ଗୁଆନଫେସିନ

ଯୌଗିକ ରାସାୟନିକ ପଦାର୍ଥ

ଗୁଆନଫେସିନ (ଇଂରାଜୀ ଭାଷାରେ Guanfacine, ଏକ ବିକ୍ରୟ ନାମ ଟେନେକ୍ସ/ Tenex) ଏକ ଔଷଧ ଯାହା ଧ୍ୟାନାଭାବ ଓ ଅତିସକ୍ରିୟତା ବିକାର (ଏଡିଏଚଡି) ଓ ଉଚ୍ଚ ରକ୍ତଚାପ ରୋଗମାନଙ୍କ ଚିକିତ୍ସାରେ ବ୍ୟବ‌ହୃତ ହୁଏ ।[୫] ଏହି ଦୁଇ ରୋଗରେ ଗୁଆନଫେସିନ ଔଷଧ କମ ପସନ୍ଦ କରାଯାଏ ।[୫] ଏହା ପାଟିରେ ଦିଆଯାଏ ।[୫]

ଗୁଆନଫେସିନ
Clinical data
Trade namesEstulic, Intuniv, Tenex, others
AHFS/Drugs.commonograph
MedlinePlusa601059
data
Pregnancy
category
  • US: B (No risk in non-human studies)
Routes of
administration
By mouth
ATC code
Legal status
Legal status
Pharmacokinetic data
Bioavailability80-100% (IR), 58% (XR)[୧][୨]
Protein binding70%[୧][୨]
MetabolismCYP3A4[୧][୨]
Elimination half-lifeIR: 10-17 hours; XR: 17 hours (10-30) in adults & adolescents and 14 hours in children[୧][୨][୩][୪]
ExcretionKidney (80%; 50% [range: 40-75%] as unchanged drug)[୧][୨]
Identifiers
  • N-(diaminomethylidene)-2-(2,6-dichlorophenyl)acetamide
CAS Number
PubChem CID
IUPHAR/BPS
DrugBank
ChemSpider
UNII
KEGG
ChEMBL
ECHA InfoCard100.044.933 Edit this at Wikidata
Chemical and physical data
FormulaC9H9Cl2N3O
Molar mass246.093 g/mol
3D model (JSmol)
  • Clc1cccc(Cl)c1CC(=O)\N=C(/N)N
  • InChI=1S/C9H9Cl2N3O/c10-6-2-1-3-7(11)5(6)4-8(15)14-9(12)13/h1-3H,4H2,(H4,12,13,14,15) checkY
  • Key:INJOMKTZOLKMBF-UHFFFAOYSA-N checkY
 ☒NcheckY (what is this?)  (verify)

ଗୁଆନଫେସିନର ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ନିଦ୍ରାଳୁ ଭାବ,କୋଷ୍ଠକାଠିନ୍ୟ, ଶୁଷ୍କ ପାଟି, ଯୌନ ସମସ୍ୟା ଓ ମୁଣ୍ଡ ବିନ୍ଧା ହୋଇପାରେ ।[୫] ଅନ୍ୟାନ୍ୟ ପ୍ରତିକ୍ରିୟାରେ ଉଦ୍‌ବେଗ, ଅଳ୍ପ ରକ୍ତଚାପ (low blood pressure), ଅବସାଦ ଓ ମୂତ୍ର ସମସ୍ୟା ହୋଇପାରେ ।[୬] ଗର୍ଭାବସ୍ଥା ବା ସ୍ତନ୍ୟପାନ ସମୟରେ ଏହା ଦେବାକୁ ମନା କରାଯାଏ ।[୬] ମସ୍ତିଷ୍କରେ ଥିବା ଆଲଫା-୨ଏ ଆଡ୍ରେନର୍ଜିକ ରିସେପ୍ଟରକୁ (α2A receptor) ଗୁଆନଫେସିନ ସକ୍ରିୟ କରି ସିମ୍ପାଥେଟିକ ସ୍ନାୟୁ ମଣ୍ଡଳ (sympathetic nervous system) କାମକୁ କମେଇଦେଇ କାର୍ଯ୍ୟକ୍ଷମ ହୁଏ ।[୫]

ଗୁଆନଫେସିନ ସନ ୧୯୮୬ରେ ଡାକ୍ତରୀ ବ୍ୟବ‌ହାର ନିମନ୍ତେ ଯୁକ୍ତରାଷ୍ଟ୍ର ଆମେରିକାରେ ସ୍ୱୀକୃତ ହୋଇଥିଲା ।[୫] ଏହା ଜେନେରିକ ଔଷଧ ନାମରେ (generic medication) ବିକ୍ରୟ ହୁଏ ।[୫] ସନ ୨୦୧୯ରେ ସଂଯୁକ୍ତ ରାଷ୍ଟ୍ରରେ (United Kingdom) ଏନଏଚଏସକୁ (NHS) ଏହାର ଏକ ମାସର ଡୋଜ ପିଛା ପ୍ରାୟ ୬୦ ପାଉଣ୍ଡ ଖର୍ଚ୍ଚ କରିବାକୁ ପଡ଼ୁଥିଲା । [୬] ଯୁକ୍ତରାଷ୍ଟ୍ର ଆମେରିକାରେ ଏହି ଔଷଧ ବାବଦ ଏକ ମାସରେ ପ୍ରାୟ ୭.୧୧ ଆମେରିକୀୟ ଡଲାର ଖର୍ଚ୍ଚ ହୁଏ ।[୭] ସନ ୨୦୧୬ରେ ଏହାର ୪ ନିୟୁତରୁ ଅଧିକ ପ୍ରେସକ୍ରିପସନ ହୋଇ ସର୍ବାଧିକ ପ୍ରେସକ୍ରିସନ ତାଲିକାର ୧୫୬ ତମ ସ୍ଥାନରେ ଥଲା ।[୮]

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ ୧.୩ ୧.୪ "Guanfacine (guanfacine) Tablet [Genpharm Inc.]". DailyMed. Genpharm Inc. March 2007. Retrieved 9 November 2013.
  2. ୨.୦ ୨.୧ ୨.୨ ୨.୩ ୨.୪ "guanfacine (Rx) - Intuniv, Tenex". Medscape Reference. WebMD. Retrieved 9 November 2013.
  3. Hofer, Kristi N.; Buck, Marcia L. (2008). "New Treatment Options for Attention-Deficit/Hyperactivity Disorder (ADHD): Part II. Guanfacine". Pediatric Pharmacotherapy (14): 4.
  4. Cruz, MP (Aug 2010). "Guanfacine Extended-Release Tablets (Intuniv), a Nonstimulant Selective Alpha(2A)-Adrenergic Receptor Agonist For Attention-Deficit/Hyperactivity Disorder". P & T : A Peer-reviewed Journal for Formulary Management. 35 (8): 448–51. PMC 2935643. PMID 20844694.
  5. ୫.୦ ୫.୧ ୫.୨ ୫.୩ ୫.୪ ୫.୫ ୫.୬ "Guanfacine Monograph for Professionals". Drugs.com (in ଇଂରାଜୀ). American Society of Health-System Pharmacists. Retrieved 18 March 2019.
  6. ୬.୦ ୬.୧ ୬.୨ British national formulary : BNF 76 (76 ed.). Pharmaceutical Press. 2018. pp. 349–350. ISBN 9780857113382.
  7. "NADAC as of 2019-02-27". Centers for Medicare and Medicaid Services (in ଇଂରାଜୀ). Archived from the original on 2019-03-06. Retrieved 3 March 2019.
  8. "The Top 300 of 2019". clincalc.com. Retrieved 22 December 2018.