ଗୁକେଶ ଦୋମ୍ମରାଜୁ

ଗୁକେଶ ଦୋମ୍ମରାଜୁ (ଜନ୍ମ : ୨୯ ମେ ୨୦୦୬), ଗୁକେଶ ଡି ନାମରେ ମଧ୍ୟ ପରିଚିତ । ସେ ଜଣେ ଚେସ ଗ୍ରାଣ୍ଡମାଷ୍ଟର ଏବଂ ବର୍ତ୍ତମାନର ଚେସ ବିଶ୍ୱ ଚମ୍ପିୟାନ ଅଟନ୍ତି । ଗୁକେଶ ସର୍ବକନିଷ୍ଠ ବିଶ୍ୱ ଚେସ ଚମ୍ପିୟାନ ଅଟନ୍ତି । ଫିଡ଼େର ୨୭୫୦ ପଏଣ୍ଟର ଇଲୋ ରେଟିଂ ପାର କରିବାରେ ମଧ୍ୟ ସେ ସର୍ବକନିଷ୍ଠ ଅଟନ୍ତି । ସେ ଏହି କୀର୍ତ୍ତିମାନ ୧୭ ବର୍ଷ ବୟସରେ ହାସଲ କରିଥିଲେ । ସେହିପରି ଫିଡ଼େର ୨୭୦୦ ପଏଣ୍ଟ ପାର କରିବାରେ ସେ ବିଶ୍ୱର ତୃତୀୟ ସର୍ବକନିଷ୍ଠ ଅଟନ୍ତି । ୧୨ ବର୍ଷ ବୟସରେ ସେ ଗ୍ରାଣ୍ଡମାଷ୍ଟର ହାସଲ କରିଥିଲେ ଓ ଏହା ହାସଲ କରିବାରେ ବିଶ୍ୱର ତୃତୀୟ ସର୍ବକନିଷ୍ଠ ବ୍ୟକ୍ତି ।

Gukesh Dommaraju
ଗୁକେଶ ୨୦୨୪ ମସିହାରେ
ଦେଶଭାରତ
ଜନ୍ମ (2006-05-29) ୨୯ ମଇ ୨୦୦୬ (ବୟସ ୧୮)
ଚେନ୍ନାଇ, ତାମିଲନାଡ଼ୁ, ଭାରତ
ଉପାଧୀଗ୍ରାଣ୍ଡମାଷ୍ଟର (୨୦୧୯)
ବିଶ୍ଵ ଚମ୍ପିଅନ୨୦୨୪
ସର୍ବଶ୍ରେଷ୍ଠ ରେଟିଂ୨୭୯୪ (ଅକ୍ଟୋବର ୨୦୨୪)
ସର୍ବାଧିକ ମାନ୍ୟତା୫ (ଅକ୍ଟୋବର ୨୦୨୪)

ଗୁକେଶ ୭ ବର୍ଷ ବୟସରେ ଚେସ ଖେଳିବା ଆରମ୍ଭ କରିଥିଲେ । ୨୦୧୮ ମସିହାରେ ସେ ୧୨ ବର୍ଷରୁ କମ ବିଭାଗର ବିଶ୍ୱ ଯୁବ ଚେସ ଚମ୍ପିୟାନସିପ ଜିତିଥିଲେ । ସେହି ବର୍ଷ ସେ ଏସୀୟ ଯୁବ ଚେସ ଚମ୍ପିୟାନସିପରେ ଏକାଧିକ ସ୍ୱର୍ଣ୍ଣପଦକ ଜିତିଥିଲେ । ୨୦୧୭ ମସିହା ମାର୍ଚ୍ଚ ମାସ ବେଳକୁ ମାତ୍ର ୧୨ ବର୍ଷ ବୟସରେ ସେ ଇଣ୍ଟନେସନାଲ ମାଷ୍ଟର ହେବାର ଯୋଗ୍ୟତା ହାସଲ କରିସାରିଥିଲେ । ସର୍ଗେ କାର୍ଯାକିନଙ୍କ ପରେ ସେ ବିଶ୍ୱର ଦ୍ୱିତୀୟ ସର୍ବକନିଷ୍ଠ ଗ୍ରାଣ୍ଡମାଷ୍ଟର ଥିଲେ । ୨୦୨୨ ଏସୀୟ କ୍ରୀଡ଼ାରେ ସେ ଭାରତ ଦଳରେ ପ୍ରତିନିଧିତ୍ୱ କରିଥିଲେ ଓ ଭାରତ ପାଇଁ ରୌପ୍ୟପଦକ ଜିତିଥିଲେ ।

