ଗିଡନ୍ ସଣ୍ଡ୍‌ବ୍ୟାକ୍

ଗିଡନ୍ ସଣ୍ଡ୍‌ବ୍ୟାକ୍ (ଏପ୍ରିଲ୍ ୨୪, ୧୮୮୦ - ଜୁନ୍ ୨୧, ୧୯୫୪) ଜଣେ ସ୍ୱେଡିଶ୍-ଆମେରିକୀୟ ଇଲେକ୍ଟ୍ରିକାଲ୍ ଇଞ୍ଜିନିୟର୍ ଥିଲେ । ସେ ଜିପର୍ ବା ଚେନ୍ ତିଆରି କରିଥିବା ହେତୁ ଜଣାଶୁଣା ।

ଗିଡନ୍ ସଣ୍ଡ୍‌ବ୍ୟାକ୍
Bornଏପ୍ରିଲ୍ ୨୪, ୧୮୮୦
Diedଜୁନ୍ ୨୧, ୧୯୫୪ (ବୟସ ୭୪)
Resting placeଗ୍ରୀନ୍‌ଡେଲ୍ ସିମେଟାରୀ
Nationalityସ୍ୱେଡିଶ୍-ଆମେରିକୀୟ
Occupationବ୍ୟବସାୟୀ
Known forଜିପର୍ ଉଦ୍ଭାବନ
Spouse(s)ଏଲ୍‌ଭିରା ଆରୋନ୍‌ସନ୍, ୧୯୦୯ରେ ବିବାହ
Parentଜୋନାସ୍ ଓଟ୍ଟୋ ମାଗ୍ନୁସନ୍ ସଣ୍ଡ୍‌ବ୍ୟାକ୍ ଏବଂ କ୍ରିଷ୍ଟିନା କାରୋଲିନା କ୍ଲାସ୍‌ଡୋଟ୍ଟର୍

ପୃଷ୍ଠଭୂମି ସମ୍ପାଦନା

ସ୍ୱିଡେନ୍‌ର ଏକ ଚାଷବହୁଳ ଅଞ୍ଚଳରେ ଓଟ୍ଟୋ ଫ୍ରେଡ୍ରିକ୍ ଗିଡନ୍ ସଣ୍ଡ୍‌ବ୍ୟାକ୍ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତା ଜୋନାସ୍ ଓଟ୍ଟୋ ମାଗ୍ନୁସନ୍ ସଣ୍ଡ୍‌ବ୍ୟାକ୍ ଜଣେ ଉନ୍ନତ ଚାଷୀ ଥିଲେ । ତାଙ୍କ ମାତାଙ୍କ ନାମ ହେଉଛି କ୍ରିଷ୍ଟିନା କାରୋଲିନା କ୍ଲାସ୍‌ଡୋଟ୍ଟର୍ । ସ୍ୱିଡେନ୍‌ରେ ଶିକ୍ଷା ସମାପ୍ତ ପରେ ସେ ଜର୍ମାନୀ ଯାଇ ବିଙ୍ଗେନ୍-ଆମ୍-ରେଇନ୍‌ସ୍ଥିତ ପଲିଟେକ୍ନିକ୍ ବିଦ୍ୟାଳୟରେ ପଢ଼ିଲେ । ୧୯୦୩ରେ ସେ ଇଞ୍ଜିନିୟର୍ ପରୀକ୍ଷା ଦେଲେ । ୧୯୦୫ରେ ସେ ଯୁକ୍ତରାଷ୍ଟ୍ର ଆମେରିକାକୁ ସ୍ଥାନାନ୍ତରିତ ହେଲେ ।

ଚାକିରୀ ଜୀବନ ସମ୍ପାଦନା

୧୯୦୫ରେ ଗିଡନ୍ ସଣ୍ଡ୍‌ବ୍ୟାକ୍ ପେନ୍‌ସିଲ୍‌ଭାନିଆର ଏକ କମ୍ପାନୀରେ କାର୍ଯ୍ୟ କରିବା ଆରମ୍ଭ କଲେ । ୧୯୦୬ରେ ସଣ୍ଡ୍‌ବ୍ୟାକ୍ ୟୁନିଭର୍ସାଲ୍ ଫାଷ୍ଟେନର୍ କମ୍ପାନୀ, ହୋବୋକେନ୍, ନ୍ୟୁ ଜର୍ସୀରେ ନିଯୁକ୍ତି ପାଇଲେ । ୧୯୦୯ରେ ସଣ୍ଡ୍‌ବ୍ୟାକ୍ ସ୍ୱେଡିଶ୍ ଜନ୍ମିତ ପିଟର୍ ଆରୋନ୍‌ସନ୍‌ଙ୍କ କନ୍ୟା ଏଲ୍‌ଭିରା ଆରୋନ୍‌ସନ୍‌ଙ୍କୁ ବିବାହ କଲେ । ପରେ ସେ ୟୁନିଭର୍ସାଲ୍ ଫାଷ୍ଟେନର୍‌ର ମୁଖ୍ୟ ଡିଜାଇନର୍ ପଦବୀକୁ ପଦୋନ୍ନୀତ ହେଲେ ।

