ମୁଖ୍ୟ ସୂଚୀ ଦେଖିବେ

ଗାଲୁଆ ବା ମମ୍ପ୍‌ସ ବା ଏପିଡେମିକ ପରୋଟାଇଟିସ (ଇଂରାଜୀରେ Mumps ବା epidemic parotitis ଏକ ଭୂତାଣୁ ଜନିତ ରୋଗ ଯାହା ମମ୍ପ୍‌ସ ଭୁତାଣୁ ଯୋଗୁ ହୁଏ ।[୧] ଜ୍ୱର, ମାଂସପେଶୀ ଯନ୍ତ୍ରଣା, ମୁଣ୍ଡବଥା, ଓ ଅସୁସ୍ଥ ଭାବ ଇତ୍ୟାଦି ଏହାର ପ୍ରାରମ୍ଭିକ ଲକ୍ଷଣ । [୨] ଏହା ପରେ ଗୋଟିଏ ବା ଦୁଇଟିଯାକ ପାରୋଟିଡ ଗ୍ରନ୍ଥି (parotid gland) ଫୁଲିଯାଏ ଓ କଷ୍ଟ ହୁଏ ।[୩] ଭୂତାଣୁ ସଂସ୍ପର୍ଶ ଆସିବାର ୧୬ରୁ ୧୮ ଦିନ ପରେ ଲକ୍ଷଣ ଦେଖାଯାଏ ଓ ୭ରୁ ୧୦ ଦିନରେ ଭଲ ହୋଇଯାଏ । [୧][୨] ପିଲାଙ୍କ ଅପେକ୍ଷା ବଡ଼ ମଣିଷଙ୍କର ଲକ୍ଷଣ ଅଧିକ ଗମ୍ଭୀର ହୁଏ ।[୨] ଏକ ତୃତୀୟାଂଶ ରୋଗୀଙ୍କ ଆଦୌ ଲକ୍ଷଣ ଦେଖାଯାଏନି ବା ସାମାନ୍ୟ ଲକ୍ଷଣ ଦେଖାଯାଏ । [୨] ଏହା ଜଟିଳ ଆକାର ଧାରଣ କଲେ ମେନିଞ୍ଜାଇଟିସ (୧୫ %), ଅଗ୍ନାଶୟ ପ୍ରଦାହ (୪ %), ସମ୍ପୂର୍ଣ କାଲ, ଓ ଯନ୍ତ୍ରଣାଦାୟକ ଶୁକ୍ରାଶୟ ଫୁଲା ହୋଇ ବନ୍ଧ୍ୟାଦୋଷ ହୁଏ । [୨] ମହିଳାମାନଙ୍କର ଓଭାରି ଫୁଲା ହୁଏ କିନ୍ତୁ ଏହା ଫଳରେ ବନ୍ଧ୍ୟାତ୍ୱ ହୁଏ ନାହିଁ ।[୩]

ଗାଲୁଆ
Mumps PHIL 130 lores.jpg
ଗାଲୁଆ ରୋଗ ହୋଇଥିବା ପିଲା
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ସ୍ପେଶାଲିଟିInfectious disease
ଆଇସିଡ଼ି-୧୦B26.
ଆଇସିଡ଼ି-୯-ସିଏମ୍072
ରୋଗ ଡାଟାବେସ8449
ମେଡ଼ିସିନ-ପ୍ଲସ001557
ଇ-ମେଡ଼ିସିନemerg/324 emerg/391 ped/1503
Patient UKଗାଲୁଆ
MeSHD009107

