ଗୋକ୍ୟୋ ହ୍ରଦ ସମୂହ

ନେପାଳରେ ଥିବା ହ୍ରଦ ସମୂହ

ଗୋକ୍ୟୋ ହ୍ରଦ ସମୂହ (ମୂଳ ନେପାଳୀ ନାମ गोक्यो ताल) ନେପାଳର ସାଗରମଥା ଜାତୀୟ ଉଦ୍ୟାନରେ ସମୁଦ୍ର ପତନରୁ ୪୭୦୦-୫୦୦୦ ମିଟର ଉଚ୍ଚତାରେ ଅବସ୍ଥିତ ହ୍ରଦ ସମୂହ । ବିଶ୍ୱର ଉଚ୍ଚତମ ମଧୁରଜଳବିଶିଷ୍ଟ ଗୋକ୍ୟୋ ହ୍ରଦସମୂହ ପ୍ରକୃତରେ ୬ଟି ମୁଖ୍ୟ ହ୍ରଦର ସମାହାରରେ ଗଠିତ । ତନ୍ମଧ୍ୟରୁ ଥୋନାକ ହ୍ରଦ ବୃହତ୍ତମ ।[୨] ୨୦୦୭ ମସିହା ସେପ୍ଟେମ୍ବର ମାସରେ ୭୭୭୦ ହେକ୍ଟର୍ ପରିମିତ ଗୋକ୍ୟୋ ଓ ନିକଟସ୍ଥ ହ୍ରଦମାନଙ୍କୁ ରାମ୍‍ସାର୍ ଆର୍ଦ୍ରଭୂମି ଭାବେ ବିବେଚିତ କରାଯାଇଥିଲା ।[୩]

ଗୋକ୍ୟୋ ହ୍ରଦ ସମୂହ
ଗୋକ୍ୟୋ ହ୍ରଦ
ନେପାଳରେ ଗୋକ୍ୟୋ ହ୍ରଦର ଅବସ୍ଥିତି
ନେପାଳରେ ଗୋକ୍ୟୋ ହ୍ରଦର ଅବସ୍ଥିତି
ଗୋକ୍ୟୋ ହ୍ରଦ ସମୂହ
ଅବସ୍ଥାନସୋଲୁଖୁମ୍ବୁ ଜିଲ୍ଲା
ଦିଗବାରେଣି27°58′49″N 86°40′07″E / 27.98028°N 86.66861°E / 27.98028; 86.66861
ନିଷ୍କାସନ କ୍ଷେତ୍ରସ୍ଥ  ଦେଶନେପାଳ
କ୍ଷେତ୍ରଫଳ୧୯୬.୨ ହେକ୍ଟର୍
ଭୂମି ଉଚ୍ଚତା୪୭୦୦-୫୦୦୦ ମିଟର
Official nameଗୋକ୍ୟୋ ଓ ସମ୍ବନ୍ଧୀୟ ହ୍ରଦ ସମୂହ
Designated୧୩ ସେପ୍ଟେମ୍ବର, ୨୦୦୭
Reference no.୧୬୯୨[୧]