୨୦୨୨ ମସିହାରେ ଅନୁଷ୍ଠିତ ହୋଇଥିବା ୪୪ତମ ଚେସ ଅଲମ୍ପିୟାଡରେ ସେ ଏକଳ ବିଭାଗରେ ସ୍ୱର୍ଣ୍ଣ ଓ ଦଳଗତ ବିଭାଗରେ ବ୍ରୋଞ୍ଜପଦକ ଜିତିଥିଲେ । ୨୦୨୩ ସେପ୍ଟେମ୍ବର ମାସରେ ପ୍ରକାଶିତ ବିଶ୍ୱ ରେଟିଂରେ ସେ ବିଶ୍ୱନାଥନ ଆନନ୍ଦଙ୍କୁ ଟପି ଭାରତର ଏକ ନମ୍ବର ଚେସ ଖେଳାଳି ହୋଇଥିଲେ ।[][] ୨୦୨୪ରେ ଅନୁଷ୍ଠିତ ୪୫ତମ ଚେସ ଅଲମ୍ପିୟାଡ଼ରେ ସେ ଉଭୟ ଏକଳ ଓ ଦଳଗତ ବିଭଗରେ ସ୍ୱର୍ଣ୍ଣପଦକ ଜିତିଥିଲେ । ସେ ୨୦୨୪ ମସିହାରେ ଅନୁଷ୍ଠିତ କାଣ୍ଡିଡେଟ୍ସ ଟୁର୍ଣ୍ଣାମେଣ୍ଟରେ ଜିତି, ଡିଂ ଲାଇରେନଙ୍କୁ ବିଶ୍ୱ ଚମ୍ପିୟାନସିପରେ ମୁକାବଲା କରିବା ପାଇଁ ଯୋଗ୍ୟତା ହାସଲ କରିଥିଲେ । ଏହି ଟୁର୍ଣ୍ଣାମେଣ୍ଟ ଜିତିବାରେ ମଧ୍ୟ ସେ ସର୍ବକନିଷ୍ଠ ଥିଲେ । ୨୦୨୪ ବିଶ୍ୱ ଚେସ ଚମ୍ପିୟାନସିପରେ ଡିଂ ଲାଇରେନଙ୍କୁ ପରାସ୍ତ କରି ସେ ସର୍ବକନିଷ୍ଠ ବିଶ୍ୱ ଚମ୍ପିୟାନ ହୋଇଥିଲେ । ଏହି ଉପଲବ୍ଧୀ ହାସଲ କରିବା ବେଳକୁ ତାଙ୍କୁ ମାତ୍ର ୧୮ ବର୍ଷ ଓ ୧୯୫ ଦିନ ହୋଇଥିଲା ।

ପ୍ରାରମ୍ବିକ ଜୀବନ

ସମ୍ପାଦନା

ଗୁକେଶଙ୍କ ଜନ୍ମ ୨୦୦୬ ମସିହା ମଇ ମାସ ୨୯ତାରିଖରେ ଚେନ୍ନାଇରେ ହୋଇଥିଲା । ସେମାନଙ୍କ ପରିବାର ମୂଳତଃ ଆନ୍ଧ୍ର ପ୍ରଦେଶର ଏକ ତେଲୁଗୁଭାଷୀ ପରିବାର ।[][][] ତାଙ୍କ ମା ପଦ୍ମାବତୀ ଜଣେ ମାଇକ୍ରୋବାୟୋଲିଜିଷ୍ଟ ଓ ପିତା ରଜନୀକାନ୍ତ ଜଣେ କର୍ଣ୍ଣ-ନାସା-ଗଳା( ଇ ଏନ୍ ଟି) ଡାକ୍ତର । ନିଜ ପେସା ଯୋଗୁ ସେମାନେ ଚେନ୍ନାଇକୁ ବିସ୍ଥାପିତ ହୋଇଥିଲେ ।[][] ଗୁକେଶ ଚେନ୍ନାଇଅର ମେଲ ଅୟନବକ୍କମରେ ଥିବା ବେଲମ୍ମଲ ବିଦ୍ୟାଳୟରେ ପାଠ ପଢ଼ିଥିଲେ ।[]