ଗାଲୁଆ ଏକ ଭୟାବ‌ହ ଡିଆଁ ରୋଗ ଯାହା ଦୃତ ଭାବରେ ରୋଗୀ ସଂସ୍ପର୍ଶରେ ଆସୁଥିବା ଲୋକଙ୍କୁ ବ୍ୟାପିଯାଏ । [୪] ଶ୍ୱାସନଳୀରୁ ବାହାରୁଥିବା କ୍ଷୁଦ୍ର ତରଳକଣିକା ମାଧ୍ୟମରେ ବା ସିଧାସଳଖ ସଂସ୍ପର୍ଶରେ ଆସିଲେ ମମ୍ପ ଭୁତାଣୁ ସଞ୍ଚାରିତ ହୁଏ । [୧] ଏହି ରୋଗ କେବଳ ମାନବକୁ ଓ ମାନବଦ୍ୱାରା ହୁଏ । [୨] ରୋଗ ଆରମ୍ଭ ହେବାର କିଛି ଦିନ ପୂର୍ବରୁ ଓ ରୋଗ ଆରମ୍ଭ ହେବାର ୪ ଦିନ ପର ପର୍ଯ୍ୟନ୍ତ ଏହି ଏହି ରୋଗ ସଂକ୍ରାମକ ହୋଇ ରହେ । [୧] ଥରେ ଏହି ରୋଗ ହେଲେ ଆଜୀବନ ଇମ୍ମ୍ୟୁନିଟି ରହେ । [୨] ପୁନଃସଂକ୍ରମଣ ହୋଇପାରେ କିନ୍ତୁ ତାହା ଅତି ସାମାନ୍ୟ ହୁଏ ।[୫] ପାରୋଟିଡ ଗ୍ରନ୍ଥି ଫୁଲା ଦେଖି ରୋଗ ନିର୍ଣ୍ଣୟ କରାଯାଏ ଓ ପାରୋଟିଡ ଡକ୍ଟରୁ ସ୍ୱାବ ନେଇ ପରୀକ୍ଷା କଲେ ନିଧାର୍ଯ୍ୟ ଭାବେ ଜଣାଯାଏ । [୧] ରକ୍ତରେ ଆଇ.ଜି.ଏମ. ଆଣ୍ଟିବଡି ପରୀକ୍ଷା କରି ରୋଗ ନିର୍ଣ୍ଣୟ ସ‌ହଜ କିନ୍ତୁ ଏହା ମିଥ୍ୟା ଫଳ ଦିଏ ଯଦି ଆଗରୁ ଇମ୍ମ୍ୟୁନାଇଜ କରାଯାଇଥାଏ । [୧]

ଗାଲୁଆ ରୋଗକୁ ଦୁଇ ଡୋଜ ମମ୍ପ ଟିକା ଦେଇ ପ୍ରତିରୋଷ କରାଯାଇପାରିବ । ଅଧିକାଂଶ ବିକଶିତ ଦେଶର ଟିକା ପ୍ରୋଗ୍ରାମରେ ମିଳିମିଳା ଟିକା, ଜର୍ମାନୀ ମିଳିମିଳା ଟିକା ସ‌ହିତ ମମ୍ପ ଟିକା ଦିଆଯାଉଛି । [୨] ଅଳ୍ପ ଇମ୍ମ୍ୟୁନିଟି ଥିବା ସ୍ଥାନରେ ବୟସାଧିକ୍ୟ ଲୋକଙ୍କର ଏହି ରୋଗ ହେଲେ ଫଳ ସାଂଘାତିକ ହୁଏ । [୩] ଏହା ନିମନ୍ତେ ନିର୍ଦ୍ଦିଷ୍ଟ ଚିକିତ୍ସା ନାହିଁ । [୨] କଷ୍ଟ ନିବାରଣ ନିମନ୍ତେ ଆସେଟାମିନୋଫେନ ଦିଆଯାଏ । ଜଟିଳ କେଶରେ ଶୀରାମାଧ୍ୟମ ଇମ୍ମ୍ୟୁନୋଗ୍ଲୋବ୍ୟୁଲିନ ସାହାଯ୍ୟକାରୀ ହୁଏ ।[୩] ମେନିଞ୍ଜାଇଟିସ ବା ଅଗ୍ନାଶୟ ପ୍ରଦାହ ହେଲେ ଡାକ୍ତରଖାନାକୁ ନିଆଯାଏ । [୪][୫] ପ୍ରତି ୧୦,୦୦୦ ରୋଗୀ ମଧ୍ୟରୁ ଜଣେ ମରେ । [୨]