ହ୍ରଦ ବ୍ୟବସ୍ଥା ସମ୍ବନ୍ଧୀୟ ତଥ୍ୟ ସମ୍ପାଦନା

ଉତ୍ତର-ପୂର୍ବ ନେପାଳର ସାଗରମଥା ଅଞ୍ଚଳର ସୋଲୁଖୁମ୍ବୁ ଜିଲ୍ଲାସ୍ଥିତ ଖୁମଜୁଂଗ୍ ଗ୍ରାମ ବିକାଶ ସମିତିର ଭୌଗୋଳିକ କ୍ଷେତ୍ରରେ ଗୋକ୍ୟୋ ହ୍ରଦ ଅବସ୍ଥିତ । ଗୋକ୍ୟୋ ହ୍ରଦକୁ ଦୁଧ ପୋଖରୀ ବୋଲି ମଧ୍ୟ କୁହାଯାଏ । ୪୨.୯ ହେକ୍ଟର୍ କ୍ଷେତ୍ରଫଳ ବିଶିଷ୍ଟ ଗୋକ୍ୟୋ ଚୋ ଏହି ସମୂହର ମୁଖ୍ୟ ହ୍ରଦ ଓ ଏହାର ପୂର୍ବ ତଟରେ ଗୋକ୍ୟୋ ନାମକ ଗ୍ରାମ ଅବସ୍ଥିତ । ୬୫.୦୭ ହେକ୍ଟର ପରିମିତ ଥୋନାକ ଚୋ ଏହି ହ୍ରଦ ସମୂହର ସର୍ବବୃହତ ହ୍ରଦ । ହ୍ରଦ ବ୍ୟବସ୍ଥାର ଅନ୍ୟ କ୍ଷୁଦ୍ର ହ୍ରଦଗୁଡ଼ିକ ହେଲେ – ଗ୍ୟାଜୁମ୍ପା ଚୋ (୨୯ ହେକ୍ଟର୍), ତାଞ୍ଜଂଗ୍ ଚୋ (୧୬.୯୫ ହେକ୍ଟର୍), ଙ୍ଗୋଜୁମ୍ବା ଚୋ (୧୪.୩୯ ହେକ୍ଟର୍) । ମଧୁର ଜଳର ହ୍ରଦ ହୋଇଥିବାରୁ ଏହି ହ୍ରଦଗୁଡ଼ିକର ଜଳବୌଜ୍ଞାନିକ ମାନ ଉଚ୍ଚ । ଙ୍ଗୋଜୁମ୍ପା ହିମସ୍ରୋତ ତରଳି ନିଷ୍କାସିତ ଜଳ, ଉତ୍ତର-ପୂର୍ବ ଦିଗରେ ରେଞ୍ଜୋ ଲା ଗିରିପଥରୁ ପ୍ରବାହିତ ଏକ ଜଳ ସ୍ରୋତ ଓ ଙ୍ଗୋଜୁମ୍ପା ହିମସ୍ରୋତର ପୂର୍ବରୁ ବାହାରିଥିବା ଅନ୍ୟ ଏକ ଜଳ ସ୍ରୋତ ଏହି ହ୍ରଦ ସମୂହକୁ ଜଳ ଯୋଗାଇଥାନ୍ତି । ଏହି ହିମସ୍ରୋତରୁ ଉତ୍ପନ୍ନ ହୋଇ ହ୍ରଦରେ ସଂଗୃହୀତ ଏହି ମଧୁର ଜଳ ତୌଜୋନ୍ ହ୍ରଦ ଓ ଲୋଙ୍ଗାବଙ୍ଗା ହ୍ରଦଦ୍ୱାରା ଦୁଧ କୋଶୀର ଉପରମୁଣ୍ଡକୁ ଜଳ ଯୋଗାଇଥାନ୍ତି । ପୂର୍ବେ ଗବେଷକମାନେ ଏହି ହ୍ରଦମାନଙ୍କ ଗଭୀରତା ସମ୍ପର୍କରେ ଯାହା ଅନୁମାନ କରିଥିଲେ, ଏଗୁଡ଼ିକ ପ୍ରକୃତରେ ତାହାଠାରୁ ଗଭୀରତର । ୬୨.୪ ମିଟର୍ ଗଭୀର ଥୋନାକ ଚୋ ଗଭୀରତମ ଓ ତା’ ପରେ ଗୋକ୍ୟୋ ହ୍ରଦ ୪୩ ମିଟର ଗଭୀର ।[୪] ଭୂପୃଷ୍ଠ ଉପରେ ଥୋନାକ ହ୍ରଦର ଉପରାଂଶ, ଗ୍ୟୋକୋ ହ୍ରଦ ଓ ଙ୍ଗୋଜୁମ୍ପା ଚୋ ପରସ୍ପର ସହିତ ସଂଯୁକ୍ତ ଥିବା ଦେଖାଯାଇନାହିଁ କିନ୍ତୁ ଏମାନେ ଭୂତଳରେ ସଂଯୁକ୍ତ ହୋଇ ରହିଥିବା ସମ୍ଭବପର । ଭୂବିଜ୍ଞାନ ଦୃଷ୍ଟିକୋଣରୁ ଏହି ଅଞ୍ଚଳର ଭୂଗଠନ ଅସ୍ଥିର ଓ ପରିବର୍ତ୍ତନଶୀଳ ହୋଇଥିବାରୁ ଏହି ହ୍ରଦଗୁଡ଼ିକ ପ୍ରାକୃତିକ ଦୁର୍ଘଟଣାର ସମ୍ମୁଖୀନ ହୋଇପାରନ୍ତି । ଙ୍ଗୋଜୁମ୍ପା ହିମସ୍ରୋତ ତରଳି ବନ୍ୟା ହେବା ଏହି ହ୍ରଦଗୁଡ଼ିକ ପ୍ରତି ବିପଦ ସୃଷ୍ଟି କରିପାରେ ।[୫]

