁଧାରିଦିଅନ୍ତୁ । ଏହି ପ୍ରସଙ୍ଗର ଆଲୋଚନା ପୃଷ୍ଠାରେ କିଛି ଆଲୋଚନା ବି ହୋଇଥାଇପାରେ । (ମଇ ୨୦୨୧) |
ଗୋପାଳ କୃଷ୍ଣ ଦେବଦାସ ଗାନ୍ଧୀ (ଜନ୍ମ ଏପ୍ରିଲ ୨୨ , ୧୯୪୬ ) ଜଣେ ଅବସରପ୍ରାପ୍ତ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଓ କୂଟନୈତିକ ଅଧିକାରୀ । [୧] ସେ ଭାରତ ସରକାରଙ୍କ ବିଭିନ୍ନ ପ୍ରଶାସନିକ ପଦବୀରେ କାର୍ଯ୍ୟ କରିବା ସହ କୂଟନୈତିକ ସ୍ତରରେ ବିଶେଷ ଭାବରେ ଜଡ଼ିତ ରହିଥିଲେ । ସେ ଦକ୍ଷିଣ ଆଫ୍ରିକା, ଇଂଲଣ୍ଡ ଆଦି ଦେଶରେ ଭରତର କୂଟନୈତିକ ଅଧିକାରୀ ଓ ରାଷ୍ଟ୍ରଦୂତ ଭାବରେ ବହୁ କାଳ ଅବସ୍ଥାପିତ ହେଇଥିଲେ ।[୨]
ଗୋପାଳ କୃଷ୍ଣ ଗାନ୍ଧୀ | |
---|---|
![]() ୨୦୧୦ ମସିହାରେ ଏକ ଅଭିଭାଷଣ ଦେଉଥିବା ବେଳେ ଗୋପାଳ କୃଷ୍ଣ ଗାନ୍ଧୀଙ୍କ ଫଟୋଚିତ୍ର | |
ପଶ୍ଚିମବଙ୍ଗର ୨୨ଶ ରାଜ୍ୟପାଳ | |
Chief Minister | Buddhadeb Bhattacharjee |
ପୂର୍ବ ଅଧିକାରୀ | ବୀରେନ୍ ଶାହା |
ପର ଅଧିକାରୀ | ଦେବାନନ୍ଦ କୁଅଁର |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | Gopalkrishna Devdas Gandhi ୨୨ ଅପ୍ରେଲ ୧୯୪୬ India |
ଜୀବନ ସାଥୀ | Tara Gandhi |
ସମ୍ପର୍କ | Mohandas Karamchand Gandhi (grandfather) Kasturbai Gandhi (grandmother) |
ସନ୍ତାନ | 2 (Daughters) |
ବାପା/ବୋଉ | Devdas Gandhi (father) Lakshmi Gandhi (mother) |
ବୃତ୍ତି | Indian Administrative Service |
ପ୍ରାରମ୍ଭିକ ଜୀବନୀ ଓ ପ୍ରଚ୍ଛଦ ସମ୍ପାଦନ କରନ୍ତୁ
ଗୋପାଳକୃଷ୍ଣ ମହାତ୍ମା ଗାନ୍ଧୀଙ୍କ ପୌତ୍ର (ପିତାଙ୍କ ପରିବାର ପଟରୁ) ତଥା ଚକ୍ରବର୍ତ୍ତୀ ରାଜଗୋପାଳଚାରୀଙ୍କ ମଧ୍ୟ ପୌତ୍ର (ମାତାଙ୍କ ପରିବାର ପଟରୁ) । ସେ ଦେବଦାସ ଓ ଲକ୍ଷ୍ମୀ ଗାନ୍ଧୀଙ୍କ ପୁତ୍ର ତଥା ରାଜମୋହନ ଗାନ୍ଧୀ, ସ୍ୱର୍ଗତ ରାମଚନ୍ଦ୍ର ଗାନ୍ଧୀ ତଥା ଶ୍ରୀମତୀ ତାରା ଭଟ୍ଟାଚାର୍ଯ୍ୟ (ଗାନ୍ଧୀ)ଙ୍କ ସାନ ଭାଇ ।
ଶିକ୍ଷା ଓ କାର୍ଯ୍ୟ ଜୀବନୀ ସମ୍ପାଦନ କରନ୍ତୁ