ପ୍ରତିବର୍ଷ ଟିକା ନେଇ ନ ଥିବା ଜନସଂଖ୍ୟାର 0.୧ % to ୧ % ଲୋକଙ୍କର ଏହି ରୋଗ ହୁଏ । ବିସ୍ତୀର୍ଣ୍ଣ ଅଞ୍ଚଳରେ ଟିକାଦାନଦ୍ୱାରା ଏହି ରୋଗ ୯୦ % କମିଯାଇଛି । ବିକାଶଶୀଳ ଦେଶମାନଙ୍କରେ ଟିକା ଅଳ୍ପ ଦିଆଯାଉଥିବା ସ୍ଥାନମାନଙ୍କରେ ଏହି ରୋଗ ଅତି ସାଧାରଣ । [୬] ଟିକାଦାନ ହୋଇଥିବା ଅଞ୍ଚଳରେ ମଧ୍ୟ ଏହି ରୋଗ ହୋଇପାରେ । [୩] ଟିକାଦାନ ପୂର୍ବରୁ ପୃଥିବୀରେ ଏହା ଅତି ସାଧାରଣ ଶୈଶବ ରୋଗ ଥିଲା । ପ୍ରତ୍ୟେକ ୨ରୁ ୫ ବର୍ଷରେ ଏହି ରୋଗ ବ୍ୟାପକ ଆକାର ଧାରଣ କରୁଥିଲା । ପାଞ୍ଚରୁ ନଅ ବର୍ଷ ବୟସର ପିଲାଙ୍କୁ ଅଧିକ ହେଉଥିଲା । [୨] ଟିକା ନେଇଥିବା ଲୋକଙ୍କ ମଧ୍ୟରୁ ପ୍ରାକ୍ ବିଂଶ ବୟସର ଲୋକ ଅଧିକ ଆକ୍ରାନ୍ତ ହେଉଥିଲେ । [୩] ବିଷୁବରେଖା ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ବର୍ଷ ସାରା ଏହି ରୋଗ ହୁଏ; ଉତ୍ତର ଓ ଦକ୍ଷିଣ ଇଲାକାରେ ଶୀତ ଓ ବସନ୍ତ ଋତୁରେ ଅଧିକ ହୁଏ । [୨] ଖ୍ରୀ:ପୂ: ୫ମ ଶତାବ୍ଦୀରେ ହିପୋକ୍ରେଟ ଏହି ରୋଗର ବର୍ଣ୍ଣନା କରିଥିଲେ । [୧]

ଆଧାରସମ୍ପାଦନ କରନ୍ତୁ

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ Atkinson, William (May 2012). Mumps Epidemiology and Prevention of Vaccine-Preventable Diseases (12 ed.). Public Health Foundation. pp. Chapter 14. ISBN 9780983263135.
  2. ୨.୦୦ ୨.୦୧ ୨.୦୨ ୨.୦୩ ୨.୦୪ ୨.୦୫ ୨.୦୬ ୨.୦୭ ୨.୦୮ ୨.୦୯ ୨.୧୦ ୨.୧୧ "Mumps virus vaccines" (PDF). Weekly epidemiological record. 82 (7): 49–60. 16 Feb 2007. PMID 17304707.
  3. ୩.୦ ୩.୧ ୩.୨ ୩.୩ ୩.୪ ୩.୫ Hviid A, Rubin S, Mühlemann K (March 2008). "Mumps". The Lancet. 371 (9616): 932–44. doi:10.1016/S0140-6736(08)60419-5. PMID 18342688.CS1 maint: Multiple names: authors list (link)
  4. ୪.୦ ୪.୧ Gupta, RK; Best, J; MacMahon, E (14 May 2005). "Mumps and the UK epidemic 2005". BMJ (Clinical research ed.). 330 (7500): 1132–5. doi:10.1136/bmj.330.7500.1132. PMC 557899. PMID 15891229.
  5. ୫.୦ ୫.୧ Sen2008 SN (2008). "Mumps: a resurgent disease with protean manifestations". Med J Aust. 189 (8): 456–9. PMID 18928441.
  6. Junghanss, Thomas (2013). Manson's tropical diseases (23rd edition ed.). Oxford: Elsevier/Saunders. p. 261. ISBN 9780702053061.CS1 maint: Extra text (link)