ଗୁଫି ପେଣ୍ଟାଲ
ଗୁଫି ପେଣ୍ଟଲ (୪ ଅକ୍ଟୋବର ୧୯୪୪ - ୫ ଜୁନ ୨୦୨୩) ଜଣେ ଭାରତୀୟ ଫିଲ୍ମ ଓ ଟିଭି ଅଭିନେତା ଥିଲେ । ସେ ୧୯୮୦ ଦଶକରୁ ଅନେକ ହିନ୍ଦୀ ଫିଲ୍ମ ଓ ଟିଭି ସିରିୟାଲରେ ଚରିତ୍ର ଅଭିନେତା ଭାବରେ ଅଭିନୟ କରିଥିଲେ । ମହାଭାରତ ଧାରାବାହିକରେ ତାଙ୍କର 'ଶକୁନି ' ଭୂମିକା ପାଇଁ ସେ ଘରେ ଘରେ ପରିଚିତ ହେଇଥିଲେ । ସେ ହାସ୍ୟାଭିନେତା କନବରଜିତ ପେଣ୍ଟାଲଙ୍କ ବଡ଼ ଭାଇ । ସେ ଶିଖ ପରିବାରରେ ଜନ୍ମ ଗ୍ରହଣ କରିଥିଲେ ।
ଗୁଫି ପେଣ୍ଟଲ | |
---|---|
ଜନ୍ମ | ସରବଜିତ ସିଂହ ପେଣ୍ଟଲ[୧] ୪ ଅକ୍ଟୋବର ୧୯୪୪ |
ମୃତ୍ୟୁ | ୫ ଜୁନ ୨୦୨୩ | (ବୟସ ୭୮)
ବୃତ୍ତି(ସମୂହ) | ଅଭିନେତା, କାଷ୍ଟିଂ ନିର୍ଦ୍ଦେଶକ |
ସକ୍ରିୟ ବର୍ଷ | 1978–2023 |
ବୈବାହିକ-ସାଥୀ | ରେଖା ପେଣ୍ଟଲ |
ସନ୍ତାନ | ୧ |
ସମ୍ପର୍କୀୟ | କନବରଜିତ ପେଣ୍ଟାଲ (ଭାଇ) ହିତେନ ପେଣ୍ଟଲ (ପୁତୁରା) ସାରା ପେଣ୍ଟଲ (ନାତୁଣୀ) |
ପ୍ରଥମରୁ ଇଞ୍ଜିନିଅର ଭାବରେ ନିଜ ଜୀବିକା ନିର୍ବାହ କରୁଥିବା ଗୁଫି ପରେ ଫିଲ୍ମ ଓ ଟିଭି ପ୍ରତିଷ୍ଠାନରୁ ଶିକ୍ଷଣ ନେଇ ତାଙ୍କର ଅଭିନେତା ଜୀବନ ଆରମ୍ଭ କରିଥିଲେ । ୧୯୬୯ରେ ମୁମ୍ବାଇ ଆସି ପ୍ରଥମେ ମଡେଲିଂ ଓ ସହ ନିର୍ଦ୍ଦେଶକ ଭାବେ କାମ କଲା ପରେ ସେ ଫିଲ୍ମ ଓ ଟିଭି ଜଗତରେ ପ୍ରବେଶ କଲେ ଚରିତ୍ର ଅଭିନେତା ଭାବେ । ବି ଆର ଚୋପ୍ରାଙ୍କ ମହାଭାରତ ଧାରାବାହିକରେ 'ଶକୁନି' ଭୂମିକାରେ ସେ ଅଭିନୟ କରି ବିଖ୍ୟାତ ହେଇଯାଇଥିଲେ ।
'ଶ୍ରୀ ଚୈତନ୍ୟ ମହାପ୍ରଭୁ " ନାମକ ଫିଲ୍ମରେ ସେ ନିର୍ଦ୍ଦେଶନା ଦେଇଛନ୍ତି । ମୁମ୍ବାଇ ଅଭିନୟ ପ୍ରତିଷ୍ଠାନରେ ସେ ମୁଖ୍ୟ ଅଭିନୟ ପ୍ରଶିକ୍ଷକ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ ।
ଅଭିନୟ
ସମ୍ପାଦନାଅଭିନୀତ ଚଳଚ୍ଚିତ୍ର
ସମ୍ପାଦନାବର୍ଷ | ଚଳଚ୍ଚିତ୍ର | ଭୂମିକା | ଟିପଣୀ |
---|---|---|---|
୧୯୭୮ | ଦିଲ୍ଲଗୀ | ଗଣେଶ | |
୧୯୭୮ | ଦେଶ ପରଦେଶ | ||
୧୯୯୪ | ସୁହାଗ | ଅଜୟ ଦେବଗନଙ୍କର ମାମୁଁ | |
୧୯୯୫ | ମୈଦାନ-ଏ-ଜଙ୍ଗ | ମାମାଜୀ | |
୨୦୧୪ | ସମ୍ରାଟ ଆଣ୍ଡ କୋ | ଦିନେଶ ଦାସ |
ଟିଭି ସିରିୟାଲ
ସମ୍ପାଦନା- ୧୯୮୮-୯୦: ମହାଭାରତ – ଶକୁନୀ
- ୧୯୯୮-୨୦୦୦: ଆକବାର ବିରବଲ bal– ମୁଲ୍ଲା ଦୋ ପ୍ୟାଜା
- ୨୦୦୨ :ଶଃ କୋଇ ହେ– (ଡଃ ଜାର୍କୋସ)
- ୨୦୧୨-୧୩: ମିଃ କୌସିକ କି ପାଞ୍ଚ ବହୁୟେଁ – ବ୍ରିଜଭୂଷଣ ଭଲ୍ଲା[୨]
- ୨୦୧୩: ମହାରାଣା ପ୍ରତାପ - ହୁମାୟୁନ
ମୃତ୍ୟୁ
ସମ୍ପାଦନାଗୁଫି ପେଣ୍ଟଲଙ୍କର ୨୦୨୩ ମସିହା ଜୁନ ମାସ ୫ ତାରିଖରେ ମୁମ୍ବାଇର ଏକ ଡାକ୍ତରଖାନାରେ ପରଲୋକ ଘଟିଥିଲା ।[୩]
ଆଧାର
ସମ୍ପାଦନା- ↑ "Guftagoo with Gufi Paintal". Retrieved 16 November 2019 – via YouTube.
- ↑ "Gufi Paintal in Mrs. Kaushik". The Times Of India. Archived from the original on 2013-01-03. Retrieved 2016-10-05.
- ↑ "Gufi Paintal the Shakuni Mama is sadly no more, he was 79". www.hamaribaat.com (in ଇଂରାଜୀ). Retrieved 2023-06-05.
ବାହ୍ୟ ଆଧାର
ସମ୍ପାଦନା- ଇଣ୍ଟରନେଟ ମୁଭି ଡାଟାବେସରେ Gufi PaintalInternet Movie Database
- Article about siblings in Indian television