ଗୋପାଳ କୃଷ୍ଣ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଅଧିନସ୍ଥ ସେଣ୍ଟ ସ୍ଟିଫେନ କଲେଜରୁ ଇଂରାଜୀ ଭାଷା ସାହିତ୍ୟରେ ସ୍ନାତକୋତ୍ତର ଉପାଧି ଲାଭ କରିଥିଲେ ।
ଏହାପରେ ସେ ୧୯୬୮ ମସିହାରେ ସର୍ବଭାରତୀୟ ପ୍ରଶାସନିକ ସେବା (ଆଇ.ଏ.ଏସ୍.)ରେ ଅଫିସର ଭାବରେ ଯୋଗଦାନ କରି ୧୯୮୫ ମସିହା ଯାଏ ତାମିଲନାଡୁ ରାଜ୍ୟରେ କାର୍ଯ୍ୟରତ ଥିଲେ । ତା'ପରେ ୧୯୮୫ ମସିହାରୁ ୧୯୮୭ ମସିହା ଯାଏ ଭାରତର ଉପ-ରାଷ୍ଟ୍ରପତିଙ୍କ ସଚିବ ଭାବରେ, ୧୯୮୭ ମସିହାରୁ ୧୯୯୨ ମସିହା ଯାଏ ଭାରତର ରାଷ୍ଟ୍ରପତିଙ୍କ ଯୁଗ୍ମ ସଚିବ ଭାବରେ କାର୍ଯ୍ୟ କରିଥିଲେ । ଏହା ପରେ ସେ ଲଣ୍ଡନଠାରେ ଭାରତୀୟ ଦୂତାବାସରେ ସଂସ୍କୃତି ମନ୍ତ୍ରୀ ଭାବରେ ଓ ଲଣ୍ଡନସ୍ଥିତ ନେହେରୁ କେନ୍ଦ୍ରର ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରିଥିଲେ । ଏହାଛଡ଼ା ସେ ଦକ୍ଷିଣ ଆଫ୍ରିକା, ଶ୍ରୀଲଙ୍କା, ନରୱେ, ଆଇସ୍ଲାଣ୍ଡର ରାଷ୍ଟ୍ରଦୂତ ଭାବରେ ମଧ୍ୟ କାର୍ଯ୍ୟ କରି ୨୦୦୩ ମସିହାରେ ଅବସର ଗ୍ରହଣ କରିଥିଲେ ।
୨୦୦୪ ମସିହା ଡିସେମ୍ବର ମାସରେ ପଶ୍ଚିମବଙ୍ଗ ରାଜ୍ୟର ରାଜ୍ୟପାଳ ଭାବରେ ଯୋଗ ଦେଇଥିଲେ ଓ ଏହି ସମୟ ମଧ୍ୟରେ ସେ ସ୍ୱଳ୍ପ ସମୟ ପାଇଁ ବିହାର ରାଜ୍ୟର ରାଜ୍ୟପାଳ ଭାବରେ ଯୁଗ୍ମ ଦାୟିତ୍ୱ ତୁଲେଇ ଥିଲେ ।[୩]
ସେ ଚେନ୍ନାଇର କଳା କ୍ଷେତ୍ର ଫାଉଣ୍ଡେସନର ଚେୟାରମ୍ୟାନ ଭାବରେ ୨୦୧୧ରୁ ୨୦୧୪ ମସିହା ଯାଏ, ଇଣ୍ଡିଆନ ଇନ୍ଷ୍ଟିଟ୍ୟୁଟ୍ ଅଫ ଆଡଭାନ୍ସଡ୍ ଷ୍ଟଡିର ଚେୟାରମ୍ୟାନ ଭାବରେ ୨୦୧୨ ମସିହାରୁ ୨୦୧୪ ମସିହା ଯାଏ କାର୍ଯ୍ୟରତ ଥିଲେ ।[୪][୫]
ଏହା ସହିତ ଗୋପାଳକୃଷ୍ଣ ଅଶୋକ ବିଶ୍ୱବିଦ୍ୟାଳୟରେ ଶିକ୍ଷାଦାନ ମଧ୍ୟ କରିଥାନ୍ତି ।[୬]
ବିବାଦୀୟ ମନ୍ତବ୍ୟ ସମ୍ପାଦନ କରନ୍ତୁ
୧୫ ତମ ଡି. ପି. କୋହଲୀ ସ୍ମାରକୀ ଭାଷଣ ଦେବା ଅବସରରେ ସେ କେନ୍ଦ୍ରୀୟ ଅନ୍ୱେଷଣ ବ୍ୟୁରୋ (CBI)କୁ ସରକାରଙ୍କ ସ୍ୱାର୍ଥ ହାସଲ ପାଇଁ ଅସ୍ତ୍ର ଭାବରେ ବ୍ୟବହୃତ ହେଉଥିବା କଥା କହି ବିବାଦୀୟ ହେଇ ପଡ଼ିଥିଲେ । [୭]
ବ୍ୟକ୍ତିଗତ ଜୀବନୀ ସମ୍ପାଦନ କରନ୍ତୁ