ଗୋକ୍ୟୋ ହ୍ରଦ ସମୂହରେ ସର୍ବମୋଟ ୧୯ଟି ଛୋଟ ବଡ଼ ହ୍ରଦ ୧୯୬.୨ ହେକ୍ଟର୍ ଅଞ୍ଚଳରେ ବ୍ୟାପି ରହିଛନ୍ତି । ଏହି ହ୍ରଦଗୁଡ଼ିକ ସମୁଦ୍ର ପତନରୁ ୪୬୦୦-୫୧୦୦ ମିଟର ଉଚ୍ଚତା ମଧ୍ୟରେ ଅବସ୍ଥିତ । ଚୋ ଓୟୁ ପର୍ବତରୁ ନିଃସୃତ ଦୁଧ କୋଶୀ ନଦୀର ଉପରମୁଣ୍ଡରେ ଏହି ଆର୍ଦ୍ରଭୂମି ଓ ହ୍ରଦପୁଞ୍ଜ ରହିଛି ।[୬]

ଧାର୍ମିକ ମହତ୍ତ୍ୱ ସମ୍ପାଦନା

ହିନ୍ଦୁବୌଦ୍ଧ ଧର୍ମାବଲମ୍ବୀମାନେ ଗୋକ୍ୟୋ ହ୍ରଦସମୂହଙ୍କୁ ଅତି ପବିତ୍ର ବୋଲି ମାନନ୍ତି । ଜନାଇ ପୂର୍ଣ୍ଣିମା ଦିନ ପ୍ରାୟ ୫୦୦ ହିନ୍ଦୁ ଭକ୍ତ ଏହି ହ୍ରଦରେ ବୁଡ଼ ପକାଇଥାନ୍ତି । ପ୍ରତିବର୍ଷ ହାରାହାରି ୭୦୦୦ ପର୍ଯ୍ୟଟକ ଗୋକ୍ୟୋ ହ୍ରଦକୁ ଭ୍ରମଣ ପାଇଁ ଆସିଥାନ୍ତି ।[୫] ଏହି ସ୍ଥାନ ନାଗ ଦେବତାଙ୍କ ବାସସ୍ଥାନ ବୋଲି ବିଶ୍ୱାସ ରହିଛି । ହ୍ରଦର ପଶ୍ଚିମ ପାର୍ଶ୍ୱରେ ହିନ୍ଦୁ ଦେବତା ବିଷ୍ଣୁଶିବଙ୍କ ମନ୍ଦିର ରହିଛି । ଏହି ଅଞ୍ଚଳରେ ଜୀବ ଓ ପକ୍ଷୀଙ୍କୁ ହତ୍ୟା ନ କରିବା ପାଇଁ ଧାର୍ମିକ ପ୍ରଥା ରହିଥିବାରୁ ଏଠାକାର ଜୀବଜନ୍ତୁ କିଛି ମାତ୍ରାରେ ସଂରକ୍ଷିତ ରହିଛନ୍ତି ।[୨]