ଗୁକେଶଙ୍କ ପରିବାର ଆନ୍ଧ୍ରପ୍ରଦେଶର ତିରୁପତି ଜିଲ୍ଲା ଅନ୍ତର୍ଗତ ସତ୍ୟବେଦୁ ନିକଟସ୍ଥ ଚେଞ୍ଚୁରାଜୁ କଂଡ୍ରିଗା ଗ୍ରାମର ମୂଳବାସିନ୍ଦା । [][][] ଗୁକେଶଙ୍କ ଜେଜେବାପା ଶଙ୍କର ରାଜୁ, ଚେଞ୍ଚୁରାଜୁ କଂଡ୍ରିଗା ଗ୍ରାମରେ ଜନ୍ମ ହୋଇ ବଡ଼ ହୋଇଥିଲେ । ସେ ଭାରତୀୟ ରେଳରେ କାମ କରୁଥିଲେ । ତାଙ୍କ ପିତା ରଜନୀକାନ୍ତ ଡାକ୍ତରୀ ବିଦ୍ୟା ହାସଲ କରିବା ପାଇଁ ଚେନ୍ନାଇକୁ ବିସ୍ଥାପିତ ହୋଇଥିଲେ ଓ ସେଠାରେ ରହିବା ପରେ ପଦ୍ମାବତୀଙ୍କୁ ବିବାହ କରିଥିଲେ ।[][] ତାଙ୍କ ଜେଜେବାପା ଶଙ୍କର ରାଜୁ, ଏବେ ମଧ୍ୟ ଚେଞ୍ଚୁରାଜୁ କଂଡ୍ରିଗା ଗ୍ରାମରେ ବସବାସ କରନ୍ତି ।[][]

ଚେସ ଖେଳର ଶୁଭାରମ୍ଭ

ସମ୍ପାଦନା

ଗୁକେଶ ୨୦୧୩ ମସିହାରେ ୭ ବର୍ଷ ବୟସରେ ଚେସ ଖେଳିବା ଆରମ୍ଭ କରିଥିଲେ ଓ କ୍ରମେ ବିଧିବଦ୍ଧ ଭାବରେ ସପ୍ତାହକୁ ୩ଟି ଘଣ୍ଟିକିଆ ପ୍ରଶିକ୍ଷଣରେ ଯୋଗଦେଇଥିଲେ ।[୧୦] ସେ ଚତୁର୍ଥ ଶ୍ରେଣୀରୁ ପାଠପଢ଼ା ଛାଡ଼ିଦେଇ ଚେସରେ ସମ୍ପୂର୍ଣ୍ଣ ମନ ବିନିଯୋଗ କରିଥିଲେ । ୨୦୧୭ ମସିହାରେ ତାଙ୍କ ପିତା ଚାକିରୀ ଛାଡ଼ି ଗୁକେଶଙ୍କୁ ନେଇ ପ୍ରତି ଟୁର୍ଣ୍ଣେମେଣ୍ଟରେ ଖେଳାଇଥିଲେ । ସେତେବେଳେ ଗୁକେଶଙ୍କ ମାତାପିତାଙ୍କ ବନ୍ଧୁମାନେ ଗୁକେଶଙ୍କ ସମସ୍ତ ଖର୍ଚ୍ଛ ଉଠାଉଥିଲେ ।[୧୧] ପିତାମାତାଙ୍କ ବନ୍ଧୁମାନଙ୍କର ଏହି ସାହାଯ୍ୟ କଥା ଗୁକେଶ ସବୁବେଳେ ସ୍ୱୀକାର କରିଛନ୍ତି ।[୧୨] ତାଙ୍କ ପ୍ରତିଭାର ପରିଚୟ ମିଳିବା ପରେ ଗୁକେଶ ସ୍ୱତଃପ୍ରବୃତ ଭାବରେ ଭାରତୀୟ ଚେସ ଖେଳ ବ୍ୟବସ୍ଥାର ଅଂଶ ହୋଇଯାଇଥିଲେ ।[୧୩]

