ଗାରୋ ଭାଷା

ଭାରତୀୟ ଭାଷା

ଗାରୋ ଭାଷା କିମ୍ବା ଆଚିକ (A·chik) ଭାରତର ମେଘାଳୟ ରାଜ୍ୟର ସରକାରୀ ଭାଷା । ଏହା ମେଘାଳୟର ଗାରୋ ହିଲ୍ସ ଜିଲ୍ଲା, ଆସାମର କିଛି ଭାଗ ଏବଂ ତ୍ରିପୁରାର ଅଳ୍ପ କେତେକ ଅଞ୍ଚଳରେ କଥିତ ଏକ ସିନୋ-ତିବତୀୟ ଭାଷା । ଏହା ପଡ଼ୋଶୀ ବଙ୍ଗଳାଦେଶର କିଛି ଅଞ୍ଚଳରେ ମଧ୍ୟ କଥିତ । ୨୦୦୧ର ଜନଗଣନା ଅନୁଯାୟୀ କେବଳ ଭାରତରେ ପ୍ରାୟ ୮,୮୯,୦୦୦ ଗାରୋ ବକ୍ତା ଅଛନ୍ତି । ବଙ୍ଗଳାଦେଶରେ ଆଉ ୧,୩୦,୦୦୦ ବକ୍ତା ରହନ୍ତି ।

ଭୌଗୋଳିକ ବିତରଣ ସମ୍ପାଦନା

ଏଥନୋଲୋଗ ଅନୁସାରେ ଗାରୋ ଭାଷା ନିମ୍ନଲିଖିତ ସ୍ଥାନଗୁଡ଼ିକରେ କଥିତ ।

ଭାଷାଗତ ସମ୍ପର୍କ ସମ୍ପାଦନା

ଗାରୋ ସିନୋ-ତିବ୍ବତୀୟ ଅନ୍ତର୍ଗତ ବୋଡ଼ୋ-ଗାରୋ ଉପଗୋଷ୍ଠୀ (ଏଥିରେ ମାଣ୍ଡାରିନ ଏବଂ କ୍ୟାଣ୍ଟୋନିଜ ଭଳି ସିନିଟିକ ଭାଷା ମଧ୍ୟ ଅନ୍ତର୍ଭୁକ୍ତ) ଅନ୍ତର୍ଭୁକ୍ତ । ବୋଡ଼ୋ-ଗାରୋ ଉପଗୋଷ୍ଠୀ ସିନୋ-ତିବ୍ବତୀୟ ଭାଷା ପରିବାରର ଦୀର୍ଘତମ ଭାବେ ସ୍ୱୀକୃତ ଏବଂ ସବୁଠାରୁ ସୁସଂଯୁକ୍ତ ଉପଗୋଷ୍ଠୀ ମଧ୍ୟରୁ ଗୋଟିଏ ।[୧] ଏହା ମଧ୍ୟରେ ବୋଡ଼ୋ, କୋକବୋରୋକ, ଡିମାସା, ରାଭା, ଆଟୋଙ୍ଗ, ଟିୱା ଏବଂ କୋଚ ଭଳି ଭାଷା ରହିଛି । ପରସ୍ପର ସହିତ ଘନିଷ୍ଠ ଭାବେ ଜଡ଼ିତ ହେବା ପରେ ଏହି ଭାଷାଗୁଡ଼ିକର ଅନେକ ସମାନ ବୈଶିଷ୍ଟ୍ୟ ରହିଛି । ଏହି ଭାଷାଗୁଡ଼ିକର ଶବ୍ଦରୁ ଦିଆଯାଇଥିବା ତଥ୍ୟର ପୃଷ୍ଠସ୍ତରୀୟ ପର୍ଯ୍ୟବେକ୍ଷଣରୁ ମଧ୍ୟ ସମାନତାଗୁଡ଼ିକୁ ସହଜରେ ଚିହ୍ନିହେବ ।

ଧ୍ୱନିବିଜ୍ଞାନ ସମ୍ପାଦନା

ବୋଡ଼ୋ-ଗାରୋ ଉପ-ପରିବାରରେ ପ୍ରାୟ ସମସ୍ତ ଭାଷା ନିମ୍ନ ଏବଂ ଉଚ୍ଚ ସ୍ୱରଦ୍ୱାରା ପୃଥକ ହୋଇଥିଲେ ମଧ୍ୟ ଗାରୋ ଏକମାତ୍ର ବ୍ୟତିକ୍ରମ । ଉଡ୍ ଉଲ୍ଲେଖ କରିଛନ୍ତି ଯେ ଗାରୋ ହଳନ୍ତ (ଗ୍ଲୋଟାଲ ଷ୍ଟପ) ଥିବା ଅକ୍ଷର ଓ ହଳନ୍ତ ନଥିବା ଅକ୍ଷରକୁ ଅଲଗା କରି ସ୍ୱର ପଦ୍ଧତିକୁ (ଟୋନାଲ ସିଷ୍ଟମ) କାଢ଼ିଦେଇଛି ।[୨]

ଆଧାର ସମ୍ପାଦନା

  1. (Joseph and Burling 2006: 1)
  2. Wood, Daniel Cody. 2008. An Initial Reconstruction of Proto-Boro-Garo. M.A. Thesis, University of Oregon. pg 22

ଅଧିକ ତଥ୍ୟ ସମ୍ପାଦନା