ଗୁଳୁଚି
ଗୁଳୁଚି (ଉଦ୍ଭିଦ ବିଜ୍ଞାନ ନାମ Tinospora cordifolia) ଏକ ଗୁଳ୍ମ ଲତା ଅଟେ ଯାହା ଭାରତୀୟ ଆଯୁର୍ବେଦ ଔଷଧ ପ୍ରସ୍ତୁତିରେ ବ୍ୟବହାର ହୋଇଥାଏ[୧] । ଏହି ଲତା ଭାରତ, ବର୍ମା ତଥା ଶ୍ରୀଲଙ୍କା ଦେଶମାନଙ୍କରେ ଦେଖାଯାଏ ।
ଗୁଳୁଚି | |
---|---|
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ | |
ସାମ୍ରାଜ୍ୟ: | ଉଦ୍ଭିଦ ସାମ୍ରାଜ୍ୟ |
ଗୋଷ୍ଠୀ: | ଟ୍ରାକିଓଫାଇଟା |
ଗୋଷ୍ଠୀ: | ସ୍ପର୍ମାଟୋଫାଇଟା |
ଗୋଷ୍ଠୀ: | ଆବୃତବୀଜୀ |
ଗୋଷ୍ଠୀ: | ୟୁଡିକୋଟ |
Order: | Ranunculales |
Family: | Menispermaceae |
Genus: | Tinospora |
ଜାତି: | T. cordifolia |
ବାଇନୋମିଆଲ ନାମ | |
Tinospora cordifolia (Thunb.) Miers
|
ଉଦ୍ଭିଦ ବିବରଣୀ
ସମ୍ପାଦନାଗୁଳୁଚି ଅନ୍ୟ ଗଛ ମାନଙ୍କ ଉପରେ ଏକ ବଡ଼ ଆରୋହୀ ଲତା ଭାବରେ ମାଡ଼ିଥାଏ । ଏହାର କାଣ୍ଡ ସରସ, ରଙ୍ଗର ପାଉଁଶିଆ ହୋଇଥାଏ । ଏହି କାଣ୍ଡରେ ଭାତୁଡ଼ି ଭଳି ଅନେକ ଗୋବ ରହିଥାଏ । କାଣ୍ଡର ଗଣ୍ଠି ମାନଙ୍କରୁ ସରୁ ସରୁ ଚେର (ବାୟବୀୟ ମୂଳ) ବାହାରିଥାଏ । ଏହାର ପତ୍ର ଗୁଡ଼ିକ ବଡ଼ ଓ ଦେଖିବାକୁ ପାନ ପତ୍ର ପରି ଅଟନ୍ତି ।
ଗୁଳୁଚିର ଫୁଲ ପେନ୍ଥା ପେନ୍ଥା ହୋଇ ଖରା ଦିନେ ଫୁଟିଥାଏ ଓ ଶୀତ ଦିନେ ଫଳ ପାଚିଲେ ନାଲି ରଙ୍ଗର ହୁଅନ୍ତି ।
ଅନ୍ୟ ଭାଷା ନାମ
ସମ୍ପାଦନାଔଷଧୀୟ ଗୁଣ
ସମ୍ପାଦନାଗୁଳୁଚିର ଶୁଖିଲା କାଣ୍ଡକୁ ବା କ୍ୱାଥ କରି ଏବଂ ପତ୍ରକୁ ବାଟି ବା ରସ କରି ଔଷଧ କାମରେ ଲଗାଯାଏ[୨] । ପେଟରେ ଅମ୍ଳ ରୋଗ, କାମଳ ଓ ପରିସ୍ରା ପୋଡ଼ାରେ ଏହା ଦିଆଯାଏ । ଦେହରେ ଶକ୍ତି ବଢାଇବା ପାଇଁ ଏହା ଟନିକ ବା ସାଲସା ଭାବରେ ମଧ୍ୟ ଏହା ଦିଆଯାଏ ।
ଆଧାର
ସମ୍ପାଦନା- ↑ ସାହା, ସୋହମ; ଘୋଷ, ଶ୍ୟାମଶ୍ରୀ. "Tinospora cordifolia: One plant, many roles". NCBI. National Center for Biotechnology Information, U.S. National Library of Medicine. Retrieved 12 December 2018.
- ↑ ପଟ୍ଟନାୟକ, ନିଖିଳ ମୋହନ (1997). ଗଛ ବଇଦ. ଭୁବନେଶ୍ୱର: ସୃଜନିକା. p. ୫୬. Retrieved 16 December 2018.