ଖେଳିବା ଶୈଳୀ

ସମ୍ପାଦନା

ଗୁକେଶଙ୍କର ଖେଳିବା ଶୈଳୀ ପ୍ରତିକ୍ରିଆଶୀଳ ବା ରିଆକ୍ଟିଭ ଅଟେ । ସ୍ୱଳ୍ପ ସମୟର ଚାପରେ ମଧ୍ୟ ତ୍ୱରିତ ଗେମ ଖେଳନ୍ତି ଓ ନିଜ ଖେଳକୁ ଅଧିକାଂଶ ସମୟରେ ଜଟିଳତମ ସ୍ତରକୁ ନେଇଯାଆନ୍ତି ।[୧୪] ଗୁକେଶଙ୍କ ଗୁରୁ ବିଶ୍ୱନାଥନ ଆନନ୍ଦ ଗୁକେଶଙ୍କୁ ଅବିଶ୍ୱସନୀୟ ଗଣନା ଶକ୍ତି ସମ୍ପନ୍ନ ଚେସ ଖେଳାଳି ଭାବରେ ଅଭିହତ କରନ୍ତି ।[୧୫] ଚେସ ଖେଳାଳି କାର୍ଲସେନଙ୍କ ମତରେ ଗୁକେଶଙ୍କ ଖେଳ ପ୍ରତିକ୍ରିଆଶୀଳ ଓ ସେ ଖୁବ କମ ଭୁଲ କରୁଥିବା ଯୋଗୁ ଯେକୌଣସି ସମୟରେ ସେ ଜଣେ ବିପଦଜନକ ପ୍ରତିପକ୍ଷ ସାବସ୍ତ ହୋଇଥାନ୍ତି ।[୧୬] ତାଙ୍କ ଖେଳକୁ ପୂର୍ବତନ ବିଶ୍ୱ ଚମ୍ପିୟାନ ଆନାଟୋଲି କାର୍ପୋଭଙ୍କ ଖେଳ ସହିତ ତୁଳନା କରାଯାଏ ।[୧୭]

ପ୍ରଦର୍ଶନ ରେକର୍ଡ଼

ସମ୍ପାଦନା
ବିଶ୍ୱ ଚେସ ଚମ୍ପିୟାନସିପ
ରେଟିଂ ପ୍ରତିଯୋଗିତା ଗେମ ପଏଣ୍ଟ
1 2 3 4 5 6 7 8 9 10 11 12 13 14
  ଗୁକେଶ ଦୋମ୍ମରାଜୁ (ଭାରତ) ୨୭୮୩ 0 ½ 1 ½ ½ ½ ½ ½ ½ ½ 1 0 ½ 1
  ଡିଂ ଲାଇରେନ ଚିନ () ୨୭୨୮ 1 ½ 0 ½ ½ ½ ½ ½ ½ ½ 0 1 ½ 0