ପର୍ଯ୍ୟଟନ ସମ୍ପାଦନା

ଗୋକ୍ୟୋ ଏକ ଲୋକପ୍ରିୟ ପର୍ଯ୍ୟଟନ ସ୍ଥଳ । ଏହିଠାରୁ ସାଗରମଥା ବେସ୍ କ୍ୟାମ୍ପ୍ ଓ ଅନ୍ୟ ବିଭିନ୍ନ ସ୍ଥାନକୁ ରାସ୍ତା ରହିଛି ।[୨] ଗୋକ୍ୟୋ ଗ୍ରାମ ସମୁଦ୍ର ପତନରୁ ୪୭୯୦ ମିଟର ଉଚ୍ଚତାରେ ଅବସ୍ଥିତ ଓ ଏହି ଅଞ୍ଚଳର ମୁଖ୍ୟ ଜନବସତି । ନାମଚେ ବଜାରରୁ ଉପରକୁ ଚଢ଼ିଲେ ଦୁଇ ଦିନରେ ଗୋକ୍ୟୋରେ ପହଞ୍ଚି ହେବ ।[୭] ଏହି ସ୍ଥାନରେ ପହଞ୍ଚିବା ପାଇଁ ଗୋକ୍ୟୋ ରିର ଆରୋହଣ କରିବାକୁ ପଡ଼େ ।

ଏଭେରେଷ୍ଟ୍ ବେସ୍ କ୍ୟାମ୍ପରେ ହେଉଥିବା ଏକ ସଂପ୍ରସାରିତ ଟ୍ରେକିଂ ମାର୍ଗର ଏକ ଅଂଶ ଗୋକ୍ୟୋ ହ୍ରଦସମୂହ ପାର୍ଶ୍ୱ ଦେଇ ଯାଇଥାଏ । ଏହାକୁ ଇବିସି ଟ୍ରେକ୍ ଭାୟା ଗୋକ୍ୟୋ ଲେକ୍‍ସ୍ (EBC trek via Gokyo Lakes) ବୋଲି କୁହାଯାଏ । ଏହି ସଂପ୍ରସାରିତ ମାର୍ଗରେ ସାଧାରଣ ଇବିସି ଟ୍ରେକ୍ ଅପେକ୍ଷା ୪ ଦିନ ଅଧିକ ସମୟ ଲାଗେ । ଇବିସି ଟ୍ରେକ୍ ସମୟରେ ଏକା ରାସ୍ତାରେ ଯିବା ଆସିବା ହେଉଥିବା ବେଳେ ଗୋକ୍ୟୋ ଟ୍ରେକ୍‍ ବେଳେ ଏକ କୁଣ୍ଡଳାକାର ପଥରେ ଯିବାକୁ ହୁଏ ।

ଚିତ୍ର ଗ୍ୟାଲେରି ସମ୍ପାଦନା

ଆଧାର ସମ୍ପାଦନା

  1. "Gokyo and associated lakes". Ramsar Sites Information Service. Retrieved 25 April 2018.
  2. ୨.୦ ୨.୧ ୨.୨ Nepal Biodiversity Resource Book. Protected Areas, Ramsar Sites, and World Heritage Sites (PDF). Kathmandu: International Centre for Integrated Mountain Development, Ministry of Environment, Science and Technology, in cooperation with United Nations Environment Programme, Regional Office for Asia and the Pacific. 2007. ISBN 978-92-9115-033-5. Archived from the original (PDF) on 2011-07-26. Retrieved 2018-12-14. {{cite book}}: Cite uses deprecated parameter |authors= (help)
  3. Bhandari, B. B. (2009). Wise use of Wetlands in Nepal. Banko Janakari, Special Issue February 2009: 10–17.
  4. Sharma, C. M., Sharma, S., Gurung, S., Bajracharya, R. M., Jüttner, I., Kang, S., Zhang, Q., Li, Q. (2012). First results on bathymetry and limnology of the Gokyo wetlands, high altitude tropical lakes, Nepal. Limnology 13:181–192.
  5. ୫.୦ ୫.୧ WWF. "Terms Of Reference for Ascessing Vulnerability Of Sagarmatha National Park and Buffer Zone and Formulation Of The Community Based Adaptation Strategies" (PDF). WWF. Retrieved 2010-05-29.
  6. Karki, J. B., Siwakoti, M., Pradhan, N. S. (2007). "High altitude Ramsar sites in Nepal: Criteria and future ahead". The Initiation. Retrieved 2010-05-29.{{cite web}}: CS1 maint: multiple names: authors list (link)
  7. Wildlife Extra (2008). "Four New High Altitude Ramsar Sites Created in Nepal". Wildlife Extra, January 2008. Archived from the original on July 16, 2011.

ଅନ୍ୟାନ୍ୟ ଲିଂକ୍ ସମ୍ପାଦନା