ଗାମୁଛା
ଗାମୁଛା ଏକ ଛୋଟ ନିତ୍ୟ ବ୍ୟବହାର୍ଯ୍ୟ ବସ୍ତ୍ର । [୧]ଏହାର ଲମ୍ବ ସାଧାରଣତଃ ୧.୫ମିରୁ ୨.୫ମି ଭିତରେ ହୋଇଥାଏ । ଏହା ସାଧାରଣତଃ ଗେରୁଆ ରଙ୍ଗର ହୋଇଥାଏ । ଏହାକୁ ଓଡ଼ିଶା, ଆସାମ, ପଶ୍ଚିମବଙ୍ଗ ଏବଂ ବିହାରରେ ବହୁଳ ଭାବରେ ବ୍ୟବହାର କରାଯାଏ । ଆସାମରେ ଏହା ଗାମୋସା ବା ଗାମୋଛା ନାମରେ ପରିଚିତ । [୨]ଶସ୍ତା ତଥା ସୁଲଭ ହୋଇଥିବାରୁ ଏହା ଖୁବ ଲୋକପ୍ରିୟ । ହିନ୍ଦୁ ପୂଜା ପଦ୍ଧତିରେ ଗାମୁଛାର ପ୍ରମୁଖ ଭୂମିକା ରହିଛି । ପୂଜା କରିବା ସମୟରେ ମଧ୍ୟ ଏହାକୁ ପରିଧାନ କରାଯାଏ । ଗାମୁଛା ତିଆରି ପାଇଁ ଓଡ଼ିଶାର ଖୋର୍ଦ୍ଧା ଜିଲ୍ଲା ପୃଥିବୀ ପ୍ରସିଦ୍ଧ । [୩] ଆଜିକାଲି ଗାମୁଛା ଉପରେ ବିଭିନ୍ନ ପ୍ରୟୋଗ କରାଯାଇ ଏହାକୁ ଏକ ଫେଶନ ସାମଗ୍ରୀ ରୂପରେ ମଧ୍ୟ ବ୍ୟବହାର କରାଗଲାଣି । ଆସାମ ଗାମୋଛା ବିଶ୍ୱ ରେକର୍ଡ଼ ପ୍ରତିଷ୍ଠା କରିସାରିଲାଣି ।[୪] ଅଧୁନା ହାତବୁଣା ଗାମୁଛାର ଉତ୍ପାଦନ କମିଯାଇଛି ।[୫][୬]
ଓଡି଼ଆ ଢଗ ଢମାଳିରେ ଗାମୁଛା
ସମ୍ପାଦନାଗାମୁଛା, ଓଡ଼ିଶାର ଜନଜୀବନ ସହିତ ଯେପରି ଅଙ୍ଗାଙ୍ଗୀ ଭାବେ ଜଡ଼ିତ, ଓଡି଼ଆ କଥା ସାହିତ୍ୟ, ଢଗ ଢମାଳିରେ ମଧ୍ୟ ସେହିପରି ବ୍ୟବହୃତ । ସେହିପରି କେତୋଟି ଉଦାହରଣ ହେଲା :
ଗାମୁଛା ନ ଥାଇ କି ସ୍ନାହାନ,
ଆଦର ନ ଥାଇ କି ଭୋଜନ॥
ନଖି ନାନି ପୁଅ ଭଗିଆ,
ଶଗଡ଼ ଉପରେ ବଇଚି
ପାନ ଖିଲେ ଖିଲେ ଖାଉଚି,
ନାଲି ଗାମୁଛା କାନ୍ଧରେ ପକାଇ
ଗୀତ ପଦେ ପଦେ ଗାଉଚି ॥
କଳାଚିତି ଯେବେ ମାରେ ଗାମୁଛା
ବ୍ରାହ୍ମଣ ହୋଇ ରଖେ ଗାଲମୁଚା
ଶୁଖିଲା ଭାତକୁ ଖାଆଣ ତୁଛା
ଖେତକୁ ନଯାଇ ବାରତା ପୁଛା
କୁଳନାରୀ ଯେବେ, ନ ମାରେ କଛା
ଯୋଗୀ ହୋଇ ଯାର ରମଣ ଇଛା
କହେ ଦନାଇ ଏ ବଡ଼ ନିକୁଛା ॥
ଗ୍ୟାଲେରି
ସମ୍ପାଦନା-
ଖୋରଧା ଗାମୁଛା
-
ବଙ୍ଗାଳୀ ଗାମୁଛା
ଆଧାର
ସମ୍ପାଦନା- ↑ http://www.orissa.gov.in/people/dress.htm
- ↑ http://assamgovt.nic.in/culture.asp
- ↑ "ଆର୍କାଇଭ୍ କପି". Archived from the original on 2014-03-30. Retrieved 2012-06-05.
{{cite web}}
: Cite has empty unknown parameter:|1=
(help) - ↑ http://timesofindia.indiatimes.com/india/Assamese-gamocha-makes-it-to-Guinness/articleshow/19451759.cms
- ↑ Satya Narayan Dash (1995). Handloom Industry in India. Mittal Publications. pp. 195–. ISBN 978-81-7099-599-9. Retrieved 5 June 2012.
- ↑ http://www.rourkelacity.com/rest-of-odisha/ranganipatana-shadhi-ebe-swapna/