ସମ୍ମାନ ଓ ପୁରସ୍କାର

ସମ୍ପାଦନା
ବର୍ଷ ସମ୍ମାନ ବିଭାଗ ଫଳାଫଳ ଆଧାର
୨୦୨୩ ଏସୀୟ ଚେସ ଫେଡ଼େରେସନ ବର୍ଷର ଶ୍ରେଷ୍ଠ ଖେଳାଳି ବିଜୟୀ [୧୮]
୨୦୨୪ ଟାଇମ୍ସ ଅଫ ଇଣ୍ଡିଆ କ୍ରୀଡ଼ା ପୁରସ୍କାର ବର୍ଷର ଶ୍ରେଷ୍ଠ ଚେସ ଖେଳାଳି ମନୋନୀତ [୧୯]
  1. Menon, Anirudh (1 September 2023). "37 years – How the world changed as Anand stayed constant on top of Indian chess". ESPN. Archived from the original on 23 December 2023. Retrieved 23 December 2023.
  2. Watson, Leon (1 September 2023). "Gukesh Ends Anand's 37-Year Reign As India's Official Number 1". Chess.com. Archived from the original on 5 January 2024. Retrieved 23 December 2023.
  3. ୩.୦ ୩.୧ ୩.୨ ୩.୩ Kanukula, Sumanth (13 December 2024). "Celebrations in AP with Gukesh's victory.. His grandfather's hometown is somewhere in Andhra Pradesh". Times Now News. Archived from the original on 13 December 2024. Retrieved 13 December 2024. Gukesh was born on May 29, 2006, in a Telugu family settled in Chennai. Gukesh's ancestors belonged to the joint Chittoor district. {{cite news}}: Check |url= value (help)
  4. ୪.୦ ୪.୧ ୪.୨ "మనోడే.. చదరంగ విశ్వవిజేత". Eenadu (in ତେଲୁଗୁ). 2024-12-13. Retrieved 2024-12-13.
  5. ୫.୦ ୫.୧ "Dommaraju Gukesh : కొడుకు కోసం డాక్టర్ వృత్తినే వదులుకున్నాడు..కట్ చేస్తే 18 ఏళ్లకే ప్రపంచాన్ని జయించాడు". News18 (in ତେଲୁଗୁ). 2024-12-13. Retrieved 2024-12-13.
  6. "Dommaraju Gukesh : He gave up his career as a doctor for his son..he conquered the world at 18 years old". News18 (in ତେଲୁଗୁ). 13 December 2024. Retrieved 13 December 2024.
  7. Prasad RS (16 January 2019). "My achievement hasn't yet sunk in: Gukesh". The Times of India. Archived from the original on 2 August 2022. Retrieved 18 March 2019.
  8. "Velammal students win gold at World Cadet Chess championship 2018". Chennai Plus. 9 December 2018. Archived from the original on 27 March 2019. Retrieved 18 March 2019.
  9. "జగజ్జేత మన గుకేశ్‌ | Dommaraju Gukesh becomes world chess champion". Sakshi (in ତେଲୁଗୁ). 13 December 2004. Retrieved 2024-12-13.
  10. Lokpria Vasudevan (17 January 2019). "D Gukesh: Grit and determination personify India's youngest Grandmaster". India Today. Archived from the original on 27 March 2019. Retrieved 18 March 2019.
  11. "Gukesh stopped regular school at class IV, no sponsor, father quit job, mother had to…: Story of youngest world champ". The Hindustan Times. 13 December 2024.
  12. "Gukesh Dommaraju, The Boy Who Foretold His Future". thewire.in.
  13. "Gukesh Dommaraju: How the Indian teenager became youngest world chess champion". BBC News. 13 December 2024. Archived from the original on 13 December 2024. Retrieved 13 December 2024.
  14. "GM Gukesh Dommaraju: A Rising Star in International Chess". US Chess Academy. Retrieved 1 June 2024.
  15. "Viswanathan Anand: Gukesh displays incredible calculating abilities at chess championship". Business Line. 28 November 2024. Retrieved 1 December 2024.
  16. "Gukesh D - 2700chess.com". 2700chess.com. Archived from the original on 2 December 2024. Retrieved 1 December 2024.
  17. "From Boy to Man to Challenger: The Fiercest Battles of Gukesh D". The House of Staunton. Retrieved 1 June 2024.
  18. "Gukesh won the "Player of the Year" and "Best Young Achievers Male" awards". The Indian Express. Retrieved 1 December 2024.
  19. "TOISA 2023: The chess wizards in the running for the trophy". The Times of India. ISSN 0971-8257. Retrieved 2024-12-15.