୧୯୦୬ରୁ ୧୯୧୪ ଭିତରେ ସେ ଜିପର୍ ତିଆରିରେ ଅନେକ ଉନ୍ନତିମୂଳକ କାର୍ଯ୍ୟ କରିଥିଲେ ।ଏଲିଆସ୍ ହୋୱେ, ମାକ୍ସ୍ ଉଲ୍‌ଫ୍ ଏବଂ ହ୍ୱିଟ୍‌କମ୍ବ୍ ଜୁଡ଼୍‌ସନ୍‌ଙ୍କ କାର୍ଯ୍ୟକୁ ସେ ଆଗକୁ ବଢ଼ାଇଥିଲେ ।

 
୧୯୧୪ ପେଟେଣ୍ଟ୍ ଆବେଦନର ଚିତ୍ର

୧୯୧୭ ଜିପର୍ ପେଟେଣ୍ଟ୍ ସମ୍ପାଦନା

୧୯୧୭ ଗିଡନ୍ ସଣ୍ଡ୍‌ବ୍ୟାକ୍ ପେଟେଣ୍ଟ୍ (୧୯୧୪ରେ ଆବେଦିତ, ୧୯୧୪ରେ ପ୍ରଦତ୍ତ):

ନାଗରିକତ୍ୱ ଓ ମୃତ୍ୟୁ ସମ୍ପାଦନା

ସଣ୍ଡ୍‌ବ୍ୟାକ୍ ଜିପର୍ ତିଆରି କରିବା ଯନ୍ତ୍ର ମଧ୍ୟ ଉଦ୍ଭାବନ କରିଥିଲେ । କାନାଡ଼ୀୟ କମ୍ପାନୀକୁ ବାରମ୍ବାର ଯାତ୍ରା କରୁଥିଲେ ମଧ୍ୟ ସେ ପେନ୍‌ସିଲ୍‌ଭାନିଆରେ ରହୁଥିଲେ ଓ ଆମେରିକାର ନାଗରିକ ଥିଲେ । ସେ ରୟାଲ୍ ସ୍ୱେଡିଶ୍ ଏକାଡେମୀ ଅଫ୍ ଇଞ୍ଜିନିୟରିଙ୍ଗ୍ ସାଇନ୍‌ସେସ୍ଦ୍ୱାରା ୧୯୫୧ରେ ସ୍ୱର୍ଣ୍ଣ ପଦକ ପ୍ରାପ୍ତ ହୋଇଥିଲେ । ସଣ୍ଡ୍‌ବ୍ୟାକ୍ ୧୯୫୪ରେ ହୃଦୟ ରୋଗରେ ମିଡ୍‌ଭିଲ୍, ପେନ୍‌ସିଲ୍‌ଭାନିଆରେ ମୃତ୍ୟୁବରଣ କରିଥିଲେ । ୨୦୦୬ରେ ନାସ୍‌ନାଲ୍ ଇନ୍‌ଭେଣ୍ଟର୍ସ୍ ହଲ୍ ଅଫ୍ ଫେମ୍‌ରେ ଜିପର୍ ଉଦ୍ଭାବନ ପାଇଁ ଗିଡନ୍ ସଣ୍ଡ୍‌ବ୍ୟାକ୍‌ଙ୍କ ନାମ ଯୋଡ଼ାଯାଇ ତାଙ୍କୁ ସମ୍ମାନିତ କରାଗଲା ।

ଆଧାର ସମ୍ପାଦନା

ଅନ୍ୟାନ୍ୟ ଉତ୍ସ ସମ୍ପାଦନା

  • Petroski, Henry The Evolution of Useful Things (Random House of Canada, 1994) ISBN 0-679-74039-2

ବାହାର ଲିଙ୍କ୍ ସମ୍ପାଦନା