ଗାନିରେଲିକ୍ସ
ଗାନିରେଲିକ୍ସ (ଇଂରାଜୀ ଭାଷାରେ Ganirelix), ଅନ୍ୟମାନଙ୍କ ମଧ୍ୟରେ ଅର୍ଗାଲୁଟ୍ରାନ୍ ଏକ ବେପାର ନାମ, ହେଉଛି ଏକ ଔଷଧ ଯାହା ପ୍ରାରମ୍ଭିକ ଡିମ୍ବାଣୁ ଉତ୍ପାଦନକୁ (ovulation) ରୋକିବା ପାଇଁ ସାହାଯ୍ୟକାରୀ ପ୍ରଜନନରେ ବ୍ୟବହୃତ ହୁଏ ।[୧] ଏହା ଇନ୍-ଭିଟ୍ରୋ ଫର୍ଟିଲାଇଜେସନ୍ ପାଇଁ ଉପଲବ୍ଧ ଉପଯୁକ୍ତ ଡିମ୍ବାଣୁ ଅଣ୍ଡା ସଂଖ୍ୟା ବୃଦ୍ଧି କରିପାରିବ ।[୧] ଚର୍ମ ତଳେ ଇଞ୍ଜେକସନ ଆକାରରେ ଏହା ଦିଆଯାଏ ।[୨]
Clinical data | |
---|---|
Trade names | Orgalutran, Antagon, Fyremadel, others |
AHFS/Drugs.com | monograph |
data | |
Pregnancy category | |
Routes of administration | Subcutaneous injection |
Legal status | |
Legal status | |
Pharmacokinetic data | |
Bioavailability | 91.1% |
Protein binding | 81.9% |
Elimination half-life | 16.2 hours |
Excretion | Feces: 75% Urine: 22% |
Identifiers | |
| |
ECHA InfoCard | 100.216.077 |
Chemical and physical data | |
Formula | C80H113ClN18O13 |
Molar mass | ୧,୫୭୦.୩୫ g·mol−1 |
| |
(verify) |
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ପେଟ ଯନ୍ତ୍ରଣା, ମୁଣ୍ଡବିନ୍ଧା, ଯୋନୀ ରକ୍ତସ୍ରାବ, ଅଇ, ଏବଂ ଓଭାରିଆନ ହାଇପରଷ୍ଟିମୁଲେସନ୍ ସିଣ୍ଡ୍ରୋମ ହୋଇପାରେ ।[୩] ଲାଟେକ୍ସ ଆଲର୍ଜି ଥିବା ଲୋକଙ୍କଠାରେ ଏହା ବ୍ୟବହାର କରାଯିବା ଉଚିତ୍ ନୁହେଁ ।[୪] ଥରେ ଗର୍ଭଧାରଣ ହେବା ପରେ ଏହାକୁ ବ୍ୟବହାର କରିବା ଉଚିତ୍ ନୁହେଁ ।[୩] ଏହା ଏକ ଗୋନାଡୋଟ୍ରୋପିନ୍ ରିଲିଜିଙ୍ଗ ହରମୋନ୍ (GnRH) ବିରୋଧୀ ।[୨] ଏହା ଜିଏନଆରଏଚ (GnRH) ରିସେପ୍ଟରଗୁଡିକୁ ଅବରୋଧ କରି କାର୍ଯ୍ୟକ୍ଷମ ହୁଏ ଯାହା ଲୁଟିନାଇଜିଙ୍ଗ ହରମୋନ (LH) ହ୍ରାସ କରେ ଏବଂ ଏହା ଇଚ୍ଛା ନହେବା ପର୍ଯ୍ୟନ୍ତ ଡିମ୍ବାଣୁ ଉତ୍ପାଦନକୁ କରିଦିଏ ।[୧]
୧୯୯୯ ମସିହାରେ ଯୁକ୍ତରାଷ୍ଟ୍ରରେ ଏବଂ ୨୦୦୦ରେ ୟୁରୋପରେ ଡାକ୍ତରୀ ବ୍ୟବହାର ପାଇଁ ଗାନିରେଲିକ୍ସ ଅନୁମୋଦିତ ହୋଇଥିଲା ।[୩] [୧] ଯୁକ୍ତରାଷ୍ଟ୍ରରେ ୦.୨୫ ମିଗ୍ରା ବିଶିଷ୍ଟ ୫ ମାତ୍ରାର ମୂଲ୍ୟ ୨୦୨୧ ସୁଦ୍ଧା ପ୍ରାୟ ୩୮୯ ଡଲାର ଥିଲା ।[୫]
ଆଧାର
ସମ୍ପାଦନା- ↑ ୧.୦ ୧.୧ ୧.୨ ୧.୩ "Orgalutran". Archived from the original on 12 November 2020. Retrieved 3 December 2021.
- ↑ ୨.୦ ୨.୧ BNF 81: March-September 2021. BMJ Group and the Pharmaceutical Press. 2021. p. 778. ISBN 978-0857114105.
- ↑ ୩.୦ ୩.୧ ୩.୨ "Ganirelix Monograph for Professionals". Drugs.com (in ଇଂରାଜୀ). Archived from the original on 21 January 2021. Retrieved 3 December 2021.
- ↑ Canada, Health (29 August 2018). "Health Product InfoWatch - September 2018". www.canada.ca. Archived from the original on 3 November 2021. Retrieved 3 December 2021.
- ↑ "Ganirelix Prices, Coupons & Savings Tips - GoodRx". GoodRx. Archived from the original on 23 April 2017. Retrieved 3 December 2021.