ଗୋପାଳ କୃଷ୍ଣ ଓ ତାଙ୍କ ପତ୍ନୀ ତାରା ଗାନ୍ଧୀଙ୍କ ଦୁଇଟି କନ୍ୟା ସନ୍ତାନ ରହିଛନ୍ତି ।
ରଚିତ ପୁସ୍ତକ ସମ୍ପାଦନ କରନ୍ତୁ
ହିନ୍ଦୀ
- ଶରଣମ୍ - ଈଂରାଜୀ ଭାଷାରେ Refuge ନାମରେ ଅନୁବାଦିତ
- ଦାରା ଶୁକୋଃ,
- କୋଇ ଅଚ୍ଛା ସା ଲଡ଼କା (ବିକ୍ରମ ଶେଠଙ୍କଦ୍ୱାରା A Suitable Boy ନାମରେ ଅନୁବାଦିତ)
ଇଂରାଜୀ
- Gandhi and South Africa - ଗାନ୍ଧୀ ଓ ଦକ୍ଷିଣ ଆଫ୍ରିକା
- Gandhi and Sri Lanka - ଗାନ୍ଧୀ ଓ ଶ୍ରୀଲଙ୍କା
- Nehru and Sri Lanka - ନେହେରୁ ଓ ଶ୍ରୀଲଙ୍କା
- India House, Colombo: Portrait of a Residence
- Gandhi Is Gone. Who Will Guide Us Now? (edited)
- A Frank Friendship/ Gandhi and Bengal: A Descriptive Chronology (compiled and edited).
ଟୀକା ସମ୍ପାଦନ କରନ୍ତୁ
- ↑ "At farewell, Gopalkrishna Gandhi calls for change in mindsets - The Hindu". December 13, 2009. Retrieved 2013-11-29.
- ↑ Gopal Gandhi outlookindia.com.
- ↑ "Veteran politician R S Gavai new Bihar Governor". One India. Greynium Information Technologies Pvt. Ltd. 22 June 2006. Archived from the original on 24 September 2015.
- ↑ "Chairman's Profile: Shri Gopalkrishna Gandhi". Indian Institute of Advanced Study. Archived from the original on 2013-09-14. Retrieved 2013-11-29.
- ↑ "Gopal Gandhi is IAAS chairman". The Hindu. March 6, 2012. Retrieved 2013-11-29.
- ↑ http://ashoka.edu.in/welcome/faculty
- ↑ http://timesofindia.indiatimes.com/india/Former-Bengal-governor-Gopalkrishna-Gandhi-calls-CBI-department-of-dirty-tricks-RIL-a-parallel-state/articleshow/33